Hindi News >>Home >>Odisha Trending

Jammu Kashmir: ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଏନକାଉଣ୍ଟର, ୧ ମୃତ

ଭାରତୀୟ ସେନା ପକ୍ଷରୁ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ ମାଧ୍ୟମରେ ଏନେଇ ପୋଷ୍ଟ କରାଯାଇଛି । ଯେଉଁଥିରେ ସେନା ଲେଖିଛି ଯେ, ସେନା ଏବଂ ଜାମ୍ମୁ କାଶ୍ମୀର ପୋଲିସର ମିଳିତ ଟିମ୍ ସୋପୋରର ୱାଟରଗାମ ଅଞ୍ଚଳରେ ଆତଙ୍କବାଦୀଙ୍କ ଉପରକୁ ଗୁଳି ଚଳାଇଥିଲା।

Advertisement
Jammu Kashmir: ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଏନକାଉଣ୍ଟର, ୧ ମୃତ
Soubhagya Ranjan Mishra|Updated: Aug 24, 2024, 06:26 PM IST
Share

Jammu Kashmir Encounter: ଜାମ୍ମୁ କାଶ୍ମୀରରେ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି । ଫଳରେ ଜଣେ ଆତଙ୍କବାଦୀର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ସୋପୋର ପୋଲିସ ଏବଂ 32 ରାଷ୍ଟ୍ରିୟ ରାଇଫଲର ମିଳିତ ଅପରେସନରେ ଏହି ସଫଳତା ମିଳିଛି । ବର୍ତ୍ତମାନ ମଧ୍ୟ ସୁରକ୍ଷା ବାହିନୀ ସମଗ୍ର ଅଞ୍ଚଳକୁ ଘେରି ରହିଛନ୍ତି । ଦୀର୍ଘ ସମୟ ଧରି ସେଠାରେ ସର୍ଚ୍ଚ ଅପରେସନ ଜାରି ରହିଛି । ଏହି ଅଞ୍ଚଳରେ ଅଧିକ ଆତଙ୍କବାଦୀ ଥାଇପାରନ୍ତି ବୋଲି କୁହାଯାଉଛି।

ଭାରତୀୟ ସେନା ପକ୍ଷରୁ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ ମାଧ୍ୟମରେ ଏନେଇ ପୋଷ୍ଟ କରାଯାଇଛି । ଯେଉଁଥିରେ ସେନା ଲେଖିଛି ଯେ, ସେନା ଏବଂ ଜାମ୍ମୁ କାଶ୍ମୀର ପୋଲିସର ମିଳିତ ଟିମ୍ ସୋପୋରର ୱାଟରଗାମ ଅଞ୍ଚଳରେ ଆତଙ୍କବାଦୀଙ୍କ ଉପରକୁ ଗୁଳି ଚଳାଇଥିଲା।

 

ଆପଣଙ୍କୁ କହିରଖୁଛୁ ଯେ, ଗତ କିଛି ଦିନ ହେବ ସେନାବାହିନୀ ପକ୍ଷରୁ ଆତଙ୍କବାଦୀ ଦମନ କରିବା ପାଇଁ ଅପରେସନ ଆରମ୍ଭ ହୋଇଛି । ପୂର୍ବରୁ 19 ଅଗଷ୍ଟରେ ଡୁଡୁର ଚେଲ ଅଞ୍ଚଳରେ ଆତଙ୍କବାଦୀ ହମଲା ହୋଇଥିଲା ଯେଉଁଥିରେ CRPF ଇନ୍ସପେକ୍ଟର କୁଲଦୀପ କୁମାର ସହିଦ ହୋଇଥିଲେ।

ଅନ୍ୟପଟେ, ପ୍ରାୟ ୧୦ ବର୍ଷ ପରେ ଜାମ୍ମୁ କାଶ୍ମୀରରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ସେଥିପାଇଁ ବିଶୃଙ୍ଖଳାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାରଙ୍କ ପକ୍ଷରୁ ବ୍ୟାପକ ସୁରକ୍ଷା ବାହିନୀଙ୍କୁ ମୁତୟନ କରାଯାଇଛି । ସୂଚନା ମୁତାବକ ବର୍ତ୍ତମାନ ସୁଦ୍ଧା ଜାମ୍ମୁ କାଶ୍ମୀରରେ ପ୍ରାୟ ୩୦୦ ଟି ସାମରିକ ବାହିନୀ ନିୟୋଜିତ ହୋଇଥିବା ଖବର ମିଳିଛି ।

Also Read- Surya Mangal Gochar 2024: ପ୍ରତି କାର୍ଯ୍ୟରେ ଏହି ୩ ରାଶିର ବ୍ୟକ୍ତିଙ୍କୁ ମିଳିବ ସଫଳତା

Also Read- Weekly Lucky Zodiac Sign: ୨୬ ଅଗଷ୍ଟରୁ ୧ ସେପ୍ଟେମ୍ୱର, ୫ଟି ରାଶିର ଭାଗ୍ୟ ଉଜ୍ୱଳ

Read More
{}{}