ପାକିସ୍ତାନ ଅସ୍ତ୍ରବିରତି ଉଲ୍ଲଂଘନ କରିଛି: ବିକ୍ରମ ମିଶ୍ରୀ
ବୈଦେଶିକ ସଚିବ ବିକ୍ରମ ମିଶ୍ରୀ ପ୍ରେସମିଟରେ କହିଛନ୍ତି ଯେ, ପାକିସ୍ତାନ ଦ୍ୱାରା ଅସ୍ତ୍ରବିରତି ଉଲ୍ଲଂଘନ ହୋଇଛି, ସେନା ବର୍ତ୍ତମାନ ପରିସ୍ଥିତି ଉପରେ କଡ଼ା ନଜର ରଖିଛି। ସେନାକୁ ଠୋସ୍ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି।
ପାକିସ୍ତାନ ଅଖନୁର, ରାଜୌରୀ ଏବଂ ଆରଏସ ସୀମାରେ ଆକ୍ରମଣ କରିଛି। ଜମ୍ମୁର ପଲାନୱାଲା ସେକ୍ଟରରେ ମଧ୍ୟ ପାକିସ୍ତାନ ଅସ୍ତ୍ରବିରତି ଉଲ୍ଲଂଘନ କରିଛି। ତେଣୁ, ଭାରତୀୟ ସେନାକୁ ଉପଯୁକ୍ତ ଜବାବ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଂଘନର ଉଚିତ ଜବାବ ଦେବା ପାଇଁ ସରକାର ବିଏସଏଫକୁ କହିଛନ୍ତି। ଏହି ଘଟଣାଗୁଡ଼ିକ ପରେ, ଜମ୍ମୁର ବିଭିନ୍ନ ଅଞ୍ଚଳରେ ବ୍ଲାକଆଉଟ୍ ଜାରି କରାଯାଇଛି। ବାରାମୂଳାରେ ମଧ୍ୟ ବିଦ୍ୟୁତ୍ କାଟ ହୋଇଛି। ଶ୍ରୀନଗର ସମେତ ବିଭିନ୍ନ ଅଞ୍ଚଳରେ ବିଦ୍ୟୁତ୍ ସେବା ବିଚ୍ଛିନ୍ନ ହୋଇଛି।
ଭାରତ ଏବଂ ପାକିସ୍ତାନ ମଧ୍ୟରେ ୮୬ ଘଣ୍ଟା ଧରି ଚାଲିଥିବା ଯୁଦ୍ଧ ଆଜି ସନ୍ଧ୍ୟା ୫ଟାରେ ଶେଷ ହୋଇଥିଲା। ଦୁଇ ଦେଶ ମଧ୍ୟରେ ଯୁଦ୍ଧବିରତି ପାଇଁ ରାଜିନାମା କରାଯାଇଥିଲା । କିନ୍ତୁ ଏହାର ମାତ୍ର ୩ ଘଣ୍ଟା ପରେ ପାକିସ୍ତାନ ଅସ୍ତ୍ରବିରତି ଉଲ୍ଲଂଘନ କରିଥିବା ଖବର ଆସିଛି । ଜମ୍ମୁ-କାଶ୍ମୀରରେ ପାକିସ୍ତାନ ପକ୍ଷରୁ ଉତ୍ତେଜନାମୂଳକ କାର୍ଯ୍ୟକଳାପ ପୁଣି ଥରେ ଆରମ୍ଭ ହୋଇଛି। ଶନିବାର ରାତିରେ, ପାକିସ୍ତାନ ଅନେକ ଅଞ୍ଚଳରେ ଅସ୍ତ୍ରବିରତି ଉଲ୍ଲଂଘନ କରି ଗୁଳିବର୍ଷା କରିଛି । କାଶ୍ମୀରର ବାରାମୁଲ୍ଲା ଜିଲ୍ଲାରେ ଡ୍ରୋନ ବିସ୍ଫୋରଣ ଘଟିଛି।
କାଶ୍ମୀର, ରାଜସ୍ଥାନ ଓ ପଞ୍ଜାବର ଅନେକ ସହର ବ୍ଲାକ ଆଉଟ୍ କରାଯାଇଛି । ଜମ୍ମୁ, ଶ୍ରୀନଗର, ପଠାନକୋଟ ସଂପୂର୍ଣ୍ଣ ବ୍ଲାକ ଆଉଟ୍ ହୋଇଥିବା ସୂଚନା ମିଳିଛି । ଫିରୋଜପୁର, ଜୈସଲମେର୍, ବାରମେର୍ ମଧ୍ୟ ବ୍ଲାକ ଆଉଟ୍
ଶ୍ରୀନଗରରେ ଶୁଭିଲା ବିସ୍ଫୋରଣ ଶବ୍ଦ । ଶ୍ରୀନଗର ଆକାଶରେ ପାକିସ୍ତାନୀ ଡ୍ରୋନ୍ ଦେଖିବାକୁ ମିଳିଛି । ୪ଟି ପାକିସ୍ତାନୀ ଡ୍ରୋନ୍କୁ ମାରି ଖସାଇଛି ଭାରତୀୟ ସେନା ।
ଆଜି ରାତି ୮ଟା ୫୩ ମିନିଟ୍ ସମୟରେ ଜାମ୍ମୁ କାଶ୍ମୀର ମୁଖ୍ୟମନ୍ତ୍ରୀ ଓମର ଅବଦୁଲ୍ଲା ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରିଛନ୍ତି ଯେଉଁଥିରେ ମୁଖ୍ୟମନ୍ତ୍ରୀ ଲେଖିଛନ୍ତି ଯେ, ଅସ୍ତ୍ରବିରତିର କଣ ହେଲା ? ଶ୍ରୀନଗରରେ ବିସ୍ଫୋରଣର ଶବ୍ଦ ଶୁଣାଗଲା । ତେବେ ଏହାର ପ୍ରକୃତ ସତ୍ୟ କଣ ତାହା ସାମ୍ନାକୁ ଆସିନାହିଁ ।
ଅସ୍ତ୍ରବିରତି କାରଣରୁ ଖୁସି ପ୍ରକାଶ କରିଛନ୍ତି ଜମ୍ମୁ କାଶ୍ମୀର ବାସିନ୍ଦା। ଗୁଳିବର୍ଷଣରେ କେବଳ ଆମ ଭଳି ସାଧାରଣ ଲୋକ ହଇରାଣ ହେଉଥିଲେ ବୋଲି କହିଛନ୍ତି ।
ଅସ୍ତ୍ରବିରତି ସତ୍ତ୍ବେ ସିନ୍ଧୁ ନଦୀ ଚୁକ୍ତି ରଦ୍ଦ ନିଷ୍ପତ୍ତି ବଳବତ୍ତର ରହିଛି । ଅସ୍ତ୍ରବିରତି ନେଇ କୌଣସି ପୂର୍ବ ଓ ପର ସର୍ତ୍ତ ନାହିଁ ଏବଂ ଅସ୍ତ୍ରବିରତି ପାଇଁ ପାକିସ୍ତାନ ପ୍ରଥମେ ଅନୁରୋଧ କରିଥିଲା ବୋଲି MEA ପକ୍ଷରୁ ସୂଚନା ଦିଆଯାଇଛି
ଅସ୍ତ୍ରବିରତି ନିଷ୍ପତ୍ତିକୁ ମୁଁ ସ୍ବାଗତ କରଛନ୍ତି ଜମ୍ମୁ କାଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା । ସେ କହିଛନ୍ତି ଯେ, ୨-୩ ପୂର୍ବରୁ ଏହା ହୋଇଥିଲେ ନରସଂହାର କମ ହୋଇ ପାରିଥାନ୍ତା। କ୍ଷୟକ୍ଷତିର ଆକଳନ କରି ସାଧାରଣ ଲୋକଙ୍କୁ ସାହାଯ୍ୟ କରିବା ଆମର ଦାୟିତ୍ବ ।
ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଏକ ବଡ଼ ବୈଠକ ଅନୁଷ୍ଠିତ ହୋଇଛି । ଏନଏସଏ ଅଜିତ ଡୋଭାଲ ସେଠାରେ ଉପସ୍ଥିତ ଅଛନ୍ତି । ବୈଠକରେ ସିଡିଏସ୍ ଅନିଲ ଚୌହାନ, ସେନା ମୁଖ୍ୟ ଉପେନ୍ଦ୍ର ଦ୍ୱିବେଦୀ, ବାୟୁସେନା ମୁଖ୍ୟ ଏପି ସିଂହ, ନୌସେନା ମୁଖ୍ୟ ଡିକେ ତ୍ରିପାଠି ମଧ୍ୟ ଉପସ୍ଥିତ ରହିଥିବା ସୂଚନା ମିଳିଛି।
ପ୍ରେସମିଟରେ ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ ସୂଚନା ପ୍ରଦାନ କରି କୁହାଯାଇଛି ଯେ, ଭାରତର କ୍ଷୟକ୍ଷତି ନେଇ ପାକିସ୍ତାନର ଦାବି ସଂପୂର୍ଣ୍ଣ ମିଛ । ପାକିସ୍ତାନରେ ମସଜିଦ୍ ଉପରେ ଆକ୍ରମଣ ଖବର ମଧ୍ୟ ମିଛ । ଭାରତ ଏକ ଧର୍ମନିରପେକ୍ଷ ରାଷ୍ଟ୍ର, ଧର୍ମାନୁଷ୍ଠାନକୁ ଟାର୍ଗେଟ ମିଛ । ପାକିସ୍ତାନ ଏୟାର ଡିଫେନ୍ସ ଓ ରାଡାର ସିଷ୍ଟମକୁ ଧ୍ବଂସ କରାଯାଇଛି । ଭାରତର ଅଖଣ୍ଡତା ବଜାୟ ରଖିବା ପାଇଁ ସେନା ପାଖରେ ପୂରା କ୍ଷମତା ରହିଛି ।
US ବୈଦେଶିକ ସଚିବ ମାର୍କୋ ରୁବିଓ ମଧ୍ୟ ଭାରତ-ପାକିସ୍ତାନ ଅସ୍ତ୍ରବିରତି ସହମତି ନେଇ ସୂଚନା ଦେଇଛନ୍ତି । ସେ ନିଜେ ଓ ଉପରାଷ୍ଟ୍ରପତି ଭାନ୍ସ ମଧ୍ୟସ୍ଥତା କରିଥିବା ସ୍ପଷ୍ଟ କରିଛନ୍ତି । ବିଗତ ୪୮ ଘଣ୍ଟାର ଆଲୋଚନା ପରେ ସଫଳତା ମିଳିଥିବା କୁହାଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ପାକିସ୍ତାନ ପ୍ରଧାନମନ୍ତ୍ରୀ ସରିଫଙ୍କ ସହ ଆଲୋଚନା ହୋଇଛି । ବୈଦେଶିକ ମନ୍ତ୍ରୀ ଜୟଶଙ୍କର, ପାକ୍ ସେନା ମୁଖ୍ୟ ମୁନିରଙ୍କ ସହ ଆଲୋଚନା କରାଯାଇଛି ।
ଭାରତ-ପାକିସ୍ତାନ ମଧ୍ୟରେ ଅସ୍ତ୍ରବିରତି ପାଇଁ ସହମତି ପ୍ରକାଶ ପାଇଛି । ଏନେଇ ସୂଚନା ଦେଇଛନ୍ତି ବୈଦେଶିକ ସଚିବ ବିକ୍ରମ ମିଶ୍ରି । ଭାରତୀୟ ସମୟ ଆଜି ସଂଧ୍ୟା ୫ଟାରୁ ଅସ୍ତ୍ରବିରତି କରାଯାଇଥିବା କୁହାଯାଇଛି । ଉଭୟ 'ଜଳ, ସ୍ଥଳ ଓ ଆକାଶ ପଥରେ ଆକ୍ରମଣ ନ କରିବାକୁ ସହମତି । ଭାରତ ଏବଂ ପାକିସ୍ତାନ ଉଭୟ ଦେଶ ସହମତି ଜଣାଇଥିବା କହିଲେ ବିକ୍ରମ ମିଶ୍ରି । ଦୁଇ ଦେଶର DGMO ସ୍ତରୀୟ କଥାବାର୍ତ୍ତା ପରେ ସହମତି ବୋଲି କୁହାଯାଇଛି ।
India-Pakistan Conflict: ପହଲଗାମରେ ଆତଙ୍କବାଦୀଙ୍କ ଆକ୍ରମଣ ପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନା ଲାଗିରହିଛି । ଏହା ଉପରେ ପ୍ରତିକ୍ରିୟା ରଖିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ସେ କହିଛନ୍ତି, ଭାରତ ଏବଂ ପାକିସ୍ତାନ ଯୁଦ୍ଧବିରତି ପାଇଁ ରାଜି ହୋଇଛନ୍ତି। ତଥାପି, ଭାରତ ସରକାରଙ୍କ ପ୍ରତିକ୍ରିୟାକୁ ଅପେକ୍ଷା କରାଯାଇଛି।
ଭାରତ-ପାକିସ୍ତାନ ଉତ୍ତେଜନା କାରଣରୁ ଦିଲ୍ଲୀ-ନୋଏଡା ସୀମାରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ନୋଏଡାର ଚିଲ୍ଲା ସୀମା, ଡିଏନଡି ଏବଂ ଏକ୍ସପ୍ରେସୱେରେ ବ୍ୟାରିକେଡ୍ ଏବଂ ଫୋର୍ସ ମୁତୟନ କରାଯାଇଛି। ଜିଲ୍ଲାରେ ମକ୍ ଡ୍ରିଲ୍ କରାଯାଉଛି, ହସ୍ପିଟାଲଗୁଡ଼ିକର ମଧ୍ୟ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରାଯାଉଛି । ସମସ୍ତ ଏଜେନ୍ସି ଗୁଡିକ ସତର୍କ ଅଛନ୍ତି। ଯେକୌଣସି ପ୍ରତିକୂଳ ପରିସ୍ଥିତିର ମୁକାବିଲା ପାଇଁ ବ୍ୟାପକ ପ୍ରସ୍ତୁତି କରାଯାଇଛି।
ରାଜ୍ୟ କ୍ୟାବିନେଟ ଦ୍ଵାରା ମାଗଣା ଡାଇଗ୍ନୋଷ୍ଟିକ ଓ ଡାଏଲିସିସ୍ ସେବା-ନିଦାନର ଅବଧି ବୃଦ୍ଧି କରିବା ସହ ଆଗାମୀ ୫ ବର୍ଷ ପାଇଁ ୨୪୫୯.୫୧ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ଯାହାକି ସାର୍ବଜନୀନ ସ୍ୱାସ୍ଥ୍ୟସେବାକୁ ଆହୁରି ବ୍ୟାପକ କରିବାରେ ସହାୟକ ହେବ।
କାଶ୍ମୀରର ଶ୍ରୀନଗରରୁ ଓଡ଼ିଆ ଛାତ୍ରଛାତ୍ରୀଙ୍କ ସୁରକ୍ଷିତ ଫେରାଇ ପାଇଁ ସିଆରସି, ନୂଆଦିଲ୍ଲୀର କାର୍ଯ୍ୟାଳୟ କାର୍ଯ୍ୟ ଜାରି ରଖିଛି। ଛାତ୍ରଛାତ୍ରୀ, ଜିଲ୍ଲା ପ୍ରଶାସନ ଏବଂ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ସହିତ ନିୟମିତ ଯୋଗାଯୋଗ ବଜାୟ ରଖିଛି ଯାହା ଦ୍ୱାରା ସେମାନଙ୍କର ସୁରକ୍ଷା, ସୁବିଧା ଏବଂ ଦିଲ୍ଲୀ ଦେଇ ଓଡ଼ିଶା ଫେରିବା ସହଜ ହୋଇପାରିବ।
ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ରାତି ସମୟରେ ଅମୃତସର, ବଠିଣ୍ଡା, ଫିରୋଜପୁର, ଜମ୍ମୁ ଭଳି ସ୍ଥାନ ଦେଇ ଯାଉଥିବା ଟ୍ରେନ୍ ଗୁଡ଼ିକର ସମୟସୂଚୀ ଏବେ ପୁନଃନିର୍ଦ୍ଧାରିତ ହେବ। ଏହି ସ୍ଥାନ ଗୁଡ଼ିକ ଦେଇ ଯାଉଥିବା ଟ୍ରେନଗୁଡ଼ିକର ସମୟସୂଚୀ ପୁନଃନିର୍ଦ୍ଧାରଣ କରାଯିବ ଏବଂ ସକାଳ ସମୟରେ ଚଳାଚଳ ହେବ । ସେହି ସମୟରେ, କମ ଦୂରତା ସମ୍ପନ୍ନ ଟ୍ରେନ ଗୁଡ଼ିକୁ ବାତିଲ କରିବାକୁ ନିଷ୍ପତ୍ତି ନିଆଯାଇଛି। ଜୈସଲମେରରେ ହାଇ ରେଡ୍ ଆଲର୍ଟ ଜାରି କରାଯାଇଛି। ଏପରି ପରିସ୍ଥିତିରେ, ଜିଲ୍ଲା ପ୍ରଶାସନ ପରାମର୍ଶ କ୍ରମେ ଜୈସଲମେର ରେଳ ଷ୍ଟେସନରେ ଟ୍ରେନ ଚଳାଚଳ ବନ୍ଦ ହୋଇଥିବା ସୂଚନା ମିଳିଛି ।
ୱିଂ କମାଣ୍ଡର ବ୍ୟୋମିକା ସିଂହ ସୋସିଆଲ୍ ମିଡିଆ ପ୍ଲାଟଫର୍ମ X ମାଧ୍ୟମରେ କହିଛନ୍ତି ଯେ, 'ପାକିସ୍ତାନ ଖୁବ୍ ଶୀଘ୍ର ଆଣ୍ଠୁମାଡ଼ି ବସି ପଡ଼ିବ, ଏହା ହେଉଛି ଭାରତର ଝିଅର ଆପଣ ସମସ୍ତଙ୍କୁ ପ୍ରତିଶ୍ରୁତି'
ସାମ୍ପ୍ରତିକ ସ୍ଥିତିରେ ୧୧ଟି ଟ୍ରେନ୍ ବାତିଲ ଏବଂ ୯ଟିକୁ ଆଂଶିକ ବାତିଲ କରାଯାଇଛି । ଭୁବନେଶ୍ବର ଦେଇ ଯାଉଥିବା ହୀରାକୁଦ ଏକ୍ସପ୍ରେସ୍ ଆଂଶିକ ବାତିଲ ହୋଇଛି । ବିଶାଖାପାଟଣାରୁ ଦିଲ୍ଲୀ ପର୍ଯ୍ୟନ୍ତ ଯିବ କିନ୍ତୁ ଅମୃତସର ଯିବନାହିଁ । ସମ୍ପୂର୍ଣ୍ଣ ଓ ଆଂଶିକ ବାତିଲ ନେଇ ରେଳ ମନ୍ତ୍ରାଳୟ ପକ୍ଷରୁ ସୂଚନା ଜାରି କରାଯାଇଛି । ୧୫ ତାରିଖ ପର୍ଯ୍ୟନ୍ତ ବାତିଲ ଓ ଆଂଶିକ ବାତିଲ ନେଇ ସୂଚନା ଦିଆଯାଇଛି ।
ଆଜି ଅପରାହ୍ନ ୫ଟା ୩୦ରେ ପ୍ରତିରକ୍ଷା ଓ ବୈଦେଶିକ ମନ୍ତ୍ରାଳୟର (MoD-MEA) ଯୁଗ୍ମ ପ୍ରେସମିଟ୍ । ଅପରେସନ ସିନ୍ଦୂର ବାବଦରେ ବିସ୍ତୃତ ସୂଚନା ଆସିବା ନେଇ ଅନୁମାନ କରାଯାଉଛି ।
ବାରମେର ପୋଲିସ ପକ୍ଷରୁ କ୍ଷେପଣାସ୍ତ୍ରର ଭଗ୍ନାବଶେଷ ଉଦ୍ଧାର କରାଯାଇଛି। ଏକ ଟ୍ରକରେ ପାକିସ୍ତାନୀ ମିଶାଇଲର ଭଗ୍ନାବଶେଷକୁ ବୁହାଯାଇଛି । ଜୈସଲମେର ଏବଂ ପୋଖରନରୁ ଭଗ୍ନାବଶେଷ ଉଦ୍ଧାର କରାଯାଇଛି।
କୌଣସି ଟିଭି ଚ୍ୟାନେଲ୍ରେ ବାଜିବନି ଯୁଦ୍ଧ ସତର୍କତା ସାଇରନ୍ । ଗୃହ ମନ୍ତ୍ରାଳୟ ପକ୍ଷରୁ ଏନେଇ ନିର୍ଦ୍ଦେଶନାମା ଜାରି କରାଯାଇଛି । ସିଭିଲ ଡିଫେନ୍ସ ଏୟାର ରେଡ୍ ସାଇରନ ବଜାଇବାକୁ ବାରଣ କରାଯାଇଛି । ସଚେତନ କରିବା ଡ୍ରାଇଭ୍ ବ୍ୟତୀତ ଅନ୍ୟ କୌଣସି ବ୍ୟବହାର ପାଇଁ ମନା କରିଛି ଗୃହ ମନ୍ତ୍ରାଳୟ
୧୫ ତାରିଖ ପର୍ଯ୍ୟନ୍ତ ବନ୍ଦ ହୋଇଥିବା ବିମାନବନ୍ଦର ଗୁଡ଼ିକ ମଧ୍ୟରେ ରହିଛି, ଜମ୍ମୁ କାଶ୍ମୀରର ଲଦାଖ, ଲେହ, ଥୋଏସ୍, ଜାମ୍ମୁ, ଶ୍ରୀନଗର, ଅବାଣ୍ଟିପୋରା ଏବଂ ପଞ୍ଜାବର ଆଦମପୁର, ଅମୃତସର, ବଥିଣ୍ଡା, ହାଲୱାରା, ଲୁଧିଆନା, ପଟିଆଲା, ପଠାଣକୋଟ । ହରିଆଣାର ଅମ୍ବାଲା । ହିମାଚଳ ପ୍ରଦେଶର ଶିମଲା, କୁଲୁ, ଗଗଲ । ଚଣ୍ଡିଗଡ଼ ବିମାନ ବନ୍ଦର ସମେତ ରାଜସ୍ଥାନର ବିକାନେର, ଜୈସଲମେର, କିଶାନଗଡ, ଉତ୍ତରଲାଇ । ଗୁଜରାଟର ଭୁଜ, ଜାମନଗର, କାଣ୍ଡଲା, କେଶୋଡ, ମୁଣ୍ଡ୍ରା, ପୋରବନ୍ଦର, ରାଜକୋଟ, ନାଲିଆ । ଉତ୍ତରପ୍ରଦେଶର ହିନ୍ଦନ ଏବଂ ସାହାରନପୁର ।
ଭୁବନେଶ୍ବର ପୋଲିସ ସେବା ଭବନରେ ପୋଲିସ ମହାନିର୍ଦ୍ଦେଶକଙ୍କ ଅଧ୍ୟକ୍ଷତାରେ ବସିଛି ସୁରକ୍ଷା ବୈଠକ । ତଟରକ୍ଷୀ ADG, ଆଇନ ଶୃଙ୍ଖଳା ADG ପ୍ରମୁଖ ବୈଠକରେ ସାମିଲ ହୋଇଛନ୍ତି । ବୈଠକ ପରେ ପ୍ରତିକ୍ରିୟା ରଖିଲେ ତଟ ସୁରକ୍ଷା ଏଡିଜି କହିଛନ୍ତି ଯେ, ଉପକୂଳ ଅଞ୍ଚଳରେ ତଟ ସୁରକ୍ଷା ଡ୍ରୋନ୍ରେ ନଜର ରଖାଯାଇଛି ଏବଂ -ମେରାଇନ୍ ପୋଲିସ, ତଟରକ୍ଷୀ ବାହିନୀ ସହ ଆଲର୍ଟରେ ଅଛନ୍ତି । ନୌସେନା ଓ ଗୁଇନ୍ଦା ବିଭାଗ ସହ ଯୋଗାଯୋଗ ରଖାଯାଇଛି । ଓଡ଼ିଶାର ସବୁ ମେରାଇନ୍ ଥାନା ମଧ୍ୟ ସଜାଗ ଅଛନ୍ତି ।
ଦେଶର ବିଭିନ୍ନ ସ୍ଥାନରେ ପ୍ରାୟ ୩୨ଟି ବିମାନବନ୍ଦରକୁ ମଇ ୧୫ ତାରିଖ ପର୍ଯ୍ୟନ୍ତ ବନ୍ଦ ରଖାଯାଇଛି । ଯାତ୍ରୀମାନଙ୍କ ପାଇଁ ଏନେଇ ସୂଚନା ଜାରି କରାଯାଇଛି ।
୫କୁଖ୍ୟାତ ଆତଙ୍କୀ ନିପାତ। ମେ ୭ ଆଟାକ୍ରେ ୫ କୁଖ୍ୟାତ ଆତଙ୍କୀ ନିପାତ। ସେମାନେ ହେଲେ LeT ଆତଙ୍କୀ ମୁଦାସର ଖାଦିଆନ୍ ଖାସ୍ , JeMର ହାଫିଜ୍ ମହମ୍ମଦ ଜମିଲ, JeMର ମହମ୍ମଦ ୟୁସୁଫ ଅଜହର ,LeTର ଖଲିଦ୍ ଓରଫ ଅବୁ ଆକାଶ ଓ JeMର ମହମ୍ମଦ ହାସନ୍ ଖାନ୍ ନିପାତ ହୋଇଥିବା ସୂଚନା ମିଳିଛି।
ମୋଦିଙ୍କୁ ଭେଟିଲେ ୩ ସେନାମୁଖ୍ୟ। ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିଲେ ୩ ସେନାମୁଖ୍ୟ। ପ୍ରତିରକ୍ଷା ମନ୍ତ୍ରୀ, NSA, CDS ମଧ୍ୟ ବୈଠକରେ ଉପସ୍ଥିତ
ଜାମ୍ମୁରେ ୧୧୪ ଓଡ଼ିଆ ଛାତ୍ରଛାତ୍ରୀମାନଙ୍କୁ ଓଡ଼ିଶା ଫେରେଇ ଆଣିବାକୁ ବ୍ୟବସ୍ଥା। ଓଡ଼ିଶା ସରକାରଙ୍କ ପକ୍ଷରୁ ଜାରି ହେଲା କଣ୍ଟ୍ରୋଲ ରୁମ୍ ନମ୍ବର। ଦିଲ୍ଲୀ ସ୍ଥିତ ଓଡ଼ିଶା ନିବାସରେ ଜାରି ହୋଇଥିବା ନମ୍ବର (-୭୪୨୮୧୩୫୦୪୪, ୦୧୧-୨୪୬୭୯୨୦୧)। ଭୁବନେଶ୍ୱରର ସଂସ୍କୃତି ଭବନ ଠାରେ ଜାରି ହୋଇଥିବା ନମ୍ବର।
ଶ୍ରୀନଗରରେ ଫସି ରହିଛନ୍ତି ଓଡ଼ିଶାର ୫ କୃଷି ବିଜ୍ଞାନ ଛାତ୍ରଛାତ୍ରୀ। ସୁରକ୍ଷିତ ଉଦ୍ଧାର ପାଇଁ ରାଜ୍ୟ ସରକାରଙ୍କୁ କଲେ ନିବେଦନ। କୌଣସି ମତେ ଶ୍ରୀନଗରରୁ ଦିଲ୍ଲୀ ପର୍ଯ୍ୟନ୍ତ ନେବାକୁ ନିବେଦନ। ଦିଲ୍ଲୀ ଓଡ଼ିଶା ଭବନ ସହିତ ଯୋଗାଯୋଗ କରିଥିଲୁ କହିଲେ। ଶ୍ରୀନଗରରେ ଡ୍ରୋନ ଆଟାକ୍ର ଶଦ୍ଦ ଶୁଣିବାକୁ।
ଆତଙ୍କୀସ୍ତାନ ଭାବେ ପରିଚୟ ନେଇଥିବା ପାକିସ୍ତାନରୁ ଆତଙ୍କବାଦୀଙ୍କୁ ନିଶ୍ଚିହ୍ନ କରିବାକୁ ସଂଗଠିତ ଜବାବ ଦେଉଛି ଭାରତ। ପାକିସ୍ତାନ ଭିତରେ ବାୟୁସେନା ଜବାବ ଦେଉଥିବାବେଳେ ସୀମାରେ ସ୍ଥଳ ସେନା ଆତଙ୍କୀ ଠିକଣାକୁ ଧ୍ୱସ୍ତ କରୁଛି। ଏହାର ଏକ ସଦ୍ୟତମ ଭିଡିଓ ସୋଶାଲ ମିଡିଆରେ ପ୍ରଦାନ କରିଛି ଭାରତୀୟ ସେନା।
Operation Sindoor: ଦିନକୁ ଦିନ ଅଧିକ ଅସ୍ତବ୍ୟସ୍ତ ହେଉଛି ପାକିସ୍ତାନ। ସୀମାରେ ଅଧିକ ସୈନ୍ୟ ମୁତ୍ତୟନ ସହ ଗୁଳି ବର୍ଷା କରି ସାଧାରଣ ଧନ ଜୀବନ ହାନୀ କରିବାକୁ ପଛାଉ ନାହିଁ। ଖାଲି ସେତିକି ନୁହେଁ ମିଛ ଖବର ପ୍ରସାର କରି ନିଜ ଲୋକଙ୍କ ଭିତରେ ଆସ୍ଥା ବୃଦ୍ଧି ଚାହୁଁଛୁ ପାକିସ୍ତାନ। ହେଲେ ଭାରତ ଏହାକୁ କଡ଼ା ଭାବେ ନିନ୍ଦା କରିବା ସହ ସାମରିକ କାର୍ଯ୍ୟାନୁଷ୍ଠାନର ଜବାବ ସାମରିକ ଅସ୍ତ୍ରରେ ପ୍ରଦାନ କରୁଛି।
ଭାରତୀୟ ରେଳବାଇ ପକ୍ଷରୁ ଗଡ଼ିବ ସ୍ପତନ୍ତ୍ର ଟ୍ରେନ୍। ବହୁ ସ୍ଥାନକୁ ବିମାନ ବାତିଲ ହୋଇଥିବାରୁ ହଇରାଣ ହେଉଛନ୍ତି ଯାତ୍ରୀ। ଏହାକୁ ଦୃଷ୍ଟିରେ ରଖି ରେଳବାଇ ପକ୍ଷରୁ ଜମ୍ମୁ ଓ ଉଧମପୁରକୁ ୫ଟି ସ୍ବତନ୍ତ୍ର ଟ୍ରେନ୍ ଚଳାଚଳ କରିବ ।
Operation Sindoor Press Briefing: ପାକିସ୍ତାନ ଅପପ୍ରଚାର ଓ ଭୁଲ୍ ତଥ୍ୟ ପ୍ରସାର କରୁଛି। ସିର୍ସା, ସୁରଥଗଡ଼ ଏୟାରଫୋର୍ସ ଷ୍ଟେସନ, ଆଦମପୁରଠାରେ ଏସ୍ ୪୦୦ ଅଚଳ କରିବା ଖବର ପାକିସ୍ତାନ ଯାହା ପ୍ରଚାର କରୁଛି ତାହା ସମ୍ପୂର୍ଣ୍ଣ ମିଥ୍ୟା। ବିଜୁଳି ବ୍ୟବସ୍ଥା, ସାଇବର ବ୍ୟବସ୍ଥା ଆକ୍ରମଣ ବାବଦରେ ପାକିସ୍ତାନ ଯାହା କହିଛି ତାହା ସମ୍ପୂର୍ଣ୍ଣ ମିଥ୍ୟା। ଏଣୁ ଏହି ଭଳି ସୂଚନାକୁ ଆଗକୁ ବଢ଼ାନ୍ତୁ ନାହିଁ କହିଲା ବୈଦେଶିକ ସଚିବ। ଭାରତର ଲୋକେ ସରକାରଙ୍କୁ ସମାଲୋଚନା କରୁଛନ୍ତି ବୋଲି କହୁଛନ୍ତି। କିନ୍ତୁ ପାକିସ୍ତାନର ନାଗରିକ ନିଜେ ନିଜକୁ ସମାଲୋଚନା କରିଛନ୍ତି।
ପାକିସ୍ତାନ ପକ୍ଷରୁ ମିଥ୍ୟା ଖବର ପ୍ରଚାର ଜୋରଦାର ହୋଇଛି। ଏସ୍ ୪୦୦ ବ୍ୟବସ୍ଥା ନଷ୍ଟ ହୋଇଥିବା, ନଗରୋଟାରେ ବ୍ରହ୍ମୋସ ଗନ୍ତାଘର କ୍ଷତି ପହଞ୍ଚିଥିବା ନେଇ ପାକିସ୍ତାନ ମିଥ୍ୟା ଖବର ପ୍ରସାର କରିଛି। ଏହାକୁ ଭାରତ ଖାରଜ କରିଛି।
Operation Sindoor Press Briefing: ଭାରତୀୟ ସେନା ପ୍ରଭାବୀ ଓ ତୁଳନାତ୍ମକ ପ୍ରତ୍ୟୁତ୍ତର ଦେଇ ଅନକ୍ଷେ କ୍ଷତି ପାକିସ୍ତାନକୁ ପହଞ୍ଚାଇଛି। ଭାରତୀୟ ସଶସ୍ତ୍ର ବଳ ପୂର୍ଣ୍ଣତଃ ପ୍ରସ୍ତୁତ ରହିଛି।
Operation Sindoor Press Briefing: ଲାହୋରରୁ ଯାତ୍ରୀବାହୀ ବିମାନ ଚଳାଚଳ ଆଳରେ ବ୍ୟବହାର କରୁଛି ଏୟାର ବେସ୍। ଏଣୁ ଭାରତ ସଂଜମତାର ସହ କାର୍ଯ୍ୟାନୁଷ୍ଠାନ ନେଉଛି।
ପାକିସ୍ତାନ ଉଚ୍ଚ ଗତିପନ୍ନ କ୍ଷେପଣାସ୍ତ୍ର ନିକ୍ଷେପ କରିଛି। ଶ୍ରୀନଗର ଅବନ୍ତିପୁରର ଚିକିତ୍ସାଳୟକୁ ନିକ୍ଷେପ କରିଛି। ଏହା ଦାୟିତ୍ୱ ହୀନତାର ଆଉ ଏକ ନମୁନା। ସୈନ୍ୟ ସ୍ଥଳକୁ ଆକ୍ରମଣ କରୁଛି। ଭାରତର ହତିଆର ଭଣ୍ଡାରକୁ ଆକ୍ରମଣ କରିବାର ଉଦ୍ୟମ ହୋଇଛି।
Operation Sindoor Press Briefing: ପ୍ରତିରକ୍ଷା ମନ୍ତ୍ରଣାଳୟ ଏବଂ ବିଦେଶ ମନ୍ତ୍ରଣାଳୟ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ ଆରମ୍ଭ। ଭାରତ ପାକିସ୍ତାନର ସମସ୍ତ ଆକ୍ରମଣ ଉଦ୍ୟମକୁ ପଣ୍ଡ କରିଛି। ଆଜି ସକାଳେ ମଧ୍ୟ ଏହିପରି ଆକ୍ରମଣ ହୋଇଛି େବାଲି କହିଲେ ବୈଦେଶିକ ସଚିବ ବିକ୍ରମ ମିଶ୍ରି।
ଭାରତ ଓ ପାକିସ୍ତାନ ମଧ୍ୟରେ ଚାଲିଥିବା ଉତ୍ତେଜନାକୁ ନଜରରେ ରଖି ରାଜ୍ୟ ସରକାର ସମସ୍ତ ସରକାରୀ ଅଧିକାରୀଙ୍କ ଉପସ୍ଥିତି ଓ ସତର୍କତା କାମନା କରିଛନ୍ତି। ଏହି ପରିପ୍ରେକ୍ଷୀରେ ରଜ୍ୟର ଆଇଏଏସ୍ ଓ ଆଇପିଏସ୍ ଅଧିକାରୀଙ୍କ ସମେତ ଅନ୍ୟ ଅଧିକାରୀଙ୍କ ଛୁଟି ବାତିଲ କରାଯାଇଛି। ସମସ୍ତ କର୍ମଚାରୀଙ୍କୁ ଏ ବାବଦରେ ସାଧାରଣ ପ୍ରଶାସନ ବିଭାଗର ଏକ ବିଜ୍ଞପ୍ତି ମାଧ୍ୟମରେ ସ୍ପଷ୍ଟ କରାଯାଇଛି। ଏଥିରେ କୁହାଯାଇଛି ଯେ, ଭାରତର ପଶ୍ଚିମ ସୀମାରେ ଯୁଦ୍ଧଭଳି ପରିସ୍ଥିତି ଉତ୍ପନ୍ନ ହୋଇଛି। ଏଣୁ ସମସ୍ତ ଆରଡିସି, ଜିଲ୍ଲାପାଳ ଏବଂ ଜିଲ୍ଲା ମାଜିଷ୍ଟ୍ରେଟଙ୍କ ଛୁଟିକୁ ବାତିଲ କରାଯାଇଛି। ଯେଉଁମାନେ ଛୁଟିରେ ରହିଛନ୍ତିସେମାନଙ୍କୁ ତୁରନ୍ତ ମୁଖ୍ୟାଳୟରେ ଯୋଗ ଦେବାକୁ କୁହାଯାଇଛି। ଆଉ କୌଣସି ଛୁଟି ପ୍ରଦାନ କରାଯିବ ନାହିଁ ବୋଲି କୁହାଯାଇଛି।
ଭାରତ ମାଡ଼ରେ ପାକ୍ ଛାନିଅ। ସୀମାବର୍ତ୍ତୀ ଅଞ୍ଚଳର ସବୁ ପେଟ୍ରୋଲ ପମ୍ପ ବନ୍ଦ। ନିଜ ସରକାର ଉପରେ ଭରସା କରି ପାରୁ ନ ଥିବା ଲୋକେ ପାକିସ୍ତାନ ଛାଡ଼ିବାକୁ ବସିଲେଣି ।
ଆତଙ୍କୀ ପୋଷୁଥିବା ପାକିସ୍ତାନକୁ ଆଇଏମଏଫର ସହାୟତା । ଭାରତର ବିରୋଧ ସତ୍ତ୍ବେ ୮ହଜାର ୫୦୦ କୋଟି ଟଙ୍କାର ଅନୁମୋଦନ।
"ଭାରତ ସରକାରଙ୍କ ପକ୍ଷରୁ ଚାଲିଛି ଅପରେସନ୍ ସିନ୍ଦୂର ଓ ଜାରି ହୋଇଛି ହାଇ ଆଲର୍ଟ। ଏହି ପରିପ୍ରେକ୍ଷୀରେ ଓଡ଼ିଶାର ଉପକୂଳ ସୁରକ୍ଷାକୁ ସୁନିଶ୍ଚିତ କରିବାକୁ ରାଜ୍ୟ ପୋଲିସ ପକ୍ଷରୁ ଦିନ ରାତି ଚାଲିଛି ପାଟ୍ରୋଲିଂ। ଟ୍ରଲର ଏବଂ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ କରାଯାଉଛି ଯାଞ୍ଚ । ଯେକୌଣିସି ଆତଙ୍କବାଦୀ ଆକ୍ରମଣକୁ ପ୍ରତିହିତ କରିବାକୁ ଆମେ ସର୍ବଦା ତତ୍ପର। ଜନସାଧାରଣଙ୍କୁ ସୁରକ୍ଷା ଯୋଗାଇ ଦେବା ପାଇଁ ଆମେ ସଦା ସର୍ବଦା ସଜାଗ। ଜନ ସାଧାରଣଙ୍କ ସୁରକ୍ଷା, ଆମର ପ୍ରାଥମିକତା" Odisha Police ପକ୍ଷରୁ ଏହି ଟ୍ବିଟ୍ ଜାରି କରାଯାଇଛି।
ଯୁଦ୍ଧ ଭିତରେ ବଡ ଖବର । ସବୁ ଜିଲ୍ଲାପାଳ, RDCଙ୍କ ଛୁଟି ବାତିଲ । ଭାରତ-ପାକିସ୍ତାନ ଟେନସନ୍ ଭିତରେ ନିର୍ଦ୍ଦେଶ । ସବୁ ଜିଲ୍ଲାପାଳଙ୍କ ଛୁଟିକୁ ରଦ୍ଦ କଲେ ସରକାର।
ଭାରତ-ପାକିସ୍ତାନ ଭିତରେ ପରିସ୍ଥିତି ଅଧିକ ସଙ୍ଗୀନ ହୋଇଛି। ପାକିସ୍ତାନ ପକ୍ଷରୁ ବାରମ୍ବାର ଭାରତର ଜମ୍ମୁ ଓ କଶ୍ମୀରରେ ଆକ୍ରମଣ ହେଉଛି। କ୍ଷେପଣାସ୍ତ୍ର ଓ ଡ୍ରୋନ ମାଡ଼ ଯୋଗୁ ଭାରତର ସାଧାରଣ ଜୀବନ ହାନୀ ହୋଇଥିବା ସୂଚନା ମିଳିଛି। ଭାରତ କହିଛି ଲାଇନ ଅଫ କଣ୍ଟ୍ରୋଲ (LoC) ନିକଟରେ ପାକିସ୍ତାନୀ ଗୋଳାବର୍ଷଣରେ ୧୬ ନାଗରିକଙ୍କ ମୃତ୍ୟୁ ହୋଇଛି। କିଛି ସମୟ ପୂର୍ବରୁ ଜମ୍ମୁ ଓ କଶ୍ମୀରର ରଜୌରି ଅଞ୍ଚଳରେ କ୍ଷେପଣାସ୍ତ୍ର ମାଡ଼ କରିଛି ପାକିସ୍ତାନ। ଏଥିରେ ରଜୌରୀର ଅତିରିକ୍ତ ଡିସି ରାଜକୁମାର ଥାପା ସହୀଦ ହୋଇଥିବା ସୂଚନା ମିଳିଛି। ପ୍ରତି ଦୁଇମିନିଟରେ ଜମ୍ମୁରେ ବିସ୍ଫୋରଣ ଶୁଣିବାକୁ ମିଳୁଛି। ଭାରତ ଅତ୍ୟନ୍ତ ସନ୍ତର୍ପଣର ସହ ପାକିସ୍ତାନର ଆତଙ୍କି ଶିବିରକୁ ଟାର୍ଗେଟ କରିବା ଜାରି ରଖିଛି। ହେଲେ ଧୈର୍ଯ୍ୟ ହରାଇ ପାକିସ୍ତାନ ଏବେ ସମ୍ପୂର୍ଣ୍ଣ ଯୁଦ୍ଧ ଘୋଷଣା କରିବାକୁ ଚିନ୍ତା କରୁଥିବା ଏହାର ପ୍ରତିରକ୍ଷା ମନ୍ତ୍ରୀ ଖ୍ୱାଜା ଆସୀଫ କହିଛନ୍ତି।
ଭାରତ-ପାକିସ୍ତାନ ଉତ୍ତେଜନା ଭିତରେ , ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ଏବଂ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ପଙ୍କଜ କୁମାର ସିଂହ ସଚିବାଳୟରେ ସମସ୍ତ ମେଡିକାଲ ସୁପରିଣ୍ଟେଣ୍ଡେଣ୍ଟଙ୍କ ସହ ଏକ ବୈଠକ କରିଛନ୍ତି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା କହିଛନ୍ତି, "ଆମର ସରକାରୀ ହସ୍ପିଟାଲଗୁଡ଼ିକ ଯେକୌଣସି ପରିସ୍ଥିତି ପାଇଁ ପ୍ରସ୍ତୁତ। ଆମେ ସମସ୍ତ ଏମଡିଙ୍କୁ ନିମନ୍ତ୍ରଣ କରି ଅପଡେଟ୍ ନେଇଛୁ। କର୍ମଚାରୀ କିମ୍ବା ଔଷଧର ଅଭାବ ସମ୍ପର୍କରେ ତଦନ୍ତ କରାଯାଉଛି। ଆସୁଥିବା ରୋଗୀମାନଙ୍କୁ ଆୟୁଷ୍ମାନ ଭାରତ ଯୋଜନା ଏବଂ ଆୟୁଷ୍ମାନ ବ୍ୟାୟ ବନ୍ଦନା ଯୋଜନା ମାଧ୍ୟମରେ ଚିକିତ୍ସା କରାଯିବ। ପ୍ରଶାସନ,ଡାକ୍ତର ଏବଂ ହସ୍ପିଟାଲଗୁଡ଼ିକୁ ପ୍ରସ୍ତୁତ ରହିବା ଆବଶ୍ୟକ।
ଭାରତ-ପାକିସ୍ତାନ ଉତ୍ତେଜନା ଭିତରେ ସ୍ୱାସ୍ଥ୍ୟସେବାକୁ ନିରନ୍ତର କରିବା ଲାଗି ଭୁବନେଶ୍ୱରସ୍ଥିତ ଏମ୍ସ ପକ୍ଷରୁ ସମସ୍ତ ଛୁଟି ବାତିଲ କରାଯାଇଛି। ଅବକାଶ ହେଉ ବା ସାଧାରଣ ଛୁଟି ସବୁକିଛି ବାତିଲ କରାଯାଇଥିବା ସୂଚନା ମିଳିଛି।
ପାକିସ୍ତାନକୁ କଡ଼ା ଜବାବ ଦେଉଛି ଭାରତ । ରାତି ଅଧରେ ପାକିସ୍ତାନରେ ଭାରତର ବଡ଼ ଧରଣର ଆକ୍ରମଣ କରାଯାଇଛି । ପାକିସ୍ତାନର ୪ ସହରରେ ବଡ଼ ଧରଣର ବିସ୍ଫୋଣ କରାଯାଇଛି । ବିସ୍ଫୋରଣରେ ଉଡ଼ିଲା ପାକିସ୍ତାନର ୩ ଏୟାରବେସ । ଇସଲାମାବାଦ, ରାୱଲପିଣ୍ଡି ଓ ଲାହୋର ଏୟାରବେସରେ ଭାରତ ଆଟାକ କରିଥିବା କହିଛି ପାକିସ୍ତାନ ।
ଶ୍ରୀନଗରରେ ୨ ପାକିସ୍ତାନୀ ପାଇଲଟ୍ ଖସିଥିବା ସୂଚନା। ୨ଟି ଫାଇଟର୍ ଜେଟ୍କୁ ଖସାଇଲା ବାୟୁସେନା। ଶ୍ରୀନଗରରେ ୨ ପାକିସ୍ତାନୀ ପାଇଲଟ୍ ଖସିଥିବା ସୂଚନା। ୨ ପାକିସ୍ତାନୀ ପାଇଲଟ୍ଙ୍କୁ ଖୋଜୁଛି ବାୟୁସେନା।
ଆଜି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ବଡ଼ ବୈଠକ। ଦିଲ୍ଲୀରେ ଦିନ ୧୦ଟାରେ ବସିବ ଉଚ୍ଚସ୍ତରୀୟ ବୈଠକ।ସାମ୍ପ୍ରତିକ ସ୍ଥିତିକୁ ନେଇ ବୈଠକରେ ହେବ ଆଲୋଚନା। ୩ ସେନାମୁଖ୍ୟଙ୍କ ସହ ଆଲୋଚନା କରିବେ ରାଜନାଥ।
Thank you
By clicking “Accept All Cookies”, you agree to the storing of cookies on your device to enhance site navigation, analyze site usage, and assist in our marketing efforts.