Hindi News >>Home >>Odisha Trending

KIIT Student Death: କିଟ୍‍ ବିଶ୍ୱବିଦ୍ୟାଳୟରେ ଛାତ୍ରୀ ଆତ୍ମହତ୍ୟା, ନେପାଳୀ ଛାତ୍ରଙ୍କୁ କ୍ୟାମ୍ପସ ଛାଡ଼ିବାକୁ ନିର୍ଦ୍ଦେଶ

KIIT Student Death: ବିଶ୍ୱବିଦ୍ୟାଳୟର କୁଳସଚିବ ଜ୍ଞାନରଞ୍ଜନ ମହାନ୍ତିଙ୍କ କହିବା ଅନୁସାରେ ଜଣେ ତୃତୀୟ ବର୍ଷର ଛାତ୍ରୀ ସେ ରହୁଥିବା ହଷ୍ଟେଲରେ ଆତ୍ମହତ୍ୟା କରିଛନ୍ତି। ଆତ୍ମହତ୍ୟା କାରଣ ଜଣା ପଡ଼ି ନଥିଲେ ମଧ୍ୟ ଏହା ପ୍ରେମ ଜନିନ ବିଷାଦ କାରଣରୁ ହୋଇଥାଇପାରେ ବୋଲି ସେ ସନ୍ଦେହ କରୁଛନ୍ତି। ତାଙ୍କର ଅନ୍ୟ ଜଣେ ଛାତ୍ରଙ୍କ ସହ ପ୍ରେମ ସମ୍ପର୍କ ଥିଲା ବୋଲି ସେ କହିଛନ୍ତି।   

Advertisement
KIIT Student Death: କିଟ୍‍ ବିଶ୍ୱବିଦ୍ୟାଳୟରେ ଛାତ୍ରୀ ଆତ୍ମହତ୍ୟା, ନେପାଳୀ ଛାତ୍ରଙ୍କୁ କ୍ୟାମ୍ପସ ଛାଡ଼ିବାକୁ ନିର୍ଦ୍ଦେଶ
Priyambada Rana|Updated: Feb 17, 2025, 01:34 PM IST
Share
KIIT Student Death: ରାଜ୍ୟର ପ୍ରମୁଖ ବେସରକାରୀ ବିଶ୍ୱବିଦ୍ୟାଳୟ କିଟରୁ ସମସ୍ତ ନେପାଳୀ ଛାତ୍ରଛାତ୍ରୀଙ୍କୁ କ୍ୟାମ୍ପସ ଛାଡ଼ି ଘରକୁ ଯିବାକୁ ନିର୍ଦ୍ଦେଶ ଦେଇଛନ୍ତି କର୍ତ୍ତୃପକ୍ଷ। ଏପରିକି ଏହି ଛାତ୍ରଛାତ୍ରୀମାନଙ୍କୁ ବସ୍‍ ଯୋଗେ କଟକ ରେଳ ଷ୍ଟେସନରେ ଛଡ଼ାଯାଉଛି। ପ୍ରାୟ ୫ ହଜାରରୁ ଅଧିକ ନେପାଳୀ ଛାତ୍ରଛାତ୍ରୀଙ୍କୁ ଜବରଦସ୍ତ ହଷ୍ଟେଲ ଛାଡ଼ିବାକୁ ନିର୍ଦ୍ଦେଶ ହୋଇଥିବା ଅଭିଯୋଗ ହୋଇଛି। ଜଣେ ନେପାଳୀ ଛାତ୍ରୀଙ୍କ ମୃତ୍ୟୁ ପରେ ଏହି ପଦକ୍ଷେପ ନେଇଛନ୍ତି କର୍ତ୍ତୃପକ୍ଷ। 
 
ବିଶ୍ୱବିଦ୍ୟାଳୟର କୁଳସଚିବ ଜ୍ଞାନରଞ୍ଜନ ମହାନ୍ତିଙ୍କ କହିବା ଅନୁସାରେ ଜଣେ ତୃତୀୟ ବର୍ଷର ଛାତ୍ରୀ ସେ ରହୁଥିବା ହଷ୍ଟେଲରେ ଆତ୍ମହତ୍ୟା କରିଛନ୍ତି। ଆତ୍ମହତ୍ୟା କାରଣ ଜଣା ପଡ଼ି ନଥିଲେ ମଧ୍ୟ ଏହା ପ୍ରେମ ଜନିନ ବିଷାଦ କାରଣରୁ ହୋଇଥାଇପାରେ ବୋଲି ସେ ସନ୍ଦେହ କରୁଛନ୍ତି। ତାଙ୍କର ଅନ୍ୟ ଜଣେ ଛାତ୍ରଙ୍କ ସହ ପ୍ରେମ ସମ୍ପର୍କ ଥିଲା ବୋଲି ସେ କହିଛନ୍ତି। 
 
ମୃତ ଛାତ୍ରୀ ନେପାଳରୁ ଆସିଥିବାରୁ ଏଠାରେ ଥିବା ନେପାଳୀ ଛାତ୍ରଛାତ୍ରୀମାନେ ଏକାଠି ହୋଇ ଗତକାଲି ଆନ୍ଦୋଳନକୁ ଓହ୍ଲାଇଥିଲେ। ଏପରିକି ଗତକାଲି ସେମାନେ ରାସ୍ତା ଅବରୋଧ କରିଥିଲେ। ‘ସେମାନଙ୍କ ଭିତରେ ଚାପା ଅସନ୍ତୋଷ ଥିବାରୁ ତାଙ୍କୁ ହଷ୍ଟେଲ୍‍ ଖାଲି କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା’। ଆଜି ସକାଳୁ ପିଲାଙ୍କୁ ଜବରଦସ୍ତ ବସରେ ଭର୍ତ୍ତି କରାଯାଇ କଟକ ରେଳଷ୍ଟେସନଠାରେ ଛାଡ଼ି ଦିଆଯାଇଥିଲା।  ଏ ବିଷୟକୁ ଏବିଭିପି କର୍ମକର୍ତ୍ତାମାନେ ନିନ୍ଦା କରିଛନ୍ତି। 
 
ରେଳ ଷ୍ଟେସନରେ ପିଲାମାନେ ବିନେ ଟିକଟ ଏବଂ ବିନା ଖାଦ୍ୟ ସମସ୍ୟାର ସମ୍ମୁଖୀନ ହେଉଥିବା ଛାତ୍ରଙ୍କ ପକ୍ଷରୁ କୁହାଯାଇଛି। ଅପରପକ୍ଷେ ଛାତ୍ରୀଙ୍କ ଘରକୁ ସୂଚନା ଦିଆଯାଇଛି। ତାଙ୍କ ପରିବାର ଲୋକେ ଆସିବା ପରେ ତାଙ୍କ ମୃତ ଦେହର ବ୍ୟବଚ୍ଛେଦ ଆରମ୍ଭ ହେବ ବୋଲି ପୁଲିସ ପକ୍ଷରୁ କୁହାଯାଇଛି। ଏବେ ମୃତ ଦେହକୁ ସୁରକ୍ଷିତ ରଖାଯାଇଥିବା ପୁଲିସ ସ୍ପଷ୍ଟ କରିଛି।
Read More
{}{}