Hindi News >>Home >>Odisha Trending

Odisha Weather: ତୃତୀୟ ପର୍ଯ୍ୟାୟ ଭୋଟ ଦିନ ହୋଇପାରେ ବର୍ଷା ! ଆକଳନ କଲା IMD

Odisha Weather: କଳିଙ୍ଗପଟନମ୍‌ ପାଖରେ ଏହା ଲ୍ୟାଣ୍ଡଫଲ କରିପାରେ ବୋଲି ଏହି ମଡେଲ ପୂର୍ବାନୁମାନ ଦେଇଛି । ତେବେ ଭାରତୀୟ ପାଣିପାଗ ବିଭାଗ(ଆଇଏମ୍‌ଡି) ବାତ୍ୟା ନେଇ କୌଣସି ପୂର୍ବାନୁମାନ ଦେଇନି । ପାଣିପାଗ ବିଭାଗ କହିଛି, ୨୨ ତାରିଖରେ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହୋଇପାରେ ।   

Advertisement
Odisha Weather: ତୃତୀୟ ପର୍ଯ୍ୟାୟ ଭୋଟ ଦିନ ହୋଇପାରେ ବର୍ଷା ! ଆକଳନ କଲା IMD
Rasmita Sahoo|Updated: May 20, 2024, 08:04 PM IST
Share

Odisha Weather: ଆଜି ଶେଷ ହୋଇଛି ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାତନ । ସୁରୁଖୁରୁରେ ହୋଇଛି ମତଦାନ । ତେବେ ତୃତୀୟ ପର୍ଯ୍ୟୟ ମତଦାନ ଆସନ୍ତା ୨୫ ରେ ହେବାକୁ ଯାଉଛି। ହେଲେ ଏହା ପୂର୍ବରୁ ପାଣିପାଗ ବିଭାଗର ପୂର୍ବାନୁମାନ ଟେନସନ ଦେଇଛି। ୨୫ ତାରିଖରେ ଉପକୂଳ ଓଡ଼ିଶାରେ ଭୋଟ ପଡ଼ିବ । ଏହିକ୍ରମରେ କଟକ, ଭୁବନେଶ୍ୱର, ପୁରୀ, ଢେଙ୍କାନାଳ, କେନ୍ଦୁଝର ଓ ସମ୍ବଲପୁର ଲୋକସଭା ସହ ୪୨ ବିଧାନସଭା ପାଇଁ ହେବ ମତଦାନ । ହେଲେ ଆଇଏମଡିର ପୂର୍ବାନୁମାନ ସେଦିନ ରାଜ୍ୟକୁ ରହିବ ବର୍ଷା, ପବନ ଭୟ। ଏନେଇ ଆଞ୍ଚଳିକ ପାଣିପାଗ ବିଭାଗ ଲଘୁଚାପ ନେଇ ସତର୍କ ରହିଥିବା ବେଳେ  ଭାରତୀୟ ପାଣିପାଗ ବିଭାଗ ବାତ୍ୟା ନେଇ କୌଣସି ପୂର୍ବାନୁମାନ କରିନାହିଁ। 

୧୨୦ କିମି ବେଗରେ ବହିପାରେ ପବନ । ତା ସାଙ୍ଗକୁ ପ୍ରବଳ ବର୍ଷା । ତୃତୀୟ ପର୍ଯ୍ୟାୟ ଭୋଟ ଦିନ ମାଡ଼ ହେବ ଓଡ଼ିଶା ଉପକୂଳରେ । ୨୫ ତାରିଖ ସଂଧ୍ୟା ୮ଟା କିମ୍ବା ୯ଟା ବେଳେ ପାରାଦୀପରୁ ବାଲେଶ୍ୱର(Paradeep To Balasore) ମଧ୍ୟରେ ସ୍ଥଳ ଭାଗରେ ପ୍ରବେଶ କରିବ । ଏମିତି ପୂର୍ବାନୁମାନ ଆଙ୍କିଲେଣି ଏକାଧିକ ପାଣିପାଗ ମଡେଲ୍‌ । ରାଜ୍ୟକୁ ବଢ଼ିଛି ଏବେ ବାତ୍ୟା ଭୟ । ବଙ୍ଗୋପସାଗରରେ ହେବାକୁ ଥିବା ଲଘୁଚାପ ଅବପାତ ରୂପ ନେବ । ଅନେକ ପାଣିପାଗ ମଡେଲର ଆକଳନ ଅନୁଯାୟୀ, ଏହା ଅଧିକ ଘନୀଭୂତ ହୋଇ ତୀବ୍ର ଅବପାତ ଓ ପରେ ବାତ୍ୟାରେ ପରିଣତ ହେବ । ଏହାକୁ ନେଇ ବାତ୍ୟା ଭୟ ବଢ଼ିଛି । କିଛି ମଡେଲ ଅତି ଭୀଷଣ ବାତ୍ୟାର ପୂର୍ବାନୁମାନ କଲେଣି । କିନ୍ତୁ ଦୁଇ ଦିନ ପରେ ପୂରା ଚିତ୍ର ସ୍ପଷ୍ଟ ହେବ ବୋଲି ପାଣିପାଗ ବିଶେଷଜ୍ଞ କହୁଛନ୍ତି ।
   
ଜିଏଫଏସ୍‌ ମଡେଲର ଆକଳନ କହୁଛି, ୨୫ ତାରିଖ ସନ୍ଧ୍ୟା ୮ଟା ବେଳକୁ ଭୀଷଣ ରୂପ ନେଇ ଧାମରା ପାଖାପାଖି ମାଡ଼ ହୋଇପାରେ ବାତ୍ୟା । ତା ପୂର୍ବରୁ ସକାଳୁ ଆରମ୍ଭ ହୋଇଯିବ ପୂରା ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳ ବର୍ଷା । ECMW  ବି ଦର୍ଶାଉଛି, ବାତ୍ୟା ରୂପ ନେଇ ପାରେ ଲଘୁଚାପ । କିନ୍ତୁ ପବନର ବେଗ ୮୦ରୁ ୯୦ କିଲୋମିଟର ଭିତରେ ରହିପାରେ । ୨୫ ତାରିଖ ରାତି ପ୍ରାୟ ୯ ବେଳକୁ ଧାମରା ପାଖାପାଖି ସ୍ଥଳଭାଗ ଛୁଇଁପାରେ । କଳିଙ୍ଗପଟନମ୍‌ ପାଖରେ ଏହା ଲ୍ୟାଣ୍ଡଫଲ କରିପାରେ ବୋଲି ଏହି ମଡେଲ ପୂର୍ବାନୁମାନ ଦେଇଛି । ତେବେ ଭାରତୀୟ ପାଣିପାଗ ବିଭାଗ(ଆଇଏମ୍‌ଡି) ବାତ୍ୟା ନେଇ କୌଣସି ପୂର୍ବାନୁମାନ ଦେଇନି । ପାଣିପାଗ ବିଭାଗ କହିଛି, ୨୨ ତାରିଖରେ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହୋଇପାରେ । 

୨୪ ତାରିଖ ବେଳକୁ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏହା ଅବପାତରେ ପରିଣତ ହେବ । ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଥିବା ଘୂର୍ଣ୍ଣିବଳୟ ବାତ୍ୟା ହେବାକୁ ପାଗ ଅନୁକୂଳ ଅଛି ବୋଲି ବରିଷ୍ଠ ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି । ଘୂର୍ଣ୍ଣିବଳୟ ୨୨ରେ ଲଘୁଚାପ ଓ ୨୩ରେ ଅବପାତ ରୂପ ନେବ । ୨୪ରେ ଅଧିକ ବଳ ନେଇ ଗଭୀର ଅବପାତରେ ପରିଣତ ହେବ । ପ୍ରଥମେ ଏହା ଉତ୍ତର ପୂର୍ବ ଦିଗରେ ଗତି କରିବ । ୨୩ ପରେ ଉତ୍ତର ପଶ୍ଚିମ ଦିଗରେ ଗତି କରିବ । ୨୫ରେ ଏହା ଉପକୂଳ ଛୁଇଁପାରେ । ତେବେ ସେହିଦିନ ରାଜ୍ୟରେ ୪ର୍ଥ ପର୍ଯାୟ ଭୋଟ ଥିବାରୁ ଟେନସନ ବଢିଛି।  

Also Read: Road Accident: ଖାଇକୁ ଖସିଲା ପିକଅପ ଭ୍ୟାନ୍, ଘଟଣାସ୍ଥଳରେ ୧୮ ମୃତ

Also Read: PM Narendra Modi: ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି କୋଉଠି ଅଛି, କହିଲେ ପ୍ରଧାନମନ୍ତ୍ରୀ

Read More
{}{}