Home >>Odisha Trending

Dussehra Ravan Dahan: ଏଠାରେ ରାବଣ ବଦ୍ଧ କରିଥାନ୍ତି ହନୁମାନ; ଲଗାତାର ୪୦ ଦିନ ଧରି କରିଥାନ୍ତି ବେଶ ଧାରଣ

Kaithal Ravan Dahan: ହରିୟାଣାର କୈାଥଲ ସହରରେ ଦଶହରା ଅବସରରେ ଏକ ଭିନ୍ନ ଉପାୟରେ ରାବଣ ପୋଡ଼ି ଉତ୍ସବ ଅନୁଷ୍ଠିତ ହୋଇଥାଏ। 

Advertisement
Dussehra Ravan Dahan: ଏଠାରେ ରାବଣ ବଦ୍ଧ କରିଥାନ୍ତି ହନୁମାନ; ଲଗାତାର ୪୦ ଦିନ ଧରି କରିଥାନ୍ତି ବେଶ ଧାରଣ
Zee Odisha Desk|Updated: Oct 24, 2023, 07:33 PM IST
Share

Kaithal Dussehra Festival: ଅକ୍ଟୋବର ୨୪ ତାରିଖ ମଙ୍ଗଳବାର ସମଗ୍ର ଦେଶରେ ପାଳିତ ହେଉଛି ବିଜୟା ଦଶମୀ ସହ ଦଶହରା। ଏହି ଅବସରରେ ଦେଶର ବିଭିନ୍ନ ସ୍ଥାନରେ ଆୟୋଜିତ ହୋଇଯାଇଛି ରାବଣ ପୋଡ଼ି ଉତ୍ସବ। ମାତ୍ର ହରିୟାଣାର କୈଥଲ ସହରରେ ଦଶହରା ଏକ ଭିନ୍ନ ଢଙ୍ଗରେ ପାଳିତ ହୋଇଥାଏ। ଏଠାରେ ଭଗବାନ ହନୁମାନଙ୍କ ରୂପରେ ଦଶହରା ପାଳିତ ହୋଇଥାଏ। କିଛି ଲୋକ ୪୦ ଦିନ ପୂଜାର୍ଚ୍ଚନା ଉପାସନା କରିବା ସହ ବ୍ରତ ରଖିଥାନ୍ତି। ଦଶହରା ଅବସରରେ ଲୋକେ ହନୁମାନର ରୂପ ନେଇଥିବା ବ୍ୟକ୍ତିଙ୍କୁ ଆମନ୍ତ୍ରଣ କରିଥାନ୍ତି। ଏହା ପରେ ପରେ ଦଶହରା ଦିନ ହନୁମାନ ରୂପ ଧାରଣ କରିଥିବା ଲୋକ ରାବଣକୁ ଗଦାରେ ପ୍ରହାର କରିଥାନ୍ତି। ତାହା ପରେ ଯାଇ ରାବଣ ପୋଡ଼ି ହୋଇଥାଏ। 

ନିଆରା ଢଙ୍ଗରେ ପାଳିତ ହୋଇଥାଏ କୈଥଲ ଦଶହରା 
ଦଶହରା ଅବସରରେ କୈଥଲ (Kaithal City Haryana) ଠାରେ ଏକ ବିଶେଷ ପ୍ରକାରର ପରମ୍ପରା ପାଳନ କରାଯାଏ। ଏହି ପରମ୍ପରା ଅନୁଯାୟୀ କିଛି ଲୋକ ଭଗବାନ ହନୁମାନଙ୍କ ରୂପ (Form of Lord Hanuman) ଧାରଣ କରି ସମଗ୍ର ସହର ପରିକ୍ରମା କରିଥାନ୍ତି। ପରମ୍ପରା ଅନୁଯାୟୀ, ଯେ ପର୍ଯ୍ୟନ୍ତ ହନୁମାନ ନିଜ ଗଦାରେ (Lord Hanumans Mace) ଲଙ୍କାପତି ରାବଣକୁ (Lankapati Ravana) ପ୍ରହାର କରିନଥାନ୍ତି, ସେ ପର୍ଯ୍ୟନ୍ତ ରାବଣ ପୋଡ଼ି ଲାଗି ବ୍ୟବହୃତ ହେଉଥିବା ପୁତୁଳା (Effigy of Ravana Dahan) ଜଳିନଥଏ। ଭାରତ ବର୍ଷ ସ୍ୱାଧିନ ହେବା ପରେ ପାକିସ୍ତାନ ଠାରେ ରହୁଥିବା ଲୋକେ ଏହି ପରମ୍ପରାକୁ ହରିୟାଣ କୈଥଲ ସହରକୁ ନେଇ ଆସିଥିଲେ। ଯେଉଁମାନେ ଭଗବାନ ହନୁମାନଙ୍କ ରୂପ ଧାରଣ କରିଥାନ୍ତି ସେମାନେ ୪୦ ଦିନ ପର୍ଯ୍ୟନ୍ତ ଉପବାସ ପାଳନ କରିଥାନ୍ତି। ଘରୁ ବାହାରେ ରହି ଭୂମିରେ ଶୋଇଥାନ୍ତି। ସେମାନେ କେବଳ ସାମାନ୍ୟ ରୂପରେ ଫଳାହାର କରିଥାନ୍ତି। 

ଭଗବାନ ହନୁମାନଙ୍କ ସ୍ୱରୂପ ହୋଇଥାଏ ପୂଜା
ପ୍ରାୟ ୪୦ ଦିନ ପରେ ଦଶହରା ଦିନ ସମସ୍ତେ ଭଗବାନ ହନୁମାନଙ୍କ ସ୍ୱରୂପକୁ ପୂଜାର୍ଚ୍ଚନା କରିଥାନ୍ତ। ଯାହାର ଲମ୍ବ ୩ ଫୁଟ ଠାରୁ ନେଇ ୧୨ ଫୁଟ ପର୍ଯ୍ୟନ୍ତ ହୋଇଥାଏ। ଲୋକେ ବିଶ୍ୱାସ କରିଥାନ୍ତି ଯେ ଏହି ୪୦ ଦିନର ତପସ୍ୟା ପରେ ଭଗବାନ ହନୁମାନଙ୍କ ଶକ୍ତି ଏହି ସ୍ୱରୂପରେ ଆସିଥାଏ। ଭଗବାନ ହନୁମାନଙ୍କ ରୂପ ଧାରଣ କରିଥିବା ଲୋକଙ୍କୁ ନିଜ ଘରକୁ ନିମନ୍ତ୍ରଣ କରି ବର ମାଗିଥାନ୍ତି। ବିଶ୍ୱାସ କରାଯାଏ ଯେ ଏପରି କରିବା ଦ୍ୱାରା ସେମାନଙ୍କ ଇଚ୍ଛା ପୂରଣ ହୋଇଥାଏ। କୁହାଯାଏ ଯେ ଏହି ପରମ୍ପରାକୁ ଗୋଟିଏ ପରିବାର ପାକିସ୍ତାନ ଠାରୁ ନେଇ ଆସିଥିଲେ। ଏହି ପରମ୍ପରା କେବଳ କୈଥଲ ସହ ପାନିପତ ଠାରେ ପ୍ରଚଳିତ।

ହନୁମାନଙ୍କ ଗଦା ପ୍ରହାର ପରେ ଜଳିଥାଏ ରାବଣ ପୁତୁଳା 
ଭଗବାନ ହନୁମାନଙ୍କ ସ୍ୱରୂପ ପାନିପତ ଠାରେ ନିର୍ମିତ ହୋଇଥାଏ। ଯିଏ ଭଗବାନ ହନୁମାନଙ୍କ ରୂପ ଧାରଣ କରିଥାଏ ସେ ୪୦ ଦିନ ପର୍ଯ୍ୟନ୍ତ ଉପବାସ କରିଥାନ୍ତି। ଯାହାକୁ ଅତି ପବିତ୍ରତାର ସହ ପାଳନ କରାଯାଏ। ଭଗବାନ ହନୁମାନଙ୍କ ସ୍ୱରୂପ ଢୋଲ ମୃଦଙ୍ଗ ସହ ସମଗ୍ର ସହର ପରିକ୍ରମା କରିଥାନ୍ତି। ରାବଣ ପୋଡ଼ି ପୂର୍ବରୁ ରାବଣ ପୁତୁଳାକୁ ହନୁମାନଙ୍କ  ଗଦାରେ ପ୍ରହାର କରାଯାଇଥାଏ। ଏହା ପରେ ଯାଇ କୈଥଲ ସହରରେ ରାବଣ ପୋଡ଼ି ଉତ୍ସବ ଆୟୋଜିତ ହୋଇଥାଏ।

Read More
{}{}