Home >>Odisha Trending

Gold Rate Today: ପୁଣି ବଢିଲା ସୁନା ଦର, ଭୁବନେଶ୍ବରରେ ଭରି ପିଛା ଏତିକି ଟଙ୍କା ହେଲା ବୃଦ୍ଧି

Gold Rate Today: ସୁନା ପ୍ରେମୀଙ୍କ ପାଇଁ ବଡ଼ ଖବର। ଗତକାଲି ସୁନା ଦରସ୍ଥିର ଥିବା ବେଳେ ଆଜି ବୃଦ୍ଧି ପାଇଥିବା ଦେଖିବାକୁ ମିଳିଛି।  ତେବେ, ଜାଣନ୍ତୁ କେଉଁ ସହରର ଦର କେତେ ରହିଛି। 

Advertisement
Gold Rate Today: ପୁଣି ବଢିଲା ସୁନା ଦର, ଭୁବନେଶ୍ବରରେ ଭରି ପିଛା ଏତିକି ଟଙ୍କା ହେଲା ବୃଦ୍ଧି
Narmada Behera|Updated: Aug 16, 2024, 11:36 AM IST
Share

Gold Rate Today: ସୁନା ପ୍ରେମୀଙ୍କ ପାଇଁ ବଡ଼ ଖବର। ଗତକାଲି ସୁନା ଦରସ୍ଥିର ଥିବା ବେଳେ ଆଜି ବୃଦ୍ଧି ପାଇଥିବା ଦେଖିବାକୁ ମିଳିଛି। କେନ୍ଦ୍ରୀୟ ବଜେଟ୍ ପରେ ସୁନା ଉପରୁ କଷ୍ଟମ୍ ଡ୍ୟୁଟିକୁ ହ୍ରାସ କରାଯାଇଥିଲା। ପରେ ସୁନା ଦର ଖସି ଥିଲା। କିନ୍ତୁ ଗତକିଛି ଦିନ ହେବ ସୁନାଦର ପୁଣି ଥରେ ଆକାଶ ଛୁଆଁ ହେବାରେ ଲାଗିଛି। ଯଦି ଆପଣ ଆଜି ସୁନା କିଣିବାକୁ କିଛି ପ୍ଲାନ୍ କରିଛନ୍ତି । ତେବେ, ଜାଣନ୍ତୁ କେଉଁ ସହରର ଦର କେତେ ରହିଛି। 

ALSO READ: Career Horoscope Today: ଏହିସବୁ ରାଶିଙ୍କ ପାଇଁ ଆଜିର ଦିନ ରହିବ ବହୁତ ଖାସ୍, କର୍ମକ୍ଷେତ୍ରରୁ ମିଳିବ ଖୁସି ଖବର ସାଙ୍ଗକୁ...

ALSO READ: Guru Gochar 2024: ନକ୍ଷେତ୍ର ପରିବର୍ତ୍ତନ କରିବେ ଦେବଗୁରୁ ବୃହସ୍ପତି, ଏହିସବୁ ରାଶିର ଲୋକେ ରୁହନ୍ତୁ ସତର୍କ !

ଭାରତୀୟ ବଜାରରେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ୍ ମୂଲ୍ୟ, ୬୫,୬୫୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ୍ ର ଦାମ୍ ୭୧,୬୨୦ ଟଙ୍କା ବୃଦ୍ଧି ପାଇଛି । ୨୨  କ୍ୟାରେଟ୍ ରେ ୧୦୦ ଓ ୨୪ କ୍ୟାରଟ୍ ରେ ୧୧୦ ଟଙ୍କା ହ୍ରାସ ପାଇଛି। ସେହିପରି ଦେଶର ରାଜଧାନୀ ନୂଆଦିଲ୍ଲୀରେ ୨୨ କ୍ୟାରେଟ୍ ର ଦାମ୍ ୬୫,୮୦୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ୍ ର ରେଟ୍ ୭୧,୭୭୦ ଟଙ୍କା ରହିଛି। ୨୨ କ୍ୟାରେଟ୍ ଓ ୨୪ କ୍ୟାରେଟ୍ ରେ ୧୦୦ ଓ ୧୧୦ ଟଙ୍କା ବୃଦ୍ଧି ପାଇଛି। ସେହିପରି ମାୟାନଗରୀ ମୁମ୍ବାଇରେ ମଧ୍ୟ ସୁନାଦର ବୃଦ୍ଧି ପାଇଛି। ଏଠାରେ ୨୨ କ୍ୟାରେଟ୍ ର ୧୦ ଗ୍ରାମ ମୂଲ୍ୟ ୬୫,୬୫୦ ଟଙ୍କା ରହିଥିବା ବେଳ ୨୪ କ୍ୟାରେଟ୍ ର ଦାମ୍ ୭୧,୬୨୦ ଟଙ୍କା ରହିଛି । ୨୨ ଓ ୨୪ କ୍ୟାରେଟ୍ ରେ ୧୦୦ ଓ ୧୧୦ ଟଙ୍କା ବୃଦ୍ଧି ପାଇଛି। 

ସେହିପରି ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ୍ ରେଟ୍ ୬୫,୬୫୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ୍ ର ରେଟ୍  ୭୧,୬୨୦ ରହିଛି। ଏଠାରେ ମଧ୍ୟ ଦର ୨୨ ଓ ୨୪ କ୍ୟାରେଟ୍ ରେ ୧୦୦ ଓ ୧୧୦ ଟଙ୍କା ବୃଦ୍ଧି ପାଇଛି। ସେହିପରି,  ଓଡି଼ଶାର ରାଜଧାନୀ ଭୁବନେଶ୍ବରରେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ୍ ରେଟ୍ ୬୫,୬୫୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ୍ ର ଦାମ୍ ୭୧,୬୨୦ ଟଙ୍କା ରହିଛି। ୨୨ କ୍ୟାରେଟ୍ ରେ ୧୦୦ ଓ ୨୪ କ୍ୟାରେଟ୍ ରେ ୧୧୦ ଟଙ୍କା ବୃଦ୍ଧି ହୋଇଛି।  

Read More
{}{}