Home >>Odisha Trending

Jodhpur Hospital Rape Case: ଘୁରି ବୁଲୁଛନ୍ତି ଯୌନ ପିପାସୁ, ଯୋଧପୁରରେ ୨୦ ଦିନରେ ୫ ନାବାଳିକାଙ୍କୁ ଦୁଷ୍କର୍ମ

Jodhpur Hospital Rape Case: ପୀଡିତାଙ୍କ ପରିବାର ସଦସ୍ୟଙ୍କ କହିବା ଅନୁସାରେ ଝିଅଟିକୁ ଘରେ ଗାଳିଗୁଲଜ କରାଯାଇଥିଲା, ସେଥିପାଇଁ ସେ ରାଗିଯାଇ ଘରୁ ବାହାରି ଚାଲିଯାଇଥିଲେ। ଯେତେବେଳେ ସେ ଦୀର୍ଘ ସମୟ ଧରି ଫେରି ନଥିଲେ, ତାଙ୍କ ପରିବାର ପୋଲିସ ନିକଟରେ ଅଭିଯୋଗ କରିଥିଲେ। ଗତ ରବିବାର ରାତିରେ ମହାତ୍ମା ଗାନ୍ଧୀ ଡାକ୍ତରଖାନାର ଦୁଇଜଣ ସଫେଇ କର୍ମଚାରୀ ସେ ଝିଅକୁ ଧରି କ୍ୟାମ୍ପସର ଏକ ନିଛାଟିଆ ସ୍ଥାନକୁ ନେଇ ସେଠାରେ ନାବାଳିକୁ ଦୁଷ୍କର୍ମ କରିଥିଲେ।

Advertisement
Jodhpur Hospital Rape Case: ଘୁରି ବୁଲୁଛନ୍ତି ଯୌନ ପିପାସୁ, ଯୋଧପୁରରେ ୨୦ ଦିନରେ ୫ ନାବାଳିକାଙ୍କୁ ଦୁଷ୍କର୍ମ
Priyambada Rana|Updated: Aug 28, 2024, 05:36 PM IST
Share

Jodhpur Hospital Rape Case: ରାଜସ୍ଥାନର ଯୋଧପୁରରେ ନାବାଳିକାମାନଙ୍କ ପ୍ରତି ଦୁଷ୍କର୍ମର ଅନେକ ମାମଲା ସାମ୍ନାକୁ ଆସିବାରେ ଲାଗିଛି। ୨୦ ଦିନ ମଧ୍ୟରେ ଯୋଧପୁରର ବିଭିନ୍ନ ଅଞ୍ଚଳରୁ ଝିଅମାନଙ୍କୁ ଦୁଷ୍କର୍ମ ଓ ଗ୍ୟାଙ୍ଗରେପର ମାମଲା ରୁଜୁ କରାଯାଇଛି। ନିକଟରେ ଯୋଧପୁରର ସରକାରୀ ଡାକ୍ତରଖାନାରୁ ଏକ ହୃଦୟ ବିଦାରକ ମାମଲା ସାମ୍ନାକୁ ଆସିଥିଲା। ରାଗରେ ଘରୁ ବାହାରିଥିବା ୧୪ ବର୍ଷର ଝିଅକୁ ଡାକ୍ତରଖାନାରେ ଦୁଷ୍କର୍ମ କରାଯାଇଛି।

ପୀଡିତାଙ୍କ ପରିବାର ସଦସ୍ୟଙ୍କ କହିବା ଅନୁସାରେ ଝିଅଟିକୁ ଘରେ ଗାଳିଗୁଲଜ କରାଯାଇଥିଲା, ସେଥିପାଇଁ ସେ ରାଗିଯାଇ ଘରୁ ବାହାରି ଚାଲିଯାଇଥିଲେ। ଯେତେବେଳେ ସେ ଦୀର୍ଘ ସମୟ ଧରି ଫେରି ନଥିଲେ, ତାଙ୍କ ପରିବାର ପୋଲିସ ନିକଟରେ ଅଭିଯୋଗ କରିଥିଲେ। ଗତ ରବିବାର ରାତିରେ ମହାତ୍ମା ଗାନ୍ଧୀ ଡାକ୍ତରଖାନାର ଦୁଇଜଣ ସଫେଇ କର୍ମଚାରୀ ସେ ଝିଅକୁ ଧରି କ୍ୟାମ୍ପସର ଏକ ନିଛାଟିଆ ସ୍ଥାନକୁ ନେଇ ସେଠାରେ ନାବାଳିକୁ ଦୁଷ୍କର୍ମ କରିଥିଲେ।
 

ନିକଟରେ କିଛି ଦିନ ଧରି ଯୋଧପୁରରେ ନାବାଳିକାଙ୍କୁ ଦୁଷ୍କର୍ମ ଘଟଣା ସାମ୍ନାକୁ ଆସୁଛି। ଅଗଷ୍ଟ ମାସରେ ଯୋଧପୁରରୁ ୫ଟି ରେପ୍ କେସ୍ ସାମ୍ନାକୁ ଆସିଛି।ଯାହା ମହିଳା ସୁରକ୍ଷା ଉପରେ ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି। କୋଲକାତାରେ ହୋଇଥିବା ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଘଟଣାର ନିଆଁ ଏ ଯାଏଁ ଲିଭିନଥିବା ବେଳେ ଦେଶର ବିଭିନ୍ନ କୋଣରୁ ନାବାଳିକା, ମହିଳାଙ୍କୁ ଦୁଷ୍କର୍ମ ଓ ଗ୍ୟାଙ୍ଗ ରେପ୍ ଭଳି ଘଟଣା ସମସ୍ତଙ୍କୁ ଡରାଇ ଦେଇଛି।

ସେପଟେ ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ଅଶୋକ ଗେହଲୋଟ୍ ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି। ସେ ତାଙ୍କ ସରକାରୀ ସୋସିଆଲ ମିଡିଆ ଆକାଉଣ୍ଟ X ରେ ପୋଷ୍ଟ କରି ଅସନ୍ତୋଷ ବ୍ୟକ୍ତ କରି ବିଜେପି ସରକାର ଉପରେ ଟାର୍ଗେଟ୍ କରିଛନ୍ତି। ଗେହଲୋଟ୍ ଏହି ପୋଷ୍ଟରେ ଲେଖିଛନ୍ତି ଯେ ଯୋଧପୁରର ମହାତ୍ମା ଗାନ୍ଧୀ ସରକାରୀ ଡାକ୍ତରଖାନାରେ ନାବାଳିକାଙ୍କୁ ଗଣଦୁଷ୍କର୍ମ ଘଟଣା ରାଜସ୍ଥାନରେ ଜଙ୍ଗଲ ରାଜ ସୃଷ୍ଟି ହେବାର ଆଉ ଏକ ଉଦାହରଣ।

ଅଶୋକ ଗେହଲୋଟ୍ ପୋଲିସ ବ୍ୟବସ୍ଥା ଉପରେ ମଧ୍ୟ ପ୍ରଶ୍ନ ଉଠାଇ ଲେଖିଛନ୍ତି, "ଏଥିରୁ ଜଣାପଡୁଛି ଯେ ଯୋଧପୁରର ଉଭୟ ଜନ ପ୍ରତିନିଧୀ ଏବଂ ପୋଲିସ ଆଇନ ଶୃଙ୍ଖଳା ପ୍ରତି କୌଣସି ଧ୍ୟାନ ଦେଉ ନାହାଁନ୍ତି, ଯେଉଁଥିପାଇଁ ଅପରାଧୀମାନେ ଦିନକୁ ଦିନ ଅପରାଧୀକ କାର୍ଯ୍ୟକଳାପ ବଢାଇବାରେ ଲାଗିଛନ୍ତି।

Also Read: Crime News: ଇନଫର୍ମର ସନ୍ଦେହରେ ପୋଲିସର ଭାଇଙ୍କୁ ନିର୍ମମ ହତ୍ୟା

Read More
{}{}