Gold Crash: ସୁନା ଦର ଏପର୍ଯ୍ୟନ୍ତ ସର୍ବୋଚ୍ଚ ସ୍ତରରେ ପହଞ୍ଚି ସାରିଛି। ଭୁବନେଶ୍ୱରରେ ବୁଧବାର ଦିନ ୨୪ କ୍ୟାରେଟ୍ ୧୦ ଗ୍ରାମ ସୁନାର ମୂଲ୍ୟ ୯୨,୮୪୦ ଟଙ୍କା ସ୍ତରରେ ଅଛି। ଯଦି ବିଶେଷଜ୍ଞଙ୍କ କଥା ବିଶ୍ୱାସ କରାଯାଏ ତେବେ ସୁନାର ମୂଲ୍ୟ ମଧ୍ୟରେ ୧୨,୨୦୦ ଟଙ୍କା ପର୍ଯ୍ୟନ୍ତ ହ୍ରାସ ପାଇପାରେ। ଏଥିପାଇଁ ବିଶେଷଜ୍ଞ ଅନେକ କାରଣ ମଧ୍ୟ ଦେଇଛନ୍ତି। ଏହା ସହିତ ଆଗାମୀ ବର୍ଷରେ ସୁନାର ମୂଲ୍ୟ ୧,୩୭,୦୦୦ ଟଙ୍କା ପର୍ଯ୍ୟନ୍ତ ପହଞ୍ଚିପାରେ। ବିଶେଷଜ୍ଞମାନେ ଏହା ମଧ୍ୟ ବିଶ୍ୱାସ କରନ୍ତି ଯେ ବିଶ୍ୱ ଆର୍ଥିକ ଅନିଶ୍ଚିତତା ମଧ୍ୟରେ ସୁନାର ଚାହିଦା ନିରନ୍ତର ବୃଦ୍ଧି ପାଉଛି। ଯାହା ଫଳରେ ଏହାର ମୂଲ୍ୟ ବୃଦ୍ଧିର ଧାରା ଅଧିକ ଦେଖାଯିବ।
କମୋଡିଟି ବିଶେଷଜ୍ଞ କିଶୋର ନାର୍ନେଙ୍କ ମତରେ, ସୁନା ମୂଲ୍ୟ କିଛି ସମୟ ପାଇଁ ପ୍ରତି ଆଉନ୍ସ $୩,୨୦୦ ପାଖାପାଖି ଅସ୍ଥିରତା ଦେଖାଦେଇପାରେ କିନ୍ତୁ ଦୀର୍ଘକାଳୀନ ମୂଲ୍ୟ ଆହୁରି ବୃଦ୍ଧି ପାଇବ। ଅର୍ଥାତ୍ ଯଦି ୧୦ ଗ୍ରାମ ସୁନାର ମୂଲ୍ୟ ଭାରତୀୟ ଟଙ୍କାରେ ଗଣନା କରାଯାଏ ତେବେ ସୁନାର ମୂଲ୍ୟ ପ୍ରାୟ ୯୭,୮୦୦ ଟଙ୍କା ହେବ।
Also Read: ୩୦ ଜଣ OAS ଅଧିକାରୀଙ୍କୁ IAS ପଦବୀକୁ ପଦୋନ୍ନତି, ଦେଖନ୍ତୁ ପୂରା ତାଲିକା
ସୁନା ମୂଲ୍ୟ ଯଦି ଆଉନ୍ସ ପ୍ରତି $୩୦୦-୪୦୦ (୫-୮%) ହ୍ରାସ ପାଏ ତେବେ ଏହା ନୂତନ ନିବେଶକଙ୍କ ପାଇଁ ଏକ ଭଲ କ୍ରୟ ସୁଯୋଗ ହୋଇପାରେ। ଅର୍ଥାତ୍ ଯଦି ଏହି ହ୍ରାସକୁ ଟଙ୍କାରେ ପରିଣତ କରାଯାଏ ତେବେ ସୁନାର ମୂଲ୍ୟ ୨୫,୬୬୯ ଟଙ୍କାରୁ ୩୪,୨୨୪ ଟଙ୍କାକୁ ଖସିଯାଇପାରେ। ଯଦି ଆମେ ୧୦ ଗ୍ରାମ ମୂଲ୍ୟର ଏହି ହ୍ରାସକୁ ହିସାବ କରିବା ତେବେ ସୁନାର ମୂଲ୍ୟ ୯,୨୦୦ ଟଙ୍କାରୁ ୧୨,୨୦୦ ଟଙ୍କା ପର୍ଯ୍ୟନ୍ତ ହ୍ରାସ ପାଇପାରେ। ତା’ପରେ ଏହା ସୁନା କିଣିବା ପାଇଁ ସର୍ବୋତ୍ତମ ସମୟ ହୋଇପାରେ।
Also Read: ISRO ଦେଲା ଖୁସି ଖବର! ବର୍ଷା ସମୟରେ କେଉଁଠାରେ ହେବ ବଜ୍ରପାତ, ପୂର୍ବରୁ ମିଳିବ ସତର୍କ ସୂଚନା
କ'ଣ କୁହନ୍ତି ସୁନା ବିଶେଷଜ୍ଞ?
ମୋତିଲାଲ ଓସୱାଲ ଫାଇନାନ୍ସିଆଲ୍ ସର୍ଭିସେସର ନିର୍ଦ୍ଦେଶକ ଏବଂ କମୋଡିଟିଜ୍ ମୁଖ୍ୟ କିଶୋର ନାର୍ନେ କୁହନ୍ତି ଯେ ସୁନା ମୂଲ୍ୟର କୌଣସି ସୀମା ନାହିଁ। ଗତ କିଛି ସପ୍ତାହ ମଧ୍ୟରେ ସୁନା ମୂଲ୍ୟରେ ତୀବ୍ର ବୃଦ୍ଧି ସତ୍ତ୍ୱେ ସେ ବିଶ୍ୱାସ କରନ୍ତି ଯେ ସୁନା ମୂଲ୍ୟ ଆଉନ୍ସ ପିଛା $୪,୦୦୦ ରୁ $୪,୫୦୦ ପର୍ଯ୍ୟନ୍ତ ପହଞ୍ଚିପାରେ। ଏହାର ଅର୍ଥ ହେଉଛି ଯଦି ଭାରତୀୟ ଟଙ୍କାରେ ପରିଣତ କରାଯାଏ ତେବେ ସୁନାର ମୂଲ୍ୟ ଖୁବ୍ ଶୀଘ୍ର ପ୍ରତି ଆଉନ୍ସ ୩,୪୨,୨୪୦ ଟଙ୍କାରୁ ୩,୮୫,୦୨୦ ଟଙ୍କା ମଧ୍ୟରେ ପହଞ୍ଚିପାରେ। କହିରଖୁଛୁ ଯେ ଗୋଟିଏ ଆଉନ୍ସରେ ୨୮.୩୪ ଗ୍ରାମ ଥାଏ। ଅର୍ଥାତ୍ ଭାରତରେ ୨୪ କ୍ୟାରେଟ୍ ୧୦ ଗ୍ରାମ ସୁନାର ମୂଲ୍ୟ ଖୁବ୍ ଶୀଘ୍ର ୧,୨୨,୨୨୯ ଟଙ୍କାରୁ ୧,୩୭,୫୦୭ ଟଙ୍କାରେ ପହଞ୍ଚିପାରେ।