Hindi News >>Home >>Odisha Trending

bird flu: ବାର୍ଡ ଫ୍ଲୁ: କଟକଣା ଭିତରେ ସାରା ଜିଲ୍ଲା

ଭୁବନେଶ୍ୱର: ବାର୍ଡ ଫ୍ଲୁକୁ ନେଇ ହାଇ ଆଲର୍ଟ। ବିଶଷକରି ଯେଉଁଠାରୁ ଏବେ ନମୁନା ମିଳିଛି ସେ ଅଞ୍ଚଳରେ ସତରକ ହୋଇଛି ପ୍ରଶାସନ। ପ୍ରାଣୀ ସମ୍ପଦ ବିଭାଗଠାରୁ ଜନସ୍ୱାସ୍ଥ୍ୟ ବିଭାଗ ଯାଏ ନିଜ ନିଜ କାର୍ଯ୍ୟରେ ରହିଛନ୍ତି। ଗୋଟିଏ ପଟେ ସନ୍ଦିଗ୍ଧ କୁକୁଡ଼ାକୁ ମାରି ମାଟିରେ ପୋତା ଯାଉଥିବାବେଳେ ମାନବ ଶରୀରକୁ ସଂକ୍ରମଣ ହୋଇଛି କି ନା ସେ ବିଷୟରେ ମଧ୍ୟ କଡ଼ା

Advertisement
bird flu: ବାର୍ଡ ଫ୍ଲୁ:  କଟକଣା ଭିତରେ ସାରା ଜିଲ୍ଲା
Prabhudatta Moharana|Updated: Aug 26, 2024, 02:19 PM IST
Share

bird flu: ଭୁବନେଶ୍ୱର: ବାର୍ଡ ଫ୍ଲୁକୁ ନେଇ ହାଇ ଆଲର୍ଟ। ବିଶଷକରି ଯେଉଁଠାରୁ ଏବେ ନମୁନା ମିଳିଛି ସେ ଅଞ୍ଚଳରେ ସତରକ ହୋଇଛି ପ୍ରଶାସନ। ପ୍ରାଣୀ ସମ୍ପଦ ବିଭାଗଠାରୁ ଜନସ୍ୱାସ୍ଥ୍ୟ ବିଭାଗ ଯାଏ ନିଜ ନିଜ କାର୍ଯ୍ୟରେ ରହିଛନ୍ତି। ଗୋଟିଏ ପଟେ ସନ୍ଦିଗ୍ଧ କୁକୁଡ଼ାକୁ ମାରି ମାଟିରେ ପୋତା ଯାଉଥିବାବେଳେ ମାନବ ଶରୀରକୁ ସଂକ୍ରମଣ ହୋଇଛି କି ନା ସେ ବିଷୟରେ ମଧ୍ୟ କଡ଼ା ନଜର ରଖାଯାଇଛି। ଏହି ସତର୍କତା ଓ ପ୍ରୋଟକଲ ନିର୍ବାହ ଦ୍ୱାରା ବାର୍ଡଫ୍ଲୁକୁ ରୋକାଯାଇପାରିବ ବୋଲି ଆଶା କରିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ କୁମାର ମହାପାତ୍ର। 

ସେ କହିଛନ୍ତି, ପିପିଲିର ଯେଉଁ ଅଞ୍ଚଳରେ ସଂକ୍ରମଣ ସାମ୍ନାକୁ ଆସିଛି ସଠାରେ କଡ଼ା ନଜର ରଖାଯାଇଛି। ଏଯାଏ କୌଣସି ମାମଲାରେ ମାନବ ଶରୀରକୁ ସଂକ୍ରମଣ ହୋଇ ନାହିଁ।ଯେଉଁଠାରେ ଜ୍ୱର, ଥଣ୍ଡା, ନିମୋନିଆ ଭଳି ଲକ୍ଷଣ ଦେଖାଦେଉଛି ସେଠାରେ ଏହାକୁ ପରୀକ୍ଷଣ କରିବା ପାଇଁ ଅନେକ ଉପକରଣ ରହିଛି। ପରୀକ୍ଷଣ ପରେ ଆବଶ୍ୟକ ଔଷଧ ମଧ୍ୟ ସରକାରଙ୍କ ପାଖରେ ମହଜୁଦ ରହିଛି ବୋଲି ସେ କହିଛନ୍ତି। ଏଣୁ ଆତଙ୍କିତ ନହୋଇ ପରିସ୍ଥିତିକୁ ମୁକାବିଲା କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି ଶ୍ରୀ ମହାପାତ୍ର। 

କିଛି ଗଣମାଧ୍ୟମ ଆଜି ଚିକେନ୍‍ ଏବଂ ଅଣ୍ଡା ଖାଇବା ଉପରେ କଟକଣା ଲାଗିଥିବା ନେଇ ପ୍ରସାର କରିଛନ୍ତି। ଏ ପ୍ରସଙ୍ଗକୁ ଏଡ଼ାଇ ଯାଇଛନ୍ତି ଶ୍ରୀ ମହାପାତ୍ର। ସେ କହିଛନ୍ତି ପ୍ରାଣୀସମ୍ପଦ, ମାଇକ୍ରୋ ବାୟୋଲୋଜିକାଲ ବିଭାଗ, ସ୍ୱାସ୍ଥ୍ୟ ବିଭାଗ ମିଳିତ ଭାବେ କେନ୍ଦ୍ର ସରକାରଙ୍କ ଦ୍ୱାରା ଦର୍ଶାଯାଇଥିବା ପ୍ରୋଟୋକଲକୁ ନିର୍ବାହ କରୁଛନ୍ତି। ଜିଲ୍ଲାରେ ଥିବା ଶ୍ରୀ ଜଗନ୍ନାଥ ମେଡିକାଲ୍‍ କଲେଜ୍‍ ଓ ହସ୍‍ପିଟାଲର କମ୍ୟୁନିଟି ମେଡିସିନ୍‍ ବିଭାଗକୁ ଏ ବାବଦରେ ସତର୍କ କରାଯାଇଛି। ଯେଉଁଠାରେ ଜ୍ୱର ଆସୁଛି ସେଠାରେ ରୋଗୀକୁ ଅଲଗା କରାଯାଇ ଚିକିତ୍ସା କରିବା ଉପରେ ଗୁରୁତ୍ୱାରୋପ କରାଯାଉଥିବା ସେ କହିଛନ୍ତି। 

ପିପିଲିରେ ଗଲା କିଛିଦିନ ହେଲା ବାର୍ଡଫ୍‍ଲୁ ହୋଇଥିବା ଜଣାପଡ଼ିଛି। ଏଣୁ ପ୍ରାଣୀ ବିଭାଗର ନିର୍ଦ୍ଧାରିତ ଅଧିକାରୀ ଓ ସହାୟକ ଷ୍ଟାଫ୍‍ ଏହି ଅଞ୍ଚଳରେ ଥିବା ବ୍ରଐଲର ଫାର୍ମରୁ କୁକୁଡ଼ା ସଂଗ୍ରହ କରି ତାକୁ ମାରି ମାଟି ତଳେ ପୋତୁଛନ୍ତି। ଏହାଦ୍ୱାରା ସଂକ୍ରମଣକୁ ପ୍ରତିହତ କରାଯାଇପାରିବ ବୋଲି ଆଶା କରାଯାଇଛି।

Read More
{}{}