Hindi News >>Home >>Odisha Trending

Kaivalya Vohra: ୨୧ ବର୍ଷ ବୟସରେ ୩୬୦୦ କୋଟି ଟଙ୍କା ମୂଲ୍ୟର ସମ୍ପତ୍ତି, ଜାଣନ୍ତୁ କିଏ ଏହି ଦେଶର ସର୍ବ କନିଷ୍ଠ ବିଲେନିୟର?

Kaivalya Vohra: ଆପଣ ଜାଣନ୍ତି କି ଜେପ୍ଟୋ ଆପର ସହ-ପ୍ରତିଷ୍ଠାତା କୈବଲ୍ୟ ଭୋରା କିଏ? ଯିଏ ୨୧ ବର୍ଷ ବୟସରେ ୩୬୦୦ କୋଟି ଟଙ୍କାର ସମ୍ପତ୍ତିର ମାଲିକ ଅଟନ୍ତି। ୨୦୨୪ ଆଇଏଫଏଲ୍ ୱେଲ୍ଥ-ହୁରୁନ୍ ଇଣ୍ଡିଆନ୍ ରିଚ୍ ଲିଷ୍ଟର ଧନୀ ତାଲିକାରେ ଦେଶର ସର୍ବକନିଷ୍ଠ କୋଟିପତି ତାଲିକାରେ କୈବଲ୍ୟ ନମ୍ବର ୱାନ ସ୍ଥାନରେ ରହିଛନ୍ତି।   

Advertisement
Kaivalya Vohra
Kaivalya Vohra
Jagdish Barik|Updated: Aug 30, 2024, 07:33 PM IST
Share

Who is Kaivalya Vohra: ଆପଣ କଳ୍ପନା କରିପାରିବେ କି ୨୧ ବର୍ଷ ବୟସରେ କେହି ଜଣେ ନିଜ ପ୍ରତିଭା ଆଧାରରେ ୩୬୦୦ କୋଟି ଟଙ୍କା ରୋଜଗାର କରିଛନ୍ତି? କିନ୍ତୁ ଏହି ସ୍ୱପ୍ନକୁ ସାକାର କରିଛନ୍ତି ଇନ୍ଷେଣ୍ଟ ଗ୍ରୋସରୀ ଡେଲିଭରି ଆପ୍ ଜେପ୍ଟୋର ସହ-ପ୍ରତିଷ୍ଠାତା କୈବଲ୍ୟ ଭୋରା। ହଁ ଆଜ୍ଞା, କୈବଲ୍ୟ ଭୋରାଙ୍କୁ ମାତ୍ର ୨୧ ବର୍ଷ ବୟସ ଓ ସେ ୨୦୨୪ ଆଇଏଫଏଲ୍ ୱେଲ୍ଥ-ହୁରୁନ୍ ଇଣ୍ଡିଆନ୍ ରିଚ୍ ଲିଷ୍ଟର ଧନୀ ତାଲିକାରେ (Hurun India Rich List 2024) ସେ ଦେଶର ସର୍ବକନିଷ୍ଠ କୋଟିପତି ତାଲିକାରେ ନମ୍ବର-୧ ସ୍ଥାନରେ ରହିଛନ୍ତି। ଅନ୍ୟପଟେ ସହ-ପ୍ରତିଷ୍ଠାତା ୨୨ ବର୍ଷାୟ ଆଦିତ ପାଲିଚା ଏହି ତାଲିକାରେ ଦ୍ୱିତୀୟ ସ୍ଥାନରେ ଅଛନ୍ତି ଓ ତାଙ୍କର ମୋଟ ସମ୍ପତ୍ତି ମୂଲ୍ୟ ୪୩୦୦ କୋଟି ଟଙ୍କା। କହିରଖୁଛୁ ଯେ ୧୯ ବର୍ଷ ବୟସରେ ପ୍ରଥମ ଥର ପାଇଁ ହୁରୁନ୍ ଇଣ୍ଡିଆ ରିଚ୍ ତାଲିକାରେ ୨୦୨୨ ରେ କୈବଲ୍ୟ ଭୋରା ଅନ୍ତର୍ଭୁକ୍ତ ହୋଇଥିଲେ। ଏବଂ ସେବେଠାରୁ ସେ ପ୍ରତିବର୍ଷ ଏହି ତାଲିକାର ଏକ ଅଂଶ ହୋଇଆସୁଛନ୍ତି।

ହୁରୁନ୍ ଇଣ୍ଡିଆ ରିଚ୍ ଲିଷ୍ଟ ୨୦୨୪ ରେ ସେହି ଭାରତୀୟ ଧନୀ ବ୍ୟକ୍ତି ଅନ୍ତର୍ଭୁକ୍ତ, ଯାହାର ମୋଟ ମୂଲ୍ୟ ୧୦୦୦ କୋଟିରୁ ଅଧିକ। ସୂଚନାଯୋଗ୍ୟ ଯେ ୨୦୨୪ ମସିହାରେ ୨୨୦ ନୂତନ ଲୋକ ଏହି ତାଲିକାରେ ଯୋଗ ଦେଇଛନ୍ତି ଓ ବର୍ତ୍ତମାନ ମୋଟ ବିଲିୟନେୟାରଙ୍କ ସଂଖ୍ୟା ୧,୫୩୯ ରେ ପହଞ୍ଚିଛି। ଅର୍ଥାତ୍ ଗତ ବର୍ଷ ତୁଳନାରେ ପ୍ରାୟ ୪୬ ପ୍ରତିଶତ ଅଧିକ ନୂତନ ବିଲିୟନେୟାର ସୃଷ୍ଟି ହୋଇଛନ୍ତି।

ସୂଚନାଯୋଗ୍ୟ ଯେ ଯଦି ଆମେ ଦେଶର ସବୁଠାରୁ ଧନୀ ବ୍ୟକ୍ତିଙ୍କ ବିଷୟରେ କଥା ହେବା, ତେବେ ଗୌତମ ଆଦାନୀ ହୁରୁନ୍ ଇଣ୍ଡିଆ ଧନୀ ତାଲିକାରେ ମୁକେଶ ଅମ୍ବାନୀଙ୍କୁ ସ୍ଥାନ ନେଇଛନ୍ତି। ଏହା ବ୍ୟତୀତ ଅଭିନେତା ଶାହାରୁଖ ଖାନ ୭୩୦୦ କୋଟି ଟଙ୍କା ସହିତ ଦେଶର ସବୁଠାରୁ ଧନୀ ଅଭିନେତା ଭାବରେ ପ୍ରଥମ ଥର ପାଇଁ ଏହି ତାଲିକାରେ ଯୋଗ ଦେଇଛନ୍ତି।

ଲିଙ୍କଡଇନ (LinkedIn) ପ୍ରୋଫାଇଲ ଅନୁଯାୟୀ, କୈବଲ୍ୟ ଭୋରା ଦୁବାଇ କଲେଜରୁ ନିଜ ପାଠପଢ଼ା ସମାପ୍ତ କରିଛନ୍ତି। ସେ ଷ୍ଟାନଫୋର୍ଡ ୟୁନିଭରସିଟିରୁ କମ୍ପ୍ୟୁଟର ସାଇନ୍ସରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଛନ୍ତି। କିନ୍ତୁ ମେଣ୍ଟରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ସେ ଆଦିତ ପାଲିଚାଙ୍କ ସହ କିରନାକାର୍ଟ (Kiranakart) ଆରମ୍ଭ କରିବା ପାଇଁ ଅଧ୍ୟୟନ ଛାଡିଥିଲେ। କହିରଖୁଛୁ ଯେ କିରନାକାର୍ଟ ଏକ ଅନଲାଇନ୍ ଗ୍ରୋସରୀ ଡେଲିଭରୀ ପ୍ଲାଟଫର୍ମ ଥିଲା ଯାହା ୪୫ ମିନିଟରେ ଖାଦ୍ୟ ସାମଗ୍ରୀ ଡେଲିଭରୀର ପ୍ରତିଶୃତି ସହିତ ଆରମ୍ଭ ହୋଇଥିଲା। ୨୦୨୧ ମସିହାରେ, ଏହାକୁ ଜେପ୍ଟୋରେ ଅନ୍ତର୍ଭୁକ୍ତ କରାଯାଇଥିଲା। ଏହି ପ୍ଲାଟଫର୍ମ କିରନାକାର୍ଟ ଟେକ୍ନୋଲୋଜି ପ୍ରାଇଭେଟ ଲିମିଟେଡର ଏକ ବିସ୍ତାର ଥିଲା।

Zepto ର ଲିଙ୍କଡଇନ୍ ପ୍ରୋଫାଇଲ୍ କମ୍ପାନୀକୁ 'ଦେଶର ଦ୍ରୁତତମ ବଢୁଥିବା ଇ-ଗ୍ରୋସରୀ କମ୍ପାନୀ' ବୋଲି ବର୍ଣ୍ଣନା କରିଛି, ଯାହାର ମୂଲ୍ୟ ୧.୪ ବିଲିୟନ ଡଲାର। କମ୍ପାନୀର ମୁଖ୍ୟାଳୟ ବେଙ୍ଗାଲୁରୁରେ ଅଛି ଓ ଜେପ୍ଟୋ ବର୍ତ୍ତମାନ ଦେଶର ୧୦ ରୁ ଅଧିକ ପ୍ରମୁଖ ସହରରେ ଏହାର ସେବା ପ୍ରଦାନ କରୁଛି। କମ୍ପାନୀରେ ୧୦୦୦ ରୁ ଅଧିକ କର୍ମଚାରୀ ଅଛନ୍ତି।  ଏହା ତାଜା ଫଳ ଏବଂ ପନିପରିବା, ଦୈନିକ ଅତ୍ୟାବଶ୍ୟକ ସାମଗ୍ରୀ, ଦୁଗ୍ଧ, ସ୍ୱାସ୍ଥ୍ୟ ଓ ସ୍ୱଚ୍ଛତା ଉତ୍ପାଦ ଇତ୍ୟାଦି ସହିତ ୫୦୦୦ ରୁ ଅଧିକ ଉତ୍ପାଦ ଡେଲିଭରି କରିଥାଏ।

Read More
{}{}