Hindi News >>Home >>Odisha Trending

Ayodhya: ପୁଣି ଏୟାର ଇଣ୍ଡିଆ ବିମାନରେ ବୋମା ଆତଙ୍କ, ଅଯୋଧ୍ୟାରେ ଅବତରଣ

Ayodhya: ଏୟାର ଇଣ୍ଡିଆ ବିମାନରେ ବୋମା ବିସ୍ଫୋରଣ ଖବର ଆଲୋଡ଼ନ ସୃଷ୍ଟି କରିଛି। ବିମାନଟି ଅଯୋଧ୍ୟା ବିମାନବନ୍ଦରରେ ସୁରକ୍ଷିତ ଭାବେ ଅବତରଣ କରିଛି। ଉକ୍ତ ବିମାନରେ ୧୩୯ ଜଣ ଯାତ୍ରୀ ଥିଲେ।

Advertisement
Ayodhya: ପୁଣି ଏୟାର ଇଣ୍ଡିଆ ବିମାନରେ ବୋମା ଆତଙ୍କ, ଅଯୋଧ୍ୟାରେ ଅବତରଣ
Soubhagya Ranjan Mishra|Updated: Oct 15, 2024, 06:18 PM IST
Share

Ayodhya: ଏୟାର ଇଣ୍ଡିଆ ବିମାନରେ ବୋମା ଖବରକୁ ନେଇ ପୁଣି ଏକ ଆତଙ୍କ ଦେଖିବାକୁ ମିଳିଛି । ଏହି ସୂଚନା ପରେ ବିମାନଟି ଅଯୋଧ୍ୟା ବିମାନବନ୍ଦରରେ ସୁରକ୍ଷିତ ଭାବେ ଅବତରଣ କରିଛି। ଏହି ସମୟରେ ବିମାନରେ ୧୩୯ ଜଣ ଯାତ୍ରୀ ଥିଲେ।

ବୋମା ଥିବା ଖବର ପ୍ରଚାରିତ ହେବା ପରେ ବିମାନବନ୍ଦର କର୍ତ୍ତୃପକ୍ଷ ବିମାନର ଯାଞ୍ଚ ପାଇଁ ପୂର୍ବ ପ୍ରସ୍ତୁତି କରିଥିଲେ । ଏୟାର ଇଣ୍ଡିଆର ବିମାନ ଜୟପୁରରୁ ଉଡାଣ ଭରିଥିଲା । ଅଧିକାରୀଙ୍କ ନିର୍ଦ୍ଦେଶରେ ବିମାନଟି ଅଯୋଧ୍ୟା ବିମାନବନ୍ଦରରେ ଅବତରଣ କରିଛି। ଆପଣଙ୍କୁ କହିରଖୁଛୁ ଯେ, ୨୪ ଘଣ୍ଟା ମଧ୍ୟରେ ଏୟାର ଇଣ୍ଡିଆ ବିମାନରେ ଦ୍ୱିତୀୟ ବୋମା ଧମକ ଆସିଛି।

କମିଶନର, ଏସଏସପି ଏବଂ ଏସପି ସିଟି ସମେତ ସୁରକ୍ଷା ବିଭାଗର ଅଧିକାରୀମାନେ ଘଟଣାସ୍ଥଳରେ ତଦନ୍ତ କରୁଛନ୍ତି। ସିଏମଓ ଡକ୍ଟର ସଞ୍ଜୟ ଜେନା ମଧ୍ୟ ବିମାନ ବନ୍ଦରରେ ଉପସ୍ଥିତ ଅଛନ୍ତି ।

 

https://x.com/airindia/status/1846160318889914598?s=48

ସୂଚନାଯୋଗ୍ୟ, ଏହା ପୂର୍ବରୁ ମୁମ୍ବାଇରୁ ନ୍ୟୁୟର୍କ ଅଭିମୁଖେ ଯାଉଥିବା ଏୟାର ଇଣ୍ଡିଆ ବିମାନରେ ବୋମା ଥିବା ନେଇ ଧମକ ଆସିଥିଲା । ଏହି କାରଣରୁ ଦିଲ୍ଲୀ ବିମାନ ବନ୍ଦରରେ ବିମାନର ଜରୁରୀ ଅବତରଣ କରାଯାଇଥିଲା। ବର୍ତ୍ତମାନ ସୁରକ୍ଷାକର୍ମୀମାନେ ବିମାନ ଯାଞ୍ଚ କରିଥିଲେ । ବିମାନରେ ଉପସ୍ଥିତ ଥିବା ସମସ୍ତ ଯାତ୍ରୀ ଏବଂ କର୍ମଚାରୀଙ୍କୁ ସୁରକ୍ଷିତ ଭାବେ ସ୍ଥାନାନ୍ତର କରାଯାଇଥିଲା। ANI ରିପୋର୍ଟ ଅନୁଯାୟୀ, ଏୟାର ଇଣ୍ଡିଆ ପକ୍ଷରୁ କୁହାଯାଇଛି ଯେ, ଅକ୍ଟୋବର 14 ରେ ମୁମ୍ବାଇରୁ ଜେଏଫକେ ଅଭିମୁଖେ ଯାତ୍ରା କରୁଥିବା ବିମାନ AI119 ସରକାରଙ୍କ ସୁରକ୍ଷା ନିୟାମକ କମିଟିର ନିର୍ଦ୍ଦେଶ କ୍ରମେ ଦିଲ୍ଲୀକୁ ପଠାଯାଇଥିଲା। 

Also Read- Mangal Gochar 2024: ୫ ଦିନ ପରେ କର୍କଟରେ ମଙ୍ଗଳ ଚଳନ, ଜାଣନ୍ତୁ କେମିତି ରହିବ ଆପଣଙ୍କ ଭାଗ୍ୟ

Also Read- ମହାରାଷ୍ଟ୍ର, ଝାଡ଼ଖଣ୍ଡ ପାଇଁ ନିର୍ବାଚନ ତାରିଖ ଘୋଷଣା କଲେ ECI

Read More
{}{}