Hindi News >>Home >>Odisha Trending

'NEET ର ଯାଞ୍ଚ ପାଇଁ ଗଠନ କରାଯିବ ଉଚ୍ଚ ସ୍ତରୀୟ କମିଟି', ପେପର ଲିକ୍ ମାମଲାରେ ଶିକ୍ଷା ମନ୍ତ୍ରୀଙ୍କ ବଡ଼ ଘୋଷଣା

Dharmendra Pradhan On NEET Paper Leak Case: କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ ମୁଁ ସମସ୍ତଙ୍କୁ ନିଶ୍ଚିତ କରିବାକୁ ଚାହୁଁଛି ଯେ ଛାତ୍ରଛାତ୍ରୀଙ୍କ ସ୍ୱାର୍ଥ ରକ୍ଷା ପାଇଁ ସରକାର ପ୍ରତିବଦ୍ଧ। ଆମେ ଏହାର ସ୍ୱଚ୍ଛତା ଉପରେ ଆପୋଷ ବୁଝାମଣା କରିବୁ ନାହିଁ। ସେ କହିଛନ୍ତି ଯେ NEET ର ଅପରାଧୀଙ୍କୁ କୌଣସି ପରିସ୍ଥିତିରେ ରକ୍ଷା କରାଯିବ ନାହିଁ।  

Advertisement
Dharmendra Pradhan On NEET Paper Leak Case
Dharmendra Pradhan On NEET Paper Leak Case
Jagdish Barik|Updated: Jun 20, 2024, 08:43 PM IST
Share

NEET ପେପର୍ ଲିକ୍ ଓ UGC-NET ପରିକ୍ଷାକୁ ନେଇ ସମଗ୍ର ଦେଶରେ ଉତ୍ତେଜନା ଲାଗିରହିଛି। ଦେଶର ଅନେକ ସ୍ଥାନରେ ଛାତ୍ରଛାତ୍ରୀଙ୍କ ପ୍ରଦର୍ଶନ ମଧ୍ୟ ଜାରି ରହିଛି। ଏସବୁ ମଧ୍ୟରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏକ ସାମ୍ବାଦିକ ସମ୍ମିଳନୀରେ ସମ୍ବୋଧିତ କରିଛନ୍ତି।

କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ ମୁଁ ସମସ୍ତଙ୍କୁ ନିଶ୍ଚିତ କରିବାକୁ ଚାହୁଁଛି ଯେ ଛାତ୍ରଛାତ୍ରୀଙ୍କ ସ୍ୱାର୍ଥ ରକ୍ଷା ପାଇଁ ସରକାର ପ୍ରତିବଦ୍ଧ। ଆମେ ଏହାର ସ୍ୱଚ୍ଛତା ଉପରେ ଆପୋଷ ବୁଝାମଣା କରିବୁ ନାହିଁ। ସେ କହିଛନ୍ତି ଯେ NEET ର ଅପରାଧୀଙ୍କୁ କୌଣସି ପରିସ୍ଥିତିରେ ରକ୍ଷା କରାଯିବ ନାହିଁ।

ସେ କହିଛନ୍ତି ଯେ NEET ପରୀକ୍ଷା ସମ୍ପର୍କରେ ଆମେ ବିହାର ସରକାରଙ୍କ ସହ ଯୋଗାଯୋଗରେ ଅଛୁ। ଆମେ ପାଟନା ଠାରୁ କିଛି ସୂଚନା ପାଇଛୁ। ପୋଲିସ ତଦନ୍ତ କରୁଛି ଏବଂ ସେମାନଙ୍କ ଦ୍ୱାରା ବିସ୍ତୃତ ରିପୋର୍ଟ ଦାଖଲ କରାଯିବ। ନିର୍ଭରଯୋଗ୍ୟ ସୂଚନା ପାଇବା ପରେ ଅପରାଧୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

କେନ୍ଦ୍ର ଶିକ୍ଷା ମନ୍ତ୍ରୀ କହିଛନ୍ତି ଯେ କୌଣସି ଅନିୟମିତତା ନକରି ଆମେ ପରୀକ୍ଷା କରିବାକୁ ପ୍ରତିଶ୍ରୁତିବଦ୍ଧ। ଆମେ NTA ର କାର୍ଯ୍ୟରେ ଉନ୍ନତି ଆଣିବା ପାଇଁ ଏକ ଉଚ୍ଚ ସ୍ତରୀୟ କମିଟି ଗଠନ କରିବାକୁ ଯାଉଛୁ। ଉଚ୍ଚ ସ୍ତରୀୟ କମିଟି NTA ର ଗଠନ, କାର୍ଯ୍ୟକାରିତା, ପରୀକ୍ଷା ପ୍ରକ୍ରିୟା, ସ୍ୱଚ୍ଛତା ଏବଂ ତଥ୍ୟ ସୁରକ୍ଷା ପ୍ରୋଟୋକଲଗୁଡ଼ିକୁ ଆହୁରି ଉନ୍ନତ କରିବାକୁ ସୁପାରିଶ କରିବ।

UGC-NET ପରୀକ୍ଷା ବାତିଲ ହେବା ଉପରେ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ ଏହାର ପ୍ରଶ୍ନପତ୍ର ଡାର୍କ ନେଟରେ ଲିକ୍ ହୋଇଛି, ଏହା ପରେ ସରକାର ଏହାର ପେପର୍ ବାତିଲ କରିବାକୁ ନିଷ୍ପତ୍ତି ନେଇଛନ୍ତି। ସେ କହିଛନ୍ତି ଯେ UGC-NET ର ମୂଳ ପ୍ରଶ୍ନ ପେପର୍ ଡାର୍କ ନେଟ୍ (Dark Net) ଉପଲବ୍ଧ ପେପର୍ ସହିତ ମେଳ ଖାଉଛି।

ସେ କହିଛନ୍ତି ଯେ NEET ପରୀକ୍ଷା ସମ୍ପର୍କରେ କିଛି ଅନିୟମିତତା ସରକାରଙ୍କ ନଜରକୁ ଆସିଛି। ଆମେ ଏଥିପାଇଁ ଦାୟିତ୍ୱ ଗ୍ରହଣ କରୁଛୁ ମୁଁ ଛାତ୍ରମାନଙ୍କୁ ଅତି ବିନମ୍ରତା ସହ ଅନୁରୋଧ କରିବାକୁ ଚାହୁଁଛି ଯେ କୌଣସି ଗୁଜବରେ ବିଶ୍ୱାସ ନକରନ୍ତୁ।

Read More
{}{}