Home >>Odisha Trending

Japan Rocket Blast: କାଉଣ୍ଟ ଡାଉନ ଶେଷଲ ହେବା ମାତ୍ରେ ବ୍ଲାଷ୍ଟ ହୋଇଗଲା ଜାପାନୀ ରକେଟ୍

rocket blast after countdown ends in japan: ଉତକ୍ଷେପଣ ପାଇଁ ସମୟ ଗଣନା ଶେଷ ହେବା ପରେ ରକେଟ ମଧ୍ୟରୁ ଅଚାନକ ନିଆଁ ଧୂଆଁ ବାହାରୁଥିବାର ଦେଖିବାକୁ ମିଳିଥିଲା।

Advertisement
Japan Rocket Blast: କାଉଣ୍ଟ ଡାଉନ ଶେଷଲ ହେବା ମାତ୍ରେ ବ୍ଲାଷ୍ଟ ହୋଇଗଲା ଜାପାନୀ ରକେଟ୍
Zee Odisha Desk|Updated: Mar 14, 2024, 12:58 AM IST
Share

Space One Kairos Rocket Blast: ମାର୍ଚ୍ଚ ୧୩ ତାରିଖ ବୁଧବାର ଜାପାନ କମ୍ପାନୀ ସ୍ପେସ୍ ୱାନ ସହ ଜଡ଼ିତ ଏକ ଗୁରୁତ୍ୱପୂର୍ଣ୍ଣ ରକେଟ୍ ଉତକ୍ଷେପଣ ବିଫଳ ହୋଇଛି। ଏହି ମିଶନ ବିଫଳ ହେବା ପରେ ଏହାକୁ ଉତକ୍ଷେପଣ କରିଥିବା ସମ୍ପୂର୍ଣ୍ଣ ଦଳ ଚକିତ ହୋଇଯାଇଛି। ପ୍ରକଳ୍ପ ନିର୍ଦ୍ଦେଶକଙ୍କ ତତ୍ତ୍ୱାବଧାନରେ ଏକ ଦଳ ରକେଟ ଉତକ୍ଷେପଣ ବିଫଳ ହେବା ପଛରେ ରହିଥିବା କାରଣ ସମ୍ପର୍କରେ ଅନୁସନ୍ଧାନ କରୁଛି। ମହାକାଶ ଶିଳ୍ପ ବିଶେଷଜ୍ଞ ମଧ୍ୟ ଏହି ଘଟଣା ସମ୍ପର୍କରେ ଜାଣିବା ପରେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ଯେତେବେଳେ ମହାକାଶକୁ ଏହାର ଅସୀମ ଯାତ୍ରାରେ ରକେଟ୍ ଉପରେ ନଜର ରଖିବା ପାଇଁ ସମ୍ପୂର୍ଣ୍ଣ ବ୍ୟବସ୍ଥା କରାଯାଇଥିଲା, ହେଲେ ଉତକ୍ଷେପଣ ହେବାର ମାତ୍ର କିଛି ସେକେଣ୍ଡ ପରେ କେରୋସ୍ ରକେଟ୍ କିପରି ବିସ୍ଫୋରଣ ହୋଇଥିଲା?

ବିଫଳ ହୋଇଗଲା ପ୍ରାଇଭେଟ ମିଶନ
ଆପଣଙ୍କୁ କହିରଖୁଛୁ ଯେ ଏହି ରକେଟ ବିସ୍ଫୋରଣ ଜାପାନ (Japan Rocket Blast) ଭଳି ଏକ ବିକଶିତ ଦେଶର ଘରୋଇ କ୍ଷେତ୍ରର ବାଣିଜ୍ୟିକ ମହାକାଶ ପ୍ରକଳ୍ପ (Commercial Space projects in Private Sector) ପାଇଁ ଏକ ବଡ଼ ଝଟକା ସଦୃଶ୍ୟ। କାରଣ ଏହି ରକେଟ ଉତକ୍ଷେପଣ (Rocket Launch) ମାଧ୍ୟମରେ ଜାପାନ ଘରୋଇ କ୍ଷେତ୍ର ଦ୍ୱାରା କକ୍ଷପଥରେ ଉପଗ୍ରହ ରଖିବା ପାଇଁ ଏହା ପ୍ରଥମ ପ୍ରୟାସ ରହିଥିଲା। ପଶ୍ଚିମ ଜାପାନ ସ୍ଥିତ ୱାକାୟାମା ପ୍ରଦେଶର (Wakayama Province Japan) ଲଞ୍ଚ ସାଇଟ (Rocket Crashed at Launch Site in Japan) ଠାରେ ବୁଧବାର ସ୍ଥାନୀୟ ସମୟ ସକାଳ ୧୧:୦୦ (ଭାରତୀୟ ପ୍ରାମାଣିକ ସମୟ ସକାଳ ୭:୦୦) ପରେ ଏହି ରକେଟ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ପ୍ରାୟ ୧୮ ମିଟର ଲମ୍ବା ଏହି ରକେଟ ମୋଟ ଚାରୋଟି ପର୍ଯ୍ୟାୟରେ କଠିନ ଇନ୍ଧନ ବ୍ୟବହାର କରି ଏହାର ଯାତ୍ରା ଆରମ୍ଭ କରିବାକୁ ଯାଉଥିଲା। ହେଲେ ଉତକ୍ଷେପଣ ପାଇଁ ସମୟ ଗଣନା ଶେଷ ହେବା ମାତ୍ରେ ରକେଟ (Rocket Blast after Countdown Ends) ମଧ୍ୟରୁ ଅଚାନକ ନିଆଁ ଧୂଆଁ ବାହାରୁଥିବାର ଦେଖିବାକୁ ମିଳିଥିଲା।

ଭିଡ଼ିଓ ଭାଇରାଲ ପରେ ମିଶ୍ରିତ ପ୍ରତିକ୍ରିୟା ରଖିଲେ ସୋସିଆଲ ମିଡିଆ ୟୁଜର 
ନ୍ୟୁଜ୍ ଏଜେନ୍ସି ଜିନହୁଆ ରିପୋର୍ଟ ଅନୁଯାୟୀ, କାୟରୋସ୍ ରକେଟ୍ (Kairos Rocket) ଏକ ଛୋଟ ସରକାରୀ ଗୁପ୍ତଚର ସର୍ବେକ୍ଷଣ ଉପଗ୍ରହ ନେଇଥିଲା। ଯାହାର ଓଜନ ପ୍ରାୟ ୧୦୦ କିଲୋଗ୍ରାମ ରହିଥିଲା। ସ୍ଥାନୀୟ ଗଣମାଧ୍ୟମ ଦ୍ୱାରା ଏହି ରକେଟ ଉତକ୍ଷେପଣ ହେବାର ଦୃଶ୍ୟକୁ ସିଧା ପ୍ରସାରଣ କରୁଥିଲା। ଏଭଳି ପରିସ୍ଥିତିରେ ରକେଟ ଉତକ୍ଷେପଣ ବିଫଳ ହେବା ପରେ କମ୍ପାନୀ ସ୍ପେସ୍ ୱାନ (Space One Company Japan) ସୋସିଆଲ ମିଡିଆ ଦୁନିଆରେ ସମାଲୋଚନାର ଶରବ୍ୟ ପାଲଟିଛି। 

ପ୍ରତିକ୍ରିୟା ରଖିଲା ସ୍ପେଶ ୱାନ
ନିକ୍କେ ଏସିଆ (Nikkei Asia) ରିପୋର୍ଟ ଅନୁଯାୟୀ ସ୍ପେସ୍ ୱାନ୍ ପକ୍ଷରୁ ବିବୃତ୍ତି ଜାରି କରାଯାଇ କୁହାଯାଇଛି ଯେ ସେମାନେ ଉଦ୍ଦେଶ୍ୟମୂଳକ ଭାବେ ରକେଟ୍ ଉତକ୍ଷେପଣ ବନ୍ଦ କରି ଦେଇଛି। ଉତକ୍ଷପେଣ ସମୟରେ ହଠାତ୍ ଏପରି ନିଷ୍ପତ୍ତି ନେବାକୁ ପଡିଥିଲା। ପରିସ୍ଥିତିକୁ ଅନୁଧ୍ୟାନ କରି ଆମେ ଅନୁସନ୍ଧାନ କରୁଛୁ।

Read More
{}{}