Hindi News >>Home >>Odisha Trending

EPFO ଦେଲା ଖୁସି ଖବର, ଫାଇଦାରେ ରହିବେ କୋଟି କୋଟି ଉପଭୋକ୍ତା

ନୂଆଦିଲ୍ଲୀ: କେନ୍ଦ୍ର ଶ୍ରମ ମନ୍ତ୍ରୀ ମନସୁଖ ମାଣ୍ଡଭିୟ ନିକଟରେ କର୍ମଚାରୀ ଜମା ସହିତ ଜଡ଼ିତ ଇନସୁରାନ୍ସ (EDLI) ଯୋଜନା ଅଧୀନରେ ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି। ଏହି ଯୋଜନା ଅଧୀନରେ, ସମସ୍ତ EPFO ​​ସଦସ୍ୟମାନେ ବର୍ତ୍ତମାନ ବର୍ଦ୍ଧିତ ବୀମା ସୁବିଧା ପାଇବେ। ଲାଗୁ ହୋଇଥିବା ନୂଆ ଯୋଜନା ଅନୁଯାୟୀ ୬ କୋଟିରୁ ଅଧିକ ଇପିଏଫଓ ଉପଭୋକ୍ତାଙ୍କୁ ୭ ଲକ୍ଷ ଟ

Advertisement
EPFO ଦେଲା ଖୁସି ଖବର, ଫାଇଦାରେ ରହିବେ କୋଟି କୋଟି ଉପଭୋକ୍ତା
Prabhudatta Moharana|Updated: Oct 19, 2024, 01:01 PM IST
Share

EPFO: ନୂଆଦିଲ୍ଲୀ: କେନ୍ଦ୍ର ଶ୍ରମ ମନ୍ତ୍ରୀ ମନସୁଖ ମାଣ୍ଡଭିୟ ନିକଟରେ କର୍ମଚାରୀ ଜମା ସହିତ ଜଡ଼ିତ ଇନସୁରାନ୍ସ (EDLI) ଯୋଜନା ଅଧୀନରେ ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି। ଏହି ଯୋଜନା ଅଧୀନରେ, ସମସ୍ତ EPFO ​​ସଦସ୍ୟମାନେ ବର୍ତ୍ତମାନ ବର୍ଦ୍ଧିତ ବୀମା ସୁବିଧା ପାଇବେ। ଲାଗୁ ହୋଇଥିବା ନୂଆ ଯୋଜନା ଅନୁଯାୟୀ ୬ କୋଟିରୁ ଅଧିକ ଇପିଏଫଓ ଉପଭୋକ୍ତାଙ୍କୁ ୭ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜୀବନ ବୀମା ସୁରକ୍ଷା ମିଳିବ। ଏହି ନିଷ୍ପତ୍ତି ପିଛିଲା ଭାବେ ୨୮ ଏପ୍ରିଲ ୨୦୨୪ରୁ ଲାଗୁହେବ ବୋଲି ସୂଚନା ରହିଛି। ଏହାର ଉଦ୍ଦେଶ୍ୟ ଏହା ସ୍ପଷ୍ଟ କରେ ଯଦି କୌଣସୀ ସଦସ୍ୟଙ୍କ ମୃତ୍ୟୁ ହୁଏ ତେବେ ତାଙ୍କର ପରିବାରର ଏହି ଆର୍ଥିକ ସହାୟତାର ଲାଭ ଉଠାଇପାରେବ।

 

ଯୋଜନାର ଇତିହାସ କଣ କୁହେ
EDLI ଯୋଜନାର ଶୁଭାରମ୍ଭ ୧୯୭୬ ମସିହାରୁ ଆରମ୍ଭ କରାଯାଇଥିଲା। ଏହାର ମୁଖ୍ୟ ଉଦ୍ଦେଶ୍ୟ ଇପିଏଫଓଙ୍କ ସଦସ୍ୟଙ୍କୁ ବୀମା ଲାଭ ପ୍ରଦାନ କରିବା। ଯେତେବେଳେ କୌଣସି ସଦସ୍ୟଙ୍କ ମୃତ୍ୟୁ ହୁଏ ତେବେ ତାଙ୍କର ପରିବାରର ସଦସ୍ୟଙ୍କୁ ଆର୍ଥିକ ସହାୟତା ମିଳିପାରିବ। ପୂର୍ବରୁ ଏହି ଯୋଜନା ଅଧିନରେ ପୀଡିତଙ୍କ ପରିବାରକୁ ସର୍ବାଧିକ ୬ ଲକ୍ଷ ଟଙ୍କା ମିଳୁଥିଲା। ଏପ୍ରିଲ୍ ୨୦୨୧ରେ ସରକାର ଏକ ବିଜ୍ଞପ୍ତି ଜାରି କରିଥିଲେ ଯେଉଁଥିରେ ଏହି ଯୋଜନା ଅନ୍ତର୍ଗତ ବୀମା ସୁବିଧା ୨.୫ ଲକ୍ଷରୁ ୭ ଲକ୍ଷ ଟଙ୍କାକୁ ବୃଦ୍ଧି କରିବାକୁ ନିଷ୍ପତ୍ତି ନିଆଯାଇଥିଲା। ଏହି ପରିବର୍ତ୍ତନ ତିନି ବର୍ଷ ପାଇଁ ପ୍ରଭାବଶାଳୀ ଥିଲା, ଯାହା ଏପ୍ରିଲ ୨୭ ୨୦୨୪ରେ ଶେଷ ହେବ।

ସେବା ସର୍ତ୍ତରେ ପରିବର୍ତ୍ତନ
ଏହି ଯୋଜନାରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ କରାଯାଇଛି। ଏହାପୂର୍ବରୁ, ଏକ ପ୍ରତିଷ୍ଠାନରେ ୧୨ ମାସର ନିରନ୍ତର ସେବା ଆବଶ୍ୟକ ଥିଲା। କିନ୍ତୁ ବର୍ତ୍ତମାନ ଏହାକୁ ଆଶ୍ୱସ୍ତି ଦିଆଯାଇଛି। ଏହାର ଅର୍ଥ ହେଉଛି ଯଦିଓ ଜଣେ କର୍ମଚାରୀ ଚାକିରି ବଦଳାନ୍ତି, ତଥାପି ସେ ଏହି ଯୋଜନାର ଲାଭ ପାଇପାରିବେ। ଏହି ବିସ୍ତାରର ମୂଳ ଉଦ୍ଦେଶ୍ୟ ହେଉଛି ଅଧିକରୁ ଅଧିକ ଲୋକ ଏହି ଯୋଜନାର ଲାଭ ଉଠାଇ ପାରିବେ ଏବଂ ସେମାନଙ୍କ ପରିବାର ଆର୍ଥିକ ସୁରକ୍ଷା ପାଇପାରିବେ। ଏହି ପଦକ୍ଷେପ ସେହି ଶ୍ରମିକମାନଙ୍କ ପାଇଁ ବିଶେଷ ଗୁରୁତ୍ୱପୂର୍ଣ୍ଣ, ଯାହାର ମୁଖ୍ୟ ରୋଜଗାରର ଉତ୍ସ ହେଉଛି ସେମାନଙ୍କର କାମ।

Read More
{}{}