PBKS vs MI Match Highlights 2024: ଅପ୍ରେଲ ୧୮ ତାରିଖ ଗୁରୁବାର ଚଣ୍ଡିଗଡ଼ ସ୍ଥିତ ଆନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମ ଠାରେ ମୁହାଁମୁହିଁ ହୋଇଥିଲେ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ପଞ୍ଜାବ କିଙ୍ଗ୍ସ। ଗୁରୁବାର ଖେଳାଯାଇଥିବା ୩୩ ତମ ମ୍ୟାଚ୍ ରେ ପ୍ରଥମେ ବ୍ୟାଟିଂ କରି ମୁମ୍ବାଇ ଧାର୍ଯ୍ୟ ୨୦ ଓଭର ରେ ୭ ୱିକେଟ ହରାଇ ୧୯୨ ରନ୍ ସଂଗ୍ରହ କରିଥିଲା। ୧୯୩ ରନ୍ ବିଜୟ ଲକ୍ଷ୍ୟକୁ ପିଛା କରୁଥିବା ପଞ୍ଜାବ ଧାର୍ଯ୍ୟ ୨୦ ଓଭର ଶେଷ ହେବା ପୂର୍ବରୁ ସମସ୍ତ ୱିକେଟ ହରାଇ ୧୮୩ ରନ୍ କରିବାକୁ ସମର୍ଥ ହୋଇଥିଲା।
ଗୁରୁବାର ଅନୁଷ୍ଠିତ ହୋଇଥିବା ମୁକାବିଲାରେ ପଞ୍ଜାବ ପୁଣିଥରେ ଚିତପଟାଙ୍ଗ ମାରିଛି। ଦଳ ପୁଣି ଥରେ ଏହାର ଘରୋଇ ମଇଦାନ କ୍ରମାଗତ ଦ୍ୱିତୀୟ ପରାଜୟ ବରଣ କରିଛି। ଅନ୍ୟପକ୍ଷରେ ମୁମ୍ବାଇ ହାରୁ ହାରୁ ବାଜି ମାରିନେଇଛି। ଏପର୍ଯ୍ୟନ୍ତ ମୋଟ ସହ ତୃତୀୟ ବିଜୟ ହାସଲ କରିଛି। ସାତୋଟି ମ୍ୟାଚ୍ ଖେଳି ତୃତୀୟ ବିଜୟ ହାସଲ କରିଛି ମୁମ୍ବାଇ। ଅନ୍ୟପକ୍ଷରେ ପଞ୍ଜାବ ସାତୋଟି ମ୍ୟାଚ୍ ଖେଳି ପଞ୍ଚମ ପରାଜୟ ବରଣ କରିଛି। ମୁମ୍ବାଇ ୬ ଏବଂ ପଞ୍ଜାବ କେବଳ ୪ ପଏଣ୍ଟ ପାଇଛି।
ଗୁରୁବାର ଉଭୟ ପକ୍ଷ ମଧ୍ୟରେ ହୋଇଥିବା ସଂଘର୍ଷରେ ମୁମ୍ବାଇ ଟିମ୍ ପଞ୍ଜାବ ଦଳକୁ ରୋମାଞ୍ଚକ ଭାବେ ୯ ରନ୍ ବ୍ୟବଧାନରେ ପରାସ୍ତ କରିଛି। ଶେଷ ଓଭର ବୋଲି କରିବା ବେଳେ ମୁମ୍ବାଇ ବୋଲର ଆକାଶ ମଧୱାଲ କାଗିସୋ ରାବାଡା ଏବଂ ହର୍ଷଲ ପଟେଲଙ୍କୁ ୧୨ ରନ୍ ସ୍କୋର କରିବାକୁ ଦେଇନଥିଲେ।
ପଞ୍ଜାବ ଅଧିନାୟକ ସାମ କୁରାନ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ପ୍ରଥମେ ବ୍ୟାଟିଂ କରୁଥିବା ମୁମ୍ବାଇ ୭ ୱିକେଟ୍ ହରାଇ ୧୯୨ ରନ୍ ସଂଗ୍ରହ କରିଥିଲା। ଏହାର ଜବାବରେ ପଞ୍ଜାବ ଦଳ ୧୯.୧ ଓଭର ବେଳକୁ ଶେଷ ୱିକେଟ ହରାଇ ୧୮୩ ରନ୍ କରିଥିଲା। ପଞ୍ଚାବ ପକ୍ଷରୁ ଅଶୁତୋଷ ଶର୍ମା ୨୮ ବଲ ଖେଳି ୬୧ ରନ୍ ସଂଗ୍ରହ କରିଥିଲେ ମଧ୍ୟ ଦଳକୁ ବିଜୟୀ କରିପାରିଲେ ନାହିଁ। ନିଜର ବ୍ୟାଟିଂ ବଳରେ ମୁମ୍ବାଇ ଦଳକୁ ସେ ଆଶ୍ଚର୍ଯ୍ୟ କରିଥିଲେ। ସେ ପ୍ରତିଦ୍ୱନ୍ଦ୍ୱୀ ବୋଲର୍ ଙ୍କୁ ଜବାବ ଦେଇ ଦଳକୁ ବିଜୟର ନିକଟତର କରିଥିଲେ। ହେଲେ ଶେଷରେ ମୁମ୍ବାଇ ବୋଲର ଜେରାଲ୍ଡ କୋଟେଜୀ ଅଶୁତୋଷ ଶର୍ମାଙ୍କୁ ୱିକେଟ ଦଖଲ କରି ମ୍ୟାଚ୍ ର ମୋଡ଼ ବଦଳାଇ ଦେଇଥିଲେ।
୧୯୩ ରନ୍ ବିଜୟ ଲକ୍ଷ୍ୟକୁ ପିଛା କରୁଥିବା ପଞ୍ଜାବ ଆରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟର ସାମ୍ନା କରିଥିଲା। ମାତ୍ର ୭୭ ରନ୍ ସ୍କୋର ବେଳକୁ ଦଳ ୬ ୱିକେଟ୍ ହରାଇ ସାରିଥିଲା। ସାମ୍ କୁରାନ୍ (୬), ପ୍ରଭାସୀମରନ୍ ସିଂହ (0), ରାଇଲି ରୂସୋ (୧), ଲିଆମ୍ ଲିଭିଙ୍ଗଷ୍ଟୋନ୍ (୧), ହରପ୍ରୀତ ସିଂହ ଭାଟିଆ (୧୩) ଏବଂ ଜିତେଶ ଶର୍ମା (୯) ପାଭିଲିୟନ ଫେରି ଆସିଥିଲେ। ଏହା ପରେ ଶଶାଙ୍କ ସିଂହ ଏବଂ ଆଶୁତୋଷ ଶର୍ମା ଦଳର ନେତୃତ୍ୱ ନେଇ ଦଳୀୟ ସ୍କୋର ୧୦୦ ପାର କରାଇଥିଲେ।
ଦଳୀୟ ସ୍କୋର ୭୭ ରନ୍ ହେବା ବେଳକୁ ପଞ୍ଜାବ ୬ ୱିକେଟ୍ ହରାଇ ସାରିଥିଲା। ଏହା ପରେ ଶଶାଙ୍କ ସିଂହ ଏବଂ ଆଶୁତୋଷ ଶର୍ମା ପୁଣି ଥରେ ଇନିଂସ ଦାୟିତ୍ୱ ନେଇଥିଲେ। ଉଭୟେ ସପ୍ତମ ୱିକେଟ୍ ପାଇଁ ୩୪ ରନ୍ ଭାଗିଦାରୀ କରିଥିଲେ। ୨୫ ବଲ ଖେଳି ୪୧ ରନ୍ ସ୍କୋର କରିବା ପରେ ଶଶାଙ୍କ ଆଉଟ୍ ହୋଇଥିଲେ। ତାଙ୍କ ୱିକେଟ ଜସପ୍ରୀତ ବୁମରା ମୁମ୍ବାଇ ଦଳକୁ ଏକ ବଡ଼ ସଫଳତା ଦେଇଥିଲେ। ଏହା ପରେ ଲାଗୁଥିଲା ଯେ ମୁମ୍ବାଇ ସହଜରେ ଏହି ମ୍ୟାଚ୍ ଜିତିବ।
ହେଲେ ଆଶୁତୋଷ ଶର୍ମା, ହରପ୍ରୀତ ବରାଡଙ୍କ ସହ ଅଷ୍ଟମ ୱିକେଟ୍ ପାଇଁ ୧୬୮ ରନ୍ ଭାଗିଦାରୀ କରିଥିଲେ। ହେଲେ ମୁମ୍ବାଇ ବୋଲର ଜେରାଲ୍ଡ କୋଟେଜୀ ଅଶୁତୋଷ ଶର୍ମାଙ୍କୁ ୱିକେଟ ଦଖଲ କରିଥିଲେ। ଯିଏ ୨୮ ବଲ ଖେଳି ୨ ଚୌକା ଏବଂ ୭ ଛକା ସହୟତାରେ ୬୧ ରନ୍ ସ୍କୋର କରିବା ପରେ ପାଭିଲିୟନ ଫେରିଥିଲେ। ଏହା ପରେ ହରପ୍ରୀତ ବରାଡ (୨୧), କାଗିସୋ ରାବାଡା (୮) ଏବଂ ହର୍ଷଲ ପଟେଲ (୧) ରନ୍ କରି ଆଉଟ ହୋଇଥିଲେ। ମୁମ୍ବାଇ ପାଇଁ ବୁମରା ଏବଂ କୋଟେଜୀ ୩-୩ ୱିକେଟ୍ ନେଇଥିଲେ। ଆକାଶ ମଧୱାଲ, ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ଶ୍ରେୟାସ ଗୋପାଳ ପ୍ରତ୍ୟେକ ଗୋଟିଏ ଲେଖାଁଏ ୱିକେଟ ନେଇଥିଲେ।