Weather Forecast Today: ରାଜ୍ୟରେ ଚଳିତବର୍ଷ ପ୍ରଥମ ଥର ପାଇଁ ତାପମାତ୍ରା ୪୨ ଡିଗ୍ରି ଛୁଇଁଛି। ମାଲକାନଗିରି ଏବଂ ବୌଦ୍ଧ ଜିଲ୍ଲାରେ ଗୁରୁବାର ତାପମାତ୍ରା ୪୨ ଡିଗ୍ରୀ ରେକର୍ଡ କରାଯାଇଛି। ଅନୁଗୋଳ, ଝାରସୁଗୁଡ଼ା, ବଲାଙ୍ଗୀର ଠାରେ ତାପମାତ୍ରା ୪୧ ଡିଗ୍ରୀ ଅତିକ୍ରମ କରିଛି। ଭବାନୀପାଟଣା ଏବଂ ଟିଟିଲାଗଡ଼ରେ ପାରଦ ୪୧ ଡିଗ୍ରୀ ରହିଛି । ସେହିପରି ସୁନ୍ଦରଗଡ଼, ତାଳଚେର, ନୂଆପଡ଼ା, ରାଉରକେଲା ଠାରେ ତାପମାତ୍ରା ୪୦ ଡିଗ୍ରୀ କିମ୍ବା ଏହା ଠାରୁ ଅଧିକ ରହିଛି ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଜଣାପଡ଼ିଛି।
ବଦଳିବ ପାଗର ମିଜାଜ୍! କାଳବୈଶାଖି ବର୍ଷା ନେଇ ଜାରି ହୋଇଛି ୟେଲୋ ୱାର୍ଣ୍ଣିଂ
ସେହିପରି ଗୁରୁବାର ରାଜ୍ୟରେ ପ୍ରବଳ ଗରମ ଅନୁଭୂତ ହେବା ନେଇ ଅନୁମାନ କରାଯାଇଥିଲା। ନୟାଗଡ଼, ବୌଦ୍ଧ, କନ୍ଧମାଳ,କଟକ, ଯାଜପୁର, ଭଦ୍ରକ ଆଦି ଜିଲ୍ଲା ପାଇଁ ୟେଲୋ ଆଲର୍ଟ ଜାରି ହୋଇଛି। ସେହିପରି ବଲାଙ୍ଗୀର, କଳାହାଣ୍ତି, ବୌଦ୍ଧ, ମାଲକାନଗିରି, କେନ୍ଦୁଝର, କନ୍ଧମାଳ, ନୟାଗଡ ଆଦି ୬ ଜିଲ୍ଲାରେ ତାତି ବଢିବା ନେଇ ୟେଲୋ ଆଲର୍ଟ ଜାରି ହୋଇଛି। ୟେଲୋ ୱାର୍ଣ୍ଣିଂ ଜାରି ହୋଇଥିବା ଜିଲ୍ଲାରେ ସାଧାରଣତଃ ଦିନ-ରାତି ସମୟରେ ପାରଦ ୩୯ ଡିଗ୍ରୀ ଠାରୁ ୪୧ ଡିଗ୍ରୀ ମଧ୍ୟରେ ରେକର୍ଡ଼ ହେବା ନେଇ ପୂର୍ବାନୁମାନ କରାଯାଇଛି। ଗ୍ରାମାଞ୍ଚଳରେ ବିଶେଷ କରି ଚାଷୀଙ୍କୁ ଖରାରେ କ୍ଷେତକୁ ଯିବା ପାଇଁ ବାରଣ କରାଯାଇଛି। ଅନ୍ୟପଟେ ରାଜ୍ୟରେ ପୁଣି ଥରେ କାଳ ବୈଶାଖି ନେଇ ୟେଲୋ ଆଲର୍ଟ ଜାରି କରାଯାଇଛି।
#୧୧ସହର ରେ #୪୦ଡ଼ିଗ୍ରୀ କିମ୍ବା ଅଧିକ ଦିନ ତାପମାତ୍ରା ରେକର୍ଡ ହେଲା
ମାଲକାନଗିରି ଏବଂ ବୌଦ୍ଧ ରେ ଚଳିତ ସିଜିନର ସର୍ବୋଚ୍ଚ ଦିନ ତାପମାତ୍ରା #୪୨ଡ଼ିଗ୍ରୀ ରେକର୍ଡ
ଆଗାମୀ #୨ଦିନ ମଧ୍ୟରେ କିଛି କିଛି ସ୍ଥାନରେ #୨ଡ଼ିଗ୍ରୀ ଯାଏଁ ତାପମାତ୍ରା ବୃଦ୍ଧି ସମ୍ଭାବନା pic.twitter.com/JCkKcNc5VS
— Meteorological Centre, Bhubaneswar (@mcbbsr) April 4, 2024
ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ଲହରୀ। ବୁଧବାର ରାଜ୍ୟର ୧୦ ସହରର ତାପମାତ୍ରା ୪୦ ଡିଗ୍ରୀ ପାର୍ କରିଥିଲା। ୪୧.୮ ଡିଗ୍ରୀ ସହ ବୌଦ୍ଧ ରାଜ୍ୟର ସବୁଠୁ ଉତ୍ତପ୍ତ ସହର ପାଲଟିଥିବା ବେଳେ ମାଲକାନଗିରିରେ ୪୧.୬, ଟିଟିଲାଗଡ ଏବଂ ବଲାଙ୍ଗୀର ଠାରେ ୪୧.୫, ଅନୁଗୋଳରେ ୪୧.୩, ଭବାନୀପାଟଣାରେ ୪୧, ଝାରସୁଗୁଡାରେ ୪୦.୮, ନୟାଗଡ଼ରେ ୪୦.୬, ସମ୍ବଲପୁରଲ ଏବଂ ତାଳଚେର ଠାର ଦିନ ସମୟରେ ତାପମାତ୍ରା ୪୦.୦ ଡିଗ୍ରୀ ରେକର୍ଡ ହୋଇଥିଲା। ଆହୁରି ୪ ଦିନ ପର୍ଯ୍ୟନ୍ତ ରାଜ୍ୟର ଆଭ୍ୟନ୍ତରୀଣ ଭାଗରେ ପାରଦ ୩୯ ଡିଗ୍ରୀ ଠାରୁ ୪୧ ଡିଗ୍ରୀ ଏବଂ ଉପକୂଳରେ ଦିନ ସମୟରେ ତାପମାତ୍ରା ୩୭.୩୯ ଡିଗ୍ର ରହିବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ।