Hindi News >>Home >>Odisha Trending

Gold Silver Price Today: କିଣି ନିଅନ୍ତୁ! ରବିବାର ଦିନ ଶସ୍ତା ହୋଇଗଲା ସୁନା-ରୁପା, ଜାଣନ୍ତୁ ନୂଆ ଦର

Gold Silver Price Today 17 March 2024: ଗତକାଲି ସୁନା ମୂଲ୍ୟରେ ହ୍ରାସ ଘଟିଥିବାବେଳେ ଆଜି ମଧ୍ୟ ସୁନା ଶସ୍ତା ହୋଇଛି। ହୋଲି ପୂର୍ବରୁ ସୁନା କିଣିବା ପାଇଁ ଏହା ଏକ ଭଲ ସୁଯୋଗ। ରୁପା ମଧ୍ୟ କ୍ରମାଗତ ଭାବରେ ତଳକୁ ଖସୁଛି। ଆସନ୍ତୁ ଜାଣିବା ଆଜିର ସର୍ବଶେଷ ଦର କ'ଣ ରହିଛି।  

Advertisement
Gold Silver Price Today 17 March 2024
Gold Silver Price Today 17 March 2024
Zee Odisha Desk|Updated: Mar 17, 2024, 05:32 PM IST
Share

Gold Silver Price Today: ସୁନା କିମ୍ବା ରୂପା କିଣିବାକୁ ଚିନ୍ତା କରୁଛନ୍ତି କି? ଯଦି ହଁ, ତେବେ ଆପଣଙ୍କ ପାଇଁ ଏକ ଖୁସି ଖବର ଅଛି। ଆଜି ଅର୍ଥାତ୍ ୧୭ ମାର୍ଚ୍ଚ ୨୦୨୪ ରେ, ସୁନା ମୂଲ୍ୟରେ ସାମାନ୍ୟ ହ୍ରାସ ପରିଲକ୍ଷିତ ହୋଇଛି। ୨୪ କ୍ୟାରେଟ୍ ସୁନା ମୂଲ୍ୟ ୧୩୧ ଟଙ୍କା ହ୍ରାସ ପାଇ ୬୬୮୦ ଟଙ୍କା ହୋଇଛି। ଯେତେବେଳେ କି ୨୨ କ୍ୟାରେଟ୍ ସୁନା ମୂଲ୍ୟ ୧୨୦ ଗ୍ରାମରୁ ୬୧୧୯ ଟଙ୍କା ହ୍ରାସ ପାଇଛି। ଗତ ସପ୍ତାହରେ ୨୪ କ୍ୟାରେଟ୍ ସୁନା ମୂଲ୍ୟରେ -୦.୨୮% ପରିବର୍ତ୍ତନ ହୋଇଥିବାବେଳେ ଗତ ମାସରେ -୪.୬୬% ପରିବର୍ତ୍ତନ ଦେଖାଯାଇଛି। ଏଥି ସହିତ ରୁପା ମୂଲ୍ୟ ମଧ୍ୟ କିଲୋଗ୍ରାମ ପିଛା ୭୭୦୦୦ ଟଙ୍କାକୁ ଖସି ଆସିଛି।

ଆପଣଙ୍କ ସହରରେ ସୁନା ଓ ରୂପା ଦର
ଭୁବନେଶ୍ୱରରେ ସୁନା ମୂଲ୍ୟ ୬୬,୧୦୦ / ୧୦ ଗ୍ରାମ ଓ ରୁପା ମୂଲ୍ୟ ହେଉଛି ୮୦୩୦୦/୧ କିଲୋଗ୍ରାମ 
ଦିଲ୍ଲୀରେ ସୁନା ମୂଲ୍ୟ ୬୬,୮୦୫ / ୧୦ ଗ୍ରାମ ଓ ରୁପା ମୂଲ୍ୟ ହେଉଛି ୭୭୦୦୦/୧ କିଲୋଗ୍ରାମ 
ମୁମ୍ବାଇରେ ସୁନା ମୂଲ୍ୟ ୬୭,୦୦୧ / ୧୦ ଗ୍ରାମ ଓ ରୁପା ମୂଲ୍ୟ ୭୭୦୦୦/୧ କିଲୋଗ୍ରାମ 
ଚେନ୍ନାଇରେ ସୁନା ମୂଲ୍ୟ ୬୬,୮୦୫/ ୧୦ ଗ୍ରାମ ଓ ରୁପା ମୂଲ୍ୟ ୮୦୦୦୦/୧ କିଲୋଗ୍ରାମ 
କୋଲକାତାରେ ସୁନା ମୂଲ୍ୟ ୬୬,୮୭୦/୧୦ ଗ୍ରାମ ଓ ରୁପା ମୂଲ୍ୟ ହେଉଛି ୭୭୦୦୦/୧ କିଲୋଗ୍ରାମ

ବିଲ୍ ମାଗିବାକୁ ଭୁଲନ୍ତୁ ନାହିଁ
ସୁନା କିଣିବା ପରେ ବିଲ୍ ଆପଣଙ୍କ ପାଖରେ ରଖନ୍ତୁ, ଯାହାଫଳରେ ଯଦି ଆପଣ କିଛି ବର୍ଷ ପରେ ସମାନ ସୁନା ବିକ୍ରି କରନ୍ତି, ତେବେ ଦୋକାନୀ ଆପଣଙ୍କୁ ବିଲ୍ ମାଗିପାରନ୍ତି। ଏଥିସହ,କ୍ୟାପିଟାଲ ଗେନ୍ ଟ୍ୟାକ୍ସ ଗଣନା ପାଇଁ ବିଲ୍ ରଖିବା ଦ୍ୱାରା କ୍ରୟ ମୂଲ୍ୟ ନିର୍ଣ୍ଣୟ କରାଯାଇପାରିବ। ଏହା ବ୍ୟତୀତ ଯଦି ନିକଟ ଭବିଷ୍ୟତରେ କୌଣସି ବିବାଦ ଉପୁଜେ ତେବେ ଚାଲାଣ ଉପଯୋଗୀ ହୋଇପାରେ। ଆପଣଙ୍କର ରେକର୍ଡଗୁଡିକ ପାଇଁ ବିଲ୍ ରଖିବା ମଧ୍ୟ ଗୁରୁତ୍ୱପୂର୍ଣ୍ଣ।

ଆପଣ ସୁନା ଓ ରୁପା ମୂଲ୍ୟ ଜାଣିଛନ୍ତି କି? ଆପଣ କଲ କରି ଘରେ ବସି ସୁନା ଓ ରୁପା ମୂଲ୍ୟ ଜାଣିପାରିବେ। ଏଥିପାଇଁ ଆପଣଙ୍କୁ ଫୋନରେ ଏକ ନମ୍ବର ଡାଏଲ୍ କରିବାକୁ ପଡିବୃ। ଏହି ନମ୍ବରକୁ 89556-64433 କୁ କଲ୍ କରନ୍ତୁ। ତଥାପି, କଲ୍ ଗ୍ରହଣ ହେବା ମାତ୍ରେ ଏହା କଟ୍ ହୋଇଯାଏ। ଆପଣ ଏହା କରିବା ମାତ୍ରେ ସର୍ବଶେଷ ସୁନା ରୁପା ମୂଲ୍ୟ SMS ମାଧ୍ୟମରେ ପାଇଯିବେ।

Read More
{}{}