Home >>Odisha Trending

ED Arrested Kavitha: ବାସଭବନ ଚଢାଉ ପରେ ଇଡ଼ି ଦ୍ୱାରା ଗିରଫ ହେଲେ କବିତା

K Kavitha Arrest News: ବୁଧବାର ପୂର୍ବତନ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ରଶେଖର ରାଓଙ୍କ ଝିଅ କେ.କବିତାଙ୍କୁ ଗିରଫ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ମାର୍ଚ୍ଚ ୧୫ ତାରିଖ ବୁଧବାର ହାଇଦ୍ରାବାଦ ସ୍ଥିତ ତାଙ୍କ ଘରେ ଚଢାଇ କରିଥିଲା ଇଡ଼ି ଟିମ୍। 

Advertisement
 ED Arrested Kavitha:  ବାସଭବନ ଚଢାଉ ପରେ ଇଡ଼ି ଦ୍ୱାରା ଗିରଫ ହେଲେ କବିତା
Zee Odisha Desk|Updated: Mar 15, 2024, 08:16 PM IST
Share

KCR Daughter Kavitha Arrest: ପୂର୍ବତନ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ରଶେଖର ରାଓଙ୍କ ଝିଅ କେ.କବିତାଙ୍କୁ ଗିରଫ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ଗିରଫ ପୂର୍ବରୁ ମାର୍ଚ୍ଚ ୧୫ ତାରିଖ ବୁଧବାର ହାଇଦ୍ରାବାଦ ସ୍ଥିତ ତାଙ୍କ ଘରେ ଚଢାଇ କରିଥିଲା ଇଡ଼ି ଟିମ୍। ଗିରଫ କରିବା ପରେ ଇଡି ଟିମ୍ କବିତାଙ୍କୁ ଦିଲ୍ଲୀ ଆଣୁଛି। ଶୁକ୍ରବାର ହାଇଦ୍ରାବାଦ ସ୍ଥିତ ତାଙ୍କ ବାସଭବନରେ ଇଡ଼଼ି ଟିମ୍ ଚଢାଉ କରିବା ସମୟରେ ଆୟକର ବିଭାଗ ଅଧିକାରୀ ମଧ୍ୟ ଉପସ୍ଥିତ ଥିଲେ। କେବଳ ସେତିକି ନୁହେଁ ଚଢାଉ ବେଳେ ଭାରୀ ମାତ୍ରାରେ ପୋଲିସ ପୋଲିସ ବଳ କେନ୍ଦ୍ରୀୟ ଏଜେନ୍ସି ସହ ଉପସ୍ଥିତ ରହିଥିଲେ।

'ସାଉଥ୍ ଗ୍ରୁପ୍' ସହିତ ଜଡିତ ରହିଥିବାର ହୋଇଛି ଅଭିଯୋଗ
ଶୁକ୍ରବାର ହୋଇଥିବା ଚଢାଉ ପୂର୍ବରୁ ଇଡ଼ି ପକ୍ଷରୁ ସମନ ଜାରି କରାଯିବା ସତ୍ତ୍ୱେ ହାଜର ହୋଇନଥିଲେ କବିତା। ଏହା ପୂର୍ବରୁ ଦିଲ୍ଲୀ ଅବକାରୀ ନୀତି ସମ୍ପର୍କିତ ମମଲାରେ ଇଡି ମଧ୍ୟ କବିତାଙ୍କୁ ଜେରା କରିଥିଲା। ଇଡି ଦାବି କରିଛି ଯେ ଗତ ୨୦୨୧-୨୨ ବର୍ଷ ପାଇଁ ଦିଲ୍ଲୀ ଅବକାରୀ ନୀତିରେ ଏକ ବଡ଼ ଭୂମିକା ଗ୍ରହଣ କରିବାକୁ ଚେଷ୍ଟା କରୁଥିବା ମଦ ବ୍ୟବସାୟୀଙ୍କ ଲବି 'ସାଉଥ୍ ଗ୍ରୁପ୍' ସହ କବିତା ଯୋଡ଼ି ହୋଇଥିଲେ।

ଆମ ଆଦମୀ ପାର୍ଟି ନେତାଙ୍କ ସହ ଯୋଗାଯୋଗରେ ରହିଥିଲେ କବିତା 
ଗତ ବର୍ଷ ଆମ ଆଦମୀ ପାର୍ଟି ଯୋଗାଯୋଗ ବିଭାଗ ମୁଖ୍ୟ ବିଜୟ ନାୟାରଙ୍କ ସହ ରହିଥିବା କଥିତ ସମ୍ପର୍କ ମାମଲାରେ ଇଡି ପ୍ରଥମ ଥର ପାଇଁ କବିତାଙ୍କୁ ସମନ ଜାରି କରିଥିଲା। କବିତା, ବିଜୟ ନାୟାରଙ୍କ ସହ ନିରନ୍ତର ଯୋଗାଯୋଗରେ ରହିଥିବାର ଅଭିଯୋଗ ହୋଇଛି। ନୀତି ପ୍ରଣୟନ ଏବଂ କାର୍ଯ୍ୟାନ୍ୱୟନ ସମୟରେ ବିଜୟ ନାୟାର ମଦ ଶିଳ୍ପ ବ୍ୟବସାୟୀ ତଥା ରାଜନେତାଙ୍କ ସହ ଜଡିତ ରହିଥିଲେ। ଦିଲ୍ଲୀ ମଦ ନୀତିରେ କଥିତ ଠକେଇ ଅଭିଯୋଗରେ ବିଜୟ ନାୟାରଙ୍କୁ ଗିରଫ କରିଥିଲା କେନ୍ଦ୍ରୀୟ ଏଜେନ୍ସି।

ଗିରଫ ହେଲେ କବିତାଙ୍କ ଚାଟାର୍ଟ ଆକାଉଣ୍ଟାଟ
ଏହାପୂର୍ବରୁ କବିତା ତାଙ୍କ ପୂର୍ବତନ ଚାର୍ଟାର୍ଡ ​​ଆକାଉଣ୍ଟାଣ୍ଟ ବୁଚିବାବୁ ଗୋରାଣ୍ଟଲା ଏବଂ ଅରୁଣ ରାମଚନ୍ଦ୍ର ପିଲ୍ଲାଇଙ୍କ ଲିଖିତ ବୟାନ ଜାରି କରିଥିଲେ। ଯେଉଁମାନେ ତାଙ୍କ ସମେତ ନାୟାର ଏବଂ ଅନ୍ୟମାନଙ୍କ ସହ ବିଭିନ୍ନ ସଭାରେ ଯୋଗ ଦେଇଥିଲେ। ବୁଚିବାବୁଙ୍କୁ ଫେବୃଆରୀ ମାସରେ କେନ୍ଦ୍ରୀୟ ଯାଞ୍ଚ ଏଜେନ୍ସି ଗିରଫ କରିଥିଲା। ସେହିପରି ଗତ ବର୍ଷ ମାର୍ଚ୍ଚ ମସାରେ ପିଲାଇଙ୍କୁ ଗିରଫ କରିଥିଲା ଇଡ଼ି। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟକୁ ଦେଇଥିବା ବୟାନରେ ବୁଚିବାବୁ ସ୍ୱୀକାର କରିଛନ୍ତି ଯେ କବିତାଙ୍କ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏବଂ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ସହ ରାଜନୈତିକ ସମ୍ବନ୍ଧ ରହିଛି। ବୁଚିବାବୁ ଏହା ମଧ୍ୟ ସ୍ୱୀକାର କରିଛନ୍ତି ଯେ ୨୦୨୧ ମାର୍ଚ୍ଚ ମାସରେ କବିତା ବିଜୟ ନାୟାରଙ୍କୁ ଭେଟିଥିଲେ।

ଦିଲ୍ଲୀ ଅବକାରୀ ନୀତିରେ କ'ଣ ହୋଇଛି ଦୁର୍ନୀତି?
ଗତ ୨୦୨୧ ନଭେମ୍ବର ୧୭ ତାରିଖରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ସରକାର ରାଜ୍ୟରେ ନୂତନ ମଦ ନୀତି କାର୍ଯ୍ୟକାରୀ କରିଥିଲେ। ଦିଲ୍ଲୀ ସରକାର ଯୁକ୍ତି କରିଥିଲେ ଯେ ମଦ ନୀତି ରାଜସ୍ୱ ବୃଦ୍ଧି କରିବ ଏବଂ କଳା ବଜାରୀକୁ ମଧ୍ୟ ବନ୍ଦ କରିଦେବ। ଏହି ନୀତି ଗ୍ରାହକଙ୍କ ପାଇଁ ମଧ୍ୟ ଲାଭଦାୟକ ହେବ। ହେଲେ ଦିଲ୍ଲୀ ସରକାରଙ୍କ ମଦ ନୀତି ଖୁବ୍ ଶୀଘ୍ର ବିବାଦ ଭିତରକୁ ଚାଲିଯାଇଥିଲା। ଏଥିରେ ଦୁର୍ନୀତି ହୋଇଥିବାର ଅଭିଯୋଗ ହୋଇଥିଲା। ଏହି ନୀତି ବିବାଦୀୟ ହେବା ସହ ଏହାକୁ ନେଇ ଅଭିଯୋଗ ହେବା ପରେ ଦିଲ୍ଲୀ ସରକାର ଏହାକୁ ୨୦୨୨ ଜୁଲାଇ ୩୦ ତାରିଖରେ ପ୍ରତ୍ୟାହାର କରି ନେଇଥିଲେ।

ଏହି ଅଭିଯୋଗ ଉପରେ ଦିଲ୍ଲୀ ମୁଖ୍ୟ ଶାସନ ସଚିବ ନରେଶ କୁମାର ଉପରାଜ୍ୟପାଳ ବିନୟ କୁମାର ସାକ୍ସେନାଙ୍କୁ ଏକ ରିପୋର୍ଟ ଦେଇଥିଲେ। ଏନେଇ ଅଭିଯୋଗ ହୋଇଥିଲା ଯେ ମଦ ନୀତି ଭୁଲ ଭାବରେ ପ୍ରସ୍ତୁତ ହୋଇଥିଲା ଏବଂ ବ୍ୟବସାୟୀଙ୍କୁ ଅନୁଚିତ ଲାଭ ପହଞ୍ଚା ଯାଇଥିଲା। ଏହା ପରେ ଏହି ଘଟଣାରେ ସିବିଆଇ ତଦନ୍ତ ନିର୍ଦ୍ଦେଶ ଦିଆଯାଇଥିଲା। ଅବକାରୀ ନୀତିରେ ହୋଇଥିବା ମନି ଲଣ୍ଡରିଂ ସମ୍ପର୍କରେ ଅନୁସନ୍ଧାନ କରାଯାଉଛି। ଏହି ମାମଲାରେ ତଦନ୍ତକାରୀ ସଂସ୍ଥା ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ  ମନୀଷ ସିସୋଦିଆ ଏବଂ ଶାସକ ଦଳ ଆମ ଆଦମୀ ପାର୍ଟି ରାଜ୍ୟସଭା ସାଂସଦ ସଞ୍ଜୟ ସିଂହଙ୍କୁ ମଧ୍ୟ ଗିରଫ କରିଛି।

 

 

Read More
{}{}