Hindi News >>Home >>Odisha Trending

Shocking News: ଯାତ୍ରୀ କହିଲେ ଚାକର, ଜବାବ ଦେବାକୁ ଯାଇ ଏୟାରହୋଷ୍ଟେସ କହିଲେ...

Passenger Air Hostess Clash News: ଏହି ଘଟଣାର ଭିଡିଓ ଭାଇରାଲ ହେବା ପରେ ବିମାନରେ ଯାତ୍ରା କରୁଥିବା ଅନ୍ୟ ଯାତ୍ରୀ ବିମାନ ପରିଚାରିକାଙ୍କ ସମର୍ଥନରେ ଆସିଛନ୍ତି। ଜଣେ ଯାତ୍ରୀ ଏହି ଘଟଣାର ପୁରା କାହାଣୀ ସୋସିଆଲ ମିଡିଆ ଜରିଆରେ କହିଛନ୍ତି। ଏହା ବ୍ୟତୀତ ଜେଟ ଏୟାରବେସ ସିଇଓ ସଞ୍ଜୀବ କପୁର ମଧ୍ୟ ସେହି ବିମାନ ପରିଚାରିକଙ୍କ ସମର୍ଥନରେ ଆସିଛନ୍ତି।

Advertisement
Shocking News: ଯାତ୍ରୀ କହିଲେ ଚାକର, ଜବାବ ଦେବାକୁ ଯାଇ ଏୟାରହୋଷ୍ଟେସ କହିଲେ...
Zee Odisha Desk|Updated: Dec 24, 2022, 11:58 PM IST
Share

Passenger Air Hostess Clash: ସଦ୍ୟ ଇଣ୍ଡିଆ ଫ୍ଲାଇଟ୍ସ ଏୟାରଲାଇନ୍ସ ସହ ଜଡିତ ଏକ ଭିଡିଓ ସୋସିଆଲ ମିଡିଆ ଜରିଆରେ ବେଶ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଜଣେ ଏୟାରହୋଷ୍ଟେସ୍ ଏବଂ ଅନ୍ୟ ଜଣେ ବିମାନ ଯାତ୍ରୀ ପରସ୍ପର ସହ ଯୁକ୍ତିତର୍କ କରୁଥିବାର ଦେଖାଯାଉଛି। ଯାତ୍ରୀ ଜଣଙ୍କ ବିମାନ ପରିଚାରିକାଙ୍କୁ ଚାକର ବୋଲି କହିଛନ୍ତି। ଯାତ୍ରୀଙ୍କୁ ଜବାବ ଦେବାକୁ ଯାଇ ଏୟାରହୋଷ୍ଟେସ୍ ଜଣଙ୍କ କହିଛନ୍ତି ଯେ ମୁଁ ଆପଣଙ୍କ ଚାକର ନୁହେଁ। 

ଏହି ଘଟଣାର ଭିଡିଓ ଭାଇରାଲ ହେବା ପରେ ବିମାନରେ ଯାତ୍ରା କରୁଥିବା ଅନ୍ୟ ଯାତ୍ରୀ ବିମାନ ପରିଚାରିକାଙ୍କ ସମର୍ଥନରେ ଆସିଛନ୍ତି। ଜଣେ ଯାତ୍ରୀ ଏହି ଘଟଣାର ପୁରା କାହାଣୀ ସୋସିଆଲ ମିଡିଆ ଜରିଆରେ କହିଛନ୍ତି। ଏନେଇ ସେ କହିଛନ୍ତି, ମୁଁ ସେହି ବିମାନରେ ଉପସ୍ଥିତ ରହିଥିଲି। ଯେଉଁଠି ଜଣେ ଜଣେ ଏୟାରହୋଷ୍ଟେସ୍ ଏବଂ ଅନ୍ୟ ଜଣେ ବିମାନ ଯାତ୍ରୀଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ସମଗ୍ର ଘଟଣାକୁ ମୁଁ ମୋ ନିଜ ଆଖିରେ ଦେଖିଛି। ଆପଣ ସୋସିଆଲ ମିଡିଆ ଜରିଆରେ ଭାଇରାଲ ହେଉଥିବା ଯେଉଁ ଭିଡିଓ ଦେଖୁଛନ୍ତି ତାହା ସମଗ୍ର ଘଟଣାର କେବଳ ଗୋଟିଏ ପାର୍ଶ୍ୱ। ଯାତ୍ରୀ ଜଣଙ୍କ ଚତୁରତାର ସହ ସେହି ଭାଗକୁ ଅପଲୋଡ୍ କରି ଦେଇଛନ୍ତି। ହେଲେ ବିମାନରେ ଯାତ୍ରା କରୁଥିବା କିଛି ଯାତ୍ରୀ ଚାଳକ ଦଳ ସଦସ୍ୟଙ୍କ ସହ ଅଶାଳୀନ ଭାଷାରେ କଥା ହୋଇଥିଲେ। ସେମାନେ ବିମାନ ପରିଚାରିକାଙ୍କୁ ଚାକର ବୋଲି କହିବା ସହ ସେମାନଙ୍କୁ ଡାକି ଖାଦ୍ୟ ଆଣିବାକୁ କହିଥିଲେ। ଯଦିଓ ତାଙ୍କୁ ଜଣାଥିଲେ ଯେ ସେମାନେ ସ୍ୱଳ୍ପ ବଜେଟ୍ ବିମାନରେ ଯାତ୍ରା କରୁଛନ୍ତି। ହେଲେ ସେହି ଯାତ୍ରୀଙ୍କୁ କେଉଁ ଖାଦ୍ୟ ପରିବେଷଣ କରାଯିବ ତାହା ଚାଳକ ଦଳ ସଦସ୍ୟ ସ୍ଥିର ପାରିନଥିଲେ।

ଯାତ୍ରୀ ଜଣଙ୍କ ଆହୁରି ମଧ୍ୟ କହିଛନ୍ତି, 'ମୁଁ ଦେଖିଲି ଏହି ଘଟଣା ପୂର୍ବରୁ ଏୟାର ହୋଷ୍ଟେସ୍ କାନ୍ଦୁଥିଲେ। ହେଲେ ଯେତେବେଳେ ସେ ନିଜ ପାଇଁ ସ୍ୱର ଉତ୍ତୋଳନ କରୁଥିବାର ଦେଖିଲି ସେତେବେଳେ ମୁଁ ବହୁତ ଖୁସି ହେଲି। ଏହି ଘଟଣା ପରେ ମୁଁ ସେହି ବିମାନ ପରିଚାରିକାଙ୍କୁ ଭେଟିବାକୁ ଯାଇଥିଲି। ମୁଁ ତାଙ୍କୁ ପଚାରିଥିଲି ଯେ ଆପଣ ଠିକ ଅଛନ୍ତି? ଯଦି ଆପଣ ଏହି ଘଟଣା ସମ୍ପର୍କରେ କୌଣସି ମୋ ପାଖରୁ କୌଣସି ସାହାଯ୍ୟ ଆବଶ୍ୟକ କରନ୍ତି, ତାହେଲେ ମୁଁ ତାଙ୍କୁ ସମ୍ପୂର୍ଣ୍ଣ ସମର୍ଥନ କରିବି। ମୁଁ ଆଶା କରୁଛି ଏୟାର ହୋଷ୍ଟେସ୍ ନ୍ୟାୟ ପାଇବେ, ସେ ଏହି ଘଟଣା ପାଇଁ ଦାୟୀ ନୁହଁନ୍ତି। ବିମାନ କର୍ମଚାରୀମାନେ କଠିନ ପରିଶ୍ରମ ଏବଂ ସଚ୍ଚୋଟତା ସହିତ ସେମାନଙ୍କ କାର୍ଯ୍ୟ କରୁଛନ୍ତି। ସେମାନଙ୍କୁ ଏପରି ବ୍ୟବହାର କରାଯିବା ଠିକ ନୁହେଁ।

ଏହା ବ୍ୟତୀତ ଜେଟ ଏୟାରବେସ ସିଇଓ ସଞ୍ଜୀବ କପୁର ମଧ୍ୟ ସେହି ବିମାନ ପରିଚାରିକଙ୍କ ସମର୍ଥନରେ ଆସିଛନ୍ତି। ଏନେଇ ଟ୍ୱିଟ୍ କରି ସିଇଓ କହିଛନ୍ତି ଯେ ବିମାନର ଚାଳକ ଦଳ ସଦସ୍ୟ ମଧ୍ୟ ମଣିଷ। ଏହି ଏୟାରହୋଷ୍ଟେସ୍ ବ୍ରେକିଙ୍ଗ୍ ପଏଣ୍ଟ ଠାରେ ପହଞ୍ଚିବା ପାଇଁ ନିଶ୍ଚୟ ବହୁତ ସମୟ ନେଇଥିବ। ଆମେ ଘଟଣା ଭିଡିଓ ଦେଖିଛୁ। ଯେଉଁଥିରେ ଆମେ ଦେଖିବାକୁ ପାଇଛୁ ଅନ୍ୟ ଜଣେ କର୍ମଚାରୀଙ୍କ ଆଖିରେ ଲୁହ ଆସିଯାଇଛି। ବର୍ଷ ବର୍ଷ ଧରି ମୁଁ  ବିମାନରେ ଚାଳକ ଦଳ ସଦସ୍ୟଙ୍କୁ ଚାପୁଡ଼ା ମାରିବା ଏବଂ ଦୁର୍ବ୍ୟବହାର ଦେଖିଛି। ସେମାନଙ୍କୁ ଚାକର ବୋଲି କହିବା ସହ ଆହୁରି ଖରାପ ଶବ୍ଦ ପ୍ରୟୋଗ କରାଯାଇଥିବାର ଶୁଣିବାକୁ ପାଇଛି। ଆଶା କରୁଛି ଚାପ ପରେ ମଧ୍ୟ ଏୟାର ହୋଷ୍ଟେସ୍ ଜଣଙ୍କ ଭଲ ଅଛନ୍ତି।

ଏହି ଘଟଣା ଗତ ୧୬ ତାରିଖରେ ଘଟିଥିଲା। ଯେତେବେଳେ ଇଣ୍ଡିଗୋ ବିମାନ 6E-12 ଦିଲ୍ଲୀ ଠାରୁ ଇସ୍ତାନବୁଲ ଅଭିମୁଖେ ଯାତ୍ରା କରୁଥିଲା। ଏହି ସମୟରେ ବିମାନରେ ଯାତ୍ରା କରୁଥିବା ଜଣେ ଯାତ୍ରୀ ବିମାନ ପରିଚାରିକାଙ୍କ ସହ ଯୁକ୍ତିତର୍କ କରିଥିଲେ। ଯାହାର ଭିଡିଓ ସୋସିଆଲ ମିଡ଼ିଆ ଜରିଆରେ ଭାଇରାଲ ହୋଇଥିଲା। ଯେଉଁଥିରେ ଦେଖିବାକୁ ମିଳିଥିଲା ଚାଳକ ଦଳ ସଦସ୍ୟ ବିମାନରେ ଯାତ୍ରୀଙ୍କ ଖାଦ୍ୟ ପରିବେଷଣ କରୁଛନ୍ତି।  ଏହା ପରେ ଜଣେ ଯାତ୍ରୀ ସେମାନଙ୍କ ସହ ଯୁକ୍ତିତର୍କ କରିବା ଆରମ୍ଭ କରି ଦେଇଥିଲେ। ଏୟାର ହୋଷ୍ଟେସ୍ ଯାତ୍ରୀଙ୍କୁ ଶାନ୍ତ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ସେ ଯୁକ୍ତିତର୍କ କରିବା ଜାରି ରଖିଥିଲେ। 

ଯାତ୍ରା ବେଳେ ଯୁକ୍ତିତର୍କ କରୁଥିବା ଯାତ୍ରୀ ଜଣଙ୍କ ବିମାନ ପରିଚାରିକାଙ୍କ ଉପରେ ଚିଲ୍ଲେଇବା ସହ ବଡ଼ ପାଟିରେ କହିଲେ ଚୁପ କର। ଏହା ପରେ ଏୟାର ହୋଷ୍ଟେସ ଜଣଙ୍କ ଉତ୍ତର ଦେଲା, ଆପଣ କାହିଁକି ପାଟି କରୁଛନ୍ତି? ଏହି ସମୟରେ ଅନ୍ୟ ଜଣେ ଏୟାର ହୋଷ୍ଟେସ ସାହାଯ୍ୟ କରିବାକୁ ଆସିଥିଲେ। ସେ ସମ୍ମାନର ସହ ଯାତ୍ରୀଙ୍କୁ ବୁଝାଇବାକୁ ଚେଷ୍ଟା କଲେ। ହେଲେ ସେହି ଯାତ୍ରୀ ଜଣଙ୍କ ବିମାନ ପରିଚାରିକାଙ୍କୁ ଚାକର ବୋଲି କହିଥଲେ। ଏହାର ଜବାବ ଦେବାକୁ ଯାଇ ଯାତ୍ରୀଙ୍କୁ କହିଥିଲେ ଯେ ମୁଁ ଜଣେ କର୍ମଚାରୀ ଆପଣଙ୍କ ଚାକର ନୁହେଁ।

Read More
{}{}