Hindi News >>Home >>Odisha Trending

୨ଟି ବ୍ୟାଗରେ ଥିଲା କଟା ହୋଇଥିବା ଶବ, ଟ୍ରେନରୁ ଜବତ କଲା ଜିଆରପି

ମହିଳାଙ୍କ ଅଣ୍ଟା ଠାରୁ ମୁଣ୍ଡ ପର୍ଯ୍ୟନ୍ତ ଗୋଟିଏ ପାର୍ଶ୍ୱ ଗୋଟିଏ ଟ୍ରଲୀ ବ୍ୟାଗରେ ଭର୍ତ୍ତି କରାଯାଇଥିବା ସମୟରେ ଅଣ୍ଟା ଠାରୁ ତଳକୁ ଥିବା ଶରୀରକୁ ଆଉ ଏକ ପ୍ଲାଷ୍ଟିକ ବ୍ୟାଗରେ ଭର୍ତ୍ତି କରାଯାଇଥିଲା ।

Advertisement
୨ଟି ବ୍ୟାଗରେ ଥିଲା କଟା ହୋଇଥିବା ଶବ, ଟ୍ରେନରୁ ଜବତ କଲା ଜିଆରପି
Soubhagya Ranjan Mishra|Updated: Jun 09, 2024, 04:23 PM IST
Share

ନୂଆଦିଲ୍ଲୀ: ଇନ୍ଦୋରର ଏକ ଭୟଙ୍କର ଘଟଣାକୁ ନେଇ ବର୍ତ୍ତମାନ ଚର୍ଚ୍ଚା ଆଲୋଚନା ଜୋର ଧରିଛି । ଜଣେ ମହିଳାଙ୍କ ମୃତଦେହକୁ କାଟି ୨ଟି ବ୍ୟାଗରେ ଭର୍ତ୍ତି କରାଯାଇ ଟ୍ରେନ ମାଧ୍ୟମରେ କେଉଁ ସ୍ଥାନକୁ ଚାଲାଣ କରାଯାଉଥିବା ସମୟରେ ଜିଆରପି ପୋଲିସ ଉକ୍ତ ବ୍ୟାଗକୁ ଜବତ କରିଛି । ବ୍ୟାଗରୁ ମିଳିଥିବା ମୃତଦେହରେ ଶରୀରର ସମସ୍ତ ଅଙ୍ଗ ଥିବା ସମୟରେ ହାତ ଏବଂ ଗୋଡ ନଥିବା ଦେଖିବାକୁ ମିଳିଛି ।

ତେବେ ଉକ୍ତ ମହିଳାଙ୍କୁ କେହି ହତ୍ୟା କରିବା ପରେ ମୃତଦେହକୁ ବିକୃତ କରାଯାଇଛି ବୋଲି ପୋଲିସ ସନ୍ଦେହ କରିଛି । ଡ ଆମ୍ବେଦକର ନଗର ଏବଂ ଇନ୍ଦୋର ପ୍ୟାସେଞ୍ଜର ଟ୍ରେନରେ ସଫା କରୁଥିବା ସମୟରେ ଏହି ଦୃଶ୍ୟ ପ୍ରଥମେ ଜଣେ ସଫେଇ କର୍ମଚାରୀଙ୍କ ନଜରରେ ପଡିଥିଲା । ତାପରେ ସେ ଏନେଇ ଜିଆରପିକୁ ସୂଚନା ଦେଇଥିଲେ। ଉକ୍ତ ଷ୍ଟେସନର ଇନଚାର୍ଜ ସଞ୍ଜୟ ଶୁକ୍ଳା ନିଜ ଟିମ ସହିତ ଟ୍ରେନ ଭିତରେ ପହଞ୍ଚି ଦୁଇଟି ବ୍ୟାଗକୁ ଜବତ କରିଥିଲେ। ଶୁକ୍ଳାଙ୍କ କହିବାନୁଯାୟୀ, ଜବତ ହୋଇଥିବା ମୃତ ମହିଳାଙ୍କ ପରିଚୟ ମିଳିନାହିଁ । ତେବେ ତାଙ୍କ ବୟସ ୨୦ରୁ ୨୫ ବର୍ଷ ହେବା ନେଇ ଅନୁମାନ କରାଯାଉଛି । ମହିଳାଙ୍କ ଅଣ୍ଟା ଠାରୁ ମୁଣ୍ଡ ପର୍ଯ୍ୟନ୍ତ ଗୋଟିଏ ପାର୍ଶ୍ୱ ଗୋଟିଏ ଟ୍ରଲୀ ବ୍ୟାଗରେ ଭର୍ତ୍ତି କରାଯାଇଥିବା ସମୟରେ ଅଣ୍ଟା ଠାରୁ ତଳକୁ ଥିବା ଶରୀରକୁ ଆଉ ଏକ ପ୍ଲାଷ୍ଟିକ ବ୍ୟାଗରେ ଭର୍ତ୍ତି କରାଯାଇଥିଲା ।

ଅନ୍ୟପଟେ ଜବତ ହୋଇଥିବା ମୃତଦେହକୁ କିଏ ରଖିଛି ଏବଂ ଏହା ହତ୍ୟାକାଣ୍ଡ ନା ଆଉ କିଛି ସେନେଇ ତଦନ୍ତ ଆରମ୍ଭ କରିଛି ପୋଲିସ । ମହିଳାଙ୍କ ପରିଚୟ କଣ ତାହା ଜାଣିବା ବର୍ତ୍ତମାନ ପୋଲିସ ପ୍ରାଥମିକତା ବୋଲି ପୋଲିସ ପକ୍ଷରୁ କୁହାଯାଇଛି । ଏତିସହ ଜବତ ହୋଇଥିବା ଶବକୁ ବ୍ୟବଚ୍ଛେଦ କରାଯିବ ବୋଲି ଜଣାପଡିଛି ।

Also Read- Top 10 News Today: ଯାହା କହିଥିଲେ ତାହା କରିଲେ ଭିକେ ପାଣ୍ଡିଆନ, ପଢ଼ନ୍ତୁ ୧୦ଟି ବଡ଼ ଖବର

Also Read- Shukra Rashi Parivartan 2024: ଶୁକ୍ରଙ୍କ ପ୍ରଭାବରୁ ଏହି ୩ ରାଶିଙ୍କ ଭାଗ୍ୟ ପରିବର୍ତ୍ତନ

Read More
{}{}