Golden Globes 2024: ନୂଆଦିଲ୍ଲୀ: ୨୦୨୪ ପୁରସ୍କାର ଋତୁ ଆନୁଷ୍ଠାନିକ ଭାବରେ ୮୧ତମ ବାର୍ଷିକ ଗୋଲ୍ଡେନ୍ ଗ୍ଲୋବସ୍ (Golden Globes) ସହିତ ଆରମ୍ଭ ହୋଇଛି। ଏଥିରେ ଗତ ବର୍ଷର ସର୍ବୋତ୍ତମ ଚଳଚ୍ଚିତ୍ର ଏବଂ ଟିଭି ଶୋ’କୁ ପୁରସ୍କାର ପ୍ରଦାନ କରାଯାଇଥାଏ। ଗ୍ରେଟା ଗେରିୱିଗ୍ ଏବଂ ମାରଗଟ୍ ରୋବିଙ୍କ ହଟ ଗୋଲାପୀ କମେଡି "ବାର୍ବି" ଏବଂ ଓପେନହାଇମର ସମସ୍ତ ମନୋନୀତ ଚଳଚ୍ଚିତ୍ରର ନେତୃତ୍ୱ ନେଇଥିବାରୁ ଏହା "ବାର୍ବେନହାଇମର" ବର୍ଷ ଥିଲା। ଗତ ଗ୍ରୀଷ୍ମ ସମାନ ସପ୍ତାହରେ ମୁକ୍ତିଲାଭ କରିଥିବା ଏହି ଦୁଇଟି ଚଳଚ୍ଚିତ୍ର ପପ୍ ସଂସ୍କୃତି, ବକ୍ସ ଅଫିସ୍ ଏବଂ ଆୱାର୍ଡ ସର୍କିଟରେ ଘଟଣା ହୋଇପାରିଥିଲା।
ଶ୍ରେଷ୍ଠ କମେଡି କିମ୍ବା ମ୍ୟୁଜିକାଲ୍ ପାଇଁ 'ବାର୍ବି' 'ଏୟାର', 'ପୁଅର ଥିଙ୍ଗସ', 'ମେ ଡିସେମ୍ୱର' ଏବଂ 'ଦ ହୋଲ୍ଡଭର୍ସ' ବିପକ୍ଷରେ ଅଛି। ଅନ୍ୟପକ୍ଷରେ, 'ଓପେନହାଇମର' ଡ୍ରାମା ଦୌଡ଼ରେ 'କିଲର୍ସ ଅଫ ଦ ଫ୍ଲାୱାର ମୁନ', 'ମାଏଷ୍ଟ୍ରୋ', 'ଆନାଟୋମି ଅଫ ଏ ଫଲ', 'ଦ ଜୋନ ଅଫ ଇଣ୍ଟରେଷ୍ଟ' ଏବଂ ପାଷ୍ଟ ଲାଇଭସ ସହିତ ପ୍ରତିଯୋଗିତା କରୁଛି।
ସେହିପରି ଛୋଟ ପରଦା କଥା କହିବାକୁ ଗଲେ, HBOର 'ସକ୍ସେସନ' ସମସ୍ତ ନଅଟି ଯାକ ନୋମିନେସନରେ ଆଗୁଆ ରହିଥିବା ଦେଖିବାକୁ ମିଳିଛି। ଏହା ପରେ FXର ଦ ବିୟର ଏବଂ ହୁଲୁଙ୍କ ଓନଲି ମର୍ଡନ୍ସ ଇନ ଦ ବିଲଡିଂ ରହିଛି। ସକ୍ସେସନ ବ୍ୟତୀତ ଶ୍ରେଷ୍ଠ ଟିଭି ଡ୍ରାମା ଦୌଡ଼ରେ ୧୯୨୩, କ୍ରାଉନ, ଦ ଡିପ୍ଲୋମାଟ, ଦ ଲାଷ୍ଟ ଅପ ଅସ ଏବଂ ଦ ମର୍ଣ୍ଣିଂ ସୋ ଅନ୍ତର୍ଭୁକ୍ତ। ଦ ବିୟର ଏବଂ ଓନଲି ମର୍ଡର୍ସ ଇନ ଦ ବିଲ୍ଡିଂ ଶ୍ରେଷ୍ଠ କମେଡି ପାଇଁ ଆବଟ ଏଲିମେଣ୍ଟାରୀ, ବୈରୀ, ଜୁରି ଡ୍ୟୁଟି ଏବଂ ଟେଡ ଲାସୋ ସହିତ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ମଧ୍ୟ ସୂଚନା ରହିଛି।
ଏଠାରେ ଦେଖନ୍ତୁ ପୂରା ତାଲିକା
ବେଷ୍ଟ ମୋସନ ପିକ୍ଚର୍ସ ଡ୍ରାମା
ଓପନହାଇମର (ୟୁନିଭରସାଲ ପିକଚର୍ସ)
କିଲର୍ସ ଅଫ ଦ ଫ୍ଲାୱାର ମୁନ
ମାଏଷ୍ଟ୍ରୋ
ପାଷ୍ଟ ଲାଇଭ
ଦ ଜୋନ ଅଫ ଇଣ୍ଟ୍ରେଷ୍ଟ
ଆନାଟୋମୀ ଅଫ ଏ ଫଲ
ବେଷ୍ଟ ପିକଚର୍ସ, ମ୍ୟୁଜିକାଲ ଓ କମେଡ଼ି
ବାର୍ବି (ୱାନର୍ସ ବ୍ରଦର୍ସ)
ପୁଅର ଥିଙ୍ଗସ (ସର୍ଚଲାଇଟ ପିକ୍ଚର୍ସ)
ଆମେରିକାନ ଫିକ୍ସନ (ଏମଜିଏମ)
ଦ ହୋଲ୍ଡଓଭର୍ସ (ଫୋକସ ଫିଚର୍ସ)
ମେ ଡିସମ୍ବର (ନେଟଫ୍ଲିକସ)
ଏୟାର (ଆମାଜନ ଏମଜିଏମ ଷ୍ଟୁଡ଼ିଓ)
ବେଷ୍ଟ ଡିରେକ୍ଟର, ମୋସନ ପିକ୍ଟର୍ସ
ବ୍ରେଡଲି କୁପର (ମାଏଷ୍ଟ୍ରୋ)
ଗ୍ରେଟା ଗେରାୱିଗ (ବାର୍ବି)
ୟୋର୍ଗୋସ ଲେଥିମୋସ (ପୁଅର ଥିଙ୍ଗସ)
କ୍ରଷ୍ଟୋଫର ନୋଲନ (ଓପନହାଇମର)
ମାର୍ଟିନ ଷ୍କୋର୍ସେସେ (କିଲର୍ସ ଅଫ ଦ ଫ୍ଲାୱାର ମୁନ)
ସେଲିନ ସାଙ୍ଗ (ପାଷ୍ଟ ଲାଇଭ)
ବେଷ୍ଟ ସ୍କ୍ରିନପ୍ଲେ, ମୋସନ ପିକ୍ଚର୍ସ
ବାର୍ବି - ଗ୍ରେଟା ଗେରୱିଗ, ନୁହ ବାଓମ୍ବାଚ
ପୁଅର ଥିଙ୍ଗସ - ଟୋନି ମୈକନାମାରା
ଓପନହାଇମର - କ୍ରେଷ୍ଟୋଫର ନୋଲନ
କିଲର୍ସ ଅଫ ଦ ଫ୍ଲାୱାର ମୁନ - ଏରିକ ରୋଥ, ମାର୍ଟିନ ସ୍କୋର୍ସେସ
ପାଷ୍ଟ ଲାଇଭ - ସେଲିନ ସାଙ୍ଗ
ଏନାଟୋମୀ ଅଫ ଏ ଫଲ - ଜଷ୍ଟିନ ଟ୍ରାଇଟ, ଆର୍ଥର ହରାରୀ