Hindi News >>Home >>Odisha Trending

Heavy Rain: ବର୍ଷା କାରଣରୁ ବେହାଲ୍ ମାୟାନଗରୀ ମୁମ୍ୱାଇ, ୨ ମୃତ ସୂଚନା

ପାଣିପାଗ ବିଭାଗ ପକ୍ଷରୁ ମୁମ୍ବାଇ ପାଇଁ ୟେଲୋ ଆଲର୍ଟ ଏବଂ ଥାନେ ପାଇଁ ଅରେଞ୍ଜ୍ ଆଲର୍ଟ ଜାରି କରାଯାଇଛି । ଗତକାଲି ରାତିରେ ମୁମ୍ବାଇରେ ପ୍ରବଳ ବର୍ଷା କାରଣରୁ ବିକ୍ରୋଲିରେ ଘରର କିଛି ଅଂଶ ଭୁଶୁଡ଼ି ପଡ଼ିବାରୁ ଜଣେ ନାବାଳକ ଏବଂ ତାଙ୍କ ପିତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । 

Advertisement
Heavy Rain: ବର୍ଷା କାରଣରୁ ବେହାଲ୍ ମାୟାନଗରୀ ମୁମ୍ୱାଇ, ୨ ମୃତ ସୂଚନା
Soubhagya Ranjan Mishra|Updated: Jun 10, 2024, 05:51 PM IST
Share

Mumbai Pune Monsoon Update: ମହାରାଷ୍ଟ୍ରରେ ପହଞ୍ଚିଛି ମୌସୁମୀ । ପ୍ରଭାବରେ ମୁମ୍ବାଇ, ଥାନେ, ନାଶିକ ଏବଂ ପୁଣେ ସମେତ ଅନେକ ଅଞ୍ଚଳରେ ପ୍ରବଳ ବର୍ଷା ହେଉଛି । ଗତକାଲି ରାତିରେ ମୁମ୍ବାଇର ବିକ୍ରୋଲି ଅଞ୍ଚଳରେ ପ୍ରବଳ ବର୍ଷା କାରଣରୁ ଅନେକ ଲୋକ ପ୍ରଭାବିତ ହୋଇଛନ୍ତି । ବିଭିନ୍ନ ସ୍ଥାନରେ ଘରଦ୍ୱାର ଭାଙ୍ଗିଥିବା ମଧ୍ୟ ଖବର ମିଳିଛି । ଏହି ଘଟଣାରେ ଜଣେ ନାବାଳକ ଏବଂ ତାଙ୍କ ପିତାଙ୍କର ମୃତ୍ୟୁ ଘଟିଛି। ମୁମ୍ବାଇର ସିଓନର ଦାଦର ଟିଟି ଏବଂ ମହାତ୍ମା ଗାନ୍ଧୀ ବଜାରରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଏଥିସହିତ ପୁଣେରେ ମଧ୍ୟ ବର୍ଷା ରେକର୍ଡ ଭାଙ୍ଗିଛି।

ପାଣିପାଗ ବିଭାଗ ପକ୍ଷରୁ ମୁମ୍ବାଇ ପାଇଁ ୟେଲୋ ଆଲର୍ଟ ଏବଂ ଥାନେ ପାଇଁ ଅରେଞ୍ଜ୍ ଆଲର୍ଟ ଜାରି କରାଯାଇଛି । ଗତକାଲି ରାତିରେ ମୁମ୍ବାଇରେ ପ୍ରବଳ ବର୍ଷା କାରଣରୁ ବିକ୍ରୋଲିରେ ଘରର କିଛି ଅଂଶ ଭୁଶୁଡ଼ି ପଡ଼ିବାରୁ ଜଣେ ନାବାଳକ ଏବଂ ତାଙ୍କ ପିତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ବିଏମସି ବିପର୍ଯ୍ୟୟ ନିୟନ୍ତ୍ରଣ ଅନୁଯାୟୀ, ରବିବାର ରାତି ପ୍ରାୟ ୧୧.୧୫ମିନିଟ ସମୟରେ ଏକ ନିର୍ମାଣାଧୀନ ପାଞ୍ଚ ମହଲା କୋଠାରେ ଏହି ଦୁର୍ଘଟଣା ଘଟିଛି।

ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ ପ୍ରବଳ ବର୍ଷା କାରଣରୁ ଲୁହା ବିମ୍ ଏବଂ ଫ୍ଲୋର୍ ସ୍ଲାବର କିଛି ଅଂଶ ଭୁଶୁଡି ପଡିଛି । ବାପା ଓ ପୁଅଙ୍କୁ ସେଠାରୁ ଉଦ୍ଧାର କରି ବିଏମସିର ରାଜୱାଡି ହସ୍ପିଟାଲକୁ ନିଆଯାଇଥିଲା। କିନ୍ତୁ ଉଭୟଙ୍କୁ ଡାକ୍ତରଖାନାରେ ଡାକ୍ତର ମୃତ ଘୋଷଣା କରିଥିଲେ । ସେମାନଙ୍କୁ ମଧ୍ୟରେ ନଗେଶ ଆର ରେଡ୍ଡୀ (ବୟସ-୩୮) ଏବଂ ରୋହିତ ରେଡ୍ଡୀ (ବୟସ-୧୦) ବୋଲି ଜଣାପଡିଛି ।

ପୁଣେରେ ପ୍ରବଳ ବର୍ଷା କାରଣରୁ ଜଣେ ମୃତ
ପୁଣେ ସହରେ ମଧ୍ୟ ପ୍ରବଳ ବର୍ଷା ଗତ ୩୪ ବର୍ଷର ରେକର୍ଡ ଭାଙ୍ଗିଥିବା କୁହାଯାଉଛି । ଲଗାତାର ଦୁଇ ଦିନ ହେଲା ପୁଣେରେ ବର୍ଷା ହେଉଛି । ସହରରେ ପ୍ରବଳ ବର୍ଷା କାରଣରୁ ତଳିଆ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା । ପୁଣେରେ ୯ ଦିନ ମଧ୍ୟରେ ୨୦୯ ମିଲିମିଟର ବର୍ଷା ରେକର୍ଡ କରିଛି ପାଣିପାଗ ବିଭାଗ । ଆଜି ପୁଣେ ପାଇଁ ବିଭାଗ ପକ୍ଷରୁ ଅରେଞ୍ଜ୍ ଆଲର୍ଟ ଜାରି କରାଯାଇଛି । ଆଜି ମଧ୍ୟ ପ୍ରବଳ ବର୍ଷା ହେବାର ସମ୍ଭାବନା ଅଛି । 24 ଘଣ୍ଟା ମଧ୍ୟରେ ଜିଲ୍ଲାର ଶିବାଜିନଗରରେ ୧୧୯.୧ ମିଲିମିଟର, ଇନ୍ଦୁପୁରରେ ୧୧୦ ମିଲିମିଟର ଏବଂ ଭଦଗାଭାଶେରୀରେ ୯୨.୫ ମିଲିମିଟର ବର୍ଷା ହୋଇଛି । ପୁଣେରେ ପ୍ରବଳ ବର୍ଷା କାରଣରୁ ଉପର ଓଟା ଅଞ୍ଚଳରେ ଏକ ଗଛ ଭୁସୁଡି ପଡିଥିଲା ଫଳରେ ଜଣଙ୍କର ମୃତ୍ୟୁ ହୋଇଛି। ଗତ ବର୍ଷ ମୌସୁମୀ ଦୁଇ ସପ୍ତାହ ବିଳମ୍ବ କରି ଜୁନ୍ ୨୫ରେ ପୁଣେରେ ପହଞ୍ଚିଥିଲା ।​ ସହରରେ ପ୍ରତିବର୍ଷ ଜୁନ ୯ ରୁ ୧୦ ମଧ୍ୟରେ ମୌସୁମୀ ଜନିତ ବର୍ଷା ଆରମ୍ଭ ହୋଇଥାଏ । ୨ ଦିନ ହେବ ମୌସୁମୀ ମୁମ୍ବାଇ ଛୁଇଁଛି ।

Also Read- ଚୁକ୍ତିନାମା ନବୀକରଣ ନହେଲେ ୧୦ ଦିନ ମଧ୍ୟରେ ରାସ୍ତାରୁ ହଟିବ ହଜାର ବସ

Read More
{}{}