Home >>Odisha Trending

Laser Refractive Surgery: ଲେଜର୍ ରିଫ୍ରାକ୍ଟିଭ୍ ସର୍ଜରୀ -ଏକ ଗଭୀର ଅନୁଧ୍ୟାନ

Laser Refractive Surgery: ଲେଜର୍ ରିଫ୍ରାକ୍ଟିଭ୍ ସର୍ଜରୀ ହେଉଛି ଏକ ପ୍ରକ୍ରିୟା ଯେଉଁଥିରେ ଲେଜର୍ ଉତ୍ସ ସାହାଯ୍ୟରେ କର୍ଣ୍ଣିଆକୁ ନୂଆ ରୂପ ଦିଆଯିବା ଫଳରେ ରୋଗୀଙ୍କୁ ଚଷମା ବ୍ୟବହାର କରିବାକୁ ପଡ଼େ ନାହିଁ । ଅସ୍ତ୍ରୋପଚାର ସାଧାରଣତଃ ସମୀପଦୃଷ୍ଟି (ମାୟୋପିଆ),ଦୂରଦୂଷ୍ଟିତା (ହାଇପରମେଟ୍ରୋପିଆ) ଏବଂ ଅସମଦୃଷ୍ଟି (ଆଷ୍ଟିଗମାଟିଜିମ୍)କୁ ସୁଧାରିବା ପାଇଁ କରାଯାଏ ।

Advertisement
Laser Refractive Surgery: ଲେଜର୍ ରିଫ୍ରାକ୍ଟିଭ୍ ସର୍ଜରୀ -ଏକ ଗଭୀର ଅନୁଧ୍ୟାନ
Narmada Behera|Updated: Apr 22, 2025, 10:55 AM IST
Share

Laser Refractive Surgery: ଲେଜର୍ ରିଫ୍ରାକ୍ଟିଭ୍ ସର୍ଜରୀ ହେଉଛି ଏକ ପ୍ରକ୍ରିୟା ଯେଉଁଥିରେ ଲେଜର୍ ଉତ୍ସ ସାହାଯ୍ୟରେ କର୍ଣ୍ଣିଆକୁ ନୂଆ ରୂପ ଦିଆଯିବା ଫଳରେ ରୋଗୀଙ୍କୁ ଚଷମା ବ୍ୟବହାର କରିବାକୁ ପଡ଼େ ନାହିଁ । ଅସ୍ତ୍ରୋପଚାର ସାଧାରଣତଃ ସମୀପଦୃଷ୍ଟି (ମାୟୋପିଆ),ଦୂରଦୂଷ୍ଟିତା (ହାଇପରମେଟ୍ରୋପିଆ) ଏବଂ ଅସମଦୃଷ୍ଟି (ଆଷ୍ଟିଗମାଟିଜିମ୍)କୁ ସୁଧାରିବା ପାଇଁ କରାଯାଏ । ନିମ୍ନଲିଖିତ ମାନଦଣ୍ଡ ପୂରଣ କରୁଥିବା ରୋଗୀଙ୍କଠାରେ ଏହା ନିରାପଦ ଏବଂ ଫଳପ୍ରଦ ପ୍ରମାଣିତ ହୋଇଛି।

ଅତି କମରେ ୨୧ ବର୍ଷ ବୟସ୍କ ହୋଇଥିବ
ଅତି କମରେ ଏକ ବର୍ଷ ପାଇଁ ସ୍ଥିର ଦୃଷ୍ଟି ଶକ୍ତି ଥିବ
ସାମାନ୍ୟରୁ ମଧ୍ୟମ ଧରଣର ପ୍ରତିସରଣ ତ୍ରୁଟି (ରିଫ୍ରାକ୍ଟିଭ୍ ଏରର୍) ରହିଥିବ
ଭଲ ଘନତା ସହିତ କର୍ଣ୍ଣିଆ ଥିବ
ଚକ୍ଷୁ ଗ୍ଲକୋମା, କେରାଟୋକୋନସ୍ କିମ୍ବା ମୋତିଆବିନ୍ଦୁ ଭଳି ଅନ୍ୟ କୌଣସି ରୋଗରୁ ମୁକ୍ତ ଥିବେ ।

ଲେଜର୍ ରିଫ୍ରାକ୍ଟିଭ୍ ସର୍ଜରୀର ସୁବିଧା ମଧ୍ୟରେ ୨୦ / ୨୫ କିମ୍ବା ତା'ଠାରୁ ଅଧିକ ଦୃଷ୍ଟିଶକ୍ତି ବୃଦ୍ଧି (ଅର୍ଥାତ୍ ସେମାନେ ଚଷମା ବ୍ୟବହାର ନକରି ଗାଡ଼ି ଚଲାଇବା ପାଇଁ ଯଥେଷ୍ଟ ଭଲ ଭାବରେ ଦେଖିପାରିବେ); ଚଷମା ଉପରେ ନିର୍ଭରଶୀଳତା ହ୍ରାସ ଏବଂ ଶୀଘ୍ର ଆରୋଗ୍ୟ ଅନ୍ତର୍ଭୁକ୍ତ। ଅନେକ ପ୍ରକାରର ଲେଜର୍ ରିଫ୍ରାକ୍ଟିଭ୍ ସର୍ଜରୀ ରହିଛି । ଜଣେ ଚକ୍ଷୁ ବିଶେଷଜ୍ଞ ଆପଣଙ୍କ ଚକ୍ଷୁର ନିର୍ଦ୍ଦିଷ୍ଟ ଆବଶ୍ୟକତା ଆଧାରରେ ଆପଣଙ୍କ ପାଇଁ ସର୍ବୋତ୍ତମ ପରାମର୍ଶ ଦେଇପାରିବେ ।

ଲାସିକ୍ (ଲେଜର୍-ଆସିଷ୍ଟେଡ୍ ଇନ୍ ସିଟୁ କେରାଟୋମିୟୁସିସ୍): କର୍ଣ୍ଣିଆରେ ଏକ ଫ୍ଲାପ୍ ସୃଷ୍ଟି କରାଯାଏ ଏବଂ ଅନ୍ତର୍ନିହିତ କର୍ଣ୍ଣିଆ ଟିସୁକୁ ଲେଜର୍ ସାହାଯ୍ୟରେ ନୂଆ ରୂପ ଦିଆଯାଏ । ଏହା ପରେ ଫ୍ଲାପ୍ କୁ ପୁନଃ ଅବସ୍ଥାପିତ କରାଯାଏ,ଯାହା ଶୀଘ୍ର ପୁନରୁଦ୍ଧାର ସାଙ୍ଗକୁ ଅସୁବିଧା କମ୍ କରେ ।
ପିଆରକେ (ଫଟୋରିଫ୍ରାକ୍ଟିଭ୍ କେରାଟେକ୍ଟୋମି) ଲାସିକ୍ ଭଳି କିନ୍ତୁ ଏହା ଏକ କର୍ଣ୍ଣିଆଲ୍ ଫ୍ଲାପ୍ ସୃଷ୍ଟି କରେ ନାହିଁ । ଏହା ପରିବର୍ତ୍ତେ,ତଳେ ଥିବା ଟିସୁକୁ ପୁନଃ ରୂପ ଦେବା ପୂର୍ବରୁ କର୍ଣ୍ଣିଆର ବାହ୍ୟ ସ୍ତରକୁ ହଟାଇ ଦିଆଯାଏ । ଏହା ପରେ ବାହ୍ୟ ସ୍ତର ଧୀରେ ଧୀରେ ସ୍ୱାଭାବିକ ଭାବରେ ବୃଦ୍ଧିପାଏ । ସ୍ମାଇଲ୍ (ସ୍ମଲ୍ ଇନସିଜନ୍ ଲେଣ୍ଟିକୁଲ୍ ଏକ୍ସଟ୍ରାକ୍ସନ୍) ରେ କୌଣସି ଫ୍ଲାପ୍ ସୃଷ୍ଟି ନ କରି ଏକ ଲେଣ୍ଟିକୁଲ୍ (ଟିସୁର ଏକ ଛୋଟ ଖଣ୍ଡ) ବାହାର କରିବା ପାଇଁ କର୍ଣ୍ଣିଆରେ ଏକ ଛୋଟ ଚିରା ଅଂଶ ସୃଷ୍ଟି କରାଯାଏ ।

ଅଧିକ ମାତ୍ରାରେ ରିଫ୍ରାକ୍ଟିଭ୍ ପାୱାର୍ ଥିବା ରୋଗୀଙ୍କ ପାଇଁ, ଏକ ଫାକିକ୍ ଇଣ୍ଟ୍ରା-ଅକ୍ୟୁଲାର ଲେନ୍ସ, କିମ୍ବା ଏକ କ୍ଲିୟର୍ ଲେନ୍ସ ଏକ୍ସଚେଞ୍ଜ୍।
ରୋଗୀମାନେ ସଚେତନ ହେବା ଆବଶ୍ୟକ ଯେ କୌଣସି ଅସ୍ତ୍ରୋପଚାର ପ୍ରକ୍ରିୟା ପରି ରିଫ୍ରାକ୍ଟିଭ୍ ସର୍ଜରୀରେ ମଧ୍ୟ ଶୁଷ୍କ ଚକ୍ଷୁ,ଉଜ୍ଜ୍ୱଳ ଚମକ, ଆଲୋକ ବଳୟ, କମ୍ କିମ୍ବା ଅଧିକ ସଂଶୋଧନ ଏବଂ କ୍ୱଚିତ୍ ଘଟଣାରେ ସଂକ୍ରମଣ ଭଳି କିଛି ପାର୍ଶ୍ୱ ପ୍ରତିକ୍ରିୟା ରହିଛି । ମୋଟାମୋଟି ଭାବରେ,ସେଗୁଡ଼ିକର ଉତ୍ତମ ସୁରକ୍ଷା ପ୍ରାବଧାନ ସହିତ ଦୀର୍ଘକାଳୀନ ପ୍ରଭାବଶାଳୀ ଫଳାଫଳ ରହିଛି ।

ଲେଜର ରିଫ୍ରାକ୍ଟିଭ୍ ସର୍ଜରୀ ଚଷମା ଉପରେ ନିର୍ଭରଶୀଳତା ହ୍ରାସ କରିବାରେ ସାହାଯ୍ୟ କରେ ଏବଂ ଜୀବନର ମାନ ବୃଦ୍ଧି କରେ । ଯଦିଓ ପଦ୍ଧତିଗୁଡିକ ସାଧାରଣତଃ ସୁରକ୍ଷିତ, ତେବେ ଏହା ଆପଣଙ୍କ ପାଇଁ ସଠିକ୍ ବିକଳ୍ପ କି ନାହିଁ ଆଲୋଚନା କରିବା ଜରୁରୀ । ଯେହେତୁ ପ୍ରତ୍ୟେକ ଚକ୍ଷୁ ସ୍ୱତନ୍ତ୍ର, ତେଣୁ ସର୍ବୋତ୍ତମ ଫଳାଫଳ ପାଇବା ପାଇଁ ଅସ୍ତ୍ରୋପଚାର କରିବାର ନିଷ୍ପତ୍ତି ବ୍ୟକ୍ତିଗତ ଅଟେ ।

ରିଫ୍ରାକ୍ଟିଭ୍ ସର୍ଜରୀ ବିଷୟରେ କିଛି ଭ୍ରାନ୍ତଧାରଣା:

-ଏହା ଯନ୍ତ୍ରଣାଦାୟକ
ଲେଜର୍ ରିଫ୍ରାକ୍ଟିଭ୍ ସର୍ଜରୀ ସାଧାରଣତଃ ଯନ୍ତ୍ରଣାହୀନ ହୋଇଥାଏ । ଅନୁଭୂତିଶୂନ୍ୟ କରିବା ପାଇଁ ନମ୍ବିଂ ଡ୍ରପ୍ (ଆନେସ୍ଥେସିଆ ବୁନ୍ଦା) ବ୍ୟବହାର କରାଯାଏ । ରୋଗୀମାନେ ଅଧିକାଂଶ ସମୟରେ କିଛି ଚାପ ଅନୁଭବ କରନ୍ତି, ହେଲେ କୌଣସି ଯନ୍ତ୍ରଣା ହୁଏ ନାହିଁ ।

-ଏହା ନୂତନ,ଅଣପରୀକ୍ଷିତ ପ୍ରକ୍ରିୟା
ଦୀର୍ଘ ୩୦ ବର୍ଷରୁ ଅଧିକ ସମୟ ଧରି ଲାସିକ୍ କରାଯାଇଛି ଯେଉଁଥିରେ ଲକ୍ଷ ଲକ୍ଷ ରୋଗୀ ସନ୍ତୋଷ ଲାଭ କରିଛନ୍ତି। ଏହାର ଦୀର୍ଘକାଳୀନ ଫଳାଫଳ ଦସ୍ତାବିଜ୍ ଉପଲବ୍ଧ ଅଛି।

-ଯଦି ଆପଣ ଅସ୍ତ୍ରୋପଚାର ସମୟରେ ଘୁଞ୍ଚନ୍ତି ତେବେ ଲେଜର୍ ଆପଣଙ୍କ ଆଖିକୁ ଖରାପ କରିପାରେ
ଆଧୁନିକ ଲେଜର୍ ସିଷ୍ଟମରେ ଆଇ-ଟ୍ରାକିଂ ଟେକ୍ନୋଲୋଜି ରହିଛି ଯାହା ପ୍ରକୃତ ସମୟରେ ଆଡଜଷ୍ଟ ହୋଇଥାଏ । ଯଦି ଆପଣଙ୍କ ଆଖି ଅତ୍ୟଧିକ ଗତି କରେ, ତେବେ ଲେଜର୍ ପୁନଃ-କେନ୍ଦ୍ରିତ ନ ହେବା ପର୍ଯ୍ୟନ୍ତ ବନ୍ଦ ହୋଇଯିବ। ତେବେ ସର୍ବୋତ୍ତମ ସମ୍ଭାବ୍ୟ ଫଳାଫଳ ପାଇବା ପାଇଁ ପ୍ରକ୍ରିୟା କରାଯିବା ସମୟରେ ଆଖିର ଗତିବିଧି ନ କରି ସିଧା ଦେଖିବା ପାଇଁ ଆପଣଙ୍କୁ ପରାମର୍ଶ ଦିଆଯାଏ ।

-ଆପଣଙ୍କୁ ଆଉ କେବେ ଚଷମା ଆବଶ୍ୟକ ପଡ଼ିବ ନାହିଁ
ଯଦିଓ ଅଧିକାଂଶ ବ୍ୟକ୍ତି ୨୦/୨୫ କିମ୍ବା ଉନ୍ନତ ଦୃଷ୍ଟିଶକ୍ତି ଲାଭ କରନ୍ତି, କିନ୍ତୁ ଏହା ବାର୍ଦ୍ଧକ୍ୟ ପ୍ରକ୍ରିୟା କିମ୍ବା ପ୍ରାକୃତିକ ପରିବର୍ତ୍ତନକୁ ରୋକେ ନାହିଁ । ତେଣୁ କ୍ୱଚିତ୍, ଦୂର ସ୍ଥାନକୁ ଦେଖିବା ପାଇଁ ଆପଣଙ୍କୁ ଚଷମାର ଆବଶ୍ୟକତା ପଡିପାରେ ଏବଂ ଚାଳିଶ ବର୍ଷ ବୟସରେ ଆପଣଙ୍କୁ ପଢାପଢ଼ି କରିବା ପାଇଁ ଚଷମା ପିନ୍ଧିବାକୁ ପଡିଥାଏ ।

-ପ୍ରଥମ ଦିନରୁ ସ୍ପଷ୍ଟ ଦେଖାଯାଏ!
ଆପଣଙ୍କ ଆଖି ଭଲ ହେବାକୁ ଏବଂ ଆପଣଙ୍କ ଆଖିରେ ଏହାର ପ୍ରଭାବ ସ୍ଥିର ହେବା ପାଇଁ କିଛି ସମୟ ଲାଗିଥାଏ । ଧୀରେ ଧୀରେ ଦୃଷ୍ଟିଶକ୍ତିରେ ଉନ୍ନତି ପରିଲକ୍ଷିତ ହେବ ଏବଂ ପ୍ରଥମ ସପ୍ତାହ ଶେଷ ସୁଦ୍ଧା ପ୍ରାୟ ୯୫% ଆରୋଗ୍ୟ ଲାଭ ହେବ । ସମ୍ପୂର୍ଣ୍ଣ ଦୃଷ୍ଟିଶକ୍ତି ପୁନରୁଦ୍ଧାର ପାଇଁ ପ୍ରାୟ ଏକ ମାସ ଲାଗିଥାଏ, ଯାହାକି ଆପଣଙ୍କ ପ୍ରାରମ୍ଭିକ ରିଫ୍ରାକ୍ଟିଭ୍ ଏରର୍ ଉପରେ ନିର୍ଭର କରି ଭିନ୍ନ ହୋଇପାରେ। ପ୍ରଥମେ ପ୍ରଥମେ କିଛି ଦିନ ଆପଣଙ୍କୁ ଝାପସା ଦେଖାଯିବ ଏବଂ ଆଲୋକ ପ୍ରତି ସମ୍ବେଦନଶୀଳତା ଅନୁଭବ କରିବେ ।

-ଏହା ସମସ୍ତ କ୍ଷେତ୍ରରେ କରାଯାଇପାରିବ
ଲେଜର୍ ଅସ୍ତ୍ରୋପଚାର ପାଇଁ ସମସ୍ତ ରୋଗୀ ଉପଯୁକ୍ତ ନୁହଁନ୍ତି । ମାମଲା ଭିତ୍ତିରେ ଲେଜର୍ ଅସ୍ତ୍ରୋପଚାର ଆପଣଙ୍କ ପାଇଁ ଏକ ନିରାପଦ ବିକଳ୍ପ କି ନାହିଁ ତାହା ଆପଣଙ୍କ ଚକ୍ଷୁ ବିଶେଷଜ୍ଞ ଆକଳନ କରିବେ ଏବଂ ନିଷ୍ପତ୍ତି ନେବେ ।

“ଲେଜର୍ ରିଫ୍ରାକ୍ଟିଭ୍ ସର୍ଜରୀ ସମସ୍ତଙ୍କ ପାଇଁ ସବୁ କ୍ଷେତ୍ରରେ ଏକମାତ୍ର ସମାଧାନ ନୁହେଁ। ଯେତେବେଳେ ପ୍ରତ୍ୟେକ ବ୍ୟକ୍ତିଙ୍କ ପାଇଁ ସଠିକ୍ ପଦ୍ଧତି ନିର୍ଦ୍ଧାରଣ କରିବା ପାଇଁ ଏକ ସମ୍ପୂର୍ଣ୍ଣ ଚକ୍ଷୁ ମୂଲ୍ୟାୟନ କରାଯାଏ, ଏହା ଅଧିକ ସନ୍ତୋଷ ହାର ସହିତ ଚମତ୍କାର ଫଳାଫଳ ପ୍ରଦାନ କରେ । ଜଣେ ଅଭିଜ୍ଞ ଚକ୍ଷୁ ବିଶେଷଜ୍ଞଙ୍କ ପରାମର୍ଶ ନେବା ନିଶ୍ଚିତ କରନ୍ତୁ” ବୋଲି କହିଛନ୍ତି ଭୁବନେଶ୍ୱର ସ୍ଥିତ ଏଲଭିପିଇଆଇର ଏମଟିସି କ୍ୟାମ୍ପସର ଚକ୍ଷୁ ବିଶେଷଜ୍ଞ ଡାକ୍ତର ସୋହିନୀ ମଣ୍ଡଳ।

 

 

Read More
{}{}