Hindi News >>Home >>Odisha Trending

କାଳବୈଶାଖୀ ବଦଳାଇଲା ହେଲିକପ୍ଟର ଦିଗ, ରାଜଧାନୀ ବଦଳରେ ଝାରସୁଗୁଡାରେ ଓହ୍ଲାଇଲେ ନବୀନ

CM Naveen Patnaik: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଖଡିଆଳରୁ କାର୍ଯ୍ୟକ୍ରମ ସାରି ଭୁବନେଶ୍ୱର ଫେରିବା ସମୟରେ କାଳବୈଶାଖୀ ବର୍ଷା ପବନର ଶିକାର ହୋଇଥିଲେ । ଫଳରେ ବସିଥିବା ହେଲିକପ୍ଟରଟି ରାଜଧାନୀରେ ଅବତରଣ କରିନପାରି ଝାରସୁଗୁଡା ଅଭିମୁଖେ ଯାଇଥିବା ସୂଚନା ମିଳିଛି ।

Advertisement
କାଳବୈଶାଖୀ ବଦଳାଇଲା ହେଲିକପ୍ଟର ଦିଗ, ରାଜଧାନୀ ବଦଳରେ ଝାରସୁଗୁଡାରେ ଓହ୍ଲାଇଲେ ନବୀନ
Soubhagya Ranjan Mishra|Updated: May 06, 2024, 05:00 PM IST
Share

Weather Update: ଆଜି ଅନେକ ସ୍ଥାନରେ ଗରମରୁ ଆଶ୍ୱସ୍ତି ଦେଇଛି କାଳବୈଶାଖୀ । ଅପରାହ୍ମ ସମୟରେ ଆକାଶରେ କଳାହାଣ୍ଡିଆ ବାଦଲ ଚାହୁଁ ଚାହୁଁ ଆସି ବର୍ଷିଥିଲା ବର୍ଷା । ଏବେ ମଧ୍ୟ ରାଜ୍ୟର ଅନେକ ଜିଲ୍ଲାରେ ମେଘୁଆ ପାଗ ଦେଖିବାକୁ ମିଳିଛି । ବିଶେଷକରି ରାଜଧାନୀ ଭୁବନେଶ୍ୱର ସମେତ ପୁରୀ, ନୟାଗଡ଼, ଗଞ୍ଜାମରେ ବର୍ଷା କାଳବୈଶାଖୀ ବର୍ଷା ହୋଇଛି । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଖଡିଆଳରୁ କାର୍ଯ୍ୟକ୍ରମ ସାରି ଭୁବନେଶ୍ୱର ଫେରିବା ସମୟରେ କାଳବୈଶାଖୀ ବର୍ଷା ପବନର ଶିକାର ହୋଇଥିଲେ । ଫଳରେ ବସିଥିବା ହେଲିକପ୍ଟରଟି ରାଜଧାନୀରେ ଅବତରଣ କରିନପାରି ଝାରସୁଗୁଡା ଅଭିମୁଖେ ଯାଇଥିବା ସୂଚନା ମିଳିଛି ।

ଅନ୍ୟପଟେ, ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବା ନେଇ ଭୁବନେଶ୍ବର ଆଞ୍ଚଳିକ ପାଣିପାଗ  ବିଭାଗର ସତର୍କ ସୂଚନା ଜାରି କରିଥିଲା । ଗଞ୍ଜାମ, ଖୋର୍ଦ୍ଧା, ପୁରୀ ଓ ନୟାଗଡ଼କୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଥିଲା । ପାଣିପାଗର ସୂଚନା ଅନୁଯାୟୀ, ଆସନ୍ତାକାଲି ଅର୍ଥାତ (ମଙ୍ଗଳବାର) ୭ ତାରିଖ ପରଠାରୁ ବର୍ଷାର ପରିମାଣ ବଢିପାରେ। ଏବଂ ୮ ତାରିଖରେ ରାଜ୍ୟର ବିଭିନ୍ନ ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ପବନ ନେଇ କିଛି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।ସମ୍ଭାବ୍ୟ ପରିସ୍ଥିତିକୁ ନଜରରେ ରଖି ୮ ତାରିଖ ଯାଏ ମତ୍ସ୍ୟଜୀବୀଙ୍କ ସମୁଦ୍ରକୁ ଯିବାକୁ ବାରଣ କରାଯାଇଛି। ଆଗାମୀ ମେ ୬ ରୁ ୮ ତାରିଖ ମଧ୍ୟରେ ଉତ୍ତର ଉପକୂଳ ଓଡିଶା-ପାର୍ଶ୍ଵବର୍ତ୍ତୀ ପଶ୍ଚିମବଙ୍ଗ ଉପକୂଳ ଅଞ୍ଚଳରେ ପବନର ବେଗ ୪୦ ରୁ ୫୦ କିମି ବେଗରେ ରହିବାର ସମ୍ଭାବନା ଥିବାରୁ ସାମୁଦ୍ରିକ ସ୍ଥିତି ଅଶାନ୍ତରୁ ଅତ୍ୟଧିକ ଅଶାନ୍ତ ରହିବାର ସମ୍ଭାବନା ରହିଛି।

୧୫ ଏପ୍ରିଲରୁ (ମେ ୫)  ତାରିଖ ପର୍ଯ୍ୟନ୍ତ ଅର୍ଥାତ ଗତ ୨୧ ଦିନ ଧରି ରାଜ୍ୟରେ ଲଗାତାର ଭାବେ ଗ୍ରୀଷ୍ମ ପ୍ରବାହ ଲାଗିରହିଛି। ଗତାକାଲି ବଲାଙ୍ଗୀର, ନୟାଗଡ, ନୂଆପଡା, ଗଞ୍ଜାମ, ମୟୁରଭଞ୍ଜ, କେନ୍ଦୁଝର ଏବଂ ବୌଦ୍ଧ ଜିଲ୍ଲାରେ ଅଧିକ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହୋଇଛି । ରବିବାର ରାଜ୍ୟର ସବୁଠୁ ଉତ୍ତପ୍ତ ସହର ଥିଲା ଟିଟିଲାଗଡ। ଟିଟିଲାଗଡ ସହର ତାପାମାତ୍ରା ୪୫ଡ଼ିଗ୍ରୀ ରେକର୍ଡ଼ କରାଯାଇଛି। ଏହାସହ ୨୬ ସହର ତାପମାତ୍ରା ୪୦ଡ଼ିଗ୍ରୀ ଉପରେ ଥିବା ବେଳେ ୪୦ଡ଼ିଗ୍ରୀ ତଳେ ଟ୍ୱିନ ସିଟି ତାତି ରହିଥିଲା।

Also Read- Budh Shukra Yuti 2024: ବୁଧ ଏବଂ ଶୁକ୍ରଙ୍କ ମିଳନ କାରଣରୁ ୫ ରାଶିକୁ ବଡ଼ ପ୍ରଭାବ

Also Read- Jio Recharge Plan: ଜିଓର ଜବରଦସ୍ତ ରିଚାର୍ଜ ପ୍ଲାନ, ମାତ୍ର ୨୯ ଟଙ୍କାରେ ବଡ଼ ଲାଭ

Read More
{}{}