Hindi News >>Home >>Odisha Trending

ଦିଲ୍ଲୀ AIIMSକୁ ସ୍ଥାନାନ୍ତର ହେଲେ ଜଗଦଗୁରୁ ସ୍ୱାମୀ ରାମଭଦ୍ରାଚାର୍ଯ୍ୟ

Jagadguru Rambhadrachaya: ଜଗଦଗୁର ସ୍ୱାମୀ ରାମଭଦ୍ରାଚାର୍ଯ୍ୟ ମହାରାଜଙ୍କ ଶ୍ୱାସକ୍ରିୟାରେ ସମସ୍ୟା ଦେଖାଦେବା ସହ ହଠାତ୍ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହୋଇଯାଇଥିଲା। ଏହା ପରେ ତାଙ୍କୁ ଦେହରାଡୁନ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। 

Advertisement
ଦିଲ୍ଲୀ AIIMSକୁ ସ୍ଥାନାନ୍ତର ହେଲେ ଜଗଦଗୁରୁ ସ୍ୱାମୀ ରାମଭଦ୍ରାଚାର୍ଯ୍ୟ
Soubhagya Ranjan Mishra|Updated: Feb 14, 2024, 10:18 PM IST
Share

Jagadguru Rambhadrachaya: ଜଗଦଗୁରୁ ସ୍ୱାମୀ ରାମଭଦ୍ରାଚାର୍ଯ୍ୟଙ୍କୁ ଦେହରାଡୁନରୁ ଦିଲ୍ଲୀ AIIMSକୁ ସ୍ଥାନାନ୍ତର କରାଯାଇଛି । ସିନର୍ଜି ଏମଡି କମଲ ଗର୍ଗଙ୍କ କହିବାନୁଯାୟୀ, ଦିଲ୍ଲୀ AIIMS ରେ ସ୍ୱାମୀ ରାମଭଦ୍ରାଚାର୍ଯ୍ୟଙ୍କର ଏକ ବାଇପାସ୍ ସର୍ଜରୀ କରାଯାଇଥିଲା। ବର୍ତ୍ତମାନ ତାଙ୍କର ହାର୍ଟ୍ ଭଲଭ୍ ପରିବର୍ତ୍ତନ କରାଯିବ । ସେଥିପାଇଁ ସ୍ୱାମୀ ରାମଭଦ୍ରାଚାର୍ଯ୍ୟଙ୍କୁ ମଙ୍ଗଳବାର ସନ୍ଧ୍ୟାରେ ଦିଲ୍ଲୀ AIIMSକୁ ନିଆଯାଇଛି । ଦିଲ୍ଲୀ AIIMSରେ ଚିକିତ୍ସା ପରେ ପୁଣିଥରେ ତାଙ୍କୁ ଫେବୃଆରୀ ୧୭ କିମ୍ବା ୧୮ ତାରିଖରେ ସିନର୍ଜି ହସ୍ପିଟାଲକୁ ଅଣାଯିବ ।

ସୂଚନାଯୋଗ୍ୟ, ତୁଳସୀ ପୀଠୀଶ୍ୱର ଜଗଦଗୁରୁ ରାମଭଦ୍ରାଚାର୍ଯ୍ୟ ମହାରାଜ ଉତ୍ତରପ୍ରଦେଶ ହାଥରସ ନିକଟରେ ଥିବା ସମୟରେ ତାଙ୍କ ସ୍ୱାସ୍ଥ୍ୟ ହଠାତ୍ ଖରାପ ହୋଇଯାଇଥିଲା । ଏହା ପରେ ତାଙ୍କୁ ପ୍ରଥମେ ଆଗ୍ରା ଡାକ୍ତରଖାନାରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଥିଲା । ପରେ ଫେବୃଆରୀ ୨ ବିଳମ୍ବିତ ରାତିରେ ଆଗ୍ରାରୁ ଦେହରାଡୁନ୍ ନିଆଯାଇଥିଲା । ଦେହରାଡୁନର ସ୍ଥିତ ବଲୁପୁରର ସିନର୍ଜି ହସ୍ପିଟାଲରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଥିଲା ।

ପରେ ଜଗଦଗୁରୁ ସୋସିଆଲ ମିଡିଆ ମାଧ୍ୟମରେ ଏକ ଭିଡିଓ ସେୟାର କରିଥିଲେ ଯେଉଁଥିରେ ସେ କହିଥିଲେ ଯେ, ସେ ବର୍ତ୍ତମାନ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି। ମିଥ୍ୟା ଖବର ତଥା ଗୁଜବରେ କୌଣସି ବିଶ୍ୱାସ କରନ୍ତୁ ନାହିଁ । ସେ କହିଥିଲେ ଯେ, ଦେହରାଡୁନରେ ନିଜ ଶିଷ୍ୟଙ୍କ ନିକଟରେ ବିଶ୍ରାମ ନେଉଛନ୍ତି ।

Also Read- Odisha Govt: କଳାକାରଙ୍କୁ ବଡ଼ ଉପହାର, ମିଳିବ ୨୫୦୦ ଟଙ୍କା !

Also Read- କଟକରେ ଓଲଟିଲା ଯାତ୍ରୀବାହୀ ବସ୍ ଚନ୍ଦନ: ଜଣେ ମୃତ, ୧୦ରୁ ଉର୍ଦ୍ଧ ଆହତ

Read More
{}{}