Hindi News >>Home >>Odisha Trending

HDFC ବ୍ୟାଙ୍କରେ ଆପଣଙ୍କର ଆକାଉଣ୍ଟ ଅଛି କି ? ଜୁଲାଇ ୧ରୁ ଲାଗୁ ହେବ ଏହି ନିୟମ...

ଗ୍ରାହକଙ୍କ ପାଇଁ ଏକ ବଡ଼ ଖବର ।  ଯଦି ଆପଣଙ୍କର ମଧ୍ୟ ଏହି ବ୍ୟାଙ୍କରେ ଆକାଉଣ୍ଟ (Account) ଅଛି, ତେବେ ଏହି ଖବର ଜାଣିବା ଆପଣଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ବାସ୍ତବରେ, HDFC ବ୍ୟାଙ୍କ ଓ HDFC ଲିମିଟେଡର ମିଶ୍ରଣ ତାରିଖ ସାମ୍ନାକୁ ଆସିଛି । ଏହା ଆସନ୍ତା ମାସ ୧ ଜୁଲାଇ ୨୦୨୩ ଠାରୁ କାର୍ଯ୍ୟକାରୀ ହେବ । ମଙ୍ଗଳବାର ଏଚଡିଏଫସି ଗ୍ରୁପ୍

Advertisement
HDFC ବ୍ୟାଙ୍କରେ ଆପଣଙ୍କର ଆକାଉଣ୍ଟ ଅଛି କି ? ଜୁଲାଇ ୧ରୁ ଲାଗୁ ହେବ ଏହି ନିୟମ...
Soubhagya Ranjan Mishra|Updated: Jun 27, 2023, 09:18 PM IST
Share

HDFC Bank: ଗ୍ରାହକଙ୍କ ପାଇଁ ଏକ ବଡ଼ ଖବର ।  ଯଦି ଆପଣଙ୍କର ମଧ୍ୟ ଏହି ବ୍ୟାଙ୍କରେ ଆକାଉଣ୍ଟ (Account) ଅଛି, ତେବେ ଏହି ଖବର ଜାଣିବା ଆପଣଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ବାସ୍ତବରେ, HDFC ବ୍ୟାଙ୍କ ଓ HDFC ଲିମିଟେଡର ମିଶ୍ରଣ ତାରିଖ ସାମ୍ନାକୁ ଆସିଛି । ଏହା ଆସନ୍ତା ମାସ ୧ ଜୁଲାଇ ୨୦୨୩ ଠାରୁ କାର୍ଯ୍ୟକାରୀ ହେବ । ମଙ୍ଗଳବାର ଏଚଡିଏଫସି ଗ୍ରୁପ୍‌ର ଚେୟାରମ୍ୟାନ୍ ଦୀପକ ପାରେଖ (Group Chairman Deepak Parekh) ଏହି ଘୋଷଣା କରିଛନ୍ତି ।

ଜୁଲାଇ ୧୩ ରୁ ଷ୍ଟକ୍ ତାଲିକା କାର୍ଯ୍ୟକାରୀ ହେବ

ମିଶ୍ରଣକୁ ଅନୁମୋଦନ ଦେବା ପାଇଁ ଜୁନ୍ ୩୦ ରେ ବଜାର ବନ୍ଦ ହେବା ପରେ HDFC ବ୍ୟାଙ୍କ ଏବଂ HDFC ର ବୋର୍ଡ ବୈଠକ ହେବ ବୋଲି HDFC ଗ୍ରୁପ୍ ଚେୟାରମ୍ୟାନ୍ ଦୀପକ ପାରେଖ କହିଛନ୍ତି। ଗୋଷ୍ଠୀର ଉପାଧ୍ୟକ୍ଷ ତଥା ସିଇଓ କେକି ମିଷ୍ଟ୍ରିଙ୍କ ଅନୁଯାୟୀ, ଜୁଲାଇ ୧୩, ୨୦୨୩ ରୁ HDFC ଷ୍ଟକ୍ ତାଲିକା କାର୍ଯ୍ୟକାରୀ ହେବ। ଏହାର ଅର୍ଥ ହେଉଛି ଯେ ଜୁଲାଇ ୧୩ ରେ, ଗୋଷ୍ଠୀର ହାଉସିଂ ଫାଇନାନ୍ସ ଫର୍ମର ସେୟାରଗୁଡିକ ଷ୍ଟକ୍ ଏକ୍ସଚେଞ୍ଜରୁ ହଟାଇ ଦିଆଯିବ ।

ଜୁନ୍ ୩୦ ରେ ଉଭୟ କମ୍ପାନୀର ବୋର୍ଡ ବୈଠକ ବସିବ

HDFC ବ୍ୟାଙ୍କ ଏବଂ HDFC ଲିମିଟେଡର ମିଶ୍ରଣ ପରେ HDFC ବ୍ୟାଙ୍କ ଦୁନିଆର ୫ମ ମୂଲ୍ୟବାନ ବ୍ୟାଙ୍କ ହେବ । ଏପ୍ରିଲ୍ ୨୦୨୩ ସୁଦ୍ଧା, HDFC ବ୍ୟାଙ୍କ ବିଶ୍ବର ବଜାର କ୍ୟାପ୍ ଦୃଷ୍ଟିରୁ ୧୧ ନମ୍ବରରେ ଥିଲା । ବିଜନେସ୍ ଟୁଡେ ରିପୋର୍ଟ ଅନୁଯାୟୀ, HDFC ଚେୟାରମ୍ୟାନ୍ ଦୀପକ ପାରିଖ କହିଛନ୍ତି, ଉଭୟ କମ୍ପାନୀର ବୋର୍ଡ ବୈଠକ ଜୁନ୍ ୩୦ ରେ ବସିବ।

ଜନସାଧାରଣ ଅଂଶୀଦାରର ୧୦୦% ଅଂଶଧନ ରହିବ 

HDFC ବ୍ୟାଙ୍କ ଗତ ବର୍ଷ ୪  ଏପ୍ରିଲ ୨୦୨୨ ରେ HDFC ଲିମିଟେଡ୍ ହାସଲ କରିବାକୁ ସମ୍ମତି ଜଣାଇଥିଲା। ଏହି ଡିଲ୍ ର ମୂଲ୍ୟ ପ୍ରାୟ ୪୦ ବିଲିୟନ ଡଲାର। ପ୍ରସ୍ତାବିତ ସଂସ୍ଥାର  ମିଳିତ ସମ୍ପତ୍ତି ଆଧାର ପ୍ରାୟ ୧୮ ଲକ୍ଷ କୋଟି ଟଙ୍କା ହେବ। ଏହା ପରେ, HDFC ବ୍ୟାଙ୍କରେ ୧୦୦ ପ୍ରତିଶତ ଅଂଶଧନ ସାର୍ବଜନୀନ ଅଂଶୀଦାରନଙ୍କର ହେବଓ HDFC ବ୍ୟାଙ୍କର ବର୍ତ୍ତମାନର ଅଂଶୀଦାରମାଙ୍କ ପାଖରେ ବ୍ୟାଙ୍କର ୪୧ ପ୍ରତିଶତ ଅଂଶଧନ ରହିବ ।  HDFC ଲିମିଟେଡର ପ୍ରତ୍ୟେକ ଅଂଶୀଦାର ନିଜର ପ୍ରତ୍ୟେକ ୨୫ ଟି ସେୟାର ପାଇଁ HDFC ବ୍ୟାଙ୍କପକ୍ଷରୁ ୪୨ ଟି ସେୟାର ପାଇବେ ।

HDFC ବ୍ୟାଙ୍କ ଓ HDFC ର ମିଶ୍ରଣ ଦ୍ୱାରା ଗଠିତ ସଂସ୍ଥାର ବାଲାନ୍ସ ସିଟ୍ ମଧ୍ୟ ବଢ଼ିବ, ଯେଉଁ କାରଣରୁ ବଜାରରେ ଏହାର ସ୍ଥିତି ଆହୁରି ବୃଦ୍ଧି ପାଇବ । ଏହି ମିଶ୍ରଣ HDFC ଲିମିଟେଡ୍ ପାଇଁ ଅଧିକ ଲାଭଦାୟକ ପ୍ରମାଣିତ ହୋଇପାରେ, କାରଣ ଏହାର ବ୍ୟବସାୟ ବେଶି ଲାଭଦାୟକ ନଥିଲା। ଏଥି ସହିତ, HDFC ବ୍ୟାଙ୍କର ଋଣ ପୋର୍ଟଫୋଲିଓ ମଜବୁତ ହେବ ।

ଉଭୟ କମ୍ପାନୀର ସେୟାରରେ ବୃଦ୍ଧି

କର୍ମଚାରୀଙ୍କ ଉପରେ ଏହାର ପ୍ରଭାବ ସମ୍ପର୍କରେ ଚେୟାରମ୍ୟାନ୍ ଦୀପକ ପାରିଖ କହିଛନ୍ତି ଯେ ୬୦ ବର୍ଷରୁ କମ୍ ପ୍ରତ୍ୟେକ କର୍ମଚାରୀ ଏଥିରେ ସାମିଲ ହେବେ ଓ ସେମାନଙ୍କ ଦରମା ଆଦୌ କଟିବ ନାହିଁ। HDFC ବ୍ୟାଙ୍କଙ୍କୁ ଆମ ଲୋକଙ୍କ ଆବଶ୍ୟକ ପଡ଼ିବ । ମିଶ୍ରଣ ସହ ଜଡିତ ଏହି ଘୋଷଣା ପରେ ଉଭୟ କମ୍ପାନୀର ସେୟାର (Share) ପ୍ରାୟ ୨  ପ୍ରତିଶତ ବୃଦ୍ଧି ପାଇଛି। ପ୍ରକାଶ ଥାଉକି, ସେୟାର ମାର୍କେଟରେ କାରବାର ଶେଷ ହେବା ପରେ Housing Development Finance Crpratn (HDFC) Ltd ର ସେୟାର ୨,୭୬୧.୬୦ ଟଙ୍କାରେ ୧.୩୩ ପ୍ରତିଶତ ବୃଦ୍ଧି ପାଇଥିବାବେଳେ HDFC ବ୍ୟାଙ୍କ ଲିମିଟେଡର ୧.୩୯ ପ୍ରତିଶତ ବୃଦ୍ଧି ପାଇ ୧,୬୫୮.୨୫ ରେ ଅଟକି ଥିଲା।

Also read- ଚଳନ୍ତା ଟ୍ରେନରେ ଗୁପୁଚୁପ୍ ବେପାର: ଭିଡିଓ ଭାଇରାଲ୍ ପରେ...

Read More
{}{}