Home >>Odisha Trending

Airtel Prepaid Plan: ଏଥର ହେବ କଡା ମୁକାବିଲା, ଏୟାରଟେଲ ଆରମ୍ଭ କଲା ଅଧିକ ବୈଧତାର ଏହି ପ୍ଲାନ

Airtel Prepaid Plan: ଜିଓ ସହିତ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଏୟାରଟେଲ ଏକ ପ୍ଲାନ ଆରମ୍ଭ କରିଛି ଯାହା କମ୍ ମୂଲ୍ୟରେ ଅଧିକ ବୈଧତା ସହିତ ଅସୀମିତ କଲିଂ ସୁବିଧା ଯୋଗାଇଥାଏ ।

Advertisement
Airtel Prepaid Plan: ଏଥର ହେବ କଡା ମୁକାବିଲା, ଏୟାରଟେଲ ଆରମ୍ଭ କଲା ଅଧିକ ବୈଧତାର ଏହି ପ୍ଲାନ
Soubhagya Ranjan Mishra|Updated: Aug 04, 2024, 10:12 PM IST
Share

Airtel Prepaid Plan: ମୂଲ୍ୟ ବୃଦ୍ଧି କରିବା ପରେ, ଏୟାରଟେଲ୍ ନିଜର ଗ୍ରାହକମାନଙ୍କୁ ବିଭିନ୍ନ ମୂଲ୍ୟରେ ଅନେକ ରିଚାର୍ଜ ପ୍ଲାନ ପ୍ରଦାନ କରୁଛି । ଯାହା ବିଭିନ୍ନ ସୁବିଧା ସହିତ ଗ୍ରାହକଙ୍କୁ ଲାଭ ମିଳିଥାଏ । ଜିଓ ସହିତ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଏୟାରଟେଲ ଏକ ପ୍ଲାନ ଆରମ୍ଭ କରିଛି ଯାହା କମ୍ ମୂଲ୍ୟରେ ଅଧିକ ବୈଧତା ସହିତ ଅସୀମିତ କଲିଂ ସୁବିଧା ଯୋଗାଇଥାଏ ।

ଦେଶର ଘରୋଇ ଟେଲିକମ୍ କମ୍ପାନୀ ରିଲାଏନ୍ସ ଜିଓ ନିଜର ଶୁଳ୍କ ପ୍ଲାନର ମୂଲ୍ୟ ସଂଶୋଧନ କରିଛି। କମ୍ପାନୀ ନିଜର ରିଚାର୍ଜ ପ୍ଲାନ ବୃଦ୍ଧି କରିଛି। ପୂର୍ବରୁ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ମାଲିକ ତଥା ପ୍ରତିଷ୍ଠିତ ବ୍ୟବସାୟୀ ମୁକେଶ ଅମ୍ବାନୀଙ୍କ ଟେଲିକମ୍ କମ୍ପାନୀ ରିଲାଏନ୍ସ ଜିଓ ଶୁଳ୍କ ପ୍ଲାନ ମୂଲ୍ୟ ବୃଦ୍ଧି କରିଥଲା। ଏହା ପରେ ଅନ୍ୟତମ ପ୍ରତିଦ୍ୱନ୍ଦି ଘରୋଇ ଟେଲିକମ କମ୍ପାନୀ ଏୟାରଟେଲ ମଧ୍ୟ ମୂଲ୍ୟ ବୃଦ୍ଧି କରିଥିଲା।

ଦର ବୃଦ୍ଧି ପରେ ମଧ୍ୟ, ଯଦି ଆପଣ ଏୟାରଟେଲର ପୋର୍ଟଫୋଲିଓକୁ ଦେଖନ୍ତି, ତେବେ କମ୍ପାନୀ ବିଭିନ୍ନ ମୂଲ୍ୟ ବିଭାଗରେ ନିଜ ଗ୍ରାହକଙ୍କୁ ଅନେକ ରିଚାର୍ଜ ପ୍ଲାନ ପ୍ରଦାନ କରୁଛି । ଯେଉଁଥିକେ ବିଭିନ୍ନ ପ୍ରକାରର ସୁବିଧା ରହିଛି । କେତେକ ପ୍ଲାନରେ ଅସୀମିତ କଲିଂ ଉପଲବ୍ଧ ରହିଥିବା ସମୟରେ ଆଉ କେତେକ ପ୍ଲାନରେ ହାଇ ସ୍ପିଡ୍ ଇଣ୍ଟରନେଟ୍ ସୁବିଧା ଉପଲବ୍ଧ ରହିଛି । ଜିଓ ସହିତ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଏୟାରଟେଲ ମଧ୍ୟ ଏକ ନୂଆ ପ୍ଲାନ ଆରମ୍ଭ କରିଛି । ଯାହା କମ୍ ମୂଲ୍ୟରେ ଉଚ୍ଚ ବୈଧତା ସହିତ ଅସୀମିତ କଲିଂ ସୁବିଧା ଗ୍ରାହକଙ୍କୁ ପ୍ରଦାନ କରୁଛି । ଆସନ୍ତୁ ଏହି ପ୍ଲାନ ସମ୍ପର୍କରେ ବିସ୍ତୃତ ତଥ୍ୟ ଜାଣିବା ।

ଏୟାରଟେଲର ସୁଲଭ ଯୋଜନା
ଆମେ ଏୟାରଟେଲର ଯୋଉଁ ପ୍ଲାନ କଥା ଆପଣଙ୍କୁ କହୁଛୁ ତାହାର ମୂଲ୍ୟ ମାତ୍ର ୧୯୯ ଟଙ୍କା ରହିଛି । ଏହି ପ୍ଲାନରେ ଉପଭୋକ୍ତାମାନେ ମୋଟ ୨୮ ଦିନର ବୈଧତା ପାଉଛନ୍ତି । ବୈଧତା ସହିତ ଏହି ପ୍ଲାନରେ ଉପଭୋକ୍ତାମାନଙ୍କୁ ଅସୀମିତ କଲିଂର ସୁବିଧା ଦିଆଯାଇଛି । ଏହାର ଅର୍ଥ ହେଉଛି ଏହା ଯେ, ଆପଣ ଯେକୌଣସି ନେଟୱାର୍କକୁ ପୂରା ୨୮ ଦିନ ପର୍ଯ୍ୟନ୍ତ ଯେତେ ଇଚ୍ଛା ସେତେ କଲିଂ କରି ବାର୍ତ୍ତାଳାପ କରିପାରିବେ । ଏହି ପ୍ଲାନରେ ଉପଭୋକ୍ତାମାନଙ୍କୁ ସମଗ୍ର ବୈଧତା ସମୟରେ ମୋଟ 2 GB ଡାଟା ମିଳିଥାଏ । ଯଦି ଆପଣଙ୍କୁ ଅଧିକ ଡାଟାର ଆବଶ୍ୟକ ହୁଏ ତେବେ ଆପଣ ପୁନର୍ବାର ରିଚାର୍ଜ କରିପାରିବେ ।

Disclamer: (ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।)

Also Read- Lucky Zodiac Sign: ୫ ଅଗଷ୍ଟରେ ରାଶି ପରିବର୍ତ୍ତନ ଯୋଗର ଶୁଭ ସମକକ୍ଷ, ୫ଟି ରାଶିର ଭାଗ୍ୟ ଉଜ୍ୱଳ

Also Read- ମମତା ମହନ୍ତ ବିଜେପିରେ ମିଶିବା ପରେ ବିଜେଡି ଉପରେ ବର୍ଷିଲେ ସାଂସଦ ଅପରାଜିତା

Read More
{}{}