Home >>Odisha Trending

Sidhant Mohapatra:'ବିଜେପି ସରକାର ଆସିଲେ ଚିଟଫଣ୍ଡ ଟଙ୍କା ଫେରିପାଇବେ ରାଜ୍ୟବାସୀ'

Sidhant Mohapatra: ପୂର୍ବରୁ ଦୁଇ ଥର ସାଂସଦ ରହିଥିବା ସିଦ୍ଧାନ୍ତ ଦିଗପହଣ୍ଡିରେ ସୂର୍ଯ୍ୟପାତ୍ରଙ୍କ ପୁଅ ବିପ୍ଳବ ପାତ୍ରଙ୍କୁ ଏଥର ଟକ୍କର ଦେବାକୁ ଯାଉଛନ୍ତି । ୨୦୦୯ରେ ସିଦ୍ଧାନ୍ତ ମହାପାତ୍ରଙ୍କୁ ସୂର୍ଯ୍ୟପାତ୍ର ରାଜନୀତିକୁ ଆଣି ବିଜେଡିରେ ସାମିଲ କରାଇଥିଲେ ବୋଲି ସମସ୍ତଙ୍କୁ ଜଣାଅଛି।   

Advertisement
Sidhant Mohapatra:'ବିଜେପି ସରକାର ଆସିଲେ ଚିଟଫଣ୍ଡ ଟଙ୍କା ଫେରିପାଇବେ ରାଜ୍ୟବାସୀ'
Rasmita Sahoo|Updated: Apr 27, 2024, 05:41 PM IST
Share

Sidhant Mohapatra: ରାଜ୍ୟରେ ଜୋରଦାର ଚାଲିଛି ନିର୍ବାଚନୀ ପ୍ରଚାର । ପ୍ରତିଶ୍ରୁତି ର ପାହାଡ଼ ଛିଡା କରୁଛନ୍ତି ନେତା ମନ୍ତ୍ରୀ, ସମର୍ଥକ। ତେବେ ଏହାରି ମଧ୍ୟରେ ଅଭିନେତା ସିଦ୍ଧାନ୍ତ ମହାପାତ୍ରଙ୍କ ସୋସିଆଲ ମିଡିଆ ପୋଷ୍ଟ କୁ ନେଇ ବେଶ ଚର୍ଚ୍ଚା ହୋଇଛି। ଏହି ପୋଷ୍ଟରେ ରାଜ୍ୟରେ ବିଜେପି ସରକାର ଗଢିଲେ ଚିଟଫଣ୍ଡ ଟଙ୍କା ଫେରିପାଇବେ ରାଜ୍ୟବାସୀ ବୋଲି ଉଲ୍ଲେଖ ହୋଇଛି। ତେବେ ଏହି ପୋଷ୍ଟଟି ତାଙ୍କ ଇନଷ୍ଟାଗ୍ରାମ ପେଜ୍ ରେ ଜରିଆରେ ସେୟାର କରାଯାଇଛି। 

ସୂଚନାଯୋଗ୍ୟ, ବିଜେଡି ଛାଡି ଗତକିଛି ମାସତଳେ ବିଜେପିରେ ଯୋଗ ଦେଇଥିଲେ ଓଲିଉଡ ସୁପରଷ୍ଟାର ସିଦ୍ଧାନ୍ତ ମହାପାତ୍ର(Ollywood Super Star Sidhant Mohapatra)। ପୂର୍ବତନ ବ୍ରହ୍ମପୁର ସାଂସଦ ସିଦ୍ଧାନ୍ତ ମହାପାତ୍ର ବିଧାନସଭା ନିର୍ବାଚନ ଲଢିବାକୁ ଯାଉଛନ୍ତି। ଦିଗପହଣ୍ଡିରୁ ବିଜେପି ସିଦ୍ଧାନ୍ତଙ୍କୁ ପ୍ରାର୍ଥୀ କରିଛି। ପୂର୍ବରୁ ଦୁଇ ଥର ସାଂସଦ ରହିଥିବା ସିଦ୍ଧାନ୍ତ ଦିଗପହଣ୍ଡିରେ ସୂର୍ଯ୍ୟପାତ୍ରଙ୍କ ପୁଅ ବିପ୍ଳବ ପାତ୍ରଙ୍କୁ ଏଥର ଟକ୍କର ଦେବାକୁ ଯାଉଛନ୍ତି । ୨୦୦୯ରେ ସିଦ୍ଧାନ୍ତ ମହାପାତ୍ରଙ୍କୁ ସୂର୍ଯ୍ୟପାତ୍ର ରାଜନୀତିକୁ ଆଣି ବିଜେଡିରେ ସାମିଲ କରାଇଥିଲେ ବୋଲି ସମସ୍ତଙ୍କୁ ଜଣାଅଛି। 

ଆଉ ସେବେ ନିର୍ବାଚନରେ ବ୍ରହ୍ମପୁରରୁ ସାଂସଦ(Berhampur MP) ଭାବେ ଲଢି ବିଜୟୀ ହୋଇଥିଲେ ସିଦ୍ଧାନ୍ତ ମହାପାତ୍ର। ପରେ ୨୦୧୪ରେ ବି ଲୋକସଭା ନିର୍ବାଚନ ଲଢି ବିଜୟୀ ହୋଇଥିଲେ। ବିପ୍ଳବ ପାତ୍ର ଓ ସିଦ୍ଧାନ୍ତ ମହାପାତ୍ରଙ୍କ ମଧ୍ୟରେ ଏଠାରେ ଦମଦାର ଲଢେଇ ହେବ ବୋଲି ଚର୍ଚ୍ଚା ହେଉଛି। ୨୦୧୯ ନିର୍ବାଚନରେ ସୂର୍ଯ୍ୟ ପାତ୍ରଙ୍କ ବିରୋଧରେ ଦିଗପହଣ୍ଡି ଆସନରେ ଅଭିନେତ୍ରୀ ପିଙ୍କି ପ୍ରଧାନଙ୍କୁ ବିଜେପି ପ୍ରାର୍ଥୀ କରିଥିଲା। ହେଲେ ପିଙ୍କି ପ୍ରଧାନ ଏଠାରେ ୪୦ହଜାରରୁ ଅଧିକ ଭୋଟରେ ପରାଜିତ ହୋଇଥିଲେ। ଯାହା ଫଳରେ ଏଥର ଦିଗପହଣ୍ଡିରେ ବିପ୍ଳବ ପାତ୍ର ଓ ସିଦ୍ଧାନ୍ତ ମହାପାତ୍ରଙ୍କ ମଧ୍ୟରେ ଟକ୍କର ହେବାକୁ ଯାଉଛି। 

Read More
{}{}