Home >>Odisha Trending

ଏସସିବି ବଡ଼ ଡାକ୍ତରଖାନାରେ ରୋଗୀଙ୍କ ଖାଦ୍ୟରେ ଯୋଡିହେବ ଅଣ୍ଡା ଓ ମାଛ ତରକାରୀ

ସରକାର ରୋଗୀଙ୍କ ପିଛା ନିର୍ଦ୍ଧାରିତ ଖାଦ୍ୟ ମୂଲ୍ୟ ବୃଦ୍ଧି କରିବାପରେ ଖାଦ୍ୟ ତାଲିକାରେ ଆମିଷ ଯୋଡ଼ି ହୋଇଛି। ଯାହା ରୋଗୀଙ୍କ ପାଇଁ ଖୁସି ଖବର। ରୋଗୀଙ୍କୁ ସପ୍ତାହକୁ ୩ଦିନ  ଆମିଷ ଖାଦ୍ୟ ଦିଆଯିବ ବୋଲି ସୂଚନା ମିଳିଛି।

Advertisement
ଏସସିବି ବଡ଼ ଡାକ୍ତରଖାନାରେ ରୋଗୀଙ୍କ ଖାଦ୍ୟରେ ଯୋଡିହେବ ଅଣ୍ଡା ଓ ମାଛ ତରକାରୀ
Soubhagya Ranjan Mishra|Updated: May 29, 2024, 01:21 PM IST
Share

କଟକ: ଏସସିବି ବଡ଼ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ରୋଗୀଙ୍କ ପାଇଁ ଭଲ ଖବର। ରାଜ୍ୟ ସରକାରଙ୍କ ପକ୍ଷରୁ ଡାକ୍ତରଖାନାରେ ରୋଗୀଙ୍କ ଖାଦ୍ୟ ତାଲିକାରେ ପରିବର୍ତ୍ତନ କରାଯାଇଛି। ସରକାର ରୋଗୀଙ୍କ ପିଛା ନିର୍ଦ୍ଧାରିତ ଖାଦ୍ୟ ମୂଲ୍ୟ ବୃଦ୍ଧି କରିବାପରେ ଖାଦ୍ୟ ତାଲିକାରେ ଆମିଷ ଯୋଡ଼ି ହୋଇଛି। ଯାହା ରୋଗୀଙ୍କ ପାଇଁ ଖୁସି ଖବର। ରୋଗୀଙ୍କୁ ସପ୍ତାହକୁ ୩ଦିନ  ଆମିଷ ଖାଦ୍ୟ ଦିଆଯିବ ବୋଲି ସୂଚନା ମିଳିଛି।

ଝାଡ଼ାବାନ୍ତି ରୋଗୀଙ୍କୁ ପ୍ରାତଃ ଭୋଜନରେ ସାଗୁ ଖିରି ଓ କଦଳୀ ଦିଆଯିବ। ମଧ୍ୟାହ୍ନରେ ସାଧାରଣ ଭାତ, ଡାଲି, ସିଝା ଆଳୁ ଓ ଦହି ରହିଛି। ରାତ୍ରିରେ ରୁଟି, କଦଳୀ ଓ ଡାଲମା ସାମିଲ କରାଯାଇଛି। ଏତଦବ୍ୟତୀତ କିଛି ରୋଗୀଙ୍କ ପାଇଁ ଶୁଖିଲା ଖାଦ୍ୟ ତାଲିକାରେ ରହିଛି। ୫୦୦ ମିଲି ଲିଟର କ୍ଷୀର ସହିତ ୪୦୦ଗ୍ରାମର ବ୍ରାଉନ ବ୍ରେଡ୍‌‌, ଗୋଟିଏ ପ୍ୟାକେଟ ବିସ୍କୁଟ, ଦୁଇଟି ସିଝା ଅଣ୍ଡା ଓ ଦୁଇଟି କଦଳୀ ରହିଛି। ବୃକ୍‌କ ରୋଗରେ ଆକ୍ରାନ୍ତଙ୍କ ପାଇଁ ଶୁଖିଲା ଖାଦ୍ୟରେ ଉପରୋକ୍ତ ସମସ୍ତ ସାମଗ୍ରୀ ସହିତ ହେଲଥ ଡ୍ରିଙ୍କ ପାଉଡର ସାମିଲ ହୋଇଛି। ଶିଶୁ ରୋଗ, ନେଫ୍ରୋଲୋଜି, କାର୍ଡ଼ିଓଲୋଜି, ସର୍ଜରୀ ବିଭାଗ ରୋଗୀଙ୍କ ନିମନ୍ତେ ଖାଦ୍ୟ ତାଲିକା ଭିନ୍ନ ରହିଛି। ପ୍ରାତଃ ଭୋଜନରେ ରୋଗୀଙ୍କୁ ଇଡଲି, ସମ୍ବର, ସୁଜି ଉପମା, ଘୁଘୁନି, ଫଳ, ସିମେଇ ଧାର୍ଯ୍ୟ କରାଯାଇଛି। ମଧ୍ୟାହ୍ନ ଭୋଜନରେ ଭାତ, ଡାଲି, ସୋୟାବିନ ତରକାରି, ଭଜା, ଛୋଲେ ପନିର ତରକାରି, ଡାଲମା ଖାଇବେ। ବୁଧବାର ଅଣ୍ଡା ତରକାରି ଏବଂ ଶୁକ୍ରବାର ଓ ରବିବାର ମାଛ ତରକାରି ମିଳିବ ବୋଲି ଜଣାପଡ଼ିଛି। 

ସେହିପରି ରାତ୍ରି ଭୋଜନରେ ଭାତ/ରୁଟି ସହ ଭଜା, ସୋୟାବିନ ତରକାରି, ବୁଟଡାଲି, ଆଳୁ ତରକାରି, ଡାଲି ଦିଆଯିବ। ବୁଧବାର, ଶୁକ୍ରବାର ଏବଂ ରବିବାର ଆମିଷ ଖାଦ୍ୟ ମିଳିବ। ଆମିଷ ଖାଦ୍ୟ ଭାବେ ଅଣ୍ଡା ଏବଂ ମାଛ ତରକାରି ଥାଳିରେ ରହିବ ବୋଲି ସୂଚନା ଦିଆଯାଇଛି।

Also Read- Shukra Gochar: ଏହି ତାରିଖରୁ ଫିଟିବ ୫ ରାଶିର ଭାଗ୍ୟ, ଶୁକ୍ରଙ୍କ ପ୍ରଭାବରୁ ମିଳିବ ସୌଭାଗ୍ୟ

Read More
{}{}