Hindi News >>Home >>Odisha Trending

୭୨ ଘଣ୍ଟା ଯାଏ ମଦ ଦୋକାନ ବନ୍ଦ: ନିର୍ବାଚନ ଅଧିକାରୀ ଜାରି କଲେ କଟକଣା

Liquor shops closed: ଆଦର୍ଶ ଆଚରଣ ବିଧିକୁ ଲାଗୁ କରିବା ଲାଗି ନିର୍ବାଚନ ଅଧିକାରୀମାନେ ତତ୍ପର ହୋଇଛନ୍ତି। ସମ୍ବଲପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରାର୍ଥୀ, ରାଜନୀତିକ ଦଳକୁ ଏ ନେଇ ନୋଟିସ ଜାରି କରାଯାଇଛି। ଏଥିରେ କୁହାଯାଇଛି, ନିର୍ବାଚନ ଶେଷ ପର୍ଯ୍ୟନ୍ତ ଡ୍ରାଇଡ’ ଘୋଷଣା କରାଯାଇଛି। ଅର୍ଥାତ୍‍ କୌଣସି ପ୍ରକାର ମଦ ବିକ୍ରି କରାଯାଇପାରିବ ନାହିଁ।   

Advertisement
Liquor shops closed in Odisha
Liquor shops closed in Odisha
Zee Odisha Desk|Updated: May 23, 2024, 11:03 PM IST
Share

ଭୁବନେଶ୍ୱର: ଆସନ୍ତା ୭୨ ଘଣ୍ଟା ଯାଏ ମଦ ଦୋକାନ ବନ୍ଦ ରହିବ। ଯେଉଁ ନିର୍ବାଚନ ମଣ୍ଡଳୀଗୁଡ଼ିକରେ ଶନିବାର ଦିନ ଭୋଟ୍‍ଦାନ ହେବାକୁ ସ୍ଥିର ହୋଇଛି। ସେହି ଅଞ୍ଚଳରେ ମଦ ଦୋକାନ ଖୋଲିବା ଓ ବିକ୍ରି ଉପରେ କଟକଣା ଜାରି କରାଯାଇଛି। ଜିଲ୍ଲାପାଳ ତଥା ନିର୍ବାଚନ ଅଧିକାରୀମାନେ ଏଥିନେଇ ତତ୍ପର ହୋଇଛନ୍ତି।  ବିଭିନ୍ନ ରାଜନୀତିକ ଦଳ ଶେଷ ହୋଇଛି ପ୍ରଚାର। ତୃତୀୟ ପର୍ଯ୍ୟାୟ ନିର୍ବାଚୁନ ଲାଗି ଆରମ୍ଭ ହୋଇଛି ପୋଲିଂ ପାର୍ଟି ବିଭିନ୍ନ ବୁଥକୁ ପଠାଇବା ଏବଂ ସେଠାରେ ଅବାଧ ଓ ମୁକ୍ତ ନିର୍ବାଚନକୁ ନିଶ୍ଚିତ କରାଇବା। ଏଥିଲାଗି ବିଭିନ୍ନ ସ୍ଥାନରେ ନିର୍ଦ୍ଧାରିତ ପୁଲିଂ ବୁଥର ୨୦୦ ମିଟର ଯାଏ କଟକଣା ଜାରି କରାଯାଇଛି। ଫୌଜଦାରୀ ଆଇନର ଧାରା ୧୪୪ ଲାଗୁ କରାଯାଇଛି। ବିଭିନ୍ନ ସ୍ଥାନରେ ପୁଲିସ ଯାଞ୍ଚ ସହ ମଦ ଦୋକାନ ବନ୍ଦ କରାଯାଇଛି। 

ପ୍ରଚାର ଶେଷ ହେବା ପରଦିନଠାରୁ ଭୋଟରଙ୍କୁ ପ୍ରଭାବିତ କରିବା ଲାଗି ଗୋପନରେ ଟଙ୍କା, ମଦ ଓ ସୁନା ବାଣ୍ଟିବା ପ୍ରମୁଖ ଭାବେ  ଗ୍ରହଣ କରାଯାଏ। ଏଥିଲାଗି ଭୁବନେଶ୍ୱର ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ ଏହି ପ୍ରକ୍ରିୟାକୁ ‘ଅନ୍ଧାରି ବିଜେ’ ବୋଲି ନାମାଙ୍କନ କରିଛନ୍ତି। 

ଏହିକ୍ରମରେ ଆଦର୍ଶ ଆଚରଣ ବିଧିକୁ ଲାଗୁ କରିବା ଲାଗି ନିର୍ବାଚନ ଅଧିକାରୀମାନେ ତତ୍ପର ହୋଇଛନ୍ତି। ସମ୍ବଲପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରାର୍ଥୀ, ରାଜନୀତିକ ଦଳକୁ ଏ ନେଇ ନୋଟିସ ଜାରି କରାଯାଇଛି। ଏଥିରେ କୁହାଯାଇଛି, ନିର୍ବାଚନ ଶେଷ ପର୍ଯ୍ୟନ୍ତ ଡ୍ରାଇଡ’ ଘୋଷଣା କରାଯାଇଛି। ଅର୍ଥାତ୍‍ କୌଣସି ପ୍ରକାର ମଦ ବିକ୍ରି କରାଯାଇପାରିବ ନାହିଁ। ମଦ ପିଇବା ଉପରେ ମଧ୍ୟ କଟକଣା ଜାରି କରାଯାଇଛି। 

ଏହା ସହ ଆଦର୍ଶ ଆଚରଣ ବିଧିକୁ ନଜରରେ ରଖି ପ୍ରଚାର ବନ୍ଦ କରାଯାଇଛି। ବିଭିନ୍ନ ଅଞ୍ଚଳରେ ମିଡିଆ ବନ୍ଧୁମାନଙ୍କ ପ୍ରବାଶ ଉପରେ ମଧ୍ୟ କଟକଣା ଲଗାଯାଇଛି। କୌଣସି ପ୍ରକାର ପ୍ରଚାର ଏହି ସମୟରେ ହେବ ନାହିଁ। ଏକ୍ଜିଟ ପୋଲ ପ୍ରସାରଣ କରାଯାଇପାରିବ ନାହିଁ। ନିର୍ବାଚନ ମଣ୍ଡଳୀରେ ନାମ ନଥିବା ରାଜନୀତିକ ବ୍ୟକ୍ତିଙ୍କ ଯା’ ଆସ ଉପରେ କଟକଣା ଲଗାଯାଇଛି। ଏହା ସହ ଲାଉଡସ୍ପିକର  ବଜାଇବା ଉପରେ ମଧ୍ୟ କଟକଣା ଜାରି କରାଯାଇଛି।

Read More
{}{}