Home >>Odisha Trending

Naveen Patnaik: ଭରତପୁର ଥାନା ମାମଲା: ବିଚାର ବିଭାଗୀୟ ତଦନ୍ତ ଦାବି କଲେ ନବୀନ

ଭୁବନେଶ୍ୱର: ଭରତପୁର ଥାନାରେ ସେନା ଅଧିକାରୀ ଗୁରୁବଂଶ ସିଂହ ଓ ତାଙ୍କ ବାନ୍ଧବୀଙ୍କୁ ଦୁର୍ବ୍ୟବହାର ଅସଦାଚରଣ ମାମଲାର ରାଜନୈତିକ ରୂପ ଦେଇଛନ୍ତି ବିରୋଧୀ ଦଳର ନେତା ନବୀନ ପଟ୍ଟନାୟକ। ଏହି ମାମଲାରେ ଓଡ଼ିଶା ପୋଲିସକୁ ସମାଲୋଚନା କରିବା ସହିତ ଘଟଣାକୁ ନିନ୍ଦା କରିଛନ୍ତି ନବୀନ। ଏହା ସହିତ ସେ ବିଚାର ବିଭାଗୀୟ ତଦନ୍ତ ମଧ୍ୟ ଦାବି କରିଛନ୍ତି। ଏନେଇ

Advertisement
Naveen Patnaik: ଭରତପୁର ଥାନା ମାମଲା: ବିଚାର ବିଭାଗୀୟ ତଦନ୍ତ ଦାବି କଲେ ନବୀନ
Prabhudatta Moharana|Updated: Sep 20, 2024, 01:06 PM IST
Share

Naveen Patnaik: ଭୁବନେଶ୍ୱର: ଭରତପୁର ଥାନାରେ ସେନା ଅଧିକାରୀ ଗୁରୁବଂଶ ସିଂହ ଓ ତାଙ୍କ ବାନ୍ଧବୀଙ୍କୁ ଦୁର୍ବ୍ୟବହାର ଅସଦାଚରଣ ମାମଲାର ରାଜନୈତିକ ରୂପ ଦେଇଛନ୍ତି ବିରୋଧୀ ଦଳର ନେତା ନବୀନ ପଟ୍ଟନାୟକ। ଏହି ମାମଲାରେ ଓଡ଼ିଶା ପୋଲିସକୁ ସମାଲୋଚନା କରିବା ସହିତ ଘଟଣାକୁ ନିନ୍ଦା କରିଛନ୍ତି ନବୀନ। ଏହା ସହ ଏ ଘଟଣାକୁ ଲୋମହର୍ଷଣ କାରି ଓ କଳ୍ପନାତୀତ ବୋଲି ବର୍ଣ୍ଣନା କରିଛନ୍ତି। ଥାନା ଭିତରେ ପୋଲିସ ଯେଭଳି ନିର୍ଦୟ ବ୍ୟବହାର କରିଥିବା ଅଭିଯୋଗ ହୋଇଛି ତାହା ସାରା ଦେଶର ବିବେକକୁ ଦୋହଲାଇ ଦେଇଛି। ଓଡିଶା ଭିତରେ ଜଣେ ମିଲିଟାରୀ ଅଧିକାରୀ ଓ ଜଣେ ମହିଳାଙ୍କ ପ୍ରତି ଏଭଳି ଅତ୍ୟାଚାର ଅତ୍ୟନ୍ତ ଦୁଃଖ ଦାୟକ ବୋଲି ଶ୍ରୀ ପଟ୍ଟନାୟକ ବର୍ଣ୍ଣନା କରିଛନ୍ତି। ଏହା ସହିତ ସେ ବିଚାର ବିଭାଗୀୟ ତଦନ୍ତ ମଧ୍ୟ ଦାବି କରିଛନ୍ତି। 

ତାଙ୍କ ସୋସିଆଲ ମିଡ଼ିଆ ପୋଷ୍ଟରେ ଲେଖିଛନ୍ତି କି ଭରତପୁର ପୋଲିସ ଷ୍ଟେସନରେ ଜଣେ ସେନା ଅଧିକାରୀ ଏବଂ ତାଙ୍କ ବାନ୍ଧବୀଙ୍କ ପ୍ରତି ଯେଉଁଭଳି ବ୍ୟବହାର କରାଯାଇଥିଲା ତାହା ନିଶ୍ଚିତ ଭାବେ ଚକିତ କରିବା ଭଳି ପ୍ରସଙ୍ଗ ରହିଛି। ପୋଲିସ ଯେଉଁଭଳି ଭାବେ ସେମାନଙ୍କ ସହିତ ବ୍ୟବହାର କରିଛି, ତାହା ନିଶ୍ଚିତ ଭାବେ ନିନ୍ଦନୀୟ। ଏହି ଘୃଣ୍ୟ କାର୍ଯ୍ୟକୁ ଦୃଢ ନିନ୍ଦା କରିବା ସହ ସମ୍ପୃକ୍ତ ସମସ୍ତଙ୍କ ବିରୋଧରେ ବିଜେପି ସରକାର ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ଆଶା କରୁଛନ୍ତି।

 

ସେହିପରି ଆହୁରି ମଧ୍ୟ ଲେଖିଛନ୍ତି କି ଆମ ସରକାର ସମୟରେ ଆମର 'ମୋ ସରକାର' ବ୍ୟବସ୍ଥା ଥିଲା ଯେଉଁଥିରେ ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ ଏବଂ ବରିଷ୍ଠ ଅଧିକାରୀମାନେ ପୋଲିସ ଷ୍ଟେସନ ଏବଂ ଡାକ୍ତରଖାନା ସମେତ ସରକାରୀ କାର୍ଯ୍ୟାଳୟ ପରିଦର୍ଶନ ବିଷୟରେ ମତାମତ ନେବାକୁ ଡକାଯାଉଥିଲା। ସେମାନଙ୍କୁ ସମ୍ମାନ ଏବଂ ବୃତ୍ତିଗତ ଆଚରଣ ସହିତ ବ୍ୟବହାର କରାଯାଉ କି ନାହିଁ। ଏହି ବିଜେପି ସରକାର ତୁରନ୍ତ ମୋ ସରକାରଙ୍କ ସମର୍ଥକ ପଦକ୍ଷେପକୁ ବନ୍ଦ କରି ଦେଇଛନ୍ତି ଏବଂ ଏହାର ପରିଣାମ ଦୃଶ୍ୟମାନ ହେଉଛି ବୋଲି ନବୀନ ଉଲ୍ଲେଖ କରିଛନ୍ତି।

ଏହା ସହିତ ରାଜ୍ୟପାଳଙ୍କ ପୁଅ ମାଡ ମାରିବା ଘଟଣାକୁ ମଧ୍ୟ ମନେ ପକାଇ ଦେଇଛନ୍ତି ନବୀନ। ସେ କହିଛନ୍ତି ବର୍ତ୍ତମାନ ରାଜ୍ୟରେ ଡବଲ ଇଞ୍ଜିନର ସରକାର ଚାଲିଛି। ରାଜ୍ୟରେ ବିଜେପି ସରକାରରେ ରହିଛି। କିନ୍ତୁ ଜଣେ ସରକାରୀ କର୍ମଚାରୀଙ୍କୁ ମାଡ଼ ମାରିବା ଘଟଣାରେ ରାଜ୍ୟପାଳଙ୍କ ପୁଅ ବିପକ୍ଷରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିଲେ ନାହି ରାଜ୍ୟ ସରକାର। ଯାହା ଅତ୍ୟନ୍ତ ନିନ୍ଦନୀୟ ବୋଲି ମଧ୍ୟ ସେ କହିଛନ୍ତି। ତେବେ ଭରତପୁର ଥାନାରେ ହୋଇଥିବା ଘଟଣାର ବିଚାର ବିଭାଗୀୟ ତଦନ୍ତ ଦାବି କରିଛନ୍ତି ନବୀନ। 

Read More
{}{}