Hindi News >>Home >>Odisha Trending

Kedarnath Dham: କେଦାରନାଥରେ ଜମିଲାଣି ଶ୍ରଦ୍ଧାଳୁଙ୍କ ଭିଡ଼, ଜାଣନ୍ତୁ କେବେ ଖୋଲିବ କପାଟ

ନୂଆଦିଲ୍ଲୀ: ଚାରି ଧାମ ଯାତ୍ରାରେ ଭକ୍ତଙ୍କ ଅପେକ୍ଷା ଆସନ୍ତାକାଲି ଶେଷ ହେବ। ଆସନ୍ତାକାଲି ୧୦ ମଇରେ ଅକ୍ଷୟ ତୃତୀୟା ଅବସରରେ କେଦାରନାଥ ଧାମର ଦ୍ୱାର ଖୋଲିବ। କେଦାର ବାବାଙ୍କ ପାଲକି ମଧ୍ୟ ପ୍ରସ୍ତୁତି ପଥରେ ରହିଛି। କେଦାରନାଥ ଧାମର ସାଜସଜ୍ଜାର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି। କେଦାରନାଥରେ ଏବେ ପର୍ବତଗୁଡ଼ିକ ବରଫାବୃତ ରହିଛି ଯାହା ପରିବେଶକୁ

Advertisement
Kedarnath Dham: କେଦାରନାଥରେ ଜମିଲାଣି ଶ୍ରଦ୍ଧାଳୁଙ୍କ ଭିଡ଼, ଜାଣନ୍ତୁ କେବେ ଖୋଲିବ କପାଟ
Prabhudatta Moharana|Updated: May 09, 2024, 01:43 PM IST
Share

Kedarnath Dham: ନୂଆଦିଲ୍ଲୀ: ଚାରି ଧାମ ଯାତ୍ରାରେ ଭକ୍ତଙ୍କ ଅପେକ୍ଷା ଆସନ୍ତାକାଲି ଶେଷ ହେବ। ଆସନ୍ତାକାଲି ୧୦ ମଇରେ ଅକ୍ଷୟ ତୃତୀୟା ଅବସରରେ କେଦାରନାଥ ଧାମର ଦ୍ୱାର ଖୋଲିବ। କେଦାର ବାବାଙ୍କ ପାଲକି ମଧ୍ୟ ପ୍ରସ୍ତୁତି ପଥରେ ରହିଛି। କେଦାରନାଥ ଧାମର ସାଜସଜ୍ଜାର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି। କେଦାରନାଥରେ ଏବେ ପର୍ବତଗୁଡ଼ିକ ବରଫାବୃତ ରହିଛି ଯାହା ପରିବେଶକୁ ବେଶ ମନଲୋଭା କରିଦେଇଛି। ଏଗୁଡ଼ିକ ମଧ୍ୟରେ କେଦାରନାଥ ଧାମର ମହିମା ଏବଂ ସୌନ୍ଦର୍ଯ୍ୟ ଦୃଶ୍ୟମାନ ହୁଏ। ସେଠାରେ ଭକ୍ତ ଓ ସେବକମାନଙ୍କର ଏକ ଭିଡ଼ ବଢିବାରେ ଲାଗିଛି। ଆସନ୍ତାକାଲି ସକାଳେ କେଦାରନାଥ ଧାମର ଦ୍ୱାର ଖୋଲିବ। ଏହା ସହିତ ଗଙ୍ଗୋତ୍ରୀ ଓ ଯମୁନୋତ୍ରୀର ଦ୍ୱାର ମଧ୍ୟ ଖୋଲିବ। ବଦ୍ରିନାଥ ଧାମର କବାଟ ଆସନ୍ତା ୧୨ ତାରିଖ ସକାଳ ୬ଟାରେ ବ୍ରାହ୍ମ ମୁହୁର୍ତ୍ତରେ ଖୋଲାଯିବ। ଏହା ସହିତ ଦେଶରେ ଚାରି ଧାମର ଯାତ୍ରା ଆରମ୍ଭ ହେବ। 

 

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ବାବା କେଦାରଙ୍କ ପାଲକି (ପଞ୍ଚମୁଖୀ ଡୋଲି) ଆଜି ସକାଳେ ଗୌରିକୁଣ୍ଡରୁ ଧାମ ଅଭିମୁଖେ ଯାତ୍ରା କରିଛି। ଗୌରମାଇ ମନ୍ଦିର ବାବା କେଦାରଙ୍କ ପାଲକିର ତୃତୀୟ ରହଣୀ ରହିଥିଲା। ଶୁକ୍ରବାର ସକାଳେ ବ୍ରାହ୍ମ ମୂହୁର୍ତ୍ତରେ ମନ୍ଦିରରେ ସ୍ଥାପିତ ହେବାକୁ ଥିବା ପାଲକି ସନ୍ଧ୍ୟା ସୁଦ୍ଧା ଧାମରେ ​​ପହଞ୍ଚିବ। ବାବାଙ୍କ ପାଲକି ମେ ୬ ତାରିଖରେ ଗୁପ୍ତକାଶୀ ଶ୍ରୀ ବିଶ୍ୱନାଥ ମନ୍ଦିରରୁ ଯାଇ ସନ୍ଧ୍ୟାରେ ଉଖିମଠରେ ଥିବା ଶ୍ରୀ ଓମକେଶ୍ୱର ମନ୍ଦିରରେ ପହଞ୍ଚିଥିଲେ। ମେ ୭ରେ ପାଲକିର ଦ୍ୱିତୀୟ ରହଣୀ ରହିଥିଲା। ଏଠାରୁ ଆଜି ଧାମ ଅଭିମୁଖେ ଗସ୍ତ ଆରମ୍ଭ କରିଛି। 

 

ବଦ୍ରିନାଥ-କେଦାରନାଥ ମନ୍ଦିର କମିଟିର ଅଧ୍ୟକ୍ଷ ଅଜେନ୍ଦ୍ର ଅଜୟ କହିଛନ୍ତି ଯେ କେଦାରନାଥ ଧାମ ୬ ମାସ ଖୋଲା ରହିବ। ପ୍ରତିବର୍ଷ ଶିବରାତ୍ରିରେ କବାଟ ଖୋଲିବାର ଘୋଷଣା କରାଯାଏ। ଅକ୍ଷୟ ତୃତୀୟା କବାଟ ଖୋଲା ଯାଇଥାଏ। ଦଶହରା ଦିନ କବାଟ ବନ୍ଦ ହେବାର ଘୋଷଣା କରାଯିବା ସହିତ ଭାଇଦୁଜରେ କବାଟ ବନ୍ଦ କରିଦିଆଯାଇଥାଏ। କେଦାରନାଥଙ୍କ ଦ୍ୱାର ଖୋଲିବାର ୨ ଦିନ ପରେ ବଦ୍ରିନାଥ ଧାମର ଦ୍ୱାର ଖୋଲାଯିବାର ପରମ୍ପରା ରହି ଆସିଛି।  କେଦାରନାଥଙ୍କ ଦ୍ୱାର ବନ୍ଦ ହେବାର ୨ ଦିନ ପରେ ବଦ୍ରିନାଥ ଧାମର ଦ୍ୱାର ବନ୍ଦ ହୋଇଥାଏ। ପ୍ରତିବର୍ଷ ହଜାର ହଜାର ଭକ୍ତ ଚାର ଧାମ ଯାତ୍ରାକୁ ଆସନ୍ତି ଏବଂ ବାବାଙ୍କ ଦର୍ଶନ ପାଇ ଆଶୀର୍ବାଦ ଲାଭ କରିଥାନ୍ତି। 

Read More
{}{}