Hindi News >>Home >>Odisha Trending

Gold Rate Today: ବିବାହ ସିଜିନରେ ଗ୍ରାହକଙ୍କୁ ଟେନସନ୍ ଦେଲା ସୁନା ଦର, ଜାଣନ୍ତୁ ଭୁବନେଶ୍ବରରେ କେତେ ରହିଛି ରେଟ୍?

Gold Rate Today: ସୁନାପ୍ରେମୀଙ୍କ ପାଇଁ ବଡ଼ ଖବର। ବିବାହ ସିଜିନ୍ ରେ ପୁଣି ସୁନା ହେଲା ମହଙ୍ଗା। ମହଙ୍ଗା ମାଡ଼ ଗ୍ରାହକଙ୍କ ପକେଟକୁ ଭାରି ବାଧୁଛି। ଆଜି ମଧ୍ୟ ସୁନା ଦରରେ ପରିବର୍ତ୍ତନ ଦେଖିବାକୁ ମିଳିଛି । 

Advertisement
Gold Rate Today: ବିବାହ ସିଜିନରେ ଗ୍ରାହକଙ୍କୁ ଟେନସନ୍ ଦେଲା ସୁନା ଦର, ଜାଣନ୍ତୁ ଭୁବନେଶ୍ବରରେ କେତେ ରହିଛି ରେଟ୍?
Narmada Behera|Updated: Jul 11, 2024, 11:51 AM IST
Share

Gold Rate Today: ସୁନାପ୍ରେମୀଙ୍କ ପାଇଁ ବଡ଼ ଖବର। ବିବାହ ସିଜିନ୍ ରେ ପୁଣି ସୁନା ହେଲା ମହଙ୍ଗା। ମହଙ୍ଗା ମାଡ଼ ଗ୍ରାହକଙ୍କ ପକେଟକୁ ଭାରି ବାଧୁଛି। ଅନ୍ତର୍ଜାତିୟ ବଜାରରେ ସୁନା ଦର ବୃଦ୍ଧି ପାଉଥିବାରୁ ଭାରତୀୟ ବଜାରରେ ମଧ୍ୟ ଦର ହୁ ହୁ ହୋଇ ବଢି ଚାଲିଛି । ସାଧାରଣ ଲୋକଟିଏ ସୁନା କିଣିବାକୁ ଏବେ ଭୟ କରୁଛି। ଆଜି ମଧ୍ୟ ସୁନା ଦରରେ ପରିବର୍ତ୍ତନ ଦେଖିବାକୁ ମିଳିଛି । ଯଦି ଆପଣ ଆଜି ସୁନା କିଣିବାକୁ ପ୍ଲାନ୍ କରିଛନ୍ତି । ତେବେ,ଏହି ଖବର ଆପଣଙ୍କ ପାଇଁ ବେଶ୍ ଗୁରୁତ୍ବପୂର୍ଣ୍ଣ ଅଟେ। ତେବେ, ଆସନ୍ତୁ ଜାଣିବା କେଉଁ ସହରରେ କେତେ ରହିଛି ଆଜି ସୁନା ଦର...

ALSO READ: Career Horoscope Today: ଲକ୍ଷ୍ମୀଙ୍କ କୃପାରୁ ଏହି ୫ ରାଶିଙ୍କ ହେବ ଭାଗ୍ୟ ଉଦୟ, କର୍ମକ୍ଷେତ୍ରରୁ ମିଳିବ ଖୁସି ଖବର!

ଭାରତୀୟ ବଜାରରେ ଆଜି ୨୨ କ୍ୟାରେଟର ସୁନା ଦର ୧୦ ଗ୍ରାମ୍ ପିଛା ୬୭,୩୦୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ୍ ର ଦାମ୍ ୭୩,୪୨୦ ଟଙ୍କା ରହିଛି । ତେବେ, ଆଜି  ୨୨ କ୍ୟାରେଟ୍ ସୁନାରେ ୨୦୦ ଟଙ୍କା ଓ ୨୪ କ୍ୟାରେଟ୍ ରେ  ୨୨୦ ଟଙ୍କା ବୃଦ୍ଧି ପାଇଛି। ଦେଶର ରାଜଧାନୀ ଦିଲ୍ଲୀରେ ୨୨ କ୍ୟାରେଟ୍ ସୁନା ରେଟ୍ ୧୦ ଗ୍ରାମ୍ ପିଛା ୬୭,୨୪୦ ଟଙ୍କା ରହିଛି । ଏବଂ ୨୪ କ୍ୟାରେଟର ରେଟ୍ ୭୩,୩୪୦ ଟଙ୍କା ରହିଛି।  ମାୟାନଗରୀ ମୁମ୍ବାଇରେ ବି ସୁନା ଦରରେ ପରିବର୍ତ୍ତନ ଦେଖିବାକୁ ମିଳିଛି। ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ ମୂଲ୍ୟ ୬୭,୦୯୦ ରହିଥିବା ବେଳେ ୨୪ କ୍ୟାରେଟ୍ ର ଦାମ୍ ୭୩,୩୪୦ ଟଙ୍କା ରହିଛି। ସେହିପରି ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ ୨୨ କ୍ୟାରେଟ୍ ର ୧୦ ଗ୍ରାମ୍ ମୂଲ୍ୟ ୬୭,୬୯୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟର ଦାମ୍ ୭୩,୮୪୦ ଟଙ୍କା ରହିଛି। ଓଡି଼ଶାର ରାଜଧାନୀ ଭୁବନେଶ୍ବରରେ ସୁନା ଦର ୧୦ ଗ୍ରାମ୍ ପିଛା ୨୨ କ୍ୟାରେଟ୍ ର ରେଟ୍ ୬୭,୦୯୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ୍ ର ଦାମ୍ ୭୩,୧୯୦ ଟଙ୍କା ରହିଛି। 

Read More
{}{}