PM Modi Odisha Visit LIVE: ଓଡିଶାରେ ପ୍ରଧାନମନ୍ତ୍ରୀ । ମୋଦୀଙ୍କ ଗସ୍ତ ପାଇଁ ଗେରୁଆ ମୟ ରାଜଧାନୀ । ଭୁବନେଶ୍ୱର ସହର ସାରା ଲାଗିଛି ପୋଷ୍ଟର ବ୍ୟାନର୍ । ଭୁବନେଶ୍ୱର ଏୟାର ପୋର୍ଟରୁ ଏଜି ଛକ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ବଡ଼ ବଡ଼ ପୋଷ୍ଟର ଲାଗିଥିବା ଦେଖିବାକୁ ମିଳିଛି ।
PM Modi Odisha Visit LIVE: ଅଭିଭାଷଣ ଶେଷ ପରେ ମଞ୍ଚସ୍ଥ ସମସ୍ତ ଦଳୀୟ କର୍ମୀଙ୍କୁ ଜଣ ଜଣ କରି ଧନ୍ୟବାଦ ଜ୍ଞାପନ କଲେ ପ୍ରଧାନମନ୍ତ୍ରୀ ମୋଦୀ।
PM Modi Odisha Visit LIVE: ସମସ୍ତଙ୍କୁ ପୁଣିଥରେ ଧନ୍ୟବାଦ ଦେଇ ଓଡ଼ିଆରେ ଜୟ ଜଗନ୍ନାଥ କହି ଅଭିଭାଷଣ ଶେଷ କଲେ ପ୍ରଧାନମନ୍ତ୍ରୀ ମୋଦୀ।
PM Modi Odisha Visit LIVE: ପ୍ରଧାନମନ୍ତ୍ରୀ ମୋଦୀ: ଏସବୁ ଗୋଟିଏ ବର୍ଷରେ ହୋଇଛି। ଆଗାମୀ ବର୍ଷ କେମିତି ଆହୁରି ବିକାଶ ହେବ ତାକୁ ନେଇ ବିଜେପି ସରକାର ଦୂରଦ୍ରୁଷ୍ଟି ରଖିଛି। ବିଶେଷ ପ୍ଲାନ ରଖିଛି ବିଜେପି। ଓଡ଼ିଶା ଭିଜନ ୨୦୩୬ କୁ ନେଇ ଭରସା ଥିବା କହିଲେ ପ୍ରଧାନମନ୍ତ୍ରୀ । ସମସ୍ତେ ମିଶି ଏହି ଭିଜନ କୁ ପୂରା କରିବା ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।
PM Modi Odisha Visit LIVE: ପ୍ରଧାନମନ୍ତ୍ରୀ ମୋଦୀ: ମୋ ରାଜ୍ୟ ଗୁଜରାଟ ସୁରତରେ ବି ଓଡ଼ିଆ ଲୋକେ ସୁବିଧା ପାଇଲେ । ଡବଲ ଇଞ୍ଜିନ ସରକାର ଆସିବା ଦ୍ୱାରା ଏହା ଦୂର ହୋଇଛି। ପୂର୍ବରୁ କିଷାନ ସମ୍ମାନ ନିଧି ମିଳୁ ନ ଥିଲା, ଏବେ ମିଳୁଛି।
PM Modi Odisha Visit LIVE: ପ୍ରଧାନମନ୍ତ୍ରୀ ମୋଦୀ: ଭାଜପା ସରକାର ଆସିବା ପରଠାରୁ ହିଂସା ଘଟାଉଥିବା ଲୋକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଗଲା। ଆଦିବାସୀ ଅଧ୍ୟୁଷିତ ଜିଲ୍ଲାକୁ ବିକାଶର ପଥରେ ସାମିଲେ କରାଗଲା। ଦେଶରେ ନକ୍ସଲବାଦ ଶେଷ ହେବ ଆଉ ୟେ ମୋଦୀଙ୍କ ଗ୍ୟାରେଣ୍ଟି ।
PM Modi Odisha Visit LIVE: ପ୍ରଧାନମନ୍ତ୍ରୀ ମୋଦୀ: ନାଁ ନ ନେଇ ତେରେଛା ବାଣ। ଲମ୍ବା ସମୟ ଧରି ଏକ ଦଳ ରାଜ୍ୟକୁ ଶାସନ କଲା । ହେଲେ ଆଦିବାସୀଙ୍କୁ ରାଜନୀତି ପଶାପାଲିରେ ଚଲାଗଲା। ନିର୍ଯାତନା ଦିଆଗଲା...ପଛୁଆ ବର୍ଗଙ୍କୁ ଉପେକ୍ଷା କରାଯାଇଥିଲା । ଆଦିବାସୀ ଲୋକଙ୍କ ଇଲାକାକୁ ରେଡ କରିଡର ବୋଲି କହି ଉପେକ୍ଷା କରିଥିଲା ପୂର୍ବ ସରକାର।
PM Modi Odisha Visit LIVE: ପ୍ରଧାନମନ୍ତ୍ରୀ ମୋଦୀ: କେନ୍ଦ୍ରର ଅନେକ ଯୋଜନା ପୂର୍ବରୁ ଲୋକମାନେ ପାଉନଥିଲେ। ହେଲେ ଡବଲ ଇଞ୍ଜିନ ସରକାର ଆସିବା ପରଠୁ ଓଡ଼ିଶାର କୋଟି କୋଟି ଲୋକ ଲାଭାନ୍ୱିତ ହେଉଛନ୍ତି।
PM Modi Odisha Visit LIVE: ପ୍ରଧାନମନ୍ତ୍ରୀ ମୋଦୀ: ଚିକିତ୍ସା କ୍ଷେତ୍ରରେ ଉନ୍ନତି କରିଛି ଓଡ଼ିଶା । ଏହି ଯୋଜନାରେ ଦେଶରେ ଅନ୍ୟ ରାଜ୍ୟରେ ରହୁଥିବା ପ୍ରବାସୀ ଓଡ଼ିଆ ମାନେ ବି ମାଗଣା ଚିକିତ୍ସା ପାଇପାରିବେ ।
PM Modi Odisha Visit LIVE: ପ୍ରଧାନମନ୍ତ୍ରୀ ମୋଦୀ: ଓଡ଼ିଶାରେ ଡବଲ ଇଞ୍ଜିନ ଡବଲ ବେନିଫିଟ୍ ଦେଖିବାକୁ ମିଳିଛି। ଲକ୍ଷ ଲକ୍ଷ ଲୋକ ଆୟୁଷ୍ମାନ ଭାରତରୁ ବଞ୍ଚିତ ହୋଇଥିଲେ ଏବେ ସେ ସମସ୍ୟା ନାହିଁ। ଯେଉଁ କାରଣରୁ ୩ କୋଟି ଲୋକ ମାଗଣା ଚିକିତ୍ସା ପାଇପାରିବେ।
PM Modi Odisha Visit LIVE: ପ୍ରଧାନମନ୍ତ୍ରୀ ମୋଦୀ: ଓଡ଼ିଶାରେ ଇନଫ୍ରାଷ୍ଟ୍ରକଚର ବେହାଲ ଥିଲା । ଓଡ଼ିଶାରେ ଅନେକ ସମସ୍ୟା ଥିଲା ଯାହା ରାଜ୍ୟରେ ଦୁର୍ଭାଗ୍ୟ ବନିଥିଲା। ହେଲେ ବିଜେପି ସରକାର ଆସିବା ପରଠାରୁ ଗୋଟେ ବର୍ଷ ମଧ୍ୟରେ ଡବଲ ଇଞ୍ଜିନର ଫାଇଦା ରାଜ୍ୟର ଲୋକମାନେ ଦେଖୁଛନ୍ତି ।
PM Modi Odisha Visit LIVE: ପ୍ରଧାନମନ୍ତ୍ରୀ ମୋଦୀ: ଆସାମର ଉଦାହରଣ ଦେଇ କହିଲେ ପ୍ରଧାନମନ୍ତ୍ରୀ। ବିକାଶର ରାସ୍ତାରେ ଦୌଡୁଛି ଆସାମ। ଅନ୍ୟ ରାଜ୍ୟଙ୍କ ଠାରୁ ଆଗକୁ ବଢୁଛି ଆସାମ । ସେହିପରି ତ୍ରିପୁରାରେ ବିଜେପି ସରକାର ଆସିବା ପରଠୁ ବିକାଶ ପଥରେ ଆଗେଇ ଚାଲି
PM Modi Odisha Visit LIVE: ପ୍ରଧାନମନ୍ତ୍ରୀ ମୋଦୀ: ଜନତା ମୈଦାନରୁ ସିଧାସଳଖ କଂଗ୍ରେସକୁ ଜୋରଦାର ଟାର୍ଗେଟ୍ କଲେ ପ୍ରଧାନମନ୍ତ୍ରୀ ମୋଦୀ । କିଛି ବର୍ଷ ହେଲାଣି ବିଜେପିର ମଡେଲ ଦେଖୁଛି ବିରୋଧୀ।
PM Modi Odisha Visit LIVE: ପ୍ରଧାନମନ୍ତ୍ରୀ ମୋଦୀ: କାନାଡା ଗସ୍ତ ବେଳେ ଆମେରିକା ରାଷ୍ଟ୍ରପତିଙ୍କ ନିମନ୍ତ୍ରଣ ଆସିଥିଲା । ହେଲେ ତାଙ୍କ ନିମନ୍ତ୍ରଣ ରକ୍ଷା ନକରି ମୋତେ ଓଡ଼ିଶା ଆସିବାର ଥିଲା ଜଗନ୍ନାଥ ଧାମ ଆସିବାର ଥିଲା ବୋଲି କହିଲେ ପ୍ରଧାନମନ୍ତ୍ରୀ ।
PM Modi Odisha Visit LIVE: ପ୍ରଧାନମନ୍ତ୍ରୀ ମୋଦୀ: ବିଜେପି ସରକାର ଆସୁ ଆସୁ କୋଟି କୋଟି ଓଡ଼ିଆ ଆସ୍ଥାକୁ ସମ୍ମାନ ଜଣାଇଥିଲା ବିଜେପି। ରତ୍ନଭଣ୍ଡାର ଖୋଲିଲା, ଶ୍ରୀମନ୍ଦିର ୪ ଦ୍ୱାର ବି ଖୋଲିଲା । ଆଉ ଏସବୁ ରାଜନୀତି ନୁହେଁ...ଜୟ ବିଜୟର କଥା ନୁହେଁ।
PM Modi Odisha Visit LIVE: ପ୍ରଧାନମନ୍ତ୍ରୀ ମୋଦୀ: ବିଜେପି ସରକାର ଆସୁ ଆସୁ କୋଟି କୋଟି ଓଡ଼ିଆ ଆସ୍ଥାକୁ ସମ୍ମାନ ଜଣାଇଥିଲା ବିଜେପି। ରତ୍ନଭଣ୍ଡାର ଖୋଲିଲା, ଶ୍ରୀମନ୍ଦିର ୪ ଦ୍ୱାର ବି ଖୋଲିଲା । ଆଉ ଏସବୁ ରାଜନୀତି ନୁହେଁ...ଜୟ ବିଜୟର କଥା ନୁହେଁ।
PM Modi Odisha Visit LIVE: ପ୍ରଧାନମନ୍ତ୍ରୀ ମୋଦୀ: ମହାପ୍ରଭୁଙ୍କ ଆଶୀର୍ବାଦରୁ ଶ୍ରୀମନ୍ଦିର ସହ ଜଡ଼ିତ ସମସ୍ୟାର ସମାଧାନ ହୋଇଛି। ମହାପ୍ରଭୁ ଆମ ପାଇଁ ଆରାଧ୍ୟ ବି ପ୍ରେରଣା ବି ।
PM Modi Odisha Visit LIVE: ପ୍ରଧାନମନ୍ତ୍ରୀ ମୋଦୀ: ଗତ ଗୋଟିଏ ବର୍ଷ ମଧ୍ୟରେ ଓଡ଼ିଶା ବିକାଶ ସହ ବିରାସତ ର ମନ୍ତ୍ରକୁ ବୁଝିଛି । ଏହାକୁ ନେଇ ଆଗକୁ ବଢୁଛି ଓଡ଼ିଶା ।
PM Modi Odisha Visit LIVE: ପ୍ରଧାନମନ୍ତ୍ରୀ ମୋଦୀ: ଏଇ ଗୋଟେ ବର୍ଷ ଭିତରେ ହୋଇଥିବା ଉପଲବ୍ଧି ଯୋଗୁଁ ମୁଖ୍ୟମନ୍ତ୍ରୀ ଓ ତାଙ୍କ ପୂରା ଟିମ୍କୁ ଧନ୍ୟବାଦ ସହ ରିପୋର୍ଟ କାର୍ଡ ଦେଲେ ପ୍ରଧାନମନ୍ତ୍ରୀ ।
PM Modi Odisha Visit LIVE: ପ୍ରଧାନମନ୍ତ୍ରୀ ମୋଦୀ: ଆଜି ବିଜେପି ସରକାର ସଫଳତାର ସହ ବର୍ଷେ ପୂରା କରିଛି । ଏହି ବର୍ଷ କେବଳ ସରକାରଙ୍କର ନୁହେଁ ବରଂ ସୁଶାସନ ସ୍ଥାପନ କରିବାର ବର୍ଷ ଅଟେ । ଏହି ଗୋଟେ ବର୍ଷ ଜନତାଙ୍କୁ ସମର୍ପିତ । ଏହି ଗୋଟେ ବର୍ଷ ଜନତାଙ୍କ ଭରସା ଜିତିଛି ସରକାର। ଜନତା ଭରସା କରିଛନ୍ତି ବିଜେପି ନିଜର ପ୍ରତିଶ୍ରୁତି ରଖିଛି।
PM Modi Odisha Visit LIVE: ପ୍ରଧାନମନ୍ତ୍ରୀ ମୋଦୀ: ରାଜ୍ୟପାଳ ଓ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି, କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଜୁଏଲ ଓରାମ, ଅଶ୍ୱିନୀ ବୈଷ୍ଣବ ଓ ଉପମୁଖ୍ୟମନ୍ତ୍ରୀଙ୍କ ସହ ସାଂସଦ ଓ ବିଧାୟକଙ୍କୁ ଅଭିବାଦନ ଜଣାଇଲେ ମୋଦୀ।
PM Modi Odisha Visit LIVE: ପ୍ରଧାନମନ୍ତ୍ରୀ ମୋଦୀ: ଜୟ ଜଗନ୍ନାଥ, ଜୟ ବାବା ଲିଙ୍ଗରାଜ କହି ଓଡ଼ିଆରେ ଅଭିଭାଷଣ ଆରମ୍ଭ କଲେ ପ୍ରଧାନମନ୍ତ୍ରୀ ମୋଦୀ।
PM Modi Odisha Visit LIVE: ଲକ୍ଷପତି ଦିଦିଙ୍କୁ ସମ୍ମାନିତ ବେଳେ ଲୁସା ଗଣିକଙ୍କ ସହ ବାର୍ତ୍ତାଳାପ କଲେ ପ୍ରଧାନମନ୍ତ୍ରୀ । କରତାଳିରେ କମ୍ପିଲା ଜନତା ମୈଦାନ ।
PM Modi Odisha Visit LIVE: ଲକ୍ଷପତି ଦିଦିଙ୍କୁ ସମ୍ମାନିତ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ପ୍ରଥମେ ମୋଦୀଙ୍କ ହାତରୁ ଲକ୍ଷପତି ଦିଦିର ସମ୍ମାନ ହାତେଇଲେ କବିତା ସିଂ।
PM Modi Odisha Visit LIVE: ୧୮,୭୦୦ କୋଟିର ଭେଟି ଦେବେ ମୋଦୀ । ଇଭି ବସ୍ ଡିପୋର ଉଦ୍ଘାଟନ କରିଲେ ପ୍ରଧାନମନ୍ତ୍ରୀ ମୋଦୀ । ୧୦୦ଟି ନୂଆ ଇଭି ବସ୍ ଭିସି ଜରିଆରେ ଶୁଭାରମ୍ଭ କରିଲେ ପ୍ରଧାନମନ୍ତ୍ରୀ ମୋଦୀ ।
PM Modi Odisha Visit LIVE: ବରପୁତ୍ର ଐତିହ୍ୟ ଗ୍ରାମ ଯୋଜନା ର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ । ମଞ୍ଚରେ ଉପସ୍ଥିତ ରହିଛନ୍ତି ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ ।
PM Modi Odisha Visit LIVE: ଓଡ଼ିଶା ଭିଜନ ପୁସ୍ତକ ଉନ୍ମୋଚନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।
PM Modi Odisha Visit LIVE: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କ ଅଭିଭାଷଣ ପରେ ହାତ ମିଳାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।
PM Modi Odisha Visit LIVE: ମୋହନ ଚରଣ ମାଝି: ଲକ୍ଷପତି ଦିଦି ସୃଷ୍ଟିରେ ସାରା ଦେଶରେ ପ୍ରଥମ ହୋଇପାରିଛି ଓଡ଼ିଶା। ବିକଶିତ ଗାଁ ଯୋଜନା, ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା ଲାଗୁ କରିଛୁ। ୨୮ ହଜାରରୁ ଅଧିକ ଯୁବକ ଯୁବତୀଙ୍କୁ ନିଯୁକ୍ତି ଦେଇଛୁ । ଓଡ଼ିଶାକୁ ପୂର୍ବ ଭାରତର ଶିଳ୍ପ ହବ୍ ପାଇଁ ପ୍ରତିଶ୍ରୁତି ବଦ୍ଧ ।
PM Modi Odisha Visit LIVE: ମୋହନ ଚରଣ ମାଝି: ଓଡ଼ିଶା ପାଇଁ ଆଜି ଗୌରବମୟ ଦିନ । ବର୍ଷକ ଭିତରେ ଅନେକ ଉପଲବ୍ଧି ମିଳି ସାରିଛି। ସରକାର ସମସ୍ତ ଜିଲ୍ଲା ଗସ୍ତ କରି ଲୋକଙ୍କ ଦୁଃଖ ବୁଝିଛି।
PM Modi Odisha Visit LIVE: ମୋହନ ଚରଣ ମାଝି: ଓଡ଼ିଶା ପାଇଁ ଆଜି ଗୌରବମୟ ଦିନ । ବର୍ଷକ ଭିତରେ ଅନେକ ଉପଲବ୍ଧି ମିଳି ସାରିଛି। ସରକାର ସମସ୍ତ ଜିଲ୍ଲା ଗସ୍ତ କରି ଲୋକଙ୍କ ଦୁଃଖ ବୁଝିଛି।
PM Modi Odisha Visit LIVE: ମୋହନ ଚରଣ ମାଝି: ଆମେ ଅନେକ ସଫଳତା ହାସଲ କରିଛୁ। ଓଡ଼ିଶାର ପ୍ରତ୍ୟେକ ଲୋକଙ୍କ ଜୀବନରେ ପରିବର୍ତ୍ତନ ଆଣିଛି। ଏହି ବର୍ଷକରେ ମୁଁ ସମସ୍ତ ଜିଲ୍ଲାକୁ ଗସ୍ତ କରିଛି। ସମସ୍ତଙ୍କ ସୁଖ ଦୁଃଖରେ ସାମିଲ ହୋଇଛି। ସାଂସ୍କୃତି ସ୍ୱତନ୍ତ୍ରତା ସହ ପରିଚିତ ହୋଇଛି। ବର୍ଷକର ରିପୋର୍ଟ କାର୍ଡ ଦେଇଛି।
PM Modi Odisha Visit LIVE: ମୋହନ ଚରଣ ମାଝି: ଆପଣଙ୍କ ନେତୃତ୍ୱରେ ଦେଶ ବଦଳୁଛି। ପରିବର୍ତ୍ତନ ମାର୍ଗରେ ଯାଉଛି। ଆପଣଙ୍କ ଦ୍ୱାରା ରେଖାଙ୍କିତ ଗରିବ, ଅନ୍ନଦାତା, ମହିଳା ଓ ଯୁବକଙ୍କ ପାଇଁ ଆମ କାର୍ଯ୍ୟକ୍ରମ ସମର୍ପିତ।
PM Modi Odisha Visit LIVE: ମୋହନ ଚରଣ ମାଝି: ଆପଣଙ୍କ ହାତରେ ଦେଶ ସୁରକ୍ଷିତ। ଅପରେସନ୍ ସିନ୍ଦୂର ସହିତ ଏକ ନୂଆ ଭାରତର ଅଭ୍ୟର୍ଥନା ହୋଇଛି। ଆଗରୁ ଦେଶ କହୁଥିଲା 'ମୋଦୀ ହୈ ତୋ ମୁମ୍କିନ୍ ହୈ'। ଆଜି ଦେଶ କହୁଛି 'ମୋଦି ହେୈ ତୋ ଦେଶ ସୁରକ୍ଷିତ ହୈ'।
PM Modi Odisha Visit LIVE: ମୋହନ ଚରଣ ମାଝି: ବର୍ଷେ ପୂର୍ବରୁ ଏଠାରେ ପ୍ରଧାନମନ୍ତ୍ରୀଙ୍କ ଉପସ୍ଥିତିରେ ଓଡ଼ିଶାରେ ସରକାର ଶପଥ ଗ୍ରହଣ କରିଥିଲେ। ଆଜି ଏକ ବର୍ଷ୍ ପୂର୍ତ୍ତିରେ ଆପଣ ଉପସ୍ଥିତ। ଏହା ଆପଣଙ୍କ ଓଡ଼ିଶା ପ୍ରତି ସ୍ନେହ ଓ ଭଲ ପାଇବାର ନିଦର୍ଶନ।
PM Modi Odisha Visit LIVE: ରାଜ୍ୟପାଳ ହରିବାବୁ କମ୍ଭମପାଟି ପ୍ରଧାନମନ୍ତ୍ରୀଙ୍କୁ ଉତ୍ତରୀୟ ଦେଇ ସ୍ୱାଗତ କରିଲେ। ସେହିପରି ମୁଖମନ୍ତ୍ରୀ ଓଡ଼ିଶାର ପ୍ରସିଦ୍ଧ ତାରକସୀ କାମର ପ୍ରତୀକକୁ ଉପହାର ଭାବେ ପ୍ରଦାନ କରିଥିଲେ। ରଥଯାତ୍ରା ପଟ୍ଟଚ୍ଚିତ୍ରକୁ ରଘୁରାଜପୁରର ଜଣେ କାରିଗର ସଂଯୁକ୍ତା ସ୍ୱାଇଁ ପ୍ରଦାନ କରିଲେ। ସଂଯୁକ୍ତା ଜଣେ ଲକ୍ଷପତି ଦିଦି ଭାବେ ନିଜକୁ ପ୍ରତିଷ୍ଠିତ କରିଛନ୍ତି।
PM Modi Odisha Visit LIVE: ପ୍ରଧାନମନ୍ତ୍ରୀଙ୍କ ସହ ମଞ୍ଚ ଉପରରେ ରହିଛନ୍ତି ରାଜ୍ୟର ସମସ୍ତ ମନ୍ତ୍ରିମଣ୍ଡଳ ସଦସ୍ୟଙ୍କ ସହ ରାଜ୍ୟପାଳ ଏବଂ ଦୁଇ କେନ୍ଦ୍ରମନ୍ତ୍ରୀ ଓ ୨ ସାଂସଦ। ଦୁଇ କେନ୍ଦ୍ରମନ୍ତ୍ରୀ ହେଲେ, ଜୁଏଲ୍ ଓରାମ ଏବଂ ଧର୍ମେନ୍ଦ୍ର ପ୍ରଧାନ। ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଏବଂ କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା ରହିଛନ୍ତି।
PM Modi Odisha Visit LIVE: ପ୍ରଧାନମନ୍ତ୍ରୀଙ୍କ ଗାଡ଼ିରେ ରହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଏବଂ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ। ଉଭୟ ଜନତାଙ୍କ ଅଭିବାଦନ ଗ୍ରହଣ କରୁଛନ୍ତି।
PM Modi Odisha Visit LIVE: ଜନତା ମୈଦାନରେ ଭିଡ଼ ବଢ଼ୁଛି। ଜନତା ମୈଦାନରେ ପହଞ୍ଚିଲେ ମୋଦୀ।
PM Modi Odisha Visit LIVE: ଜନତା ମୈଦାନରେ ଭିଡ଼ ବଢ଼ୁଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଉ କିଛି ସମୟ ପରେ ପହଞ୍ଚିବେ। ସେଠରେ ଓଡ଼ିଶାର ବିକାଶ ପାଇଁ ୧୮୭୦୦ କୋଟି ଟଙ୍କାର ପ୍ରକଳ୍ପ ଭେଟି ଦେବେ।
PM Modi Odisha Visit LIVE: କଳିଙ୍ଗ ଷ୍ଟାଡିୟମରୁ ଜନତା ମଇଦାନ ଯାଏଁ ପ୍ରଧାନମନ୍ତ୍ରୀଙ୍କ ରୋଡ ଶୋ ବେଳେ ରାଜଧାନୀରେ ବର୍ଷା ଆରମ୍ଭ ।
PM Modi Odisha Visit LIVE: ଭୁବନେଶ୍ୱରରେ ପହଞ୍ଚିବା ପରେ ଏୟାରପୋର୍ଟରେ ମୋଦୀଙ୍କୁ ଭବ୍ୟ ସ୍ୱାଗତ । କଳିଙ୍ଗ ଷ୍ଟାଡିୟମରୁ ଜନତା ମଇଦାନ ଯାଏଁ କରିବେ ରୋଡ ଶୋ।
PM Modi Odisha Visit LIVE: ଆଜିର ଏହି ଗସ୍ତରେ ପ୍ରଧାନମନ୍ତ୍ରୀ ଓଡ଼ିଶାବାସୀଙ୍କ ପାଇଁ ନୂତନ ରେଳ ସେବାର ଶୁଭାରମ୍ଭ କରିବେ । ନୂତନ ଟ୍ରେନ୍ ସେବା ସହିତ ବୌଦ୍ଧ ଜିଲ୍ଲାର ଅଞ୍ଚଳଗୁଡ଼ିକ ପ୍ରଥମ ଥର ପାଇଁ ରାଜଧାନୀ ଭୁବନେଶ୍ୱର ସହିତ ସୁଲଭ ଏବଂ ସୁବିଧାଜନକ ରେଳ ସେବା ପାଇବେ।
PM Modi Odisha Visit LIVE: ଆଜିର ଏହି ଗସ୍ତରେ, ପ୍ରଧାନମନ୍ତ୍ରୀ ସରଳା-ଶାସନ ମଧ୍ୟରେ ତୃତୀୟ ଏବଂ ଚତୁର୍ଥ ରେଳ ଲାଇନର ଶିଳାନ୍ୟାସ କରିବେ। ଏହି ପ୍ରକଳ୍ପ ଝାରସୁଗୁଡ଼ା-ସମ୍ବଲପୁର ଭଳି ବ୍ୟସ୍ତତମ ରେଳ ସେକ୍ସନରେ ଟ୍ରାଫିକ ଭାର ହ୍ରାସ କରିବ ଏବଂ ଶିଳ୍ପ ଏବଂ ଯାତ୍ରୀ ପରିବହନକୁ ବୃଦ୍ଧି କରିବ ।
PM Modi Odisha Visit LIVE: ୧୧ ବର୍ଷର ସେବା, ସୁଶାସନ ଏବଂ ଗରିବ କଲ୍ୟାଣ ଏବଂ ଓଡ଼ିଶା ସରକାରଙ୍କ ଗୋଟିଏ ବର୍ଷ ପୂରଣ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତ ଐତିହାସିକ ହେବାକୁ ଯାଉଛି।
Narendra Modi Odisha Visit: ୧୩୭୬ କୋଟି ଟଙ୍କା ବ୍ୟୟରେ ନିର୍ମିତ ସୋନପୁର-ପୁରୁଣାକଟକ ନୂତନ ରେଳ ଲାଇନର ଉଦଘାଟନ କରିବେ ମୋଦି। ସୋନପୁର-ପୁରୁଣାକଟକ ସେକ୍ସନରେ ପ୍ରଥମ ଥର ପାଇଁ ବୌଦ୍ଧ ଜିଲ୍ଲା ମୁଖ୍ୟାଳୟରେ ରେଳ ନେଟୱାର୍କ ପହଞ୍ଚିଛି।
Narendra Modi Odisha Visit: ଓଡି଼ଶାରେ ପ୍ରଧାନମନ୍ତ୍ରୀ । ପ୍ରତିଟି ଅପଡେଟ୍ ଜାଣିବାକୁ ତଳେ ଦିଆଯାଇଥିବା ଲିଙ୍କ୍ ରେ Click କରନ୍ତୁ ।
Link: ପ୍ରତିଟି ଅପଡେଟ୍ ଜାଣିବାକୁ ତଳେ ଦିଆଯାଇଥିବା ଲିଙ୍କ୍ ରେ Click କରନ୍ତୁ ।
Thank you
By clicking “Accept All Cookies”, you agree to the storing of cookies on your device to enhance site navigation, analyze site usage, and assist in our marketing efforts.