Hindi News >>Home >>Odisha Trending

Doda Encounter: ଡୋଡାରେ ଆତଙ୍ଗୀ ଗୁଳିରେ ୯ ଯବାନ ସହିଦ

ନୂଆଦିଲ୍ଲୀ: ଜାମ୍ମୁର ଡୋଡାଠାରେ ଆତଙ୍କବାଦୀଙ୍କ ଗୁଳିରେ ଜଣେ ପୋଲିସ କର୍ମୀଙ୍କ ମୃତ୍ୟୁ ହୋଇଥିବାର ଖବର ସାମ୍ନାକୁ ଆସିଛି। ଏହି ଏନକାଉଣ୍ଟରରେ ଭାରତୀୟ ଯବାନଙ୍କର ଜଣେ କ୍ୟାପଟେନଙ୍କ ସହିତ ମୋଟ ୯ ଜଣ ସୁରକ୍ଷା କର୍ମୀ ଶହୀଦ ହୋଇଛନ୍ତି। ୧୫ ଓ ୧୬ ଜୁଲାଇ ରାତିରେ ଘଟିଥିବା ଏନକାଉଣ୍ଟରରେ ଜଣେ ପୋଲିସ କର୍ମଚାରୀଙ୍କ ସମେତ ପାଞ୍ଚଜଣ ସୁରକ୍ଷା କର୍ମୀ

Advertisement
Doda Encounter: ଡୋଡାରେ ଆତଙ୍ଗୀ ଗୁଳିରେ ୯ ଯବାନ ସହିଦ
Prabhudatta Moharana|Updated: Jul 16, 2024, 05:59 PM IST
Share

Doda Encounter: ନୂଆଦିଲ୍ଲୀ: ଜାମ୍ମୁର ଡୋଡାଠାରେ ଆତଙ୍କବାଦୀଙ୍କ ଗୁଳିରେ ଜଣେ ପୋଲିସ କର୍ମୀଙ୍କ ମୃତ୍ୟୁ ହୋଇଥିବାର ଖବର ସାମ୍ନାକୁ ଆସିଛି। ଏହି ଏନକାଉଣ୍ଟରରେ ଭାରତୀୟ ଯବାନଙ୍କର ଜଣେ କ୍ୟାପଟେନଙ୍କ ସହିତ ମୋଟ ୯ ଜଣ ସୁରକ୍ଷା କର୍ମୀ ଶହୀଦ ହୋଇଛନ୍ତି। ୧୫ ଓ ୧୬ ଜୁଲାଇ ରାତିରେ ଘଟିଥିବା ଏନକାଉଣ୍ଟରରେ ଜଣେ ପୋଲିସ କର୍ମଚାରୀଙ୍କ ସମେତ ପାଞ୍ଚଜଣ ସୁରକ୍ଷା କର୍ମୀ ଗୁରୁତର ଆହତ ହୋଇଥିବା ଜଣାଯାଇଛି। ଅଧିକାରୀମାନେ କହିଛନ୍ତି କି ରାଷ୍ଟ୍ରୀୟ ରାଇଫଲ ଓ ପୋଲିସର ସ୍ପେଶାଲ ଅପରେସନ ଗୃପର ଯବାନ ମାନେ ସୋମବାର ସନ୍ଧ୍ୟା ପ୍ରାୟ ୭ଟା ୪୫ ମିନିଟରେ ଉରାରବାଦୀରେ ଘେରାବନ୍ଦି କରିବା ସହିତ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ। 

ଏହା ପରେଆତଙ୍କବାଦୀ ଓ ସୁରକ୍ଷା କର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ପ୍ରାୟ ୨୦ ମିନିଟ ଧରି ଚାଲିଥିବା ଏହି ଗୁଳିବିନିମୟରେ ଜଣେ ବରିଷ୍ଠ ଅଧିକାରୀଙ୍କ ସମେତ ୪ ଯବାନ ଗୁରୁତର ଭାବେ ଆହତ ହୋଇଥିଲେ ବୋଲି ଜଣେ ବରିଷ୍ଠ ଅଧିକାରୀ ସୂଚନା ପ୍ରଦାନ କରିଥିଲେ। ସେ ଆହୁର ମଧ୍ୟ କହିଥିଲେ କି  ଡୋଡା ହେଉଛି ପାହାଡି ଜିଲ୍ଲା ମଧ୍ୟରୁ ଗୋଟିଏ। ଏଠାରେ ଗୁରିଲା ଆତଙ୍କୀ ଗୋଷ୍ଠୀଙ୍କ ସହିତ ସୁରକ୍ଷା କର୍ମୀଙ୍କ ଗୁଳି ବିନିମୟ ହୋଇଥିଲା। ଆତଙ୍କବାଦୀଙ୍କ ସହିତ ଲଢିବା ପ୍ରସଙ୍ଗରେ ପ୍ରତିରକ୍ଷା ଓ ଗୃହମନ୍ତ୍ରଣାଳୟ ବୈଠକ କରିଛନ୍ତି। ସିଆରପିଏଫର ଯବାନ ମାନେ ମଧ୍ୟ ଏଠାକୁ ଆସୁଛନ୍ତି। 

 

Read More
{}{}