Hindi News >>Home >>Odisha Trending

Gujarat Floods: ଭୟଙ୍କର ରୁପ ନେଇଛି ବନ୍ୟା ସ୍ଥିତି, ଏଯାଏଁ ଗଲାଣି ୩୫ ଜୀବନ, ୨ ଦିନ ପାଇଁ ରେଡ୍ ଆଲର୍ଟ ଜାରି

Gujarat Floods: ରିପୋର୍ଟ ଅନୁଯାୟୀ, ପ୍ରବଳ ବର୍ଷା ଓ ବନ୍ୟା ଯୋଗୁଁ ୭ ଟି ଜାତୀୟ ରାଜପଥ, ୬୬ ଟି ରାଜ୍ୟ ରାଜପଥ, ୯୨ ଟି ସଡ଼କ ଏବଂ ୭୦୦ରୁ ଅଧିକ ଗାଁର ରାସ୍ତା ଅଟକି ରହିଛି। ୧୪ ଟି NDRF, ୨୨ SDRF ଟିମ୍ ସହିତ ସେନା, ବାୟୁସେନା ଏବଂ ନୌସେନାର ୬ଟି କଣ୍ଟିଜେଣ୍ଟ୍ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି। ବୁଧବାର ଦିନ ଦ୍ୱାରକା, ଜାମନଗର, ରାଜକୋଟ, ପୋରବନ୍ଦରକୁ ୬ ଘଣ୍ଟା ମଧ୍ୟରେ ୨୦୦ ମିଲିମିଟର ବର୍ଷା ହୋଇଛି।

Advertisement
Gujarat Floods: ଭୟଙ୍କର ରୁପ ନେଇଛି ବନ୍ୟା ସ୍ଥିତି, ଏଯାଏଁ ଗଲାଣି ୩୫ ଜୀବନ, ୨ ଦିନ ପାଇଁ ରେଡ୍ ଆଲର୍ଟ ଜାରି
Priyambada Rana|Updated: Aug 29, 2024, 04:18 PM IST
Share

Gujarat Flood: ଗତ ୪ ଦିନ ଧରି ବର୍ଷା ହେତୁ ଗୁଜୁରାଟରେ ସ୍ଥିତି ବିଗିଡ଼ିବାରେ ଲାଗିଛି। ୨୦୦ ରୁ ଅଧିକ ଗାଁ ବନ୍ୟା ଜଳରେ ବୁଡ଼ି ଯାଇଛି। ନଦୀ ସ୍ରୋତ ବୃଦ୍ଧି ପାଇବା କାରଣରୁ ବନ୍ଧ ଉପରେ ପାଣି ଚାଲୁଥିବା ଦେଖିବାକୁ ମିଳିଛି। ଗତ ୪ ଦିନ ମଧ୍ୟରେ ବନ୍ୟା ଜନିତ ବିଭିନ୍ନ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୩୫ ରେ ପହଞ୍ଚିଛି। ପରିସ୍ଥିତିକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ପଟେଲ ସମସ୍ତ ସ୍କୁଲ କଲେଜ ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ରାସ୍ତା ଏବଂ ରେଳ ଟ୍ରାକ୍ ପାଣିରେ ବୁଡି ରହିଛି। ୪୦ ରୁ ଅଧିକ ଟ୍ରେନକୁ ବାତିଲ କରାଯାଇଛି ଏବଂ ୯୦୦ ରୁ ଅଧିକ ରାସ୍ତା ଅବରୋଧ କରାଯାଇଛି। ପ୍ରଧାନମନ୍ତ୍ରୀ ମୋଦୀ ନିଜେ ରାଜ୍ୟର ପରିସ୍ଥିତି ଉପରେ ନଜର ରଖିଛନ୍ତି। ସେ ମୁଖ୍ୟମନ୍ତ୍ରୀଙ୍କ ସହ ଫୋନରେ କଥା ହୋଇ ରିଲିଫ୍ ବଣ୍ଟନ ଆରମ୍ଭ କରାଇଛନ୍ତି। ବିଶ୍ୱାମିତ୍ରୀ ନଦୀ ବିପଜ୍ଜନକ ସ୍ତର ଦେଇ ପ୍ରବାହିତ ହେଉଛି। ରାଜକୋଟ, ଆନନ୍ଦ, ମହିସାଗର, ଖେଡା, ଅହମ୍ମଦାବାଦ, ମୋର୍ବି, ଜୁନାଗଡ ଏବଂ ଭାରୁଚ ଜିଲ୍ଲା ବନ୍ୟା ଯୋଗୁ ଅଧିକ ମାତ୍ରାରେ ପ୍ରଭାବିତ ହୋଇଛି। ୪୦ ହଜାରରୁ ଅଧିକ ଲୋକଙ୍କୁ ଉଦ୍ଧାର କରାଯାଇଛି।

ପାଣିପାଗ ବିଭାଗ ଦିନ ପାଇଁ ରେଡ୍ ଆଲର୍ଟ ଜାରି କରିଛି:

ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ଆସନ୍ତା ୨ ଦିନ ପାଇଁ ରାଜ୍ୟର ୧୨ ଟି ଜିଲ୍ଲାକୁ ରେଡ୍ ଆଲର୍ଟ ଜାରି କରିଛି। ଏକ ରିପୋର୍ଟ ଅନୁଯାୟୀ, ପ୍ରବଳ ବର୍ଷା ଓ ବନ୍ୟା ଯୋଗୁଁ ୭ ଟି ଜାତୀୟ ରାଜପଥ, ୬୬ ଟି ରାଜ୍ୟ ରାଜପଥ, ୯୨ ଟି ସଡ଼କ ଏବଂ ୭୦୦ରୁ ଅଧିକ ଗାଁର ରାସ୍ତା ଅଟକି ରହିଛି। ୧୪ ଟି NDRF, ୨୨ SDRF ଟିମ୍ ସହିତ ସେନା, ବାୟୁସେନା ଏବଂ ନୌସେନାର ୬ଟି କଣ୍ଟିଜେଣ୍ଟ୍ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି। ବୁଧବାର ଦିନ ଦ୍ୱାରକା, ଜାମନଗର, ରାଜକୋଟ, ପୋରବନ୍ଦରକୁ ୬ ଘଣ୍ଟା ମଧ୍ୟରେ ୨୦୦ ମିଲିମିଟର ବର୍ଷା ହୋଇଛି।

ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଗତ ୪  ଦିନ ମଧ୍ୟରେ ଗୁଜରାଟରେ ବର୍ଷା ଯୋଗୁଁ ଅନେକ ଦୁର୍ଘଟଣା ଘଟିଛି, ଯେଉଁଥିରେ ଗୁରୁବାର ମୃତ୍ୟୁ ସଂଖ୍ୟା ୩୫ରେ ପହଞ୍ଚଛି। କାନ୍ଥ ଭୁଶୁଡ଼ିବା କାରଣରୁ ଆନନ୍ଦ ଜିଲ୍ଲାର ଖାଡୋଡି ଗ୍ରାମରେ ତିନି ଜଣଙ୍କର ମୃତ୍ୟୁ ଘଟିଛି। କାନ୍ଥ ଭୁଶୁଡ଼ିବା କାରଣରୁ ମହିଷାଗରର ହରିପୁରା ଗ୍ରାମରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି। ଧିଙ୍ଗରା ଗ୍ରାମ ଏବଂ ଅହମ୍ମଦାବାଦର ସାନନ୍ଦ ଗ୍ରାମରେ ମଧ୍ୟ ବର୍ଷା ହେତୁ ଏକ କାନ୍ଥ ଭୁଶୁଡି ପଡି ୨ ଜଣଙ୍କର ମୃତ୍ୟୁ ଘଟିଛି। ଚିତ୍ରସର ଗ୍ରାମରେ କାନ୍ଥ ତଳେ ପୋତି ହୋଇଯିବା ପରେ ଜଣଙ୍କର ମୃତ୍ୟୁ ଘଟିଛି। ପିଲୁଡ୍ରା, ମଙ୍ଗ୍ରୋଲ, ହାଲୋଲ, ତାଲୁକା ଏବଂ ମଣିନାଗରରେ ବର୍ଷା ପାଣିରେ ବୁଡ଼ିଯିବା କାରଣରୁ ଅନେକ ଲୋକଙ୍କର ମୃତ୍ୟୁ ଘଟିଛି।

Read More
{}{}