Hindi News >>Home >>Odisha Trending

Odisha News: ସ୍କୁଲ ପିଲାଙ୍କୁ ବ୍ୟାଗ ବଣ୍ଟନ, ଭବିଷ୍ୟତରେ ୨୫୦୦ ସ୍କୁଲରେ ବ୍ୟାଗ ବାଣ୍ଟିବାକୁ ଲକ୍ଷ୍ୟ ଧାର୍ଯ୍ୟ

ଛତ୍ରପୁର:  ସ୍ଥାନୀୟ ଆର୍ଯ୍ୟପଲ୍ଲୀ ପଞ୍ଚାୟତସ୍ଥିତ ଆର୍ଯ୍ୟପଲ୍ଲୀ ଉଚ୍ଚ ବିଦ୍ୟାଳୟରେ ଆଜି ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀମାନଙ୍କୁ ଆଦାନୀ ଫାଉଣ୍ଡେସନ ପକ୍ଷରୁ ସ୍କୁଲ ବ୍ୟାଗ ବଣ୍ଟନ କରାଯାଇଛି। ପ୍ରଥମ ପର୍ଯାୟରେ ଆର୍ଯ୍ୟପଲ୍ଲୀ ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ଏହି ସ୍କୁଲ ବ୍ୟାଗ ବଣ୍ଟନ କରାଯାଇଛି। ଆ

Advertisement
Odisha News: ସ୍କୁଲ ପିଲାଙ୍କୁ ବ୍ୟାଗ ବଣ୍ଟନ, ଭବିଷ୍ୟତରେ ୨୫୦୦ ସ୍କୁଲରେ ବ୍ୟାଗ ବାଣ୍ଟିବାକୁ ଲକ୍ଷ୍ୟ ଧାର୍ଯ୍ୟ
Prabhudatta Moharana|Updated: Dec 11, 2024, 04:07 PM IST
Share

Odisha News: ଛତ୍ରପୁର:  ସ୍ଥାନୀୟ ଆର୍ଯ୍ୟପଲ୍ଲୀ ପଞ୍ଚାୟତସ୍ଥିତ ଆର୍ଯ୍ୟପଲ୍ଲୀ ଉଚ୍ଚ ବିଦ୍ୟାଳୟରେ ଆଜି ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀମାନଙ୍କୁ ଆଦାନୀ ଫାଉଣ୍ଡେସନ ପକ୍ଷରୁ ସ୍କୁଲ ବ୍ୟାଗ ବଣ୍ଟନ କରାଯାଇଛି। ପ୍ରଥମ ପର୍ଯାୟରେ ଆର୍ଯ୍ୟପଲ୍ଲୀ ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ଏହି ସ୍କୁଲ ବ୍ୟାଗ ବଣ୍ଟନ କରାଯାଇଛି। ଆଗାମୀ ଦିନରେ ପର୍ଯାୟକ୍ରମେ ଆର୍ଯ୍ୟପଲ୍ଲୀ ପ୍ରାଥମିକ ଉଚ୍ଚ ବିଦ୍ୟାଳୟ, ସାନଆର୍ଯ୍ୟପଲ୍ଲୀ ଓ ସେବାଶ୍ରମ ବିଦ୍ୟାଳୟ ଏବଂ ଗୋପାଳପୁର ବନ୍ଦରର ପାର୍ଶ୍ବବର୍ତ୍ତୀ ଗ୍ରାମର ବିଭିନ୍ନ ବିଦ୍ୟାଳୟରେ ଆଦାନୀ ଫାଉଣ୍ଡେସନ ପକ୍ଷରୁ ଏହି କାର୍ଯ୍ୟକ୍ରମ ଆୟୋଜନର ଲକ୍ଷ ରଖାଯାଇଛି।  ଆଦାନୀ ଗୃପର କର୍ପୋରେଟ ସାମାଜିକ ଦାୟିତ୍ୱବୋଧ କାର୍ଯ୍ୟକ୍ରମକୁ ସାରା ଭାରତ ବର୍ଷରେ ଆଦାନୀ ଫାଉଣ୍ଡେସନ ଦ୍ବାରା ପରିଚାଳିତ କରାଯାଏ। 

ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଗୋପାଳପୁର ବନ୍ଦରର ବିଜନେସ ମୁଖ୍ୟ ସନ୍ଦୀପ ଜୟଶ୍ଵାଲ କହିଥିଲେ ଯେ ଗତ ସେପ୍ଟେମ୍ବର ମାସରେ ଆଦାନୀ ପୋର୍ଟ୍ସ ଏବଂ ସ୍ବତନ୍ତ୍ର ଅର୍ଥନୈତିକ ଶାଖା, ଗୋପାଳପୁର ବନ୍ଦରର 95% ଅଂଶଧନ ଅଧିଗ୍ରହଣ କରିଛି। ଓଡ଼ିଶା କ୍ୟାବିନେଟ ଏହି ପ୍ରସ୍ତାବକୁ  ଅନୁମୋଦନ କରିଛି। ଅଧିଗ୍ରହଣ କରିବାର ମାତ୍ର ୨ ମାସ ମଧ୍ୟରେ ଆଦାନୀ ଫାଉଣ୍ଡେସନ ପକ୍ଷରୁ ଏହି କାର୍ଯ୍ୟକ୍ରମକୁ ଆୟୋଜନ କରାଯାଇଛି ବୋଲି କହିଥିଲେ।

ଏହି ଅବସରରେ ଛତ୍ରପୁର ତହସିଲଦାର ଦିବ୍ୟା ମହାନ୍ତି,  ଆର୍ଯ୍ୟପଲ୍ଲୀ ପଞ୍ଚାୟତ ସରପଞ୍ଚ ତ୍ରିନାଥ ବେହେରା,  ଆର୍ଯ୍ୟପଲ୍ଲୀ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷୟତ୍ରୀ ରାଜଲକ୍ଷ୍ମୀ ସାମନ୍ତରା, ଆର୍ୟପଲ୍ଲୀ ଉଚ୍ଚ ବିଦ୍ୟାଳୟ ସଭାପତି କେ ଆଲେୟା ଏବଂ ବହୁ ସ୍ଥାନୀୟ ବୁଦ୍ଧିଜୀବୀ ଓ ନେତୃବୃନ୍ଦ ଉପସ୍ଥିତ ଥିଲେ। ଗ୍ରାମର ସରପଞ୍ଚ ତଥା ଅନ୍ୟାନ୍ୟ ନେତୃବୃନ୍ଦ ଏବଂ ବୁଦ୍ଧିଜୀବୀ ଆଦାନୀ ଗୋପାଳପୁର ବନ୍ଦରର ସାମାଜିକ ଦାୟିତ୍ୱବୋଧ କାର୍ଯ୍ୟକ୍ରମକୁ ପ୍ରଶଂସା କରିବା ସହ ଏହି କାର୍ଯ୍ୟକ୍ରମକୁ ଅଧିକରୁ ଅଧିକ ଆୟୋଜନ କରିବା ପାଇଁ ଅନୁରୋଧ କରିଥିଲେ। ଆଦାନୀ ଗୋପାଳପୁର ପୋର୍ଟ ର ସିଏସଆର ବିଭାଗ କର୍ମକର୍ତ୍ତା ପରିଚାଳନା କରିଥିଲେ।  

Read More
{}{}