Hindi News >>Home >>Odisha Trending

Gold Silver Price: ୧୧ ଦିନରେ ୫୦୦୦ ଟଙ୍କା ଶସ୍ତା ହୋଇଗଲା ରୂପା! ସୁନା ଦରରେ ମଧ୍ୟ ହ୍ରାସ; ଜାଣନ୍ତୁ ଆଜିର ମୂଲ୍ୟ

Gold Silver Price Today 9 November 2024: ଗତ କିଛି ମାସ ଧରି ସୁନା ଓ ରୂପା ମୂଲ୍ୟରେ ବୃଦ୍ଧି ଘଟିଥିଲା। ବିଶେଷକରି ଫେଷ୍ଟିଭାଲ ସିଜିନରେ ସୁନା ଓ ରୂପା ଦର ଆକାଶଛୁଆଁ ହୋଇଯାଇଥିଲା।   

Advertisement
Gold Silver Price Today
Gold Silver Price Today
Jagdish Barik|Updated: Nov 09, 2024, 04:52 PM IST
Share

Gold Silver Price Today: ଗତ କିଛି ମାସ ଧରି ସୁନା ଓ ରୂପା ମୂଲ୍ୟରେ ବୃଦ୍ଧି ଘଟିଥିଲା। ବିଶେଷକରି ଫେଷ୍ଟିଭାଲ ସିଜିନରେ ସୁନା ଓ ରୂପା ଦର ଆକାଶଛୁଆଁ ହୋଇଯାଇଥିଲା। ୨୪ କ୍ୟାରେଟ୍ ସୁନା ଦାମ୍ ୧୦ ଗ୍ରାମ ପିଛା ୮୦ ହଜାର ଟଙ୍କା ଏବଂ ରୂପା ମୂଲ୍ୟ ମଧ୍ୟ କିଲୋଗ୍ରାମ ପ୍ରତି ୧୦୦୦୦୦ ଟଙ୍କା ଅତିକ୍ରମ କରିଛି। ତେବେ ଦୀପାବଳି ପରଠାରୁ ସୁନା ଓ ରୂପା ହାରରେ ପରିବର୍ତ୍ତନ ଆସୁଛି। ଧନତେରସ ପରେ ସୁନା ଓ ରୂପା ମୂଲ୍ୟରେ ହ୍ରାସ ଘଟିଛି।

ଧନତେରସ ୨୯ ଅକ୍ଟୋବରରେ ଥିଲା ଏବଂ ଏହି ଦିନ ରୂପା ମୂଲ୍ୟ କିଲୋଗ୍ରାମ ୯୯,୦୦୦ ଟଙ୍କା ଥିଲା। ୨୪ କ୍ୟାରେଟ୍ ସୁନା ମୂଲ୍ୟ ୮୦୬୦୦ ଟଙ୍କା ଥିବାବେଳେ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୭୩୯୦୦ ଟଙ୍କା ଥିଲା। ଅବଶ୍ୟ ୧୧ ଦିନରେ ଅର୍ଥାତ୍ ୯ ନଭେମ୍ବରରେ ୧୦ ଗ୍ରାମ ପ୍ରତି ସୁନା ଏବଂ କିଲୋଗ୍ରାମ ପ୍ରତି ରୂପା ମୂଲ୍ୟ ହ୍ରାସ ପାଇଛି। ରୂପା ମୂଲ୍ୟ ୫୦୦୦ ଟଙ୍କା ହ୍ରାସ ପାଇଛି ଏବଂ ୨୪ କ୍ୟାରେଟ୍ ସୁନା ମୂଲ୍ୟରେ ୧,୨୪୦ ଟଙ୍କା ହ୍ରାସ ପାଇଛି।

ଆଜି ଅର୍ଥାତ୍ ୯ ନଭେମ୍ବରରେ ୨୨ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପାଇଁ ୭୨,୮୫୦ ଟଙ୍କା ଏବଂ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୭୯,୪୭୦ ଟଙ୍କା ରହିଛି। ଯେତେବେଳେ କି ରୂପା ମୂଲ୍ୟ କିଲୋଗ୍ରାମ ପାଇଁ ୯୪,୦୦୦ ଟଙ୍କା ରହିଛି। ଜାଣନ୍ତୁ ଅନ୍ୟ ସହରଗୁଡ଼ିକରେ ସୁନା ଓ ରୂପା ମୂଲ୍ୟ କେତେ ରହିଛି?

ବିଭିନ୍ନ ସହରରେ ସୁନା ମୂଲ୍ୟ 
୨୨ କ୍ୟାରେଟ୍ ସୁନା ଦର ଦିଲ୍ଲୀରେ ୭୩୦୦୦ ଟଙ୍କା ରହିଛି
୨୨ କ୍ୟାରେଟ୍ ସୁନା ଦର ମୁମ୍ବାଇରେ ୭୨୮୫୦ ଟଙ୍କା ରହିଛି 
୨୨ କ୍ୟାରେଟ୍ ସୁନା ଦର କୋଲକାତାରେ ୭୨୮୫୦ ଟଙ୍କା ରହିଛି
୨୨ କ୍ୟାରେଟ୍ ସୁନା ଦର ଚେନ୍ନାଇରେ ୭୨୮୫୦ ଟଙ୍କା ରହିଛି
୨୨ କ୍ୟାରେଟ୍ ସୁନା ଦର ଭୁବନେଶ୍ୱରରେ ୭୨୭୫୦ ଟଙ୍କା ରହିଛି

ବିଭିନ୍ନ ସହରରେ ରୂପା ମୂଲ୍ୟ
ଦିଲ୍ଲୀ ୯୪,୦୦୦
ମୁମ୍ବାଇ ୯୪,୦୦୦
କୋଲକାତା ୯୪,୦୦୦
ଚେନ୍ନାଇ ୧,୦୩,୦୦୦
ଭୁବନେଶ୍ୱର ୧,୦୩,୦୦୦

Read More
{}{}