Home >>Odisha Trending

Sahara Refund: ସାହାରାରେ ନିବେଶ କରିଥିଲେ ଖୁସି ଖବର, ସରକାରଙ୍କ ବଡ଼ ନିଷ୍ପତ୍ତି

Sahara Refund: ସାହାରା ଟଙ୍କା ଫେରସ୍ତ ପୂର୍ବରୁ ଜମାକାରୀଙ୍କ ଦାବିକୁ ସରକାର ଯାଞ୍ଚ କରୁଛନ୍ତି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ, ସାହାରା ଗ୍ରୁପ୍‌ର ଚାରିଟି ବହୁ-ରାଜ୍ୟ ସମବାୟ ସମିତିର ପ୍ରକୃତ ଜମାକାରୀଙ୍କୁ ଟଙ୍କା ଫେରସ୍ତ ପାଇଁ CRCS-Sahara ରିଫଣ୍ଡ ପୋର୍ଟାଲ ଜୁଲାଇ ୧୮, ୨୦୨୩ ରେ ଆରମ୍ଭ କରାଯାଇଥିଲା।

Advertisement
Sahara Refund: ସାହାରାରେ ନିବେଶ କରିଥିଲେ ଖୁସି ଖବର, ସରକାରଙ୍କ ବଡ଼ ନିଷ୍ପତ୍ତି
Soubhagya Ranjan Mishra|Updated: Sep 18, 2024, 10:44 PM IST
Share

Sahara Refund: ସରକାର ସାହାରା ଗ୍ରୁପ୍‌ର ସମବାୟ ସମିତିର କ୍ଷୁଦ୍ର ଜମାକାରୀଙ୍କ ପାଇଁ ପ୍ରତ୍ୟାହାର ସୀମାକୁ ୧୦ ହଜାରରୁ ୫୦ ହଜାରରୁ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ସମବାୟ ମନ୍ତ୍ରଣାଳୟର ଜଣେ ବରିଷ୍ଠ ଅଧିକାରୀ ବୁଧବାର ଏହି ସୂଚନା ଦେଇଛନ୍ତି। CRCS-Sahara ରିଫଣ୍ଡ ପୋର୍ଟାଲ ମାଧ୍ୟମରେ ସରକାର ବର୍ତ୍ତମାନ ପର୍ଯ୍ୟନ୍ତ ସମବାୟ ସମିତିର ୪.୨୯ ଲକ୍ଷରୁ ଅଧିକ ଜମାକାରୀଙ୍କୁ ୩୭୦ କୋଟି ଟଙ୍କା ରିଲିଜ୍ କରିଛନ୍ତି।

ଅଧିକାରୀଙ୍କ କହିବାନୁଯାୟୀ, ଫେରସ୍ତ ପରିମାଣର ସୀମା ୫୦,୦୦୦ ଟଙ୍କାକୁ ବୃଦ୍ଧି କରି ଆସନ୍ତା ୧୦ ଦିନ ମଧ୍ୟରେ ପ୍ରାୟ ୧ ହଜାର କୋଟି ଟଙ୍କା ପ୍ରଦାନ କରାଯିବ। ଗତ ସପ୍ତାହରେ ସ୍ୱଳ୍ପ ନିବେଶକାରୀଙ୍କ ପାଇଁ ଫେରସ୍ତ ରାଶିର ସୀମା ୧୦,୦୦୦ ରୁ ୫୦,୦୦୦ ଟଙ୍କାକୁ ବୃଦ୍ଧି କରାଯାଇଥିଲା ବୋଲି ଅଧିକାରୀ କହିଛନ୍ତି।

ଫେରସ୍ତ ଫେରସ୍ତ ପୂର୍ବରୁ ଜମାକାରୀଙ୍କ ଦାବିକୁ ସରକାର ଧ୍ୟାନର ସହିତ ଯାଞ୍ଚ କରୁଛନ୍ତି । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ, ସାହାରା ଗ୍ରୁପ୍‌ର ଚାରିଟି ବହୁ-ରାଜ୍ୟ ସମବାୟ ସମିତିର ପ୍ରକୃତ ଜମାକାରୀଙ୍କୁ ଟଙ୍କା ଫେରସ୍ତ ପାଇଁ CRCS-Sahara ରିଫଣ୍ଡ ପୋର୍ଟାଲ ଜୁଲାଇ ୧୮,୨୦୨୩ରେ ଆରମ୍ଭ କରାଯାଇଥିଲା। ସେମଧ୍ୟରେ ରହିଛି, ସାହାରା କ୍ରେଡିଟ୍ କୋଅପରେଟିଭ୍ ସୋସାଇଟି ଲିମିଟେଡ୍, ଲକ୍ଷ୍ନୌ, ସାହାରା ୟୁନିଭର୍ସାଲ୍ ବହୁମୁଖୀ ସୋସାଇଟି ଲିମିଟେଡ୍, ଭୋପାଳ,  ଆମର ଇଣ୍ଡିଆ କ୍ରେଡିଟ୍ କୋଅପରେଟିଭ୍ ସୋସାଇଟି ଲିମିଟେଡ୍, କୋଲକାତା ଏବଂ ଷ୍ଟାର୍ସ ବହୁମୁଖୀ କୋଅପରେଟିଭ୍ ସୋସାଇଟି ଲିମିଟେଡ୍, ହାଇଦ୍ରାବାଦ ।

ମାର୍ଚ୍ଚ ୨୯, ୨୦୨୩ର ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ, ମେ ୧୯, ୨୦୨୩ ରେ ସେବି-ସାହାରା ଫେରସ୍ତ ଆକାଉଣ୍ଟରୁ ସେଣ୍ଟ୍ରାଲ୍ ରେଜିଷ୍ଟ୍ରାର୍ ଅଫ୍ କୋଅପରେଟିଭ୍ ସୋସାଇଟିସ୍ (CRCS) କୁ ୫ ହଜାର କୋଟି ଟଙ୍କା ହସ୍ତାନ୍ତର କରାଯାଇଥିଲା।

Also Read- Lucky Zodiac Sign: ୧୯ ସେପ୍ଟେମ୍ୱରରେ ବିଦ୍ୟା ଯୋଗର ଶୁଭ ସମକକ୍ଷ, ୫ଟି ରାଶିର ଭାଗ୍ୟ ଉଜ୍ୱଳ

Also Read- Bombay High Court: ପୂଜା ଭସାଣୀ ପାଇଁ ବ୍ୟାନ୍ ହୋଇଛି, ଇଦରେ ବାଜିବ କି DJ ?

Read More
{}{}