Hindi News >>Home >>Odisha Trending

PM Kisan: ଲେଖି ରଖନ୍ତୁ ତାରିଖ; ଏହି ଦିନ ଚାଷିଙ୍କ ଆକାଉଣ୍ଟକୁ ଆସିବ ୨୦୦୦ ଟଙ୍କା

PM Kisan 16th installment: ପ୍ରଧାନମନ୍ତ୍ରୀ କିସନ ସାମ୍ମାନ ନିଧି ଯୋଜନାର ୧୬ ତମ କିସ୍ତିକୁ ନେଇକୋଟି କୋଟି ଚାଷୀଙ୍କ ପାଇଁ ଏକ ବଡ଼ ଖବର ଅଛି। ପଢ଼ନ୍ତୁ ପୂରା ଖବର।  

Advertisement
PM Kisan Samman Nidhi Yojana
PM Kisan Samman Nidhi Yojana
Zee Odisha Desk|Updated: Feb 21, 2024, 08:02 PM IST
Share

PM Kisan Samman Nidhi Yojana: ପ୍ରଧାନମନ୍ତ୍ରୀ କିସନ ସମ୍ମାନ ନିଧି ଯୋଜନାର ୧୬ ତମ କିସ୍ତିକୁ ନେଇ କୋଟି କୋଟି ଚାଷୀଙ୍କ ପାଇଁ ଏକ ବଡ଼ ଖବର ଅଛି। ମୋଦୀ ସରକାର ଚଳିତ ମାସ ଶେଷ ସୁଦ୍ଧା ପିଏମ କିସାନ ହିତାଧିକାରୀଙ୍କୁ ୧୬ ତମ କିସ୍ତି ପ୍ରଦାନ କରିବେ। ଏଥିପାଇଁ ସରକାରୀ ତାରିଖ ଘୋଷଣା କରାଯାଇଛି। PM Kisan ର ଅଫିସିଆଲ୍ ୱେବସାଇଟ୍ ଅନୁଯାୟୀ, ୨୮ ଫେବୃଆରୀରେ PM Kisan ର ୧୬ ତମ କିସ୍ତି ରିଲିଜ୍ ହେବ। ଆପଣଙ୍କୁ କହିରଖୁଛୁ ଯେ ପିଏମ କିସାନ ହିତାଧିକାରୀଙ୍କୁ ବାର୍ଷିକ ୬,୦୦୦ ଟଙ୍କା ନଗଦ ସୁବିଧା ଦିଆଯାଉଛି, ଯାହାକୁ ୨,୦୦୦ ଲେଖାଁଏ ତିନିଟି କିସ୍ତିରେ ଦିଆଯାଉଛି।

ନଭେମ୍ବରରେ ୧୫ ତମ କିସ୍ତି ଆସିଥିଲା। କହିରଖୁଛୁ ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୧୫ ନଭେମ୍ବର ୨୦୨୩ ରେ ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ଯୋଜନାର ୧୫ ତମ କିସ୍ତି ରିଲିଜ୍ କରିଥିଲେ। ୮ କୋଟିରୁ ଅଧିକ ହିତାଧିକାରୀ ଚାଷୀଙ୍କୁ ୧୫ ତମ କିସ୍ତି ଭାବରେ ୧୦,୦୦୦ କୋଟି ଟଙ୍କା ଟ୍ରାନ୍ସଫର କରାଯାଇଥିଲା।

କିପରି ଯାଞ୍ଚ କରିବେ ହିତାଧିକାରୀଙ୍କ ତାଲିକା-
1. PM-Kisan pmkisan.gov.in ର ଅଫିସିଆଲ୍ ୱେବସାଇଟ୍ ଭିଜିଟ୍ କରନ୍ତୁ।
2. ହୋମପେଜରେ 'ପାର୍ମର କର୍ଣ୍ଣର' ଚୟନ କରନ୍ତୁ।
3. ଏହା ପରେ 'Beneficiary Status' ଉପରେ କ୍ଲିକ୍ କରନ୍ତୁ ।
4. ଏହା ପରେ ଆପଣ ଡ୍ରପ୍ ଡାଉନ୍ ମେନୁରୁ ରାଜ୍ୟ, ଜିଲ୍ଲା, ଉପ ଜିଲ୍ଲା, ବ୍ଲକ କିମ୍ବା ଗ୍ରାମ ଚୟନ କରିପାରିବେ ।
5. ଏହା ପରେ ସ୍ଥିତି ଜାଣିବା ପାଇଁ 'Get Report' ଉପରେ କ୍ଲିକ୍ କରନ୍ତୁ ।

ଚାଷୀଙ୍କ ପାଇଁ ହେଲ୍ପଲାଇନ ନମ୍ବର
ଆପଣ ଯଦି ପିଏମ କିସାନ ଯୋଜନା ସହିତ ଜଡିତ କୌଣସି ସମସ୍ୟାର ସମ୍ମୁଖୀନ ହେଉଛନ୍ତି, ତେବେ ଆପଣ pmkisan-ict@gov.in ଇମେଲ ID ରେ ଯୋଗାଯୋଗ କରିପାରିବେ। ଏହା ବ୍ୟତୀତ, ଆପଣ PM Kisan Yojana - 155261 କିମ୍ବା 1800115526 (ଟୋଲ୍ ଫ୍ରି) କିମ୍ବା 011-23381092 ର ହେଲ୍ପଲାଇନ ନମ୍ବର ସହିତ ଯୋଗାଯୋଗ କରିପାରିବେ।

ଚାଟୱଟ୍ ଦ୍ୱାରା ପାଇ ପାରିବେ ସାହାଯ୍ୟ
କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରଣାଳୟ ମଧ୍ୟ ପିଏମ-କିସାନ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଚାଟବଟ (କିସାନ ଇ-ମିତ୍ର) ର ଶୁଭାରମ୍ଭ କରିଛି, ଯାହା ପିଏମ-କିସାନ ସାମମାନ ନିଧି ଯୋଜନା ସହ ଜଡିତ ଅଭିଯୋଗ ପାଇଁ ଚାଷୀଙ୍କୁ ଏକ ଷ୍ଟପ ସମାଧାନ ପ୍ରଦାନ କରିବ। ଏହା ହିନ୍ଦୀ, ତାମିଲ, ଓଡିଆ, ବଙ୍ଗାଳୀ ଏବଂ ଇଂରାଜୀ ପରି ସ୍ଥାନୀୟ ଭାଷାରେ ସହାୟତା ଯୋଗାଏ।

Read More
{}{}