Hindi News >>Home >>Odisha Trending

କ୍ଷୀର ବିକି ଶ୍ରେୟାଙ୍କୁ IAS କରିବାକୁ ସ୍ୱପ୍ନ ଦେଖୁଥିଲେ ବାପା, ଝିଅର ମୃତ୍ୟୁ ପରେ ଶୋକ ସାଗରରେ ପରିବାର

ଶ୍ରେୟା ପରିବାରର ଏକମାତ୍ର ଝିଅ ଥିଲେ। ସେଠାରେ ୟୁପିଏସସି ପାଇଁ ପ୍ରସ୍ତୁତି କରୁଥିବା ଶ୍ରେୟାଙ୍କ ମୃତ୍ୟୁ ପରେ ଘରେ ଶୋକକୂଳ ପରିବେଶ ଦେଖିବାକୁ ମିଳିଛି । ଶ୍ରୀୟାଙ୍କ ମୃତ୍ୟୁ ଖବର ଜାଣିବା ପରେ ପରିବାର ସଦସ୍ୟଙ୍କ ଆଖିରୁ ଲୁହ ଝରୁଛି । ବାପାଙ୍କର ସ୍ୱପ୍ନ ଥିଲା ତାଙ୍କ ଝିଅ ଦିନେ ଆଇଏଏସ୍ ଅଧିକାରୀ ହେବ ।

Advertisement
କ୍ଷୀର ବିକି ଶ୍ରେୟାଙ୍କୁ IAS କରିବାକୁ ସ୍ୱପ୍ନ ଦେଖୁଥିଲେ ବାପା, ଝିଅର ମୃତ୍ୟୁ ପରେ ଶୋକ ସାଗରରେ ପରିବାର
Soubhagya Ranjan Mishra|Updated: Jul 28, 2024, 10:02 PM IST
Share

ନୂଆଦିଲ୍ଲୀ: ରାଓ ଆଇଏଏସ୍ କୋଚିଂ ସେଣ୍ଟରର ବେସମେଣ୍ଟରେ ତିନି ଜଣଙ୍କର ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ରହିଛନ୍ତି ୟୁପି ଆମ୍ୱେଦକର ଅଞ୍ଚଳର ଶ୍ରେୟା ଯାଦବ । ତାଙ୍କ ବାପା ଗାଁରେ ଦୁଗ୍ଧ ବିକ୍ରି କରି ଦିଲ୍ଲୀରେ ତାଙ୍କ ଝିଅକୁ ଆଇଏଏସ୍ କୋଚିଂ ଦେଉଥିଲେ । ଶ୍ରେୟା ତାଙ୍କର ଏକମାତ୍ର ଝିଅ ଥିଲେ। ସେଠାରେ ୟୁପିଏସସି ପାଇଁ ପ୍ରସ୍ତୁତି କରୁଥିବା ଶ୍ରେୟାଙ୍କ ମୃତ୍ୟୁ ପରେ ଘରେ ଶୋକକୂଳ ପରିବେଶ ଦେଖିବାକୁ ମିଳିଛି । ଶ୍ରୀୟାଙ୍କ ମୃତ୍ୟୁ ଖବର ଜାଣିବା ପରେ ପରିବାର ସଦସ୍ୟଙ୍କ ଆଖିରୁ ଲୁହ ଝରୁଛି । ବାପାଙ୍କର ସ୍ୱପ୍ନ ଥିଲା ତାଙ୍କ ଝିଅ ଦିନେ ଆଇଏଏସ୍ ଅଧିକାରୀ ହେବ ।

ଶ୍ରେୟାଙ୍କ ପିତା ତାଙ୍କ ଝିଅକୁ ଚଳିତ ବର୍ଷ ଏପ୍ରିଲ ମାସରେ ଦିଲ୍ଲୀର ରାଓ କୋଚିଂରେ ନାମ ଲେଖାଇଥିଲେ। ତିନି ଭାଇଭଉଣୀଙ୍କ ମଧ୍ୟରେ ଶ୍ରେୟା ସବୁଠୁ ବଡ଼ ଥିଲେ । ତାଙ୍କ ଦୁଇ ଭାଇ ତାଙ୍କଠାରୁ ସାନ । ଦେଶର ସବୁଠାରୁ ବଡ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବାର ସ୍ୱପ୍ନ ନେଇ ଦିଲ୍ଲୀ ଯାଇଥିବା ଶ୍ରେୟା ଏବେ ତାଙ୍କ ପରିବାର ସଦସ୍ୟଙ୍କଠାରୁ ସବୁଦିନ ପାଇଁ ବିଦାୟ ନେଇଛନ୍ତି । ଶ୍ରେୟା ପିଲାଦିନରୁ ପାଠପଢାରେ ଖୁବ ଆଗୁଆ ଥିଲେ ।

ଶ୍ରେୟା ସୁଲତାନପୁରରେ ଏଗ୍ରିକଲଚରରେ ବି.ଏସସି ପଢିବା ପରେ ୟୁପିଏସସି ପାଇଁ ଚେଷ୍ଟା ଆରମ୍ଭ କରିଥିଲେ । ବେସମେଣ୍ଟରେ ଚାଲୁଥିବା କୋଚିଂ ଲାଇବ୍ରେରୀରେ ହଠାତ୍ ପାଣି ପଶିବା କାରଣରୁ ସେ ବୁଡ଼ିଯାଇଥିଲେ । ଫଳରେ ତାଙ୍କର ମୃତ୍ୟୁ ହୋଇଥିଲା । ବର୍ତ୍ତମାନ ଶ୍ରେୟାଙ୍କ ପରିବାର ସଦସ୍ୟ କୋଚିଂ ସିଷ୍ଟମ ଉପରେ ପ୍ରଶ୍ନ ଉଠାଉଛନ୍ତି। ସେମାନେ ପ୍ରଶ୍ନ ପଚାରୁଛନ୍ତି ଯେ, ଯେତେବେଳେ ଲାଇବ୍ରେରୀରେ କୌଣସି ବ୍ୟବସ୍ଥା ନଥିଲା ସେତେବେଳେ ଲାଇବ୍ରେରୀ କିପରି ଚାଲିଥିଲା ​​। ହଠାତ୍ ସ୍ୱେରେଜ୍ ପାଣି ବେସମେଣ୍ଟ୍ ଲାଇବ୍ରେରୀରେ ପସିବା କାରଣରୁ ଶ୍ରେୟାଙ୍କ ସମେତ ଅନ୍ୟ ଜଣେ ବିଦ୍ୟାର୍ଥୀ ପ୍ରାଣ ହରାଇଲେ । ଶ୍ରେୟାଙ୍କ ପରିବାର ସଦସ୍ୟଙ୍କୁ ସାନ୍ତ୍ୱନା ଦେବା ପାଇଁ ଗାଁର ଲୋକମାନେ ତାଙ୍କ ଘରେ ପହଞ୍ଚିଛନ୍ତି । ଶ୍ରେୟାଙ୍କ ଭାଇ ଅଭିଷେକ ଯାଦବ ମାସ କମ୍ୟୁନିକେସନ୍ ଅଧ୍ୟୟନ କରୁଥିବାବେଳେ ତାଙ୍କ ମାମୁଁ ଧର୍ମେନ୍ଦ୍ର ଯାଦବ ନୋଏଡାରେ ରୁହନ୍ତି ।

Also Read- ନୂଆଦିଲ୍ଲୀରେ ମୁଖ୍ୟମନ୍ତ୍ରୀଙ୍କ ବୈଠକ, ବିକଶିତ ଓଡ଼ିଶା ପାଇଁ ସହଯୋଗ କାମନା

Also Read- Lucky Zodiac Sign: ୨୯ ଜୁଲାଇରେ ଧନ ଲକ୍ଷ୍ମୀ ଯୋଗର ଶୁଭ ସମକକ୍ଷ, ୫ଟି ରାଶିର ଭାଗ୍ୟ ଉଜ୍ୱଳ

Read More
{}{}