Home >>Odisha Trending

Modi Oath ceremony Live: ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ହେଲେ ନରେନ୍ଦ୍ର ମୋଦୀ, ଦେଖନ୍ତୁ ଶପଥ ଗ୍ରହଣ ସମାରୋହ

PM Narendra Modi Oath ceremony Live: ରାଷ୍ଟ୍ରପତି ଭବନରେ ଆୟୋଜିତ ଏକ ସମାରୋହରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମୋଦୀଙ୍କୁ ଶପଥ ପାଠ କରାଇଥିଲେ। ଲଗାତାର ତିନି ଥର ପ୍ରଧାନମନ୍ତ୍ରୀ ହେବାର ନେହେରୁଙ୍କ ରେକର୍ଡକୁ ମୋଦୀ ସମକକ୍ଷ କରିଛନ୍ତି।

Advertisement
Narendra Modi Oath ceremony Live
Narendra Modi Oath ceremony Live
Jagdish Barik|Updated: Jun 09, 2024, 10:02 PM IST
Share
LIVE Blog

PM Narendra Modi Oath ceremony update: ରବିବାର ସନ୍ଧ୍ୟାରେ ନ୍ୟାସନାଲ ଡେମୋକ୍ରାଟିକ୍ ଆଲାଏନ୍ସ (ଏନଡିଏନ୍) ସଂସଦୀୟ ଦଳର ନେତା ନରେନ୍ଦ୍ର ମୋଦି କ୍ରମାଗତ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ଏହା ସହ ସେ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କ ରେକର୍ଡକୁ ସମାନ କରି ଇତିହାସ ସୃଷ୍ଟି କରିଥିଲେ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପ୍ରତି ଭବନ ପ୍ରାଙ୍ଗଣରେ ଆୟୋଜିତ ଏକ ବିଶାଳ ସମାରୋହରେ ନରେନ୍ଦ୍ର ମୋଦୀଙ୍କୁ ଶପଥ ଗ୍ରହଣ କରାଇଥିଲେ। ପ୍ରଧାନମନ୍ତ୍ରୀ ମୋଦୀ ଶପଥ ଗ୍ରହଣ କରିବା ମାତ୍ରେ ସମଗ୍ର ସ୍ଥାନ କରତାଳି ଏବଂ ମୋଦୀ-ମୋଦିଙ୍କ ସ୍ଲୋଗାନରେ ପ୍ରତିଧ୍ୱନିତ ହୋଇଥିଲା। ପ୍ରଧାନମନ୍ତ୍ରୀ ମୋଦୀ ହିନ୍ଦୀରେ ଶପଥ ଗ୍ରହଣ କରିଥିଲେ। ତାଙ୍କ ସହ ତାଙ୍କର ବିଶାଳ ମନ୍ତ୍ରୀ ପରିଷଦ ମଧ୍ୟ ଶପଥ ଗ୍ରହଣ କରିଛନ୍ତି ଯେଉଁଥିରେ ୨୦ ଜଣ କ୍ୟାବିନେଟ ମନ୍ତ୍ରୀ, ପାଞ୍ଚଜଣ ରାଜ୍ୟ ମନ୍ତ୍ରୀ (ସ୍ୱାଧୀନ ଚାର୍ଜ) ଓ ୩୦ ରୁ ଅଧିକ ରାଜ୍ୟ ମନ୍ତ୍ରୀ ଅଛନ୍ତି।

Read More
{}{}