Home >>Odisha Trending

NHAI Hike Toll Tax: ଅପ୍ରେଲ୍ ପହିଲାରୁ କଟିବ ଅଧିକ ଟୋଲ୍ ଟ୍ୟାକ୍ସ; ଅନୁମତି ଦେଲା ଏନଏଚଏଆଇ

Toll Tax Hike 2024 April: ଆସନ୍ତା ଅପ୍ରେଲ ୧ ତାରିଖରୁ କଟିବ ଅଧିକ ଟୋଲ ଟ୍ୟାକ୍ସ। ଟୋଲ୍ ମୂଲ୍ୟ ବୃଦ୍ଧି ପ୍ରସ୍ତାବକୁ ଏନଏଚଏଆଇ ଅନୁମୋଦନ କରିଛି। 

Advertisement
NHAI Hike Toll Tax: ଅପ୍ରେଲ୍ ପହିଲାରୁ କଟିବ ଅଧିକ ଟୋଲ୍ ଟ୍ୟାକ୍ସ; ଅନୁମତି ଦେଲା ଏନଏଚଏଆଇ
Zee Odisha Desk|Updated: Mar 21, 2024, 12:54 AM IST
Share

Toll Tax Hike From 1 April 2024: ଯଦି ଆପଣ ଜାତୀୟ ରାଜପଥ ଯେଗେ କୌଣସି ସ୍ଥାନକୁ ଯାତ୍ରା କରୁଛନ୍ତି, ତାହେଲେ ଏହି ଖବର ଆପଣଙ୍କ ପାଇଁ ବେଶ ଉପଯୋଗୀ। ଟୋଲ ଟ୍ୟାକ୍ସ ସମ୍ପର୍କରେ ଏବେ ଆସିଛି ଏକ ବଡ଼ ଖବର।  ଟୋଲ ଟ୍ୟାକ୍ସ ମୂଲ୍ୟ ଯଥା ଶୀଘ୍ର ବୃଦ୍ଧି ପାଇବାକୁ ଯାଉଥିବାର କୁହାଯାଉଛି। ଯାହାର ଅର୍ଥ ଜାତୀୟ ରାଜପଥ ଯୋଗେ ଯାତ୍ରା କରିବା ପାଇଁ ଆପଣଙ୍କୁ ଅଧିକ ଅର୍ଥ ଖର୍ଚ୍ଚ କରିବାକୁ ହେବ। ଉତ୍ତର ପ୍ରଦେଶରେ ଟୋଲ ଟ୍ୟାକ୍ସ ହାର ବୃଦ୍ଧି ପାଇଛି। ମାର୍ଚ୍ଚ ୩୧ ତାରିଖ ମଧ୍ୟରାତ୍ରୀରୁ ନୂତନ ଟିକସ ହାର ଲାଗୁ ହେବ।

ଦେଶର ପ୍ରମୁଖ ଜାତୀୟ ଗଣମାଧ୍ୟମ ଟାଇମ୍ସ ଅଫ ଇଣ୍ଡିଆ ରିପୋର୍ଟ ଅନୁଯାୟୀ ଟୋଲ୍ ମୂଲ୍ୟ ବୃଦ୍ଧି ପ୍ରସ୍ତାବକୁ ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ (National Highways Authority of India) ଏନଏଚଏଆଇ (NHAI) ଅନୁମୋଦନ କରିଛି। ନୂତନ ହାର ଲାଗୁ ହେବା ପରେ ଯାତ୍ରୀଙ୍କୁ ୧୦ ଟଙ୍କାରୁ ୫୦ ଟଙ୍କା ଅତିରିକ୍ତ ଖର୍ଚ୍ଚ କରିବାକୁ ହେବ। 

କାର ଯୋଗେ ଯାତ୍ରା କରିବା ପାଇଁ ଖର୍ଚ୍ଚ କରିବାକୁ ହେବ ଅଧିକ ଅର୍ଥ
ଏହା ବ୍ୟତୀତ ଭାରୀ ଯାନ ଟୋଲ ପ୍ଲାଜା ଦେଇ ଯିବା ବେଳେ ଅଧିକ ଟଙ୍କା ଖର୍ଚ୍ଚ କରିବାକୁ ପଡିବ। ଯଦି ଆପଣ କାର ଯୋଗେ ପ୍ରୟାଗରାଜ ଅଭିମୁଖେ ଯାତ୍ରା କରୁଛନ୍ତି, ତାହେଲେ ଆପଣଙ୍କୁ ବଡୌରୀ ଠାରେ ୫୦ ଟଙ୍କା ଏବଂ କଟୋଘୋନ ଠାରେ ୩୦ ଟଙ୍କା ଖର୍ଚ୍ଚ କରିବାକୁ ହେବ।

ଟୋଲ ଟ୍ୟାକ୍ସ କେଉଁଠାରେ ଏବଂ କେତେ ମହଙ୍ଗା ହେବ?

  • ଏହା ବ୍ୟତୀତ, ଯଦି ଆମେ ଅନ୍ୟ ଟୋଲ୍ ପ୍ଲାଜା ବିଷୟରେ କଥା ହେବା, ତାହେଲେ ୧୦ ଟଙ୍କାରୁ ୩୫ ଟଙ୍କା ବୃଦ୍ଧି ହେବ।
  • ଏବେ ଲକ୍ଷ୍ନୌ ଯିବାକୁ ହେଲେ ୯୦ ଟଙ୍କା ବଦଳରେ ୯୫ ଟଙ୍କା ଖର୍ଚ୍ଚ କରିବାକୁ ହେବ। ଏହା ସହିତ ଫେରିବା ସମୟରେ ଆପଣଙ୍କୁ ୪୦ ଟଙ୍କା ବଦଳରେ ୪୫ ଟଙ୍କା ଖର୍ଚ୍ଚ କରିବାକୁ ହେବ।
  • ଏହା ବ୍ୟତୀତ ଯାତ୍ରୀଙ୍କୁ ବାରାଜୋଡ ଠାରେ ସର୍ବାଧିକ ଟଙ୍କା ଖର୍ଚ୍ଚ କରିବାକୁ ପଡିବ। ଏହି ଟୋଲ ପ୍ଲାଜା ଠାରେ ଅପ୍ରେଲ ୧ ତାରିଖରୁ ୧୬୫ ଟଙ୍କା ବଦଳରେ ୧୭୫ ଟଙ୍କା ଖର୍ଚ୍ଚ ହେବ।
  • ଅନନ୍ତରାମ, ଉକାସା, ଆଲିୟପୁର ଏବଂ ଖନ୍ନା ଟୋଲ ପ୍ଲାଜା ଠାରେ ଆପଣଙ୍କୁ ୩୫ ଟଙ୍କା ଅଧିକ ଖର୍ଚ୍ଚ କରିବାକୁ ହେବ।
  • ବଦୌରୀ ଠାରେ କାର ଯୋଗେ ଯାତ୍ରା କରିବା ବର୍ତ୍ତମାନ  ୭୦ ଟଙ୍କା ଦେବାକୁ ପଡ଼ିଛି। ହେଲେ ଟୋଲ ମୂଲ୍ୟ ବୃଦ୍ଧି ପରେ ଆପଣଙ୍କୁ ୧୨୦ ଟଙ୍କା ଦେବାକୁ ହେବ।
  • କଟୋଘନ ଠାରେ ଯାତ୍ରୀଙ୍କୁ ଟୋଲ୍ ପାଇଁ ୫୫ ଟଙ୍କା ବଦଳରେ ୮୫ ଟଙ୍କା ଖର୍ଚ୍ଚ କରିବାକୁ ହେବ।

ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ ପାଖରୁ ମିଳିଥିବା ସୂଚନା ଅନୁଯାୟୀ ଏନଏଚଏଆଇ ପ୍ରକଳ୍ପ ନିର୍ଦ୍ଦେଶକ ଅମନ ରୋହିଲା କହିଛନ୍ତି ଯେ ଭାରୀ ଯାନ ପାଇଁ ପୃଥକ ମୂଲ୍ୟ ସ୍ଥିର କରାଯାଇଛି। ଗୋଟିଏ ପଥରେ ଯିବା ପାଇଁ, ଏପରି ଗାଡିକ ଅତିରିକ୍ତ ୪୦୦ ଟଙ୍କା ପର୍ଯ୍ୟନ୍ତ ଟୋଲ ଦେବାକୁ ହେବ।

Read More
{}{}