Home >>Odisha Trending

Israel Iran Conflict: ପଶ୍ଚିମ ଏସିଆରେ ଶାନ୍ତି ପାଇଁ ମୋଦି ସରକାରଙ୍କୁ ନିବେଦନ ଜଣାଇଲ ଇସ୍ରାଏଲ; ରଖିଲା ଏପରି ଦାବି

Israel Ambassador Naor Gilon: ନୂଆଦିଲ୍ଲୀରେ ଅବସ୍ଥାପିତ ଇସ୍ରାଏଲ ରାଷ୍ଟ୍ରଦୂତ ନାଓର ଗିଲୋନ କହିଛନ୍ତି ଯେ ପଶ୍ଚିମ ଏସିଆରେ ଶାନ୍ତି ପ୍ରତିଷ୍ଠା ପାଇଁ ଭାରତ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିପାରିବ।  

Advertisement
 Israel Iran Conflict: ପଶ୍ଚିମ ଏସିଆରେ ଶାନ୍ତି ପାଇଁ ମୋଦି ସରକାରଙ୍କୁ ନିବେଦନ ଜଣାଇଲ ଇସ୍ରାଏଲ; ରଖିଲା ଏପରି ଦାବି
Zee Odisha Desk|Updated: Apr 17, 2024, 03:55 PM IST
Share

Israel Demand for India: ବେଶ କିଛି ଦିନ ଧରି ଇରାନ ସହ ଚାଲିଥିବା ବିବାଦ ମଧ୍ୟରେ ଇସ୍ରାଏଲ ବନ୍ଧୁ' ଭାରତ ପାଖରୁ ସାହାୟତା ଲୋଡ଼ିଛି। ଭାରତରେ ଅବସ୍ଥାପିତ ଇସ୍ରାଏଲ ରାଷ୍ଟ୍ରଦୂତ ନାଓର ଗିଲୋନ କହିଛନ୍ତି ଯେ ପଶ୍ଚିମ ଏସିଆରେ ଶାନ୍ତି ପ୍ରତିଷ୍ଠା ପାଇଁ ଭାରତ, ଇରାନ ଭଳି ଦେଶ ନିୟନ୍ତ୍ରଣ କରିବାକୁ ଆମେ ଆଶା କରୁଛୁ। ଇସ୍ରାଏଲ୍  ରାଷ୍ଟ୍ରଦୂତ ଦାବି ଉପସ୍ଥାପ କରି କହିଛନ୍ତି ଯେ ଏ ସମ୍ପର୍କରେ ନୂଆଦିଲ୍ଲୀ ଜଣେ ବନ୍ଧୁ ଭାବରେ ପଦକ୍ଷେପ ନେବା ଉପରେ ପଦକ୍ଷେପ ନେଉ। ଇସ୍ରାଏଲ ଡ୍ରୋନ୍ ଏବଂ କ୍ଷେପଣାସ୍ତ୍ର ଆକ୍ରମଣ କରି ପଶ୍ଚିମ ଏସିଆକୁ ଅସ୍ଥିର କରିବା ତେହେରାନ ପକ୍ଷରୁ କରାଯାଉଥିବା ପ୍ରୟାସକୁ ଭାରତ ଅଟକାଉ ଇସ୍ରାଏଲ୍ ଦୂତାବାସ ଠାରେ ନ୍ୟୁଜ୍ ଏଜେନ୍ସି ପିଟିଆଇ ସହ କଥାବାର୍ତ୍ତା କରିବା ବେଳେ ରାଷ୍ଟ୍ରଦୂତ ଗିଲୋନ୍ କହିଛନ୍ତି ଯେ ଇସ୍ରାଏଲ୍ ଶକ୍ତିଶାଳୀ ଏବଂ ସ୍ଥିର। ଯଦି ଆବଶ୍ୟକ ହୁଏ ତାହେଲେ ବର୍ତ୍ତମାନ ହୋଇଥିବା ଇରାନ ସହ ମୁକାବିଲା କରିବ।

ଇସ୍ରାଏଲ ରାଷ୍ଟ୍ରଦୂତ ନାଓର ଗିଲୋନ (Israel Ambassador Naor Gilon) କହିଛନ୍ତି ଯେ ପଶ୍ଚିମ ଏସିଆରେ ସ୍ଥିରତା (Regional Stability in West Asia) ଆଣିବାରେ ଭାରତ (India) ଏକ ଭୂମିକା ଗ୍ରହଣ କରିବା ଆବଶ୍ୟକ। ପଶ୍ଚିମ ଏସିଆ ଭାରତ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଅଞ୍ଚଳ। କାରଣ ଏଠାରେ ଲକ୍ଷ ଲକ୍ଷ ଭାରତୀୟ କାର୍ଯ୍ୟ କରିଥାନ୍ତି। ସଂଯୁକ୍ତ ଆରବ ଅମିରାତ, ସାଉଦି ଆରବ ଏବଂ କାତାର ସହ ଭାରତର ବାଣିଜ୍ୟିକ ସମ୍ପର୍କ ରହିଛି। ମୁଁ ଭାବୁଛି ଇରାନକୁ (Iran) ରୋକିବାରେ ଅନ୍ତର୍ଜାତୀୟ ସମୁଦାୟର ଏକ ଅଂଶ ଭାବରେ ଭାରତ ସକ୍ରିୟ ରହିବ। ଭାରତକୁ ଆନ୍ତର୍ଜାତୀୟ କ୍ଷେତ୍ରରେ ଜଣେ ସମ୍ମାନିତ ଖେଳାଳି ଭାବରେ ବର୍ଣ୍ଣନା କରିଛନ୍ତି ଇସ୍ରାଏଲ ରାଷ୍ଟ୍ରଦୂତ (Israel Ambassador to India)। ସ୍ଥିତିକୁ ସ୍ୱାଭାବିକ କରିବା ପାଇଁ ଏହାର ପ୍ରଭାବ ଏବଂ ଗୁରୁତ୍ୱକୁ ଭାରତ ବ୍ୟବହାର କରିବା ଆବଶ୍ୟକ ବୋଲି କହିଛନ୍ତି।

ଭାରତ ପାଖରୁ କ'ଣ ଚାହୁଁଛି ଇସ୍ରାଏଲ?
ଯେତେବଳେ ଇସ୍ରାଏଲ୍ ରାଷ୍ଟ୍ରଦୂତଙ୍କୁ ପଚରାଗଲା ଯେ ଇସ୍ରାଏଲ୍ ଏବଂ ଇରାନ  ପ୍ରତିପକ୍ଷଙ୍କ ସହ ଭାରତୀୟ ବୈଦେଶିକ ମନ୍ତ୍ରୀଙ୍କ ଆଲୋଚନାକୁ ଦୃଷ୍ଟିରେ ରଖି ଭାରତ ପାଖରୁ କେଉଁ ଭୂମିକା ଆଶା କରାଯାଉଛି। ଏହାର ଜବାବରେ ସେ କହିଛନ୍ତି ଯେ ମୁଁ ଭାବୁଛି ଜଣେ ବନ୍ଧୁ ଭାବରେ ଆମେ ଆଶା କରୁଛୁ ଯେ ଅନ୍ତର୍ଜାତୀୟ ସମୁଦାୟରେ ଭାରତ ବହୁତ ଶକ୍ତିଶାଳୀ ହେବ ଏବଂ ଇରାନ ପଶ୍ଚିମ ଏସିଆରେ ଅସ୍ଥିରତାକୁ ବନ୍ଦ କରିବ।

ଇରାନ ୩୫୦ କ୍ଷେପଣାସ୍ତ୍ର ଏବଂ ଡ୍ରୋନ୍ ସାହାଯ୍ୟରେ ଇସ୍ରାଏଲ ଉପରେ ଆକ୍ରମଣ କରିଛି। ହେଲେ ଏହା ମଧ୍ୟରୁ ପ୍ରାୟ ୯୯ ପ୍ରତିଶତ ଡ୍ରୋନ ଏବଂ କ୍ଷେପଣାସ୍ତ୍ରକୁ ଇସ୍ରାଏଲ ଆକାଶରେ ଅଟକାଇ ଦେଇଛି। ଏନେଇ  ଇସ୍ରାଏଲ୍ ରାଷ୍ଟ୍ରଦୂତ ଆମେରିକା ଏବଂ ଏହି ଅଞ୍ଚଳର ଅନ୍ୟ ବନ୍ଧୁଙ୍କ ସହ ତାଙ୍କ ଦେଶର ବାୟୁ ପ୍ରତିରକ୍ଷା ବ୍ୟବସ୍ଥା ସହ ବାୟୁସେନାର ବିପୁଳ ସାମର୍ଥ୍ୟକୁ ଧନ୍ୟବାଦ ଜଣାଇଛନ୍ତି। ଏନେଇ ସେ କହିଛନ୍ତି ସୌଭାଗ୍ୟବଶତଃ ଇରାନ ଦ୍ୱାରା ହୋଇଥିବା ଆକ୍ରମଣରେ ମୃତାହତ ହୋଇନାହାଁନ୍ତି। ଦକ୍ଷିଣ ଇସ୍ରାଏଲରେ କେବଳ ଜଣେ ୭ ବର୍ଷୀୟ ବାଳିକା ଆହତ ହୋଇଛି। ଯିଏ ଶୀଘ୍ର ସୁସ୍ଥ ହେବାର ଆଶା କରାଯାଉଛି। 

 

Read More
{}{}