ଭୁବନେଶ୍ୱର: ସାଢେ଼ ୯ଟା ସୁଦ୍ଧା ୨୧ ନିର୍ବାଚନ ମଣ୍ଡଳୀରୁ ୧୩ଟିରେ ଆସିଛି ଗଣତି ଟ୍ରେଣ୍ଡ। ଏଥିରେ ବିଜେପି ୮ଟି ଆସନରେ ଆଗୁଆ ରହିଥିବାବେଳେ ବିଜେଡି ୨ ଏବଂ କଂଗ୍ରେସ ୧ ଆସନରେ ଆଗୁଆ ରହିଛି। ବିଜେପି ବରଗଡ଼, ସୁନ୍ଦରଗଡ଼, ସମ୍ବଲପୁର, କେନ୍ଦୁଝର, ଢେଙ୍କାନାଳ, ବଲାଙ୍ଗୀର, କଗଳାହାଣ୍ଡି, କନ୍ଦମାଳ ଏବଂ ପୁରୀରେ ଆଗୁଆ ରହିଛି।
ବିଜେଡି ପ୍ରାର୍ଥୀ ନବରଙ୍ଗପୁର ଏବଂ କନ୍ଧମାଳରେ ଆଗୁଆ ରହିଛନ୍ତି। କୋରାପୁଟରେ କଂଗ୍ରେସ ପ୍ରାର୍ଥୀ ଆଗୁଆ ରହିଥିବା ନିର୍ବାଚନ କମିଶନଙ୍କ ପକ୍ଷରୁ ପ୍ରକାଶ । ନବରଙ୍ଗପରରେ ପ୍ରଦୀପ କୁମାର ମାଝି୩୫୫ ଖଣ୍ଡ ଭୋଟ ଏବଂ କନ୍ଧମାନଳରେ ବିଜେଡି ପ୍ରାର୍ଥୀ ଅଚ୍ୟଞୁତ ସାମନ୍ତ ୧୦୫୦ ଖଣ୍ଡ ଭୋଟରେ ଆଗୁଆ ରହିଛନ୍ତି।
ବରଗଡ଼ରେ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ ୧୩୬୨୬, ସୁନ୍ଦରଗଡ଼ରେ ଜୁଏଲ ଓରାମ ୮୦୯୮, ସମ୍ବଲପୁରରେ ଧର୍ମେନ୍ଦ୍ର ପ୍ରଧାନ ୩୦୧୫, କେନ୍ଦୁଝରରେ ଅନନ୍ତ ନାୟକ ୨୩୧୭, ଢେଙ୍କାନାଳରେ ରୁଦ୍ର ନାରାୟଣ ପାଣି ୩୨୧୭, ବଲାଙ୍ଗରୀରରେ ସଙ୍ଗୀତା କୁମାର ସିଂହ ଦେଓ ୭୬୫, କଳାହାଣ୍ଡିରେ ମାଳବିକା ଦେବୀ ୯୨୧୬, ପୁରୀରେ ସମ୍ବିତ ପାତ୍ର ୩୪୧୯ ଖଣ୍ଡ ଭୋଟରେ ଆଗୁଆ ଚାଲିଛନ୍ତି। କୋରାପୁଟରେ କଂଗ୍ରେସ ପ୍ରାର୍ଥୀ ସପ୍ତଗିରି ଉଲାକା ୧୨୮୦ ଖଣ୍ଡ ଭୋଟରେ ଆଗୁଆ ରହିଛନ୍ତି। ଆସ୍କାରେ କଂଗ୍ରେସ ପ୍ରାର୍ଥୀ ଦେବକାନ୍ତ ଶର୍ମା ମାତ୍ର ୨୯୧ ଖଣ୍ଡ ଭୋଟରେ ଆଗୁଆ ରହିଥିବା ଜଣାପଡ଼ିଛି।