Hindi News >>Home >>Odisha Trending

Gold Price Today: ନୂଆବର୍ଷ ପୂର୍ବରୁ ଶସ୍ତା ହେଲା ସୁନା, ୫୦ ହଜାର ତଳକୁ ଖସିଲା ଦର

Gold Price Today: ଗ୍ରାହକଙ୍କ ପାଇଁ ଖୁସି ଖବର। ନୂଆବର୍ଷ ପୂର୍ବରୁ ଖସିଲା ସୁନାଦର (Gold Price Today)। ସପ୍ତାହର ଆରମ୍ଭରୁ ଲଗାତର ସୁନା ଓ ରୂପା ଦର କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଥିଲା। କିନ୍ତୁ ଆଜି ଏହି ଦରରେ ପରିବର୍ତ୍ତନ ହୋଇଛି । ସୁନା ଦର ବୃଦ୍ଧିରେ ବ୍ରକ୍ ଲାଗିଛି । ନୂଆବର୍ଷ ପୂର୍ବରୁ ଶସ୍ତା ହୋଇଛି ସୁନା। ତେବେ, ଆସନ୍ତୁ ଜାଣିବା କେଉଁ ସହରରେ କେତେ ରହିଛି ସୁନା ଦର...

Advertisement
Gold Price Today: ନୂଆବର୍ଷ ପୂର୍ବରୁ ଶସ୍ତା ହେଲା ସୁନା, ୫୦ ହଜାର ତଳକୁ ଖସିଲା ଦର
Zee Odisha Desk|Updated: Dec 30, 2023, 08:26 AM IST
Share

Gold Price Today: ଗ୍ରାହକଙ୍କ ପାଇଁ ଖୁସି ଖବର। ନୂଆବର୍ଷ ପୂର୍ବରୁ ଖସିଲା ସୁନାଦର (Gold Price Today)। ସପ୍ତାହର ଆରମ୍ଭରୁ ଲଗାତର ସୁନା ଓ ରୂପା ଦର କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଥିଲା। କିନ୍ତୁ ଆଜି ଏହି ଦରରେ ପରିବର୍ତ୍ତନ ହୋଇଛି । ସୁନା ଦର ବୃଦ୍ଧିରେ ବ୍ରକ୍ ଲାଗିଛି । ନୂଆବର୍ଷ ପୂର୍ବରୁ ଶସ୍ତା ହୋଇଛି ସୁନା। ଯଦି ଆପଣ ଆଜି ସୁନା -ଗହଣା କିଣିବା ପାଇଁ ଯୋଜନା କରିଛନ୍ତି । ତେବେ, ଏହି ଖବରଟି ଆପଣଙ୍କ ପାଇଁ ବେଶ୍ ଗୁରୁତ୍ବପୂର୍ଣ୍ଣ ଅଟେ। ତେବେ, ଆସନ୍ତୁ ଜାଣିବା କେଉଁ  ସହରରେ କେତେ ରହିଛି ସୁନା ଦର...   

ALSO READ: Odisha News: ନୂଆବର୍ଷରେ ମୁଖ୍ୟମନ୍ତ୍ରୀ ଦେବେ ଖୁସି ଖବର ! ନିଯୁକ୍ତି ପାଇବେ ୨୦ ହଜାରରୁ ଅଧିକ ଶିକ୍ଷକ

ଖସିଲା ସୁନା ଦର: 
ଭାରତୀୟ ବଜାରରେରେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ ପ୍ରତି ମୂଲ୍ୟ ୫୭, ୯୩୦ ଟଙ୍କା ରହିଛି। ୨୪ କ୍ୟାରେଟ୍ ର ଦାମ୍ ୬୩, ୨୫୦ ଟଙ୍କା ରହିଛି।  ଦେଶର ରାଜଧାନୀ ଦିଲ୍ଲୀରେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ ମୂଲ୍ୟ ୫୮,୭୦୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟର ଦାମ୍ ୬୩,୯୭୦ ଟଙ୍କା ରହିଛି।  ୨୨ କ୍ୟାରେଟ୍ ରେ  ୩୫୦ ଟଙ୍କା କମିଥିବା ବେଳେ ୨୪ କ୍ୟାରେଟରେ  ୪୩୦ ଟଙ୍କା ହ୍ରାସ ପାଇଛି। ସେହିପରି ମାୟାନଗରୀ ମୁମ୍ବାଇରେ, ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ ମୂଲ୍ୟ ୫୮,୫୫୦ ଥିବା ବେଳେ ୨୪ କ୍ୟାରେଟର ରେଟ୍ ରହିଛି ୬୩, ୮୭୦ ଟଙ୍କା ରହିଛି। ୨୨ କ୍ୟାରେଟରେ ୩୫୦ ଓ ୨୪ କ୍ୟାରେଟରେ ୩୮୦ ଟଙ୍କା ଖସିଛି।

ସେହିପରି, ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ ବି ଶସ୍ତା ହୋଇଛି ସୁନା। ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ ମୂଲ୍ୟ ୫୯,୧୦୦ ଥିବା ବେଳେ ୨୪ କ୍ୟାରେଟର  ମୂଲ୍ୟ ୬୪,୪୭୦ ରହିଛି । ତେବେ, ଆମେ ଏଠାରେ ଆପଣଙ୍କୁ ସୂଚନା ଦେବାକୁ ଚାହିଁବୁ ଯେ, ୨୨ ଓ ୨୪ କ୍ୟାରେଟରେ ୧୦ ଗ୍ରାମ୍ ପିଛା ୩୫୦ ଓ ୩୮୦ ଟଙ୍କା ହ୍ରାସ ପାଇଛି। ସେହିପରି ରୂପା ମୂଲ୍ୟରେ ମଧ୍ୟ କେଜି ପ୍ରତି ୧୩୦୦ ଟଙ୍କା ହ୍ରାସ ପାଇଛି। ସେହିପରି ଓଡି଼ଶାର ରାଜଧାନୀ ଭୁବନେଶ୍ବରରେ  ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ ମୂଲ୍ୟ ୫୮,୫୫୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟର ଦାମ୍ ୬୩,୮୭୦ ଟଙ୍କା ରହିଛି। ୨୨ କ୍ୟାରେଟରେ ୩୫୦ ଓ ୨୪ କ୍ୟାରେଟରେ ୩୮୦ ଟଙ୍କା ଖସିଛି।  ସେହିପରି ୧୮ କ୍ୟାରେଟର ଦାମ୍ ୧୦ ଗ୍ରାମ୍ ପିଛା ୪୭,୯୦୦ ଟଙ୍କା ରହିଛି। ରୂପା କେଜି ପିଛା ୭୯,୭୦୦ ଟଙ୍କା ରହିଛି । ଏବଂ କେଜି ପିଛା ୧୩୦୦ ଟଙ୍କା ଖସିଛି।  ସିଲଭର ସିଟି କଟକରେ ମଧ୍ୟ ସୁନା-ରୂପା ଦର ହ୍ରାସ ହୋଇଛି।

 

Read More
{}{}