Hindi News >>Home >>Odisha Trending

Thrissur: ବିଲେଇକୁ ବଞ୍ଚାଇବାକୁ ଚେଷ୍ଟା କରି ଯୁବକ ହରାଇଲେ ଜୀବନ; ପ୍ରଥମେ ଟ୍ରକ ଚାପିଲା, ତା'ପରେ କାର୍ ଦେଲା ଧକ୍କା

Man dies saving kitten: ରାସ୍ତା ମଝିରେ ବିଲେଇ ଛୁଆଟିକୁ ଦେଖିବା ମାତ୍ରେ ସିଜୋ କିଛି ନ ଭାବି ବାଇକ୍ ରୁ ଓହ୍ଲାଇ ତାକୁ ବଞ୍ଚାଇବା ପାଇଁ ଦୌଡ଼ିଥିଲା। କିନ୍ତୁ ଏହି ସମୟରେ ପଛରୁ ଆସୁଥିବା ଏକ ଦ୍ରୁତଗାମୀ ଲରି ତାଙ୍କୁ ଧକ୍କା ଦେଇଥିଲା।  

Advertisement
ବିଲେଇକୁ ବଞ୍ଚାଇବାକୁ ଚେଷ୍ଟା କରି ଯୁବକ ହରାଇଲେ ଜୀବନ
ବିଲେଇକୁ ବଞ୍ଚାଇବାକୁ ଚେଷ୍ଟା କରି ଯୁବକ ହରାଇଲେ ଜୀବନ
Jagdish Barik|Updated: Apr 09, 2025, 09:00 PM IST
Share

Man dies saving kitten: କେରଳର ତ୍ରିସୁର ଜିଲ୍ଲାରେ ଏକ ଅତ୍ୟନ୍ତ ଦୁଃଖଦ ଦୁର୍ଘଟଣା ଘଟିଛି। ଏଠାରେ ରାସ୍ତା ମଝିରେ ଫସି ରହିଥିବା ଏକ ବିଲେଇ ଛୁଆକୁ ବଞ୍ଚାଇବାକୁ ଯାଇ ଜଣେ ବ୍ୟକ୍ତି ପ୍ରାଣ ହରାଇଛନ୍ତି। ମୃତକଙ୍କ ନାମ ସିଜୋ (୪୪) ବୋଲି ଚିହ୍ନଟ କରାଯାଇଛି। ଯିଏ ମଙ୍ଗଳବାର ଦିନ ରାତିରେ ତାଙ୍କ କୁକୁରମାନଙ୍କ ପାଇଁ ମାଂସ କିଣି ଘରକୁ ଫେରୁଥିଲେ। ପୋଲିସର କହିବା ଅନୁଯାୟୀ,ରାସ୍ତା ମଝିରେ ସିଜୋ ବିଲେଇ ଛୁଆଟିକୁ ଦେଖିବା ମାତ୍ରେ, କିଛି ନ ଭାବି, ସେ ବାଇକ୍‌ରୁ ଓହ୍ଲାଇ ତାକୁ ବଞ୍ଚାଇବା ପାଇଁ ଦୌଡ଼ିଥିଲେ। କିନ୍ତୁ ଏହି ସମୟରେ ପଛରୁ ଆସୁଥିବା ଏକ ଦ୍ରୁତଗାମୀ ଲରି ତାଙ୍କୁ ଧକ୍କା ଦେଇଥିଲା।

ଟ୍ରକ୍ ପରେ କାରଟି ମଧ୍ୟ ଦେଲା ଧକ୍କା 
ଦୁର୍ଘଟଣାର କିଛି ସେକେଣ୍ଡ ପରେ ସାମ୍ନାରୁ ଆସୁଥିବା ଏକ କାର ମଧ୍ୟ ତାଙ୍କୁ ଧକ୍କା ଦେଇଥିଲା। ଆହତ ସିଜୋକୁ ତୁରନ୍ତ ହସ୍ପିଟାଲକୁ ନିଆଯାଇଥିଲା। କିନ୍ତୁ ରାସ୍ତାରେ ତାଙ୍କର ମୃତ୍ୟୁ ହୋଇଥିଲା। ଏହି ଦୁଃଖଦ ଘଟଣାଟି ସେଠାରେ ଲାଗିଥିବା ଏକ ସିସିଟିଭି କ୍ୟାମେରାରେ କଏଦ ହୋଇଥିଲା ଏବଂ ଏହି ଫୁଟେଜ୍ ଖୁବ୍ ଶୀଘ୍ର ସୋସିଆଲ ମିଡିଆରେ ଭାଇରାଲ ହୋଇଗଲା। ଟିଭି ଚ୍ୟାନେଲଗୁଡ଼ିକ ମଧ୍ୟ ଏହାକୁ ପ୍ରମୁଖ ଭାବରେ ପ୍ରଦର୍ଶନ କରିଥିଲେ।

ଡ୍ରାଇଭରଙ୍କ ବିରୋଧରେ ରୁଜୁ ହେଲା ଏଫଆଇଆର 
ମନ୍ନୁଥି ପୋଲିସ ଷ୍ଟେସନର ଜଣେ ଅଧିକାରୀ କହିଛନ୍ତି ଯେ ଲରି ଡ୍ରାଇଭରଙ୍କ ବିରୋଧରେ ଭାରତୀୟ ଦଣ୍ଡ ସଂହିତାର ଧାରା ୧୦୬ (ଅବହେଳା ଯୋଗୁଁ ମୃତ୍ୟୁ ଘଟାଇବା) ଏବଂ ୨୮୧ (ଅବହେଳାପୂର୍ଣ୍ଣ ଗାଡି ଚାଳନା) ଅନୁଯାୟୀ ଏକ ଏଫଆଇଆର ରୁଜୁ କରାଯାଇଛି। ଡ୍ରାଇଭରଙ୍କୁ ଖୋଜା ଚାଲିଛି। ସ୍ଥାନୀୟ ଲୋକମାନେ କୁହନ୍ତି ଯେ ସିଜୋ ଜଣେ ବହୁତ ଦୟାଳୁ ବ୍ୟକ୍ତି ଥିଲେ ଏବଂ ପଶୁପକ୍ଷୀମାନଙ୍କ ପ୍ରତି ତାଙ୍କର ବିଶେଷ ପ୍ରେମ ଥିଲା। ତାଙ୍କ ମୃତ୍ୟୁରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

Read More
{}{}