Hindi News >>Home >>Odisha Trending

Israel Missile Attack: କ୍ଷେପଣାସ୍ତ୍ର ଆକ୍ରମଣ ପରେ ଭାରତୀୟ ଦୂଦାବାସ ପକ୍ଷରୁ ଜାରି ହେଲା ଚେତାବନୀ

Indian Embassy in Israel: କ୍ଷେପଣାସ୍ତ୍ର ଆକ୍ରମଣ ପରେ ଇସ୍ରାଏଲ ସ୍ଥିତ ଭାରତୀୟ ଦୂତାବାସ ଭାରତୀୟଙ୍କ ଲାଗି ସୁରକ୍ଷା ଜନିତ ଚେତାବନୀ ଜାରି କରିଛି।

Advertisement
Israel Missile Attack: କ୍ଷେପଣାସ୍ତ୍ର ଆକ୍ରମଣ ପରେ ଭାରତୀୟ ଦୂଦାବାସ ପକ୍ଷରୁ ଜାରି ହେଲା ଚେତାବନୀ
Zee Odisha Desk|Updated: Mar 05, 2024, 11:50 PM IST
Share

Indian Embassy Issues Security Advisory for Indian Citizens: କ୍ଷେପଣାସ୍ତ୍ର ଆକ୍ରମଣ ପରେ ଇସ୍ରାଏଲ ଠାରେ ରହୁଥିବା ଭାରତୀୟଙ୍କ ଲାଗି ସୁରକ୍ଷା ଜନିତ ଚେତାବନୀ ଜାରି କରିଛି ଦୂତାବାସ। ଏନେଇ ଇସ୍ରାଏଲ ଠାରେ ଅବସ୍ଥାପିତ ଭାରତୀୟ ଦୂତାବାସ ପକ୍ଷରୁ ଏକ ନିରାପଦ ଅଞ୍ଚଳକୁ ଚାଲି ଯିବା ପାଇଁ ଭାରତୀୟଙ୍କୁ ନିର୍ଦ୍ଦେଶ ଦିଆଯାଇଛି। କ୍ଷେପଣାସ୍ତ୍ର ଆକ୍ରମଣ ପରେ ଭାରତୀୟ ଦୂତାବାସ ପକ୍ଷରୁ ଏପରି ପଦକ୍ଷେପ ନିଆଯାଇଛି।  ନିକଟରେ ଲେବାନନ ଠାରୁ ଇସ୍ରାଏଲ ଉପରେ କରାଯାଇଥିଲା କ୍ଷେପଣାସ୍ତ୍ର ଆକ୍ରମଣ। ଯେଉଁରେ ଜଣେ ଭାରତୀୟଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୨ ଜଣ ଆହତ ହୋଇଥିଲେ। 

ଏହି ଘଟଣାର ଗୋଟିଏ ଦିନ ପରେ ଭାରତୀୟ ଦୂତାବାସ ମଙ୍ଗଳବାର ସୁରକ୍ଷା ଜନିତ ଚେତାବନୀ ଜାରି କରି ଭାରତୀୟଙ୍କୁ ନିରାପଦ ସ୍ଥାନକୁ ଯିବାକୁ ଅନୁରୋଧ କରିଛି। ଏନେଇ ଦୂତାବାସ ପକ୍ଷରୁ କୁହାଯାଇଛି ଯେ ସାମ୍ପ୍ରତିକ ପରିସ୍ଥିତି ଏବଂ ସ୍ଥାନୀୟ ସୁରକ୍ଷା ପରାମର୍ଶକୁ ଦୃଷ୍ଟିରେ ରଖି ଏହା ଇସ୍ରାଏଲ ଠାରେ ରହୁଥିବା ସମସ୍ତ ଭାରତୀୟ ନାଗରିକଙ୍କ ପାଇଁ ଏହି ସୂଚନା ଜାରି କରାଯାଇଛି। ଏନେଇ କୁହାଯାଇଛି ଯେ ସୀମାନ୍ତ ଅଞ୍ଚଳରେ କାର୍ଯ୍ୟ କରୁଥିବା କିମ୍ବା ପରିଦର୍ଶନ କରୁଥିବା ଲୋକଙ୍କୁ ବିଶେଷ କରି ଉତ୍ତର-ଦକ୍ଷିଣ ଭାଗରେ ଇସ୍ରାଏଲ୍ ଭିତରେ ସୁରକ୍ଷିତ ସ୍ଥାନକୁ ଚାଲିଯିବାକୁ ପରାମର୍ଶ ଦିଆଯାଇଛି। ପରାମର୍ଶଦାତା ଏହା ମଧ୍ୟ କହିଛନ୍ତି ଯେ ଆମର ସମସ୍ତ ନାଗରିକଙ୍କ ସୁରକ୍ଷା ନିଶ୍ଚିତ କରିବାକୁ ଦୂତାବାସ ଇସ୍ରାଏଲ୍ କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗରେ ରହିଛି।

କ୍ଷେପଣାସ୍ତ୍ର ଆକ୍ରମଣରେ ପ୍ରାଣ ହରାଇଥିଲେ ଜଣେ ଭାରତୀୟ 
ମାର୍ଚ୍ଚ ୪ ତାରିଖ ସୋମବାର ଦିନ ପ୍ରାୟ ୧୧:୦୦ ସମୟରେ ଇସ୍ରାଏଲ ଉତ୍ତର ସୀମାରେ ଅବସ୍ଥିତ ମାର୍ଗାଲିଅଟ୍ ନିକଟସ୍ଥ ଏକ ବଗିଚାରେ ଜଣେ ଭାରତୀୟ ନାଗରିକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୨ ଜଣ ଆହତ ହୋଇଥିଲେ। ଏହି ଆକ୍ରମଣରେ ପାଟନିବିନ ମ୍ୟାକ୍ସୱେଲ ନାମକ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିଲା। ଯିଏ କେରଳ କୋଲାମ ଅଞ୍ଚଳର ବାସିନ୍ଦା।

ହିଜିବୁଲ୍ଲା କରିଥିଲା ଆକ୍ରମଣ
ଏହି ଆକ୍ରମଣରେ ବୁଶ ଜୋସେଫ ଜର୍ଜ ଏବଂ ପଲ ମେଲଭିନ ମଧ୍ୟ ଆହତ ହୋଇ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ଏନେଇ କୁହାଯାଉଛି ଯେ ଲେବାନନ ଠାରୁ ଇସ୍ରାଏଲ ଉପରେ କରାଯାଇଥିଲା କ୍ଷେପଣାସ୍ତ୍ର ଆକ୍ରମଣ ହୋଇଥିଲା। ହମାସ ଗୋଷ୍ଠୀକୁ ସମର୍ଥନ କରିବାକୁ ଯାଇ ହିଜିବୁଲ୍ଲା ଗତ ଅକ୍ଟୋବର ୮ ତାରିଖରୁ ଉତ୍ତର ଇସ୍ରାଏଲ ଠାରେ ଦୈନିକ ରକେଟ୍, ମିସାଇଲ୍ ଏବଂ ଡ୍ରୋନ୍ ଆକ୍ରମଣ କରିଆସୁଛି। 

ଜାରି ହେଲା ଜରୁରୀକାଳୀନ ନମ୍ବର
ଏହା କୁହାଯାଇଛି ଯେ ଏହା ପରେ ବିଶେଷ କରି ଉତ୍ତର-ଦକ୍ଷିଣ ସୀମାରେ କାର୍ଯ୍ୟ କରୁଥିବା ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ଯିବାକୁ ପରାମର୍ଶ ଦିଆଯାଇଛି। ଏହା ସହିତ ଆହୁରି କୁହାଯାଇଛି ଯେ ଭାରତୀୟ ନାଗରିକଙ୍କ ସୁରକ୍ଷା ପାଇଁ ସମସ୍ତେ ଇସ୍ରାଏଲ୍ କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗରେ ଅଛନ୍ତି। ଏହା ସହିତ ଦୂତାବାସ ପକ୍ଷରୁ ଏକ ଜରୁରୀକାଳୀନ ନମ୍ବର ମଧ୍ୟ ଜାରି କରାଯାଇଛି।

Read More
{}{}