Hindi News >>Home >>Odisha Trending

Weather Update: ୪୪ ଟପିଲା ତାତି: ୨୧ ରୁ ୨୫ ପର୍ଯ୍ୟନ୍ତ ମିଳିବ ଆଶ୍ୱସ୍ତି, ପୁଣି ୨୬ରୁ ବଢ଼ିବ ତାପମାତ୍ରା

Weather Alert: ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ବେଳେ ପ୍ରଥମଥର ତାପମାତ୍ରା ୪୪ ଡିଗ୍ରୀ ପାରକରିଛି।

Advertisement
Weather Update: ୪୪ ଟପିଲା ତାତି:  ୨୧ ରୁ ୨୫ ପର୍ଯ୍ୟନ୍ତ ମିଳିବ ଆଶ୍ୱସ୍ତି, ପୁଣି ୨୬ରୁ ବଢ଼ିବ ତାପମାତ୍ରା
Zee Odisha Desk|Updated: Apr 19, 2024, 08:33 PM IST
Share

Weather Forecast: ଭୁବନେଶ୍ୱର: ରାଜ୍ୟରେ ପ୍ରବଳ ରୌଦ୍ରତାପ ଜାରି ରହିଛି। ପ୍ରଥମଥର ପାଇଁ ଆଜି ତାପମାତ୍ରା ୪୪ ଡିଗ୍ରୀ ଟପିଛି। ବୌଦ୍ଧରେ ଏହି ସର୍ବୋଚ୍ଚ ତାପମାତ୍ରା ରେକର୍ଡ କରାଯାଇଛି। ଏଠାରେ ତାପମାତ୍ରା ୪୪.୩ ଡିଗ୍ରୀ ଥିବାବେଳେ ବାରିପଦାରେ ୪୪.୨ ଡିଗ୍ରୀ ରହିଛି। ପାଣିପାଗ ବିଭାଗର ତଥ୍ୟ ଅନୁସାରେ ୧୦ ସହର ୪୩ ଡିଗ୍ରୀ ଉପରେ ରହିଛି। 

ତେବେ ସୋଆ ପାଣିପାଗ ଗବେଷଣା କେନ୍ଦ୍ରର ମୁଖ୍ୟ ତଥା ପୂର୍ବତନ ଆଞ୍ଚଳିକ ପାଣିପାଗ ନିର୍ଦ୍ଦେଶକ ଡ.ଶରତଚନ୍ଦ୍ର ସାହୁଙ୍କ  ସୂଚନା ଅନୁସାରେ ଏହି ପ୍ରକାର ପାଗ ଆଉ ଗୋଟିଏ ଦିନ ରହିବ। ଆସନ୍ତା ୨୧ ତାରିଖରୁ ପାଗରେ ପରିବର୍ତ୍ତନ ହେବାରେ ସମ୍ଭାବନା ରହିଛି। ଏହିସମୟରେ ସମୁଦ୍ରରୁ ବିପରୀତ ଦିଗରେ ପବନ ପ୍ରବାହିତ ହେବ। ଏହାଫଳରେ ସ୍ଥଳଭାଗରେ ତାପମାତ୍ରା କମିବ। କିନ୍ତୁ ଏହିଭଳି ପରିସ୍ଥିତି ମାତ୍ର ୪ ଦିନ ରହିବ। ୨୬ ତାରିଖରୁ ପୁଣି ତାପମାତ୍ରା ବଢ଼ି ୨୮ ତାରିଖରେ ୪୪ଡିଗ୍ରୀ ଟପିବ ବୋଲି ଆଶଙ୍କା କରହିଛନ୍ତି ଡ. ସାହୁ। 

ଶ୍ରୀ ସାହୁଙ୍କ ସୂଚନା ଅନୁସାରେ, ବଙ୍ଗୋପସାଗରରେ ବିପରୀତ ଚକ୍ରବାତ ସୃଷ୍ଟି ହେବାର ସମ୍ଭାବନା କାରଣରୁ ଓଡ଼ିଶାରେ ଆସନ୍ତା ୨୧ ତାରିଖ ଠାରୁ ପ୍ରଚଣ୍ଡ ଖରା ତାତିରୁ କିଛିଟା ଆଶ୍ୱସ୍ତି ମିଳିପାରେ। ସମୁଦ୍ର ଆଡୁ ଉପକୂଳ ଅଂଚଳକୁ ଦୁର୍ବଳ ବାୟୁ ପ୍ରବାହ ହେବ। ଏହା ଏପ୍ରିଲ ୨୫ ପର୍ଯ୍ୟନ୍ତ ଜାରି ରହିପାରେ ବୋଲି ସିଇସି ନିର୍ଦ୍ଦେଶକ ଡକ୍ଟର ଶରତ ଚନ୍ଦ୍ର ସାହୁ କହିଛନ୍ତି। ଅର୍ଥାତ୍‍ ବର୍ତ୍ତମାନ ଜାରି ରହିଥିବା ଖରା ତାତି ଆଉ ଗୋଟିଏ ଦିନ ରହିବ।

ଏପ୍ରିଲ୍ ୨୧ ଏବଂ ଏହାର ପରବର୍ତ୍ତୀ ଦିନ ଉପକୂଳ ଓ ଦକ୍ଷିଣ ଓଡ଼ିଶାର କେତୋଟି ଜିଲ୍ଲାରେ କାଳବୈଶାଖୀ  ହେବାର ସମ୍ଭାବନା ରହିଛି। ତେବେ ଆଭ୍ୟନ୍ତରୀଣ ଜିଲ୍ଲା ଗୁଡ଼ିକରେ ଦିନର ତାପମାତ୍ରା ୩୮ ଡିଗ୍ରୀରୁ ୪୧ ଡିଗ୍ରୀ ସେଲ୍‌ସିଅସ ମଧ୍ୟରେ ରହିବାର ସମ୍ଭାବନା ଥିବାବେଳେ ଉପକୂଳବର୍ତ୍ତୀ ଅଂଚଳରେ ୩୭ ଡିଗ୍ରୀରୁ ୩୯ ଡିଗ୍ରୀ ସେଲ୍‌ସିଅସ ମଧ୍ୟରେ ରହିପାରେ। କେତେକ ସ୍ଥାନରେ ୩୬ ଡିଗ୍ରୀ ସେଲ୍‌ସିଅସରୁ କମ୍ ରହିପାରେ ବୋଲି ସେ କହିଛନ୍ତି। 

ତେବେ ଏପ୍ରିଲ୍ ୨୬ ତାରିଖରୁ ୩୦ ତାରିଖ ପର୍ଯ୍ୟନ୍ତ ଦିନର ତାପମାତ୍ରା ବୃଦ୍ଧିପାଇ ଏପ୍ରିଲ୍ ୨୮ ତାରିଖ ପରେ ୪୪ରୁ ୪୫ ଡିଗ୍ରୀ ସେଲସିଅସ ରହିପାରେ ବୋଲି ଡ଼. ସାହୁ କହିଛନ୍ତି।

Read More
{}{}