Home >>Odisha Trending

Goldy Brar: ନୂଆ ବର୍ଷର ପ୍ରଥମ ଦିନରେ ମୋଦି ସରକାରଙ୍କ ଜବରଦସ୍ତ ଆକ୍ସନ; ଗୋଲ୍ଡି ବ୍ରାର୍ ଆତଙ୍କବାଦୀ ଘୋଷିତ

  Gangster Goldy Brar: ପଞ୍ଜାବ ଗାୟକ ସିଦ୍ଧୁ ମୁସେୱାଲା ହତ୍ୟା ମାମଲାରେ ଜଡ଼ିତ ଗୋଲ୍ଡି ବ୍ରାର୍ କୁ ୟୁଏପିଏ ଅନୁଯାୟୀ ଆତଙ୍କବାଦୀ ଘୋଷଣା କରିଛନ୍ତି ଭାରତ ସରକାର।  

Advertisement
 Goldy Brar: ନୂଆ ବର୍ଷର ପ୍ରଥମ ଦିନରେ ମୋଦି ସରକାରଙ୍କ ଜବରଦସ୍ତ ଆକ୍ସନ; ଗୋଲ୍ଡି ବ୍ରାର୍ ଆତଙ୍କବାଦୀ ଘୋଷିତ
Zee Odisha Desk|Updated: Jan 01, 2024, 08:03 PM IST
Share

Goldy Brar Declared as Terrorist: ନୂଆ ବର୍ଷର ପ୍ରଥମ ଦିନରେ ମୋଦୀ ସରକାର ଆତଙ୍କବାଦୀଙ୍କ ଉପରେ କରିଛନ୍ତି ଜବରଦସ୍ତ ସର୍ଜିକାଲ ଷ୍ଟ୍ରାଇକ୍। ବର୍ଷର ପ୍ରଥମ ତାରିଖରେ ଏକ ବଡ଼ ଧରଣର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି କେନ୍ଦ୍ର ସରକାର ଗ୍ୟାଙ୍ଗଷ୍ଟର ସତୀନ୍ଦରଜିତ ସିଂହ ଓରଫ୍ ଗୋଲ୍ଡି ବ୍ରାର୍ କୁ ଆତଙ୍କବାଦୀ ବୋଲି ଘୋଷଣା କରିଛନ୍ତି। ବେଆଇନ କାର୍ଯ୍ୟକଳାପ (ପ୍ରତିରୋଧ) ଅଧିନିୟମ ୧୯୬୭ (ୟୁଏପିଏ) ଅନୁଯାୟୀ ଗୋଲଡି ବ୍ରାର୍  ବିରୋଧରେ ଏକ ମାମଲା ମଧ୍ୟ ରୁଜୁ ହୋଇଛି। ଆପଣଙ୍କୁ କହିରଖୁଛୁ ଯେ ପଞ୍ଜାବ ଗାୟକ ସିଦ୍ଧୁ ମୁସେୱାଲା ହତ୍ୟା ମାମଲାରେ ଗୋଲ୍ଡି ବ୍ରାର ନାଁ ସାମ୍ନାକୁ ଆସିଥିଲା। ଗୋଲ୍ଡି ବ୍ରାର ଭାରତ ତଥା କାନାଡା ସରକାରଙ୍କ ମୋଷ୍ଟ ୱାଣ୍ଟେଡ ତାଲିକାରେ ଅନ୍ତର୍ଭୂକ୍ତ ରହିଥିଲା। ଏହା ବ୍ୟତୀତ ଗୋଲ୍ଡି ବ୍ରାର ଲରେନ୍ସ ବିଷ୍ଣୋୟୀର ନିକଟତର ବୋଲି କୁହାଯାଏ।

ଆମେରିକା ଏବଂ କାନାଡା ଠାରୁ ଖେଳାଉଥିଲା ଆତଙ୍କ 
କୁହାଯାଏ ଯେ ଗୋଲ୍ଡି ବ୍ରାର୍ ନିର୍ଦ୍ଦେଶରେ ଲରେନ୍ସ ବିଷ୍ଣୋୟୀ ଗ୍ୟାଙ୍ଗ୍ ସୁଟର ପ୍ରସିଦ୍ଧ ପଞ୍ଜାବୀ ଗାୟକ ସିଦ୍ଧୁ ମୁସେୱାଲାଙ୍କୁ ହତ୍ୟା କରିଥିଲେ। ଅନେକ ରିପୋର୍ଟ ମାଧ୍ୟମରେ ଦାବି କରାଯାଇଥିଲା ଯେ ଗୋଲ୍ଡି ବ୍ରାର ଆମେରିକା ଏବଂ କାନାଡା ଠାରେ ରହି ନିଜର ଅପରାଧିକ କାର୍ଯ୍ୟକଳାପ ନିୟନ୍ତ୍ରଣ କରୁଥିଲା। କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଦ୍ୱାରା ଜାରି ବିଜ୍ଞପ୍ତିରେ ଗୋଲଡି ବ୍ରାର୍ କୁ ଆତଙ୍କବାଦୀ ସଙ୍ଗଠନ ବାବର ଖାଲସା ଇଣ୍ଟରନ୍ୟାସନାଲ୍ ସଦସ୍ୟ ବୋଲି ବର୍ଣ୍ଣନା କରାଯାଇଛି।

ପ୍ରକାଶ ପାଇଲା ୨୮ ଗ୍ୟାଙ୍ଗଷ୍ଟର ନାମର ତାଲିକା 
ଆପଣଙ୍କୁ କହିରଖୁଛୁ ଯେ ଗୋଲ୍ଡି ବ୍ରାର ୧୯୯୪ ମସିହାରେ ପଞ୍ଜାବ ସ୍ଥିତ ଶ୍ରୀ ମୁକେଶ୍ୱର ସାହିବ ଠାରେ ଜନ୍ମଗ୍ରହଣ କରିଥିଲା। ନିକଟରେ ଗୋଲ୍ଡି ବ୍ରାର ନାମ ଭାରତ ବିରୋଧି ଖାଲିସ୍ତାନୀ ଆନ୍ଦୋଳନ ସହିତ ମଧ୍ୟ ଜଡ଼ିତ ରହିଥିଲା।  କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରକାଶିତ ତାଲିକାରେ ମୋଟ ୨୮ ଗ୍ୟାଙ୍ଗଷ୍ଟର ଅନ୍ତର୍ଭୂକ୍ତ ଅଛନ୍ତି। ସେମାନେ ହେଉଛନ୍ତି ସେହି ଆତଙ୍କବାଦୀ ଯେଉଁମାନେ ଦେଶ ବିରୋଧି କାର୍ଯ୍ୟକଳାପରେ ଜଡିତ ଅଛନ୍ତି। ପଞ୍ଜାବ, ହରିୟାଣା, ରାଜସ୍ଥାନ, ଦିଲ୍ଲୀ ଏବଂ ଉତ୍ତର ପ୍ରଦେଶ ସମେତ ଦେଶର ଅନ୍ୟ ରାଜ୍ୟରେ ଗୋଲ୍ଡି ବ୍ରାର ଗୋଷ୍ଠୀର ସଦସ୍ୟ ଅଧିକ ସକ୍ରିୟ ଅଛନ୍ତି। ଗୋଲ୍ଡି ବ୍ରାର ବ୍ୟତୀତ ଆତଙ୍କବାଦୀ ଲଖବୀର ସିଂହ ନାଁ ମଧ୍ୟ ଏହି ତାଲିକାରେ ଅନ୍ତର୍ଭୂକ୍ତ ରହିଛି। ଯିଏ ପାକିସ୍ତାନ ମାଟିରେ ସକ୍ରିୟ ରହିଥିବା ଆତଙ୍କବାଦୀ "ରିଣ୍ଡା" ସହିତ ସିଧାସଳଖ ସମ୍ପର୍କ ରଖିଥିବା ବାବର ଖାଲସା ଇଣ୍ଟରନ୍ୟାସନାଲ ଗ୍ୟାଙ୍ଗ ସଦସ୍ୟ।

Read More
{}{}